• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଏକା ଏକା ଅପରାଜିତା …

ଏକା ଏକା ଅପରାଜିତା …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୦ ଅକ୍ଟୋବର ୨୦୨୨

International Parliamentary Union ର ସଦସ୍ୟ ନିର୍ବାଚିତ ହେବାପରେ ଓଡ଼ିଶା ଫେରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ବିମାନ ବନ୍ଦରରୁ ହଜାର ହଜାର ବିଜେପି କର୍ମୀ ଅପରାଜିତାଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି । ଏପରିକି ଭୁବନେଶ୍ୱର ସାଂସଦ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅପରାଜିତାଙ୍କୁ ସ୍ୱାଗତ କରିବାକୁ କର୍ମୀ ମାନେ ବିଭିନ୍ନ ପ୍ଲାକାର୍ଡ ସହିତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ବିମାନ ବନ୍ଦରରେ । ତା ସାଙ୍ଗକୁ ସହର ସାରା ଛାଇ ଯାଇଥିଲା ଅପରାଜିତାଙ୍କ ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର । ତେବେ ଅପରାଜିତାଙ୍କ ଏହି ମେଗା ଆୟୋଜନ କ’ଣ ପାଇଁ ? ଏପରି ଜୋରଦାର ସ୍ୱାଗତ ପର୍ବର ଉଦ୍ଦେଶ୍ୟ କ’ଣ ଥିଲା ? ନିଜ ଦଳ ବିଜେପି ଓ ଶାସକ ଦଳ ବିଜେଡିକୁ ଆଖି ଆଗରେ ରଖି ଏଭଳି ଏକ “ପାୱାର ଶୋ” ର ଆୟୋଜନ କରାଯାଇଥିଲାକି ?

  

ହଠାତ୍ ରାଜ୍ୟ ବିଜେପି ରାଜନୀତିକୁ ଚଳଚଞ୍ଚଳ କରିବାକୁ ଚେଷ୍ଟା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ବିମାନ ବନ୍ଦରରେ ନିଜର ବହୁ ସମର୍ଥକଙ୍କୁ ଏକାଠି କରି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଅପରାଜିତା ବୋଲି ଚର୍ଚ୍ଚା ହେଉଛି । ହଜାର ହଜାର କର୍ମୀ ସାଂସଦ ଅପରାଜିତାଙ୍କ ସ୍ୱାଗତ କରିବାକୁ ଛୁଟି ଆସିଥିଲେ ରାଜଧାନୀ ଭୁବନେଶ୍ୱରକୁ । ତାଙ୍କର ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନ ସଭା ଆସନରୁ କର୍ମୀ ମାନେ ଏଥିରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ । ମାତ୍ର ରାଜ୍ୟ ବିଜେପିର କୌଣସି ବଡ଼ ନେତାଙ୍କୁ ଏଠି ଦେଖିବାକୁ ମିଳିନଥିଲା । କେହି ବି ଜଣେ ଅପରାଜିତାଙ୍କୁ ସ୍ୱାଗତ ପାଇଁ ଯାଇନଥିଲେ ବିମାନବନ୍ଦରକୁ । କେବଳ ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କ ସମେତ ଅପରାଜିତାଙ୍କ ଦୃଢ଼ ସମର୍ଥକ ମାନଙ୍କୁ ଏହି ଶୋଭାଯାତ୍ରାର ଆଗରେ ଦେଖିବାକୁ ମିଳିଥିଲା । ନିଜର ବହୁ ସମର୍ଥକଙ୍କ ସହ ଚାଲି ଚାଲି ଆସିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।

କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁଭଳି ଭାବେ ବିଜେଡିର କର୍ମୀ ମାନେ ଜୋରଦାର ସ୍ୱାଗତ କରି ବିମାନବନ୍ଦରରୁ ପାଛୋଟି ଆଣିଥିଲେ, ଠିକ୍ ସେଇ ଭଳି ଅନ୍ଦାଜରେ ଅପରାଜିତାଙ୍କ ସମର୍ଥକ ମାନଙ୍କର ଏହି ମେଗା ସମ୍ବର୍ଦ୍ଧନା ପଦଯାତ୍ରାର ଆୟୋଜନ ଥିଲା । ବିମାନ ବନ୍ଦରରୁ ଚାଲି ଚାଲି ଅପରାଜିତା ନିଜର କର୍ମୀ ମାନଙ୍କ ଠାରୁ ସ୍ୱାଗତ ସମ୍ବର୍ଦ୍ଧନା ଗ୍ରହଣ କରିବା ସହ ସେମାନଙ୍କୁ ଭିନ୍ନ ଅନ୍ଦାଜରେ କୃତଜ୍ଞତା ଜ୍ଞାପନ କରୁଥିବାର ଦେଖିବାକୁ ମିଳୁଥିଲା । ତେବେ ଅପରାଜିତା ଷଡ଼ଙ୍ଗୀଙ୍କ ଏଭଳି ବିଶାଳ ଆୟୋଜନ ବାବଦରେ ରାଜ୍ୟ ବିଜେପିର ନେତାମାନେ ଜାଣିଥିଲେ ନା ନାହିଁ ତାହା ବୁଝା ପଡ଼ୁନଥିଲା । କାରଣ ରାଜ୍ୟ ବିଜେପିର ନେତାମାନେ ଏବେ ଧାମନଗର ଉପନିର୍ବାଚନ ପାଇଁ ବ୍ୟସ୍ତ ଥିବାବେଳେ ଅପରାଜିତାଙ୍କ ଏହି ଆୟୋଜନରେ କୌଣସି ଆଗଧାଡ଼ିର ନେତାଙ୍କୁ ଦେଖିବାକୁ ମିଳିଲା ନାହିଁ ।

ଭୁବନେଶ୍ୱର ସାଂସଦଙ୍କୁ ଏଭଳି ସ୍ୱାଗତ କରିବା ପଛର ଉଦ୍ଦେଶ୍ୟ କ’ଣ ହୋଇଥାଇ ପାରେ ? ପ୍ରତିପକ୍ଷ ବିଜେଡିର ଶୀର୍ଷ ନେତୃତ୍ୱ ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପକୁ ଟାର୍ଗେଟ କରିବାକୁ ଏଭଳି ଆୟୋଜନ ହୋଇଥିଲା କି ? ବିଜେପି ଛାଡ଼ିବା ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିବା ନେଇ ଏଭଳି ବ୍ୟାପକ ଆୟୋଜନ କରିନାହାନ୍ତି ତ ଅପରାଜିତାଙ୍କ ସମର୍ଥକ ମାନେ ? ତେବେ ଏଭଳି ଶକ୍ତି ପ୍ରଦର୍ଶନର ଉଦ୍ଦେଶ୍ୟ ଯାହା ହୋଇ ଥାଉନା କାହିଁକି, ଅପରାଜିତାଙ୍କ “ପାୱାର ଶୋ’ ନେଇ ଏବେ ରାଜ୍ୟ ବିଜେପି ରାଜନୀତିରେ ହଲଚଲ ଆରମ୍ଭ ହୋଇଯାଇଛି । ଏଭଳି ଏକ ବଡ଼ ଆୟୋଜନ କରି ଅପରାଜିତା ନିଜ ଦଳ ଭିତରର ନେତାଙ୍କୁ ଜଣାଇବାକୁ ଚାହୁଁଛନ୍ତି ଯେ, ତାଙ୍କର ଲୋକପ୍ରିୟତା ଏବେ ବି ଅତୁଟ ରହିଛି । ଦଳ ବାହାରେ ମଧ୍ୟ ସେ ନିଜକୁ ବିକଳ୍ପ ନେତୃତ୍ୱ ଭାବେ ଉପସ୍ଥାପିତ କରିବାର କ୍ଷମତା ଆଜି ବି ରଖିଛନ୍ତି ବୋଲି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଭୁବନେଶ୍ୱର ସାଂସଦ । ବିନା ରାଜ୍ୟ ବିଜେପି ନେତାଙ୍କ ସହଯୋଗ ଓ ସମର୍ଥନରେ ଅପରାଜିତା ଆଗକୁ ବିକଳ୍ପ ରାଜନୀତିର ଚେହେରା ହୋଇପାରିବେ ଏହା ତାହାର ଏକ ସଂକେତ ଥିବା ଭଳି ମନେ ହୁଏ ।

ପୂର୍ବରୁ ଦଳ ଠାରୁ ଭିନ୍ନ ଆଭିମୁଖ୍ୟ ରଖି ଯଦିଓ ଅପରାଜିତା ସମାଲୋଚନାର ଶିକାର ହୋଇଛନ୍ତି ମାତ୍ର ପରୋକ୍ଷ ଭାବେ ରାଜ୍ୟ ବିଜେପି ସଂଗଠନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବାରେ ସମର୍ଥ ହୋଇଛନ୍ତି ଏହି ସାଂସଦ । ରାଜ୍ୟ ବିଜେପିରେ ଯଦି ଆଗକୁ ନେତୃତ୍ୱ ପରିବର୍ତ୍ତନ ହୁଏ ତେବେ ଅପରାଜିତା ମଧ୍ୟ ଦୃଢ଼ ଦାବିଦାର ହେବାର ସନ୍ଦେଶ ଦେବାକୁ ଏହି ଆୟୋଜନ କରିନାହାନ୍ତି ତ ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ସମର୍ଥକଙ୍କୁ ଟକ୍କର ଦେବାପାଇଁ ନା କ୍ଷମତାସୀନ ବିଜେଡିର ଶକ୍ତିକେନ୍ଦ୍ର ବିରୋଧରେ ଅପରାଜିତାଙ୍କ ଏହି ଶକ୍ତି ପ୍ରଦର୍ଶନ ତାହା ଏବେ ରାଜନୈତିକ ମହଲରେ ପ୍ରଶ୍ନ ସୃଷ୍ଟି କରିଛି । ଏଭଳି ଏକ ଆୟୋଜନ କରି ଅପରାଜିତା ଷଡ଼ଙ୍ଗୀ ଆଗକୁ ଏକା ଏକା ଯିବାର ମାର୍ଗ ପ୍ରସ୍ତୁତ କରୁନାହାନ୍ତି ତ ?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.