• About
  • Contact
Friday, April 17, 2026
Friday, April 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କିଏ ଫସିଛି କାହା ଫାଶରେ…?

କିଏ ଫସିଛି କାହା ଫାଶରେ…?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୧ ଅକ୍ଟୋବର ୨୦୨୨

ରିଲ୍ ଲାଇଫ୍ ର ପ୍ରଯୋଜକଙ୍କ କାହାଣୀରେ ରିୟଲ୍ ଲାଇଫ୍ ର ନେତା ମାନଙ୍କ ଅଭିନୟ ଏବେ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ସୋସିଆଲ ମିଡ଼ିଆରେ କାଷ୍ଟିଙ୍ଗ କାଉଚ୍ ର ଅଭିଯୋଗ ଆସିଲା ଜଣେ ନାମକରା ପ୍ରଯୋଜକଙ୍କ ନାଁ ରେ । ନିଜର ସମ୍ମାନ ବଞ୍ଚାଇବାକୁ ଯାଇ ପ୍ରଯୋଜକ ମଧ୍ୟ କଲେ ପାଲଟା ଅଭିଯୋଗ । ସୋସିଆଲ ମିଡ଼ିଆରୁ ମିଡ଼ିଆ ମାତିଗଲେ ଏହି ଖବରକୁ ନେଇ । ହଠାତ୍ କାହାଣୀଟିରେ ଏକ ଟ୍ଵିଷ୍ଟ ଦେଖିବାକୁ ମିଳିଲା । ବଦଳିଗଲା କାହାଣୀ, ବଦଳିଗଲେ ନାୟକ , ଏହି କାହାଣୀରେ ଭୁବନେଶ୍ୱର କମିଶନରେଟ୍ ପୋଲିସ ମାରିଲା ଏଣ୍ଟ୍ରି । ତା’ପରେ ଜଣେ ଯୁବତୀ ହେଲେ ଗିରଫ । ବାସ୍ ସେତିକିରେ ଏହି କାହାଣୀ ଶେଷ ହେଲା ନାହିଁ , ଆଗକୁ ଆଗକୁ ବଢ଼ି ଚାଲିଲା ଠିକ୍ ମେଗା ସିରିଏଲ୍ ଭଳି । ଗଣମାଧ୍ୟମ ଗୁଡ଼ିକ ଆରମ୍ଭ କରିଦେଲେ କସରତ । ଚାଲିଲା ଟିଭି ଚ୍ୟାନେଲ୍ ଗୁଡ଼ିକରେ ଧାରା ବିବରଣୀ…। କିଏ କହିଲା ମାୟାବିନୀ କିଏ କହିଲା କୁହୁକିନୀ ତ ଆଉ କିଏ କହିଲେ ବ୍ଲାକମେଲ କରୁଥିବା ଯୁବତୀ, ତାଙ୍କର ରଙ୍ଗଶାଳାର ବର୍ଣନା ଟିଭି ଓ ଖବର କାଗଜରେ । ବିଚରା ଲୋକେ କରିବେ କ’ଣ ? ଲୋକମାନଙ୍କର ଆଲୋଚନାର ବିଷୟବସ୍ତୁ ପାଲଟିଗଲେ ଜଣେ ଅଜଣା ଯୁବତୀ । କିଏ ଏହି ଯୁବତୀ ? କିପରି ଚଳାଉଥିଲେ ରାଜଧାନୀରେ ରଙ୍ଗଶାଳା ? କେଉଁ ବ୍ୟକ୍ତି ମାନେ ଆସୁଥିଲେ ତାଙ୍କ ସାନିଧ୍ୟ ପାଇବାକୁ ? ଆସୁଥିବା ଆମ ନେତା ,ମନ୍ତ୍ରୀମାନେ କିଏ ? ପୋଲିସ ଏମାନଙ୍କ ତାଲିକା ପ୍ରକାଶ କରିବ ତ ? ଗଣମାଧ୍ୟମ ଏହି ନେତା, ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ସାମ୍ନାକୁ ଆଣିବ ତ ? ରାଜନୈତିକ ଦଳମାନେ ଏମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବେ ତ ? ଏଭଳି ଅନେକ ପ୍ରଶ୍ନ ଏବେ ଲୋକ ମାନଙ୍କ ମନ ଭିତରେ ଉଙ୍କି ମାରୁଛି ।

ଏବେ ଆସିବା ଅସଲ ପ୍ରସଙ୍ଗକୁ । ପ୍ରଥମେ ହୋଇଥିବା କାଷ୍ଟିଙ୍ଗ କାଉଚ୍ ଅଭିଯୋଗ ର ତଦନ୍ତ କୁଆଡ଼େ ଗଲା ? ଯେଉଁ ପ୍ରଯୋଜକଙ୍କ ବିରୋଧରେ ଅଭିଯୋଗ ଆସିଥିଲା ସେ ଏଥିରେ ଦୋଷୀ ନାଁ ନିର୍ଦୋଷ ? ଅଭିଯୋଗ କରିଥିବା ଯୁବତୀ ଓ ଫିଲ୍ମ ପ୍ରଯୋଜକଙ୍କ ମଧ୍ୟରୁ କିଏ ସତ କହୁଥିଲା ? ସର୍ବୋପରି ଏହି ଅଭିଯୋଗର ଆଇନଗତ ଦିଗ ବାବଦରେ ବେଶି କିଛି ଜଣାପଡ଼ିଲା । ପରେ ପରେ ପ୍ରଯୋଜକଙ୍କ ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ ର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ଯୁବତୀ ଗିରଫ ହେବା ପ୍ରସଙ୍ଗ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ଯଦି ଏହି ଯୁବତୀଙ୍କ ନାଁରେ ଆଗରୁ ଏକାଧିକ ବ୍ଲାକମେଲିଂର ଅଭିଯୋଗ ଥିଲା ତେବେ କମିଶନରେଟ୍ ପୋଲିସ କରୁଥିଲା କ’ଣ ? କାହିଁକି ଏହି ଯୁବତୀଙ୍କୁ ଧରିବାକୁ ଚେଷ୍ଟା କରୁନଥିଲା ପୋଲିସ ? ପୋଲିସ କାହା ଚାପରେ ଆସି ଆଗରୁ ଥିବା ଅଭିଯୋଗ ଗୁଡ଼ିକ ଉପରେ ବସି ଯାଇଥିଲା ? ରାତାରାତି ତ ରାଜଧାନୀରେ ଏହି ରଙ୍ଗଶାଳା ତିଆରି ହୋଇନଥିବ, ଏ ବାବଦରେ କମିଶନରେଟ୍ ପୋଲିସ ଜାଣିଥିଲା ନା ନାହିଁ ? ବହୁ ନେତା, ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ମାନେ ଯଦି ଏହି ରଙ୍ଗଶାଳାକୁ ଯିବା ଆସିବା କରୁଥିଲେ ଓ ଦାମୀ ଗାଡ଼ି ଏହି ଘର ସାମ୍ନାରେ ରହୁଥିଲା ତାହା ଜାଣିବା କ’ଣ ପୋଲିସର ଦାୟିତ୍ୱ ନୁହେଁ କି ? ଏବେ ଯଦି ପୋଲିସ ସବୁ ଜାଣିବା ପରେ ଯୁବତୀଙ୍କୁ ଗିରଫ କଲା, ତେବେ ଯୁବତୀଙ୍କ ସହିତ ସମ୍ପର୍କ ରଖୁଥିବା ନେତା, ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କ ନାଁ ସାମ୍ନାକୁ ଆଣୁନି କାହିଁକି ?

ହଠାତ୍ ନିଦରୁ ଉଠିବା ଭଳି ଗଣମାଧ୍ୟମ ଗୁଡ଼ିକ ମଧ୍ୟ ଏହି ଖବରରେ କେବଳ ଯୁବତୀଙ୍କ ରଙ୍ଗଶାଳା, କୋଠାବାଡ଼ି, ସମ୍ପତ୍ତି ଓ ହାତଗଣତି କିଛି ନେତାଙ୍କ ଫଟୋ ଦେଖାରେ ସୀମିତ ରହୁଛନ୍ତି କାହିଁକି ? କୁଆଡ଼େ ଗଲା ସେମାନଙ୍କ ଅନୁସନ୍ଧାନ ମୂଳକ ସାମ୍ବାଦିକତା ? ଖାଲି ମାଳମାଳ ନେତା ଅଛନ୍ତି ବୋଲି କହି କ’ଣ ହାତ ଝାଡ଼ି ଦେବା ଗଣମାଧ୍ୟମ ଗୁଡ଼ିକ ର ଦାୟିତ୍ୱ ? ଏହି ଖବର ଦେଖାଇ ଲୋକଙ୍କୁ ଭକୁଆ ବନାଉଥିବା ଗଣମାଧ୍ୟମ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ନାଁ କୁ ସର୍ବ ସାଧାରଣରେ ପ୍ରକାଶ କରିପାରିବ କି ?

ସେହିପରି ଯେଉଁ ରାଜନୈତିକ ଦଳର ନେତା ମାନଙ୍କ ସମ୍ପୃକ୍ତି କଥା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ସେମାନଙ୍କ ବିରୋଧରେ ଦଳର ସୁପ୍ରିମୋ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ବସିଛନ୍ତି କାହିଁକି ? ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ଘଟଣାରେ ସମ୍ପୃକ୍ତ ଯୁବତୀ ଜଣକ କ’ଣ ଏକାକୀ ସବୁ କାର୍ଯ୍ୟ କରୁଥିଲେ ନା ତାଙ୍କ ସହିତ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି , ଯେଉଁ ମାନଙ୍କୁ ସାମ୍ନାକୁ ଆଣିବାକୁ ପୋଲିସ ଓ ଗଣମାଧ୍ୟମ ଉଭୟ ଚାପ ଭିତରେ ରହିଛନ୍ତି କି ? ପ୍ରଯୋଜକଙ୍କ ଫାଶରେ ଯୁବତୀ, ନା ଯୁବତୀଙ୍କ ଫାଶରେ ପ୍ରଯୋଜକ, ନେତା, ପୋଲିସ ଓ ଗଣମାଧ୍ୟମ ? ଏପରିକି ବହୁ ନେତା ଓ ପ୍ରଶାସକଙ୍କ ସହ ନିବିଡ଼ ସମ୍ପର୍କ ରଖିଥିବା ଶୁଣିବାକୁ ମିଳୁଥିବା ଜଣେ ପ୍ରଯୋଜକଙ୍କୁ ଖସାଇବା ପାଇଁ ଉଦ୍ୟମ କରାଯାଉନି ତ ? ଏହି ଖବର ପଢ଼ିବା ଓ ଦେଖିବାରେ ରୁଚି ରଖୁଥିବା ବ୍ୟକ୍ତି ବିଶେଷ ମାନେ ଭାବନ୍ତୁ ତ କିଏ ଫସିଛି କାହା ଫାଶରେ…?

Nirvik Bureau

Nirvik Bureau

Related Posts

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?
Politics

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

by Nirvik Bureau
April 9, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୯ ଏପ୍ରିଲ, ୨୦୨୬ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ଡ. ସସ୍ମିତ୍ ପାତ୍ର। ଦଳ ସଭାପତି ନବୀନ...

Read more
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

March 28, 2026
ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

March 17, 2026
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.