ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୩ ନଭେମ୍ବର ୨୦୨୬
ଜଗନ୍ନାଥଙ୍କର ଚକା ଚକା ଆଖି
ଦରଶନ କରି ମନ ଯାଏ ଲାଖି
ଅପଲକ ସେଇ ଆଖିର କୁହୁକ
ତନୁରେ ଜଗାଏ ଅଜଣା ପୁଲକ ॥୧॥
ନିଶବ୍ଦ କଥାରେ ଯେଉଁ ଯାଦୁ ଅଛି
ଭକ୍ତି ରସେ ତାହା ମନକୁ ଭରୁଛି
ଶିରିମୁଖରେ କି ଚମକ ଅଛିରେ
ଚିତ୍ତ ଭିଜାଉଛି ଦିବ୍ୟ ପ୍ରେମ ନିରେ ॥୨॥
ପହଣ୍ଡିରେ ଆସି ରଥାରୂଢ଼ ହୋଇ
ଜନ ସମୁଦ୍ରରେ ତୁମେ ମିଶିଯାଇ
ଭକ୍ତ ଜନଙ୍କର ପରାଣ ରସେଇ
ବିମଳ ପ୍ରେମରେ ଦେଉଛ ଭିଜେଇ ॥ ୩॥
ସାରା ଜଗତରେ ଗହଳି ଲଗାଇ
ତୁମେ କରୁଅଛ ଭକତଙ୍କୁ ବାଇ
ତୁମରି ଆଶୀଷ ସଦା ରହିଥାଉ
ତବ ନାମ ଧରି ଏ ଜୀବନ ଯାଉ ॥୪॥






