ବ୍ୟୁରୋ ରିପୋର୍ଟ, ନିର୍ଭୀକ ୧୦ ନଭେମ୍ବର, ୨୦୨୬
ନଭେମ୍ବର ୮ ତାରିଖ (ରବିବାର) ପୂର୍ବାହ୍ନ ସକାଳ ୧୦ ଘଟିକା ସମୟରେ ଶରତ କର ଓ ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ସମାଜସେବୀ ଶ୍ରୀ ଶୋଭନ କରଙ୍କ ନିଷ୍ପତ୍ତି କ୍ରମେ ମାହାଙ୍ଗା ଅଞ୍ଚଳର ସାଂସ୍କୃତିକ ଚେତନାର ଵାର୍ତ୍ତାବହ, ଆତ୍ମିକ ଚିନ୍ତନର ପ୍ରତିଭୂ, ପ୍ରଗତିବାଦୀ ଚିନ୍ତକ ତଥା ପ୍ରାକ୍ତନ ସାଂସଦ ତରୁଣ ତୁର୍କୀ ପ୍ରଦ୍ୟୁମ୍ନ ବଳ ଙ୍କର ୯୫ ତମ ଜୟନ୍ତୀ ଉତ୍ସବ ମାହାଙ୍ଗା ମଣ୍ଡଳର ମୂଳବସନ୍ତ ଗ୍ରାମପଞ୍ଚାୟତର ଗୁଣୁପୁର ଗ୍ରାମ ରେ ଫାଉଣ୍ଡେସନର କୃଷକ କ୍ଷେତ୍ର ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ସର୍ବ ପ୍ରଥମେ ଯଶସ୍ଵୀ ବରପୁତ୍ର ପ୍ରଦ୍ୟୁମ୍ନ ବଳଙ୍କ ଫୋଟୋ ଚିତ୍ର ରେ ସଂଯୋଜକ ଶୁଭେନ୍ଦୁ କୁମାର ସାମଲଙ୍କ ସଭାପତିତ୍ୱରେ ଶରତ ପ୍ରେମୀ ପରିବାରର ଅଗ୍ରଗାମୀ ସଦସ୍ୟ ମାନଙ୍କ ଉପସ୍ଥିତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପରେ ପରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସଂଗ୍ରାମୀ ନିର୍ଭୀକ ପୁରୁଷ ପ୍ରଦ୍ୟୁମ୍ନ ବଳଙ୍କ ସାମାଜିକ ସେବା, ସତ୍ୟନିଷ୍ଠତା, ନିର୍ଭିକ ସାମ୍ବାଦିକତା ସମ୍ପର୍କରେ ଆଲୋକପାତ କରି ବିଶିଷ୍ଟ ବ୍ୟକ୍ତି ବୃନ୍ଦ ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ବରିଷ୍ଠ ନାଗରିକ ରାମ ଚନ୍ଦ୍ର ମହାପାତ୍ର, କାର୍ତ୍ତିକ ଚନ୍ଦ୍ର ବିହାରୀ, ସମସେର ଅଲ୍ଲୀ ଖାନ, ହେମନ୍ତ ମହାନ୍ତି, ଜ୍ଞାନ ରଞ୍ଜନ ମହାନ୍ତି, କମଳା କାନ୍ତ ଦାସ, ଦେବ ଦୁର୍ଲ୍ଲଭ ସାହୁ, ବିଜୟ ରାଉତରାୟ, ରମାକାନ୍ତ ଦାସ, ଚିତ୍ତରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ପୁଣ୍ୟାତ୍ମା ସ୍ୱର୍ଗତଃ ବଳଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।






