• About
  • Contact
Wednesday, September 2, 2026
Wednesday, September 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଇଏ ବି ଏକ ମଡେଲ୍ …

ଇଏ ବି ଏକ ମଡେଲ୍ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨ ନଭେମ୍ବର ୨୦୨୨

ମନେ ପକାନ୍ତୁ ମହାତ୍ମା ଗାନ୍ଧୀଙ୍କ ତିନି ମାଙ୍କଡ଼ର କଥା । “ଖରାପ ଦେଖିବି ନାହିଁ”, “ଖରାପ ଶୁଣିବି ନାହିଁ”, “ଖରାପ କହିବି ନାହିଁ” । ଆଜିର ଦିନରେ ଏହି ତିନି ମାଙ୍କଡ଼ର ଅର୍ଥ ବଦଳି ଯାଇଛି। ଗୁଜୁରାଟର ମୋର୍ବି ଜିଲ୍ଲାରେ ଏକ ଝୁଲନ୍ତା ପୋଲ ଭାଙ୍ଗିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି । ପାଖାପାଖି ୧୫୦ ବର୍ଷର ଏହି ପୋଲ ଭାଙ୍ଗିବା ଯୋଗୁଁ ୧୪୧ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୧୦୦ ରୁ ଅଧିକ ଲୋକଙ୍କର ପତ୍ତା ମିଳୁନାହିଁ । ମୃତକଙ୍କ ମଧ୍ୟରୁ ୪୭ ଜଣ ଶିଶୁ ଥିବାର ଖବର ମିଳୁଛି । ଏପରିକି ଜାମନଗରରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି ଏହି ଘଟଣାରେ । ଥରେ ଭାବନ୍ତୁ ତ କେତେ ଦୁଃଖ ଦାୟକ ଘଟଣା ଇଏ । ଏବେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ । ଏହି ଦୁର୍ଘଟଣା ଘଟିଲା କିପରି ? ୪୦୦ରୁ ଅଧିକ ଲୋକଙ୍କୁ ଏକା ସମୟରେ ପୋଲ ଉପରକୁ ଯିବାକୁ ଅନୁମତି ଦେଲା କିଏ ? ସୁରକ୍ଷା କର୍ମଚାରୀ, ପୋଲିସ କର୍ମଚାରୀ ଓ ନିକଟସ୍ଥ ମ୍ୟୁନିସିପାଲିଟି କର୍ମଚାରୀ ମାନେ କରୁଥିଲେ କ’ଣ ? କେହି କ’ଣ ଲୋକଙ୍କୁ ଏହି ପୋଲ ଉପରକୁ ଯିବାକୁ ମନା କଲେ ନାହିଁ ? ତେବେ ମରାମତି ପାଇଁ ବନ୍ଦଥିବା ଏହି ପୋଲକୁ ତରବରିଆ ଭାବେ ଖୋଲିବାର ନିଷ୍ପତ୍ତି କିଏ ନେଲା ?

ଏ ସବୁ ପ୍ରଶ୍ନର ଉତ୍ତର ଖୋଜିବା ଦାୟିତ୍ୱ କାହାର ? ଗଣମାଧ୍ୟମ, ସରକାର ଓ ପୋଲିସପ୍ରଶାସନ ନା ଆଉ କାହାର ? ଏହି ଦୁର୍ଘଟଣା ଘଟିବା ପରେ ଯଦି ଦେଶର ସମସ୍ତ ପ୍ରମୁଖ ଗଣମାଧ୍ୟମର ରିପୋର୍ଟକୁ ଅନୁଶୀଳନ କରାଯାଏ ଓ ବିଭିନ୍ନ ରାଜନୈତିକ ନେତାମାନଙ୍କ ବୟାନକୁ ତର୍ଜମା କରାଯାଏ, ତେବେ କ’ଣ ବୁଝାପଡୁଛି ଏଥିରୁ ଆପଣମାନେ ଭଲଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ। ଏହି ଖବର ବାବଦରେ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକରେ ଯେଉଁଭଳି ଭାବେ ଚର୍ଚ୍ଚା ଆଲୋଚନା ହେବାକଥା ତାହା ହେଉଛି କି ? ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍ ର ଆଙ୍କର ମାନେ ଓ ରିପୋର୍ଟର ମାନେ ଘଟଣାସ୍ଥଳରେ ଓ ଷ୍ଟୁଡ଼ିଓରେ ତମ୍ବି ତୋଫାନ କରୁଛନ୍ତି କି ? ବିରୋଧୀ ଦଳ ନେତା ଏହି ଘଟଣା ପାଇଁ ସରକାରୀ ବ୍ୟବସ୍ଥା ଓ ପ୍ରଶାସନିକ ତ୍ରୁଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି କି ? ସର୍ବୋପରି ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରୁଛନ୍ତି କି ? ଗୁଜରାଟର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ଏପରିକି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ଘଟଣାରେ ମର୍ମାହତ ବୋଲି କହିବା ସହ ଦୁଃଖ ପ୍ରକାଶ କରିଛନ୍ତି।

ମନେପକାନ୍ତୁ ୨୦୧୬ ମସିହାରେ କୋଲକାତାର ଏକ ପୋଲ ଭୁଶୁଡ଼ିବାର ଘଟଣାକୁ । ଯେଉଁଥିରେ ୨୬ଜଣଙ୍କ ମୃତ୍ୟୁ ହେବାସହ ୫୦ ଜଣ ଆହତ ହୋଇଥିଲେ । ଏ ବାବଦରେ କ’ଣ କହିଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାହା ସହ ଏହି ପୋଲ ଭୁଶୁଡ଼ିବା ଘଟଣାକୁ ତୁଳନା କରିଥିଲେ ଓ କାହାକୁ ଏଥିପାଇଁ ଦାୟୀ କରିଥିଲେ । ଠିକ୍ ସେହିପରି ୨୦୧୦ ମସିହାରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଦିଲ୍ଲୀର ଏକ ଫୁଟ୍ ଓଭରବ୍ରିଜ୍ ଭାଙ୍ଗି ପଡ଼ିଥିଲା । ପାଖାପାଖି ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା ଏହି ଘଟଣାରେ । ଏହି ଘଟଣା ନେଇ ବିରୋଧୀ ଦଳର ନେତାଙ୍କ ଠାରୁ ଆରମ୍ଭ କରି ଦେଶର ପ୍ରମୁଖ ଗଣମାଧ୍ୟମ ମାନେ କାହାକୁ ଦାୟୀ କରିଥିଲେ ଓ ଏହି ଘଟଣାର ମିଡ଼ିଆ କଭରେଜ୍ କିଭଳି ହୋଇଥିଲା ତାହା ସମସ୍ତଙ୍କୁ ବେଶ୍ ଭଲଭାବରେ ଜଣାଅଛି ।

ଯଦି ଗୋଟିଏ ରେଳ ଦୁର୍ଘଟଣା ପାଇଁ ଦେଶର ରେଳ ମନ୍ତ୍ରୀ ଦାୟିତ୍ୱରେ ଥିବା ସ୍ବର୍ଗତ ଲାଲବାହାଦୁର ଶାସ୍ତ୍ରୀ ନିଜକୁ ଦାୟୀ କରି ଇସ୍ତଫା ଦେଇଥିଲେ ତେବେ ଗୁଜରାଟର ମୋର୍ବି ଘଟଣାରେ ରାଜ୍ୟର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅବା ଅନ୍ୟ ପ୍ରଭାବଶାଳୀ ନେତାମାନେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି କି ? ଏମାନଙ୍କୁ କେହି ଦାୟୀ ବୋଲି କହୁଛନ୍ତି କି ? କୋଲକାତା ଓ ଦିଲ୍ଲୀ ଘଟଣାରେ ଭାରତର ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର କଭରେଜ ଭଳି ଗୁଜରାଟର ମୋର୍ବୀ ଘଟଣାର ବିସ୍ତୃତ କଭରେଜ ମିଡ଼ିଆ କରୁଛି କି ? ଏହି ପ୍ରଶ୍ନର ଉତ୍ତର ହେଉଛି “ନାଁ” । କାରଣ ଏହି ଘଟଣା ଯେଉଁ ରାଜ୍ୟରେ ଘଟିଛି ସେହି ରାଜ୍ୟ ଏବେ ଦେଶ ପାଇଁ ମଡ଼େଲ । ଅତଏବ, ଯେଉଁ ରାଜ୍ୟର ବିକାଶ, ଯେଉଁ ରାଜ୍ୟର ରାଜନୀତି, ଯେଉଁ ରାଜ୍ୟର ନେତା ଏବଂ ଯେଉଁ ରାଜ୍ୟ ସମଗ୍ର ଦେଶର ମଡ଼େଲ ପାଲଟିଛି, ତେଣୁ ସେଠାରେ ଘଟୁଥିବା ପ୍ରତ୍ୟେକ ଘଟଣା ମଧ୍ୟ ଗୋଟିଏ ଗୋଟିଏ ମଡ଼େଲ। ବିଭିନ୍ନ ରାଜ୍ୟର ମଡ଼େଲ ଦେଖିବାପରେ ଗାନ୍ଧୀଙ୍କ ତିନି ମାଙ୍କଡ଼ ମଡ଼େଲ ବାବଦରେ ଆଲୋଚନା କରିବା ବ୍ୟତୀତ ଆଉ କିଛି କଥା ବୁଝାଇବା ଆବଶ୍ୟକ ଅଛି କି ? ଘଟଣା ହେଉ କି ଦୁର୍ଘଟଣା ହେଉ, ବିକାଶ ହେଉ କି ବିନାଶ ହେଉ ସବୁ କିଛି ଦେଖିବା, ଶୁଣିବା ଓ ଚୁପ ରହିବା ଏବେ ଭାରତୀୟ ଗଣମାଧ୍ୟମ ଓ ରାଜନୀତି ପାଇଁ ପାଲଟିଛି ଏକ ମଡ଼େଲ ଯାହାର ନାଁ “ଗୁଜରାଟ ମଡ଼େଲ” ନୁହେଁ ତ ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.