• About
  • Contact
Wednesday, March 18, 2026
Wednesday, March 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନବରାତ୍ରୀ (ମହାଗୌରୀ)

ନବରାତ୍ରୀ (ମହାଗୌରୀ)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, ୩ ଅକ୍ଟୋବର ୨୦୨୨

ତୁମେ ଶ୍ବେତାମ୍ବରୀ ସ୍ବର୍ଗୀୟ ବିଭାବ
ସୌନ୍ଦର୍ଯ୍ୟର ମହାଶକ୍ତି ।
ନିୟତି ଚକ୍ରରେ ଘୁରିବୁଲୁଥିବା
ମୁଁ ଜୀବନର ଅଭିବ୍ୟକ୍ତି ।।

ତୁମେ ଆଶୁତୋଷ ସ୍ପର୍ଶରେ ଶୋଭିତା
ସ୍ନାନେ ଜାହ୍ନବୀର ଜଳ ।
ଏ ଭବସାଗରେ ଦଦରା ନାଆ ମୁଁ
ପାଏନାହିଁ ଥଳକୁଳ ।

ତୁମେ ସାଧନାର ପୂର୍ଣ୍ଣତମା ସିଦ୍ଧି
ଅମୋଘ ଶକ୍ତିର ଉତ୍ସ ।
ତୁମ ଭରସାର ଛନ୍ଦମୟ ଧାରା
ଏହି ଲଗ୍ନେ ଭାବାଶ୍ରିତ ।।

ମହାଗୌରୀ ତୁମେ ତ୍ରୀଶୁଳ ଆୟୂଧେ
ବୃଷାଋଢା ଶିବପ୍ରିୟା ।
ମୁଁ କଳ୍ପନାର ଅସ୍ତରାଗ ଟିଏ
ମାନସ ମନ୍ଥନ ମାୟା ।।

ତୁମେ ଦୀର୍ଘତନୁ ସୁଦୀର୍ଘିକା ମାଗୋ
ନବ ଉନ୍ମେଷର ବେଶ ।
ମୁଁ ଭିଜା ମାଟିର ଅଣୁ ଅଣିମାରେ
ଶବ୍ଦ ଟିଏ ନିର୍ବିଶେଷ ।।

ତୁମେ ଅସୀଣର ଅଷ୍ଟମ ବିଭାବ
ସ୍ବର୍ଗଭୂମି ଜୟ ଧ୍ବଜା ।
ମୁଁ ଆନନ୍ଦର ଭକ୍ତି ଅର୍ଘ୍ୟ ଟିଏ
କ୍ଷମା ଯାଚଜ୍ଞାର ପୂଜା ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଏପାଖ ସେପାଖ
Literature

ଏପାଖ ସେପାଖ

by ଆଲୋକ କୁମାର ପ୍ରଧାନ
March 16, 2026

ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ମାର୍ଚ୍ଚ ୨୦୨୬ ଥିଲା ଥିଲା ବୋଲି କହିଲେ କି ହେବ ନଥିବା ଭିଡ଼ରେ ଥାଇ ଥିଲାର ସନ୍ତିଲା ନଥିଲା ଭୋକକୁ...

Read more
“ଟଙ୍କା ଖିଆ, ନରାସୁର”

“ଟଙ୍କା ଖିଆ, ନରାସୁର”

March 14, 2026
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.