• About
  • Contact
Wednesday, March 18, 2026
Wednesday, March 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବଦଳୁନି ସମ୍ପର୍କର ପରିଭାଷା ..?

ବଦଳୁନି ସମ୍ପର୍କର ପରିଭାଷା ..?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୯ ସେପ୍ଟେମ୍ବର ୨୦୨୨

ବିଜେପିର ରାଷ୍ଟ୍ରୀୟ ସଭାପତି ଜଗତ୍ ପ୍ରକାଶ ନଡ୍ଡା ଓଡ଼ିଶା ଆସିଲେ । ଦଳ ତରଫରୁ ତାଙ୍କୁ ଜୋରଦାର ସ୍ୱାଗତ କରାଗଲା । ସଭା ମଞ୍ଚକୁ ପାଛୋଟିନେଲେ ଦଳର ବରିଷ୍ଠ ଓ ଛାମୁଆଁ ନେତା । ଆରମ୍ଭ ହେଲା ଭାଷଣ ପର୍ବ । ନଡ୍ଡାଙ୍କ ଭାଷଣ ଶୁଣିବାକୁ ଅପେକ୍ଷା କରିଥିଲେ ଦଳର ଅଗଣିତ ନେତା ଓ କର୍ମୀ ମାନେ । ରାଷ୍ଟ୍ରୀୟ ସଭାପତି କ’ଣ ସନ୍ଦେଶ ଦେବେ ? ଆଗକୁ ବିଜେପି କିପରି ଓଡ଼ିଶାରେ ବିଜେଡି ସହ ଲଢ଼ିବ ? ୨୦୨୪ରେ ରାଜ୍ୟରେ ବିଜେପି ସରକାର କରିବା ପାଇଁ ସଭାପତିଙ୍କ ମନ୍ତ୍ର କ’ଣ? ଏଭଳି ଅନେକ ପ୍ରଶ୍ନକୁ ମନ ଭିତରେ ରଖି ବହୁ କର୍ମୀ ଓ ନେତା ଛୁଟି ଆସିଥିଲେ ରାଜଧାନୀକୁ ।

ରାଷ୍ଟ୍ରୀୟ ସଭାପତି ଅଭିଭାଷଣ ଆରମ୍ଭ କଲେ । ସମ୍ପୂର୍ଣ୍ଣ ଅଭିଭାଷଣର ଅଧାରୁ ଅଧିକ ରହିଲା ଜାତୀୟ ରାଜନୀତିରେ ବିଜେପି ଭଳି ସର୍ବ ବୃହତ ପାର୍ଟିର ରାଜନୈତିକ ଜୟଯାତ୍ରା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳତା, କଂଗ୍ରେସ ଦଳ ବିରୋଧରେ ବିଷେଦଗାର ଆଦି ଅନେକ କଥା । ଭାଷଣର ଶେଷ ପର୍ବରେ ସ୍ଥାନ ପାଇଲା ଓଡ଼ିଶାର କଥା । ଓଡ଼ିଶାକୁ କେନ୍ଦ୍ର ସରକାର ବହୁତ କିଛି ଦେଉଛନ୍ତି । ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ିକରି ଅଛନ୍ତି । ମନରେଗା ଦୁର୍ନୀତି, ଆବାସ ଦୁର୍ନୀତି, ସ୍ୱାସ୍ଥ୍ୟ ସେବା ଦୁର୍ନୀତି ଇତ୍ୟାଦି ଇତ୍ୟାଦି …. । ମାତ୍ର ସାହସ ଜୁଟାଇ ପାରିଲେନି ବିଜେଡି କିମ୍ବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ ନେବାକୁ । ଥରୁଟିଏ ମଧ୍ୟ ବିଜେଡି ସରକାର ବୋଲି କହିଲେନି ନଡ୍ଡା, ଅବା ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସିଧା ସଳଖ ଭାବେ ସମାଲୋଚନା କରିବାକୁ ପଛଘୁଞ୍ଚା ଦେଲେ । କେବଳ କର୍ମୀଙ୍କ ମନ ରଖିବାକୁ ଯାଇ ଭାଷଣ ଶେଷ କରିବା ପୂର୍ବରୁ, ରାଜ୍ୟ ସରକାରଙ୍କୁ ହଟାଇ ଡ଼ବଲ ଇଂଜିନ ସରକାର ଆଣିବାକୁ କଥା ଛଳରେ ପରାମର୍ଶ ଦେଇଗଲେ । ଜେ.ପି. ନଡ୍ଡାଙ୍କର ଗସ୍ତ ପୂର୍ବରୁ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ଆକଳନ ଯାହା ଥିଲା ତାହାହିଁ ହେଲା । ଓଡ଼ିଶାରେ ବିଜେପି ଲଢ଼ିବ ବିଜେଡି ସହ, କଂଗ୍ରେସ ସହିତ ନୁହେଁ ମାତ୍ର ବିଜେଡି ଅପେକ୍ଷା ଅଧିକ ସମାଲୋଚନା କଂଗ୍ରେସକୁ କାହିଁକି କଲେ ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ? ତାହା ଠିକ୍ ଭାବେ ବୁଝିପାରି ଥିବେ ଦଳୀୟ ନେତା ଓ ପଦାଧିକାରୀ ମାନେ । ନବୀନ ପଟ୍ଟନାୟକ କିମ୍ବା ବିଜେଡିକୁ ସିଧାସଳଖ କାହିଁକି ଟାର୍ଗେଟ କଲେନାହିଁ ବିଜେପିର ଅଧକ୍ଷ ? ବିଜେପିର ପୁରୁଣା ପାଠକୁ ଦୋହରାଇଲେ କି ନଡ୍ଡା ? ପ୍ରଧାନମନ୍ତ୍ରୀ ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ନିର୍ଦ୍ଦେଶିତ ରାସ୍ତାରେ ଗଲେକି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଆଗାମୀ ନିର୍ବାଚନ ପାଇଁ ରାଜ୍ୟର ବିଜେପି ନେତା ଓ କର୍ମୀ ମାନେ ଅପେକ୍ଷା କରିଥିଲେ କେନ୍ଦ୍ରୀୟ ନେତାଙ୍କ ମାର୍ଗଦର୍ଶନକୁ ମାତ୍ର ପାଇଲେ କଣ ? ସେହିପରି ରାଜ୍ୟର ପ୍ରଭାବଶାଳୀ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସଫଳତା ଘରେ ଘରେ ପହଞ୍ଚାଇବାକୁ ଅନୁରୋଧ କଲେ କର୍ମୀ ମାନଙ୍କୁ । କଥା ଛଳରେ ପଦେ ଦୁଇପଦ ସମାଲୋଚନା କଲେ ରାଜ୍ୟ ସରକାରଙ୍କୁ । ସେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଷ୍ଟ୍ରୀୟ ସଭାପତିଙ୍କ ରାସ୍ତାରେ ଯିବାକୁ ଶ୍ରେୟ ମଣିଲେ । ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ମାତ୍ର ବିଜେଡି ସରକାର ଅବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ନାଁ ନେବାପାଇଁ ପସନ୍ଦ କଲେନାହିଁ । ଅର୍ଥାତ ୨୦୧୯ ସାଧାରଣ ନିର୍ବାଚନ ପରେ ଯେଉଁ ସମ୍ପର୍କ ସେ ବିଜେଡି ନେତୃତ୍ୱ ସହ ମଜବୁତ କରିଛନ୍ତି ତାହା ନଷ୍ଟ କରିବାକୁ ଚାହିଁଲେ ନାହିଁ ।

ତେବେ ଦଳର ଅନ୍ୟ କିଛି ନେତା ଜାତୀୟ ସଭାପତି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାସ୍ତାରୁ ଟିକିଏ ଅଲଗା ଯିବାକୁ ଚେଷ୍ଠା କଲେ । ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କଥା ଛଳରେ ତୃତୀୟ ମହଲାକୁ ସମାଲୋଚନା କଲେ । ତାଙ୍କ ଠାରୁ ଆହୁରି ଦୁଇପାଦ ଆଗେଇଯାଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ପଛାଇଲେ ନାହିଁ । ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ତାଙ୍କ ପୁରୁଣା ଅନ୍ଦାଜ୍ ରେ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ସମାଲୋଚନା କଲେ । ଅନ୍ୟ ନେତାମାନେ ମଧ୍ୟ ବେଶ୍ ସୁରକ୍ଷିତ ରାସ୍ତାରେ ଯିବାକୁ ଉଚିତ ମଣିଲେ ।

ତେବେ କାହିଁକି ବିଜେପି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ହୁଅନ୍ତୁ ଅବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସିଧା ସଳଖ ଭାବେ ବିଜେଡି ବା ନବୀନ ପଟ୍ଟନାୟକ ଙ୍କୁ ଟାର୍ଗେଟ କଲେ ନାହିଁ ? ଏପରିକି ଭାଷଣରେ ମଧ୍ୟ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନାଁ ନେଲେ ନାହିଁ ? ସୌଜନ୍ୟ, ସମ୍ମାନ ନା ଭୟ …? କେନ୍ଦ୍ରୀୟ ନେତାଙ୍କ ଗ୍ରୀନ୍ ସିଗନାଲ୍ ବିନା ବିଜେପି ର ବୁଥ ଓଡ଼ିଶା ରେ ମଜବୁତ୍ ହେବ କିପରି ? ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ପ୍ରଚାର ଦ୍ୱାରା ୨୦୨୪ ବିଧାନସଭା ନିର୍ବାଚନ ରେ ଓଡ଼ିଶାରେ ବିଜେପି କୁ ସଫଳତା ମିଳିପାରିବ କି ? କିଛି ଲୋକସଭା ଆସନ ବ୍ୟତୀତ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପି ବିଧାନସଭା ଆସନ ପାଇଁ ଫୋକସ୍ କରିବ ନାହିଁ ଏହା ତାହାର ଆଗୁଆ ସଂକେତ ନୁହେଁ ତ ?

ନଡ୍ଡାଙ୍କ ଅଭିଭାଷଣ ଓ ହାବ ଭାବ ଏକଥା ସ୍ପଷ୍ଟ କରିଦେଇଗଲା କି ୨୦୧୯ ପରେ ବିଜେଡି ସହ ବିଜେପିର ଗଢ଼ି ଉଠିଥିବା ସମ୍ପର୍କରେ ଏଯାଏଁ କୌଣସି ପରିବର୍ତ୍ତନ ହୋଇନାହିଁ ?

Nirvik Bureau

Nirvik Bureau

Related Posts

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…
Politics

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

by Nirvik Bureau
March 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ମାର୍ଚ୍ଚ ୨୦୨୬ ଶେଷ ହେଲା ରାଜ୍ୟସଭା ନିର୍ବାଚନ । ବିଜେପିରୁ ୨ ଜଣ, ବିଜେପି ସମର୍ଥିତ ଜଣେ ସ୍ୱାଧୀନ ପ୍ରାର୍ଥୀ ଓ...

Read more
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.