• About
  • Contact
Wednesday, September 2, 2026
Wednesday, September 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ମିଶନ ଧାମନଗର : ବିଜେପି ପାଇଁ କର ଅବା ମର !

ମିଶନ ଧାମନଗର : ବିଜେପି ପାଇଁ କର ଅବା ମର !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୪ ଅକ୍ଟୋବର ୨୦୨୨

ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଯାଉଛି ଧାମନଗର ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ତତ୍ପରତା । ୨୦୧୯ ସାଧାରଣ ନିର୍ବାଚନରେ ଏହି ଆସନରୁ ବିଜୟୀ ହୋଇଥିଲେ ବିଜେପିର ବିଷ୍ଣୁ ଚରଣ ସେଠୀ । ସେ ବିଜୁ ଜନତା ଦଳର ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୪,୬୨୫ ଖଣ୍ଡ ଭୋଟରେ ହରାଇ ବିଜୟଲାଭ କରିଥିଲେ । ତାଙ୍କର ଅକାଳ ବିୟୋଗ ପରେ ଏହି ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ଗତ ନିର୍ବାଚନରେ ବିଷ୍ଣୁ ଚରଣ ସେଠୀଙ୍କୁ ୮୦,୧୧୧ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୭୫,୪୮୨ଖଣ୍ଡ ଭୋଟ ମିଳିଥିଲା । ବିଜେପି ଏହି ଆସନରେ ୪୮ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେଡିକୁ ମିଳିଥିଲା ୪୬ ପ୍ରତିଶତ ଭୋଟ । କଂଗ୍ରେସକୁ ମିଳିଥିଲା ମାତ୍ର ୪ ପ୍ରତିଶତ ଭୋଟ । ତେଣୁ ଏହି ଆସନରେ ଏଥର ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବା ଏକ ପ୍ରକାର ନିଶ୍ଚିତ ।

ଯଦି ୨୦୧୪ ନିର୍ବାଚନ ଉପରେ ନଜର ପକାଇବା ତେବେ ଏହି ଆସନରୁ ବିଜେଡି ପ୍ରାର୍ଥୀ ମୁକ୍ତିକାନ୍ତ ମଣ୍ଡଳ ୭୧,୫୩୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀଙ୍କୁ ମିଳିଥିଲା ୬୨,୩୪୬ ଖଣ୍ଡ ଭୋଟ । ବିଜେଡିର ଭୋଟ ପ୍ରତିଶତ ୪୮ ପ୍ରତିଶତ ଥିବା ବେଳେ ବିଜେପିର ଭୋଟ ପ୍ରତିଶତ ୪୨ ପ୍ରତିଶତ । ସେହିପରି ୨୦୦୯ ମସିହାର ନିର୍ବାଚନରେ ଏହି ଆସନରୁ ବିଜେଡିରୁ ଲଢ଼ି ବିଜୟୀ ହୋଇଥିଲେ ରାଜେନ୍ଦ୍ର ଦାସ । ତାଙ୍କୁ ୪୮,୪୨୪ ଖଣ୍ଡ ଭୋଟ ସହ ମିଳିଥିଲା ୩୯ ପ୍ରତିଶତ ସମର୍ଥନ । ବିଜେପିର ବିଷ୍ଣୁ ଚରଣ ସେଠୀ ୪୩,୪୮୦ ଖଣ୍ଡ ଭୋଟ ସହ ୩୫ ପ୍ରତିଶତ ସମର୍ଥନ ପାଇବାରେ ସକ୍ଷମ ହୋଇଥିଲେ । ୨୦୦୯ରେ ବିଜୟ ବ୍ୟବଧାନ ୪,୯୪୪ ଥିବା ବେଳେ ୨୦୧୪ରେ ଥିଲା ୯,୧୯୨ ଖଣ୍ଡ ଭୋଟ । ୨୦୧୯ରେ ମଧ୍ୟ ବିଜୟ ବ୍ୟବଧାନ ଥିଲା ମାତ୍ର ୪,୬୨୫ ଖଣ୍ଡ ଭୋଟ । ବିଗତ ୩ଟି ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ହୋଇଥିବା ଲଢ଼େଇରେ ବିଜୟ ବ୍ୟବଧାନ ୨ ରୁ ୬ ପ୍ରତିଶତ ଭୋଟ ଭିତରେ ସୀମିତ ରହିଛି । ଏହା ଦର୍ଶାଉଛି ଯେ, ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେବାର ସମସ୍ତ ସମ୍ଭାବନା ରହିଛି ।

୨୦୧୯ରେ ପ୍ରମୁଖ ବିରୋଧୀ ଦଳ ମାନ୍ୟତା ପାଇଥିବା ବିଜେପି ୨୩ଟି ବିଧାନସଭା ଆସନରେ ବିଜୟ ଲାଭ କରିଥିଲା । ମାତ୍ର ବାଲେଶ୍ୱର ଉପନିର୍ବାଚନରେ ଏହି ଆସନଟି ହାତରୁ ଯିବାପରେ ଆସନ ସଂଖ୍ୟା ୨୨କୁ ଖସି ଆସିଲା । ଗତ ପୌର ନିର୍ବାଚନତ ଓ ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରମୁଖ ବିରୋଧୀ ଦଳ ଭାବେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ହୋଇଛି । ଏବେ ଜାତୀୟ ସଭାପତି ଜେ.ପି. ନଡ୍ଡାଙ୍କର ଓଡିଶା ଗସ୍ତ ପରେ ରାଷ୍ଟ୍ରୀୟ ସଭାପତିଙ୍କ ଇଶାରାରୁ ସ୍ପଷ୍ଟ ଯେ, ବିଜେପି ଶାସକଦଳ ବିଜେଡି ସହ ଲଢ଼ିବା ପାଇଁ ପ୍ରସ୍ତୁତ ହେବ । ମାତ୍ର ବଡ଼ ପ୍ରଶ୍ନ ଏହି ନିର୍ବାଚନ ପରିଚାଳନାର ଦାୟିତ୍ୱ କାହା ହାତରେ ଦଳ ଟେକିଦେବ?

 ଯଦି ରାଜ୍ୟ ବିଜେପିର ପ୍ରଭାବଶାଳୀ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନିର୍ବାଚନର ଦାୟିତ୍ୱ ନିଜ କାନ୍ଧକୁ ନିଅନ୍ତି ତେବେ ହୁଏତ ଫଳାଫଳ କିଛି ଭିନ୍ନ ହୋଇପାରେ । ନଚେତ ବିଜେପି ଠାରୁ ଅଧିକ କିଛି ଆଶା କରାଯାଇନପାରେ । ଗତ ବାଲେଶ୍ୱର ଉପନିର୍ବାଚନରେ ରାଜ୍ୟ ବିଜେପିର ନେତାମାନଙ୍କ ଭିତରେ ଥିବା ଗୋଷ୍ଠୀ କନ୍ଦଳ ପଦାକୁ ଆସିଲା ଓ ଜିତିବା ଆସନ ମଧ୍ୟ ବିଜେପି ଠାରୁ ବିଜେଡି ଛଡ଼ାଇନେଲା । ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ବରିଷ୍ଠ ନେତା ଖାରବେଳ ସ୍ୱାଇଁଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ସ୍ଥାନୀୟ ଅଞ୍ଚଳର ପ୍ରଭାବଶାଳୀ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଭୂମିକା ଏଠାରେ ବେଶ ଗୁରୁତ୍ୱ ରଖେ । ମାତ୍ର ଏମାନଙ୍କ ମଧ୍ୟରେ ସମନ୍ୱୟ ରଖି ନିର୍ବାଚନ ପରିଚାଳନା କରିବା ବିଜେପି ପାଇଁ କାଠିକର ପାଠ । ଯଦି ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାହିଁବେ ଓ ଏହି ନେତା ମାନଙ୍କୁ ସାଙ୍ଗରେ ଧରି ପ୍ରଚାରର ଦାୟିତ୍ୱ ନେବେ ତେବେ ହୁଏତ ବିଜେପି ଏଠାରେ ବିଜେଡିକୁ କଡ଼ା ଟକ୍କର ଦେଇପାରେ , ନହେଲେ ବିଜେଡିର ମାଳ ମାଳ ମନ୍ତ୍ରୀ ଓ ବିଧାୟକ ମାନେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ଏହି ଆସନକୁ ସହଜରେ ବିଜେପି ଠାରୁ ଛଡ଼ାଇ ନେବେ । କାରଣ ଶାସକ ବିଜେଡିର ରଣନୀତି, ଅର୍ଥବଳ ଓ ପ୍ରଶାସନିକ କଳ ଆଗରେ କେହି ତିଷ୍ଠିବା ମୁସ୍କିଲ, ଯାହା ବିଗତ ଦିନରେ ହୋଇଥିବା ଉପନିର୍ବାଚନ ଫଳାଫଳ ରୁ ସ୍ପଷ୍ଟ ହୋଇଛି ।

 ଯଦି ବିଜେପିର ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନନିଅନ୍ତି ତେବେ ବିଜେପି ଏହି ନିର୍ବାଚନ ଲଢ଼ୁନାହିଁ ବୋଲି ବୁଝିବାକୁ ହେବ । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବାର୍ତ୍ତା ଯଦି ଠିକ୍ ଥାଏ, ତେବେ ଏହି ନିର୍ବାଚନର ଫଳାଫଳ ସ୍ପଷ୍ଟ କରିବ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ଲଢ଼େଇ ହେବ କି ନାହିଁ । ବିଜେପିର ଓଡ଼ିଶାରେ ନେତୃତ୍ୱ କିଏ ନେବ ? ଧର୍ମେନ୍ଦ୍ର ପ୍ରଧାନ ନା ଆଉ କିଏ ? ଧର୍ମେନ୍ଦ୍ରଙ୍କ ବ୍ୟତିତ ଆଉ କାହା ଉପରେ ଦଳ ନିର୍ଭର କରିପାରିବ କି ? ମିଳିତ ନେତୃତ୍ୱରେ ବିଜେପି ଆଗାମୀ ନିର୍ବାଚନ ଲଢ଼ିବାକୁ ଯାଉଛି କି ? ବିଧାନସଭା ଆସନ ଉପରେ ଦଳ ଫୋକସ କରିବକି ? ଏ ସମସ୍ତ ପ୍ରଶ୍ନର ଉତ୍ତର ମିଳବ ଧାମନଗରର ଫଳାଫଳରୁ ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.