• About
  • Contact
Saturday, September 19, 2026
Saturday, September 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୧୯ ସେପ୍ଟେମ୍ବର ୨୦୨୬

ଭାରତୀୟ ଧର୍ମ ଧାରା ତଥା ଆଧ୍ୟାତ୍ମିକ ପରମ୍ପରାରେ ଶ୍ରୀକୃଷ୍ଣ ହେଉଛନ୍ତି ପରମ ବ୍ରହ୍ମ, କିନ୍ତୁ ଶ୍ରୀରାଧା ହେଉଛନ୍ତି ସେହି ବ୍ରହ୍ମର ପ୍ରେମ ଶକ୍ତି। ଶ୍ରୀକୃଷ୍ଣଙ୍କୁ ବୁଝିବାକୁ ହେଲେ ଶ୍ରୀରାଧାଙ୍କୁ ବୁଝିବାକୁ ପଡିବ, କାରଣ ରାଧା ବିନା କୃଷ୍ଣ ଅଧୁରା।

ଶ୍ରୀରାଧା ତତ୍ତ୍ୱ ସାଧାରଣତଃ ବୁଝିବା ଏତେ ସହଜ ନୁହେଁ । ଆମ ଶାସ୍ତ୍ର ପୁରାଣ ର ବ୍ୟାଖ୍ୟାନ ଅନୁଯାୟୀ ବିଦ୍ୱାନ ଶାସ୍ତ୍ର ବିଶାରଦ ମାନେ କହନ୍ତି –
ଶାସ୍ତ୍ରରେ ରାଧା କେବଳ ଜଣେ ଗୋପୀ ନୁହଁନ୍ତି, ସେ ହେଉଛନ୍ତି ଏକ ତତ୍ତ୍ୱ।

ବେଦରେ ଭଗବାନଙ୍କ ତିନି ଶକ୍ତି ବିଷୟ ରେ ବର୍ଣ୍ଣନା କରାଯାଇଛି – ସତ୍, ଚିତ୍, ଆନନ୍ଦ। ଏହି ଆନନ୍ଦ ବା ଆହ୍ଲାଦିନୀ ଶକ୍ତିର ସାର ହେଉଛନ୍ତି ଶ୍ରୀ ରାଧା। “ଚୈତନ୍ୟ ଚରିତାମୃତ”ରେ ମଧ୍ୟ କୃଷ୍ଣଦାସ କବିରାଜ କହିଛନ୍ତି:
ରାଧା ପୂର୍ଣ୍ଣ ଶକ୍ତି, କୃଷ୍ଣ ପୂର୍ଣ୍ଣ ଶକ୍ତିମାନ,
ଦୁଇ ବସ୍ତୁ ଭେଦ ନାହିଁ, ଶାସ୍ତ୍ର ପରମାଣ ।
ଅର୍ଥାତ୍ କୃଷ୍ଣ ଓ ରାଧା ପରସ୍ପର ଭିନ୍ନ ନୁହଁନ୍ତି, ଯେମିତି ଅଗ୍ନି ଓ ତା’ର ଦହନ ଶକ୍ତି ଅଲଗା ନୁହେଁ।

ବ୍ରହ୍ମବୈବର୍ତ୍ତ ପୁରାଣ ରେ କୁହାଯାଇଛି, ରାସ ମଣ୍ଡଳରେ ଶ୍ରୀକୃଷ୍ଣ ନିଜକୁ ଦୁଇ ଭାଗ କଲେ – ଦକ୍ଷିଣ ଅଙ୍ଗରେ କୃଷ୍ଣ ରହିଲେ, ବାମ ଅଙ୍ଗରୁ ରାଧା ସୃଷ୍ଟି ହେଲେ। ତେଣୁ ତାଙ୍କ ନାମ “ରାଧା” । କାରଣ ସେ ଆରାଧନାରୁ ଜାତ।
ରାଧା ତତ୍ତ୍ଵ ର ଅନ୍ୟ ଏକ ବିଶେଷତ୍ଵ ହେଉଛି –
ଶ୍ରୀରାଧାଙ୍କ ଜନ୍ମ ଲୌକିକ ନୁହେଁ। ଭାଦ୍ରବ ଶୁକ୍ଳ ଅଷ୍ଟମୀରେ ବର୍ଷାଣାର ରାଜା ବୃଷଭାନୁ ଓ କୀର୍ତ୍ତିଦାଙ୍କ ଘରେ ଯଜ୍ଞ କୁଣ୍ଡରୁ ଆବିର୍ଭୂତା ହୋଇଥିଲେ ଶ୍ରୀରାଧା। ତେଣୁ ସେ ଅଯୋନି ସମ୍ଭୂତା ଅଟନ୍ତି।

ରାଧା-କୃଷ୍ଣ ପ୍ରେମ – ଭକ୍ତିର ପରାକାଷ୍ଠା ଅନନ୍ୟ ।

ସାଧାରଣ ପ୍ରେମରେ ପ୍ରାଣୀ ନିଜ ସୁଖ ଖୋଜି ଥାଏ, କିନ୍ତୁ ରାଧା ପ୍ରେମରେ କେବଳ କୃଷ୍ଣ ସୁଖ। ଏହାକୁ ଶାସ୍ତ୍ରରେ ମହାଭାବ ବୋଲି କୁହାଯାଏ।

ଶାସ୍ତ୍ର ମତେ ଏହି ପ୍ରେମର ୫ଟି ସ୍ତର ରହିଛି । ତାହା ନିମ୍ନ ମତେ ଆଲୋଚନା କରାଯାଇପାରେ ।

୧) ରାଧାଙ୍କ ପ୍ରେମରେ କୌଣସି ସର୍ତ ନାହିଁ। ନିଃସର୍ତ୍ତ କୃଷ୍ଣ ପ୍ରେମ ତାଙ୍କୁ ମହଭାବରେ ନିମଜ୍ଜିତ କରି ରଖିଥିଲା । କୃଷ୍ଣ ତାଙ୍କୁ ଛାଡି ଗୋପପୁର ରୁ ମଥୁରା ଚାଲିଗଲେ ମଧ୍ୟ ସେ ଅଭିମାନ କରି ନଥିଲେ। ସେ କହୁଥିଲେ – ଯେଉଁଠି ଥିଲେ ବି, ଶ୍ରୀକୃଷ୍ଣ ସୁଖୀ ହେଲେ ରାଧା ସେଇ ସୁଖର ଅନୁଭବୀ ।

୨) ରାଧା-କୃଷ୍ଣ ପ୍ରେମର ସବୁଠୁ ବଡ ସୌନ୍ଦର୍ଯ୍ୟ ହେଉଛି ବିରହ। ଶ୍ରୀଜୟଦେବଙ୍କ “ଗୀତ ଗୋବିନ୍ଦ”ରେ ଏହା ଜୀବନ୍ତ ଭାବେ ପରିସ୍ଫୁଟ। ଏହି ମତେ ମିଳନ ଅପେକ୍ଷା ବିରହରେ ପ୍ରେମ ଅଧିକ ଗଭୀର ହୁଏ। ରାଧାଙ୍କ ବିରହ ହେଉଛି ଜୀବର ଭଗବାନଙ୍କ ପାଇଁ ବ୍ୟାକୁଳତାର ପ୍ରତୀକ।

୩) ଏହି ରାଧା – କୃଷ୍ଣ ପ୍ରେମ ଭକ୍ତି
ଶ୍ରୀମଦ୍ ଭାଗବତରେ ପରୋକ୍ଷ ରେ ବର୍ଣ୍ଣନା କରାଯାଇଛି ।ଭାଗବତର ରାସ ପଞ୍ଚାଧ୍ୟାୟୀରେ ରାଧାଙ୍କ ନାମ ସିଧାସଳଖ କୁହାଯାଇ ନାହିଁ । ବରଂ ଏପରି ବର୍ଣ୍ଣନା କରାଯାଇଛି : “ଅନୟାରାଧିତୋ ନୂନମ୍” – ଅର୍ଥାତ୍ ନିଶ୍ଚୟ ଏହି ଗୋପୀ କୃଷ୍ଣଙ୍କୁ ସବୁଠୁ ବେଶୀ ଆରାଧନା କରିଛନ୍ତି। ଏହି ଗୋପୀ ହିଁ “ରାଧା”।

୪) ଶ୍ରୀଚୈତନ୍ୟ ମହାପ୍ରଭୁ ନିଜେ ରାଧା ଭାବରେ କୃଷ୍ଣ ପ୍ରେମ ଆସ୍ୱାଦନ କରିଥିଲେ। ସେ ଦେଖାଇଲେ ଯେ ଭଗବାନଙ୍କୁ ପାଇବାର ସର୍ବୋତ୍ତମ ଉପାୟ ହେଉଛି ନିଜେ ରାଧା ହୋଇଯିବା – ଅହଙ୍କାର ଶୂନ୍ୟ ହୋଇ କେବଳ ତାଙ୍କ ସୁଖ ଚାହିଁବା ।

୫) ଆଜିର ସ୍ୱାର୍ଥପର ଦୁନିଆରେ ରାଧା ତତ୍ତ୍ୱ ଆମକୁ ଶିଖାଏ – ପ୍ରକୃତ ପ୍ରେମର ଅର୍ଥ ଅଧିକାର ନୁହେଁ, ସମର୍ପଣ। କୃଷ୍ଣ ହେଉଛନ୍ତି – ବିଷୟ, ରାଧା ହେଉଛନ୍ତି – ଆଶ୍ରୟ। ତେଣୁ, ବିଷୟକୁ ବୁଝିବା ପାଇଁ ଆଶ୍ରୟର ଭାବ ନେବାକୁ ପଡିବ। ତେଣୁ ବୈଷ୍ଣବମାନେ କୁହନ୍ତି – ରାଧା ବିନା କୃଷ୍ଣ ଅଧା, କୃଷ୍ଣ ବିନା ରାଧା ଅଧା।
ପୁଣି କୁହାଯାଏ –
ରାଧେ ଜୟ ଜୟ ମାଧବ ଦୟିତେ,
ଗୋକୁଳ ତରୁଣୀ ମଣ୍ଡଳ ମହିତେ।

ଏହି ହେଉଛି ରାଧା ତତ୍ତ୍ୱ – ପ୍ରେମର ଶେଷ ସୀମା, ଯେଉଁଠି ପ୍ରେମିକ ଓ ପ୍ରେମାସ୍ପଦ ଏକ ଓ ଅଭିନ୍ନ ହୋଇଯାଆନ୍ତି। ଆଜି ଶ୍ରୀ ରାଧାଷ୍ଟମୀ ଅବସର ରେ ଆସନ୍ତୁ, ସଭିଏଁ ଏହି ତତ୍ତ୍ୱକୁ ବୁଝି ନିଜ ଭିତରେ ସମାହିତ କରିବା ।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ନୂଆ ଖାଇ- କୃଷି ଓ କୃଷକର ପର୍ବ
Literature

ନୂଆ ଖାଇ- କୃଷି ଓ କୃଷକର ପର୍ବ

by Dr. Ansuman Kar
September 15, 2026

ଡାକ୍ତର ଅଂଶୁମାନ କର, ଭୁବନେଶ୍ୱର, ୧୫ ସେପ୍ଟେମ୍ବର ୨୦୨୬ ନୂଆଖାଇ ହେଉଛି ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ତଥା ଅନନ୍ୟ କୃଷିଭିତ୍ତିକ ଗଣପର୍ବ। 'ନୂଆ' ଅର୍ଥାତ୍ ନୂତନ...

Read more
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
Renaissance

Renaissance

September 1, 2026
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.