• About
  • Contact
Saturday, June 13, 2026
Saturday, June 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁମେ ମୋର ପୂଣ୍ୟପ୍ରାଣ ସେହି ଜନ୍ମଦାତା (ବାପା)

ତୁମେ ମୋର ପୂଣ୍ୟପ୍ରାଣ ସେହି ଜନ୍ମଦାତା (ବାପା)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, ୧୧ ଅକ୍ଟୋବର ୨୦୨୨

ଆକାଶବି ହାରିଯାଏ ମାପି ଉଦାରତା
ସାଗର ଗଡାଏ ଲୁହ ମାପି ଗଭୀରତା
ମାଟି ହାରିଯାଏ ପରଖିଲେ ବିଶାଳତା
ତୁମେ ମୋର ପୂଣ୍ୟପ୍ରାଣ ସେହି ଜନ୍ମଦାତା ।।

ପହିଲି ଶବ୍ଦ ତୁମକୁ ନାହିଁ ମୋ ସ୍ମରଣ
ତୁମେହିଁ ତ ମୋର ଜନ୍ମ ଜାତକ କାରଣ
ଦେଖିଛି ଧର୍ଯ୍ୟ ମେରୁ ବିଶ୍ୱାସର ସତ୍ତା
ତୁମେ ମୋର ପୂଣ୍ୟପ୍ରାଣ ସେହି ଜନ୍ମଦାତା ।।

ସହସ୍ର ନିହାଣ ମୁନେ ପାଷାଣ ଆଘାତ
ଭିନ୍ନ ତଦାରଖ ତୁମେ ନିଃସ୍ବାର୍ଥେ ନିଃସର୍ତ୍ତ
ସ୍ତବ୍ଧ ଉଚ୍ଚାରଣେ ତୁମେ ପୂଣ୍ୟମୟ ଗୀତା
ତୁମେ ମୋର ପୂଣ୍ୟପ୍ରାଣ ସେହି ଜନ୍ମଦାତା ।।

ମୁଁ ତୁମ ଦସ୍ତାବିଜ ନଭଶ୍ଚୁମ୍ଭି ଆଶା
ତୁମ ଆଦର ସମ୍ଭ୍ରାନ୍ତ ସ୍ବାଭିମାନ ଦିଶା
ଶକ୍ତି ସାମର୍ଥ୍ୟର ତୁମେ ମୋର ପ୍ରାଣକର୍ତ୍ତା
ତୁମେ ମୋର ପୂଣ୍ୟପ୍ରାଣ ସେହି ଜନ୍ମଦାତା ।।

ଆଞ୍ଜୁଳେ ଲୁହରେ ତୁମେ ଏକାକୀ ଆଳାପ
ପାଶ୍ଚାତ୍ୟ ପ୍ରାଚୁର୍ଯ୍ୟ ବକ୍ଷେ ସଂସ୍କାର ବିଳାପ
ଅପହୃତ ସମୟର ମାଟିକାନ୍ଥ ଚିତା
ତୁମେ ମୋର ପୂଣ୍ୟପ୍ରାଣ ସେହି ଜନ୍ମଦାତା ।।

ଅଖଣ୍ଡିତ ସୂର୍ଯ୍ୟ ରଶ୍ମି ସ୍ନିଗ୍ଧ ସୌଭାଗ୍ୟ ରେ
ଜାଗିଉଠେ ଅନ୍ତଃସ୍ବର ନିରୁତା ଶୃଙ୍ଗାରେ
ଜନ୍ମ ଜନ୍ମାନ୍ତର ପୂଣ୍ୟ ସବୁଜ ମୁଗ୍ଧତା
ତୁମେ ମୋର ପୂଣ୍ୟପ୍ରାଣ ସେହି ଜନ୍ମଦାତା ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

କୃଷକ
Literature

କୃଷକ

by ଡ଼ଃ. ଗିରିଜା ଶଙ୍କର ମିଶ୍ର
June 3, 2026

ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୩ ଜୁନ୍ ୨୦୨୬ ଲକ୍ଷ୍ୟ ତା ସୁନାର ଫସଲ ମାଟି ସହ ମାଟି ହୋଇ ଆଣେ ମାଟି - ଉର୍ବରତା...

Read more
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.