• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)

ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟିକଟା, କଟକ, ୧୬ ଅକ୍ଟୋବର, ୨୦୨୬

ତୁମେ କାତ୍ୟାୟନୀ ବ୍ରହ୍ମାଣ୍ଡ ସୁନ୍ଦରୀ
ବରମୁଦ୍ରା ପ୍ରଦାୟିନୀ ।
ମୁଁ ଯେ ଶେଫାଳୀର ଭୂମିଲଗ୍ନା ସ୍ତୁତି
ପ୍ରତିକ୍ଷଣେ ଯାଏ ନମି ।

ତୁମେ କାତ୍ୟାୟନ ମହର୍ଷି ନନ୍ଦିନୀ
ଚର୍ତୁଭୁଜେ ଆବିର୍ଭୁତା ।
ମୁଁ ଅସୀଣର ସଜଳ ନୟନ
ଘେନ ମୋର କୃତଜ୍ଞତା ।।

ତୁମେ ଉପାସନା ସ୍ବୀକାର ମନ୍ତ୍ରରେ
ଭବ୍ୟ ଦିବ୍ୟ ଫଳଦାୟୀ ।
ମୁଁ ଶରତର ନୀରବ ପ୍ରହରେ
ତୁମରି ବନ୍ଦନା ଗାଇ ।।

ବଜ୍ରମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ
ଅଭୟ ମୁଦ୍ରାର ରୂପ ।
ଏଇ ଜୀବନର ଭାଗ୍ୟର ଭୋଗ ମୁଁ
ଜଳୁଥିବା ଗୋଟେ ଧୂପ ।।

ତୁମେ ସିଂହାରୁଢା ମୁଗ୍ଧ ଅନୁରାଗେ
ମଧୁମୟୀ ମଧୁବେଶ ।
ଇନ୍ଦ୍ରିୟ ଚେତନା ଆଜ୍ଞା ଚକ୍ର ତୀରେ
ଅବଶିଷ୍ଟ ମୋ ଆୟୂଷ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
Literature

ଆମେ ପାଉଡି ଭୂୟାଁ (ଭାଗ ୮୦)

by ଭବେଶ ଚନ୍ଦ୍ର କର
October 15, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୫ ଅକ୍ଟୋବର, ୨୦୨୬ ସେଦିନ ମୋ ଶାଶୁଘର ଗାଆଁ ତଳବରଡା ଚଳଚଞ୍ଚଳ ଥିଲା । ପିଲାଠାରୁ ବୁଢା ସଭିଏଁ କାମରେ ବ୍ୟସ୍ତ...

Read more
ଚିହ୍ନ

ଚିହ୍ନ

October 13, 2026
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.