• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଧମାକା ହେବ କି ଧାମନଗରରେ ?

ଧମାକା ହେବ କି ଧାମନଗରରେ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଅକ୍ଟୋବର ୨୦୨୨

ଧାମନଗର ଉପନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ବାବା ହରେକୃଷ୍ଣ ସେଠୀ ଙ୍କୁ କଂଗ୍ରେସ କରିଛି ପ୍ରାର୍ଥୀ ଓ ଅବନ୍ତୀ ଦାସ ଙ୍କୁ ପ୍ରାର୍ଥୀ କରିଛି ବିଜେଡି । ୩ ଜଣ ଯାକ ପ୍ରାର୍ଥୀ ନବାଗତ ଧାମନଗର ଆସନ ପାଇଁ । ଅନୁକମ୍ପା ଭୋଟ ହାତେଇବା ପାଇଁ ବିଜେପି ଲକ୍ଷ୍ୟ ରଖିଥିବା ବେଳେ ବିଜେଡି ଖେଳିଛି ମହିଳା କାର୍ଡ ।

ତେବେ ଲଢ଼େଇ ରୋଚକ ହେବ ବା ଏକ ପାଖିଆ ହେବ ତାହା ନିର୍ଭର କରୁଛି ବିଜେଡି ଓ ବିଜେପି ଉପରେ । ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଙ୍କ ଚିଠି ଏବେ ଧାମନଗର ଉପନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି । ରାଜେନ୍ଦ୍ର ଦାସଙ୍କୁ ବିଜେଡି ପ୍ରାର୍ଥୀତ୍ୱରୁ ବଂଚିତ କରିବା ପରେ ଉତକ୍ଷିପ୍ତ ହୋଇପଡିଛନ୍ତି ତାଙ୍କର ସମର୍ଥକ ମାନେ । ସୋସିଆଲ୍ ମିଡ଼ିଆ ଓ ମିଡ଼ିଆରେ ଘୁରି ବୁଲୁଥିବା ଚିଠିଟି ଯଦି ରାଜେନ୍ଦ୍ର ଦାସ ନିଜେ ଲେଖିଥାଆନ୍ତି, ତେବେ ବିଜେଡି ପାଇଁ ଏହା ହେବ ବଡ଼ ଚାଲେଂଜ । ଗୋଟିଏ ପରେ ଗୋଟିଏ ଉପନିର୍ବାଚନ ଜିତି ରେକର୍ଡ କରିଥିବା ଶାସକ ବିଜେଡିରେ ଥିବା ଆଭ୍ୟନ୍ତରୀଣ ଅସନ୍ତୋଷର ଏହା ପରିପ୍ରକାଶ । ଦଳର ଚାପ ଆଗରେ ଯଦି ରାଜେନ୍ଦ୍ର ଓ ତାଙ୍କ ସମର୍ଥକ ମାନେ ମୁଣ୍ଡ ନ ନୁଆଁନ୍ତି ତେବେ ବିଜେଡିକୁ ନିର୍ବାଚନ ଜିତିବା କଷ୍ଟକର ହୋଇପାରେ ।

ଏବେ ନଜର ପକାଇବା ରାଜେନ୍ଦ୍ର ଦାସଙ୍କ ଏହି ଚିଠିରେ କ’ଣ ଅଛି ଓ କାହା ଉଦ୍ଦେଶ୍ୟରେ ଏହି ଚିଠି ଲେଖାଯାଇଛି । ଧାମନଗରବାସୀଙ୍କୁ ସମ୍ବୋଧିତ କରି ଚିଠି ଲେଖିଛନ୍ତି ରାଜେନ୍ଦ୍ର ଦାସ । ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ସେ ବିଧାୟକ ଥିବା ବେଳେ କୌଣସି ଭୁଲ୍ ନକରି ୨୦୧୪ ରେ ତାଙ୍କର ଟିକେଟ କାହିଁକି ଦଳ କାଟି ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ୨୦୧୯ ରେ ମଧ୍ୟ ତାଙ୍କ ଦଳର କିଛି ବ୍ୟକ୍ତି ବିଶେଷ ତାଙ୍କୁ ଷଡ଼ଯନ୍ତ୍ର କରି ନିର୍ବାଚନରେ ହରାଇଦେଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ଚଳିତ ଉପନିର୍ବାଚନରେ ମଧ୍ୟ ତାଙ୍କୁ ଟିକେଟ ଦେବାପାଇଁ କହିବା ସତ୍ତ୍ୱେ ଶେଷ ମୁହୁର୍ତ୍ତରେ ଦଳୀୟ ଟିକେଟରୁ ବଂଚିତ ହୋଇଥିବା କଥା ସେ କହିଛନ୍ତି । ତେଣୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ କି ନାହିଁ ବୋଲି ଧାମନଗରବାସୀଙ୍କୁ ପଚାରିଛନ୍ତି । ଅତଏବ ଏହି ଚିଠି ହିଁ ବୟାନ କରୁଛି ରାଜେନ୍ଦ୍ର ଦାସଙ୍କ ମନର କୋହ ଓ ଆଖିର ଲୁହକୁ । ଏପରିକି ୨୦୧୪ ପର ଠାରୁ ବିଜେଡିର କିଛି ନେତାଙ୍କ ଦ୍ୱାରା ସେ ଷଡ଼ଯନ୍ତ୍ରର ଶିକାର ହୋଇଥିବା କଥା ମଧ୍ୟ ସ୍ପଷ୍ଟ କରିଛି ଏହି ଚିଠି । ଯଦି ଏହି ଚିଠିକୁ ତର୍ଜମା କରାଯାଏ ତେବେ ରାଜେନ୍ଦ୍ର ଦାସ ନିଜ ଦଳ ଓ କିଛି ନେତାଙ୍କ ଉପରେ ଅସନ୍ତୁଷ୍ଟ ଥିବା କଥାକୁ ଲୁଚାଇପାରିବ କି ବିଜେଡି ? ରାଜେନ୍ଦ୍ରଙ୍କ ଭଳି ଜଣେ ଟାଣୁଆ ସଂଗଠକ ଓ ପୂର୍ବତନ ବିଧାୟକଙ୍କୁ ଦଳ ଗୁରୁତ୍ୱ ଦେଇନାହିଁ ଏହି କଥାକୁ ଅସ୍ୱୀକାର କରାଯାଇପାରିବ କି ? ହାତ ଗଣତି କିଛି ନେତାଙ୍କ ଦ୍ୱାରା ଦଳର ନୀତି ନିର୍ଦ୍ଧାରଣ ହେଉଛି ଓ ଟିକଟ ବଣ୍ଟନରେ ଏକତରଫା ନିଷ୍ପତ୍ତି ନିଆଯାଇଛି ବୋଲି ରାଜେନ୍ଦ୍ରଙ୍କ ଚିଠି ବୟାନ କରୁନାହିଁ କି ? ରାଜେନ୍ଦ୍ରଙ୍କୁ ବିଜେଡି ମନାଇ ନପାରିଲେ ଏହା ବିଜେଡି ପାଇଁ ବୁମେରାଂ ହେବ ନାହିଁ ତ ?

ସେହିପରି ବିଜେପିରେ ମଧ୍ୟ ପ୍ରାର୍ଥୀତ୍ୱକୁ ନେଇ ଦ୍ଵନ୍ଦ ନଥିଲେ ବି ଦଳର ପ୍ରଚାର ଦାୟିତ୍ୱ କିଏ ନେବ ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରୁନାହିଁ । ଏହି ଆସନଟିକୁ ବିଜେପି ନିଜ ପାଖରେ ରଖିବାକୁ ଚାହୁଁଛି କି ନାହିଁ ତାହା ଏପର୍ଯ୍ୟନ୍ତ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ସ୍ପଷ୍ଟ କରୁନାହାନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟତୀତ ଆଉ କେହି ଯଦି ଦାୟିତ୍ୱ ନିଅନ୍ତି ତେବେ ଏଠାରେ ଉପନିର୍ବାଚନ ଜିତିବା ବିଜେପି ପାଇଁ ଆଦୌ ସହଜ ହେବ ନାହିଁ । ୨୦୧୭ ପଞ୍ଚାୟତ ନିର୍ବାଚନ ପରଠାରୁ ଏହା ପ୍ରମାଣିତ ହୋଇଛି ଯେ, ଧର୍ମେନ୍ଦ୍ର ପ୍ରଧାନ ଚାହିଁଲେ ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ଲଢ଼େଇ ସମ୍ଭବ ହେବ । ମାତ୍ର ୨୦୧୯ ପରଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ରାଜନୀତି ପ୍ରତି ଅନାସକ୍ତ ଭାବର ପ୍ରତିଫଳନ ଦେଖିବାକୁ ମିଳିଛି ବିଗତ ପଞ୍ଚାୟତ, ପୌର ଓ ଉପନିର୍ବାଚନ ଗୁଡ଼ିକରେ । ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ ଆଦି ନେତା ଯେତେ ଚେଷ୍ଟା କଲେ ମଧ୍ୟ ନିର୍ବାଚନରେ ବିଜେପିକୁ ଜିତାଇବା ସମ୍ଭବ ନୁହେଁ ବୋଲି ରାଜ୍ୟ ବିଜେପିର କର୍ମୀମାନେ ବୁଝି ସାରିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ରୀୟ ନେତା ଏହି ନିର୍ବାଚନ ପରିଚାଳନାର ଭାର ଦେବେ କି ? କେନ୍ଦ୍ରୀୟ ବିଜେପି ନେତା ଏହି ଆସନଟିକୁ ଜିତିବାକୁ ଚାହୁଁଛନ୍ତି କି ? ଏହି ପ୍ରଶ୍ନର ଉତ୍ତର ଯଦି ‘ହଁ’ ହୁଏ ତେବେ ହୁଏତ ଧାମନଗରରେ ଲଢ଼େଇ ରୋଚକ ହୋଇପାରେ ।

ସେହିପରି କଂଗ୍ରେସ ଯଦି ବ୍ରଜରାଜନଗର ଉପନିର୍ବାଚନ ଭଳି ଏକାଠି ଲଢ଼ିବାକୁ ପ୍ରସ୍ତୁତ ହୁଏ ତେବେ ହୁଏତ ପ୍ରାର୍ଥୀଙ୍କ ଅମାନତ ରହିଯାଇପାରେ ନଚେତ୍ ପୂର୍ବର ଉପନିର୍ବାଚନ ଗୁଡ଼ିକ ଭଳି କଂଗ୍ରେସର ଅସ୍ତିତ୍ୱ ବଞ୍ଚାଇବା କଷ୍ଟକର ହେବ । ସବୁଠାରୁ ବଡ଼କଥା ହେଉଛି ବିଜେଡିର ଚାପ ଆଗରେ ରାଜେନ୍ଦ୍ର ଦାସ କେତେ ସମୟ ତିଷ୍ଠି ରହି ପାରିବେ ? ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ତ ? ଆଉ ଯଦି ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରନ୍ତି ତେବେ ଧାମନଗରର ଫଳାଫଳ କିଛି ଭିନ୍ନ ବାର୍ତ୍ତା ଦେଇପାରେ । ତେବେ ବିଜେପି ନିର୍ଭର କରୁଛି ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଓ ବିଜେଡି ନିର୍ଭର କରିବ ରାଜେନ୍ଦ୍ର ଦାସଙ୍କ ନିଷ୍ପତ୍ତି ଉପରେ ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.