• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପଦ୍ମପୁର ଉପନିର୍ବାଚନ: ବିଜେପିର ପତିଆରା ବନାମ ବିଜେଡିର ସମ୍ମାନ

ପଦ୍ମପୁର ଉପନିର୍ବାଚନ: ବିଜେପିର ପତିଆରା ବନାମ ବିଜେଡିର ସମ୍ମାନ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୮ ନଭେମ୍ବର ୨୦୨୨

ଡିସେମ୍ବର ୫ ତାରିଖରେ ହେବ ବରଗଡ଼ ଜିଲ୍ଳାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ଗତିବିଧି ଜୋର ଧରିଛି । ବିଶେଷ କରି ଶାସକ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଧାମନଗର ଝଟକା ପରେ ଦଳରେ ମାନସ ମନ୍ଥନ ଚାଲିଛି । ପଦ୍ମପୁର ନିର୍ବାଚନର ଦାୟିତ୍ୱ କାହା ହାତରେ ନ୍ୟସ୍ତ କରାଯିବ? ସ୍ଥାନୀୟ ନେତାଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯିବ ନା ବିଜେଡିର ପ୍ରଭାବଶାଳୀ ୟଙ୍ଗ ବ୍ରିଗେଡଙ୍କ ହାତରେ ରିମୋଟ୍ ରହିବ? ଉପକୂଳ ଓଡ଼ିଶାର ନେତାମାନଙ୍କ ଭୂମିକା କ’ଣ ହେବ? ପ୍ରାର୍ଥୀ ଦିବଂଗତ ବିଧାୟକଙ୍କ ପରିବାରରୁ ନା ବାହାରର କାହାକୁ କରାଯିବ?

ଏଭଳି ପ୍ରଶ୍ନ ଭିତରେ ବିଜେଡି ଏବେ ମାପି ଚୁପି ଆଗକୁ ବଢୁଛି । ମିଳିଥିବା ଖବର ଅନୁଯାୟୀ ଦଳ ପକ୍ଷରୁ ପଦ୍ମପୁର ପ୍ରଚାରର ଦାୟିତ୍ୱ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦିଆଯାଇଥିବା ବେଳେ ପରିଚାଳନାର ଦାୟିତ୍ୱ ଦିଆଯାଇଛି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହାତରେ । ମନ୍ତ୍ରୀ ନବ କିଶୋର ଦାସଙ୍କୁ ପାଇକମାଳ, ନିରଞ୍ଜନ ପୂଜାରୀଙ୍କୁ ପଦ୍ମପୁର ଏବଂ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ଝାରବନ୍ଧ ବ୍ଲକ ଦାୟିତ୍ୱ ଦିଆଯାଇଛି । ସେହିପରି ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଧାୟକ ଦେବେଶ ଆଚାର୍ଯ୍ୟ, ସରୋଜ ମେହେର ଓ ସ୍ନେହାଙ୍ଗିନୀ ଛୁରିଆ ଆଦିଙ୍କୁ ମଧ୍ୟ ବିଭିନ୍ନ ଜୋନ୍ ର ଦାୟିତ୍ୱ ମିଳିଛି । ପର୍ଯ୍ୟାୟକ୍ରମେ ଅନ୍ୟ ନେତାଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଦଳ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

ଅନ୍ୟ ପକ୍ଷରେ ଧାମନଗର ବିଜୟ ପରେ ବିଜେପି ମଧ୍ୟ ଏହି ଆସନଟିକୁ ଜିତିବା ଲକ୍ଷ୍ୟ ନେଇ ନିଜର ପ୍ରସ୍ତୁତି ଆରମ୍ଭ କରିଛି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡାଙ୍କୁ ଆଗରେ ରଖି ଦଳ ନିର୍ବାଚନ ପରିଚାଳନା ଆରମ୍ଭ କରିଛି । ପରବର୍ତ୍ତୀ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପିର ଅନ୍ୟ ନେତାମାନେ ଏହି ପ୍ରକ୍ରିୟାରେ ସାମିଲ ହେବେ । ପୂର୍ବ ରଣନୀତି ଅନୁଯାୟୀ ବିଜେପି ନିଜର ବରିଷ୍ଠ ନେତା ଓ କ୍ୟାଡ଼ର ମାନଙ୍କୁ ନେଇ ଏହି ନିର୍ବାଚନ ଲଢ଼ିବାକୁ ପୂରା ଦମ୍ ରେ ପ୍ରସ୍ତୁତି କରୁଛି । ଅନ୍ୟତମ ଦଳ ହିସାବରେ କଂଗ୍ରେସ ମଧ୍ୟ ଦଳର ପୁରୁଣା ନେତାମାନଙ୍କୁ ଧରି ପ୍ରାର୍ଥୀ ଖୋଜା ଅଭିଯାନ ଆରମ୍ଭ କରିଛି । ଯଦି ୩ଟି ପ୍ରମୁଖ ରାଜନୈତିକ ଦଳର ପ୍ରସ୍ତୁତିକୁ ତୁଳନା କରାଯାଏ ତେବେ ବିଜେଡି ଓ ବିଜେପି ଏବେ ଏହି ଆସନଟିକୁ ହାତେଇବା ପାଇଁ ଜୋରଦାର ଲଢ଼େଇ କରିବେ ଏହି ସଂକେତ ମିଳିସାରିଲାଣି ।

ଶାସକ ବିଜେଡି ଗତ ବ୍ରଜରାଜନଗର ଉପନିର୍ବାଚନରେ ଯେଉଁ ବିପୁଳ ବିଜୟ ହାସଲ କରିଥିଲା,ତାର ଶ୍ରେୟ ଯାଇଥିଲା ମନ୍ତ୍ରୀ ନବକିଶୋର ଦାସଙ୍କ ପାଖକୁ । ଯଦିଓ ଅନ୍ୟ ନେତାମାନେ ଏହି ଲଢ଼େଇରେ ପ୍ରମୁଖ ଭୂମିକା ନେଇଥିଲେ ମାତ୍ର ନବକିଶୋର ଦାସ ଦଳର ଅସନ୍ତୋଷକୁ ଚାପିରଖିବାର ଗୁରୁଦାୟିତ୍ୱ ବହନ କରିଥିଲେ । ଗତ ନିର୍ବାଚନରେ ସୁଶାନ୍ତ ସିଂ, ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ ଓ ଦେବେଶ ଆଚାର୍ଯ୍ୟଙ୍କ ମଧ୍ୟରେ ଥିବା ବିବାଦ ଏବେବି ଥମି ନାହିଁ । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସୁଶାନ୍ତ ସିଂ ସହଯୋଗ କରିବେ ତ? ସୁଶାନ୍ତ ସିଂ ନିର୍ବାଚନ ପରିଚାଳନାର ଦାୟିତ୍ୱ ଯଦି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରନ୍ତି ତେବେ ମନ୍ତ୍ରୀ ରୀତା ସାହୁ, ଟୁକୁନି ସାହୁ ଏବଂ ବିଧାୟକ ସ୍ନେହାଙ୍ଗିନୀ ଛୁରିଆ,ଦେବେଶ ଆଚାର୍ଯ୍ୟ ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ତ? ମନ୍ତ୍ରୀ ନବ ଦାସଙ୍କୁ ଗୋଟିଏ ବ୍ଲକ ରେ ସୀମିତ ରଖି ବିଜେଡି ଲାଭ ପାଇବ କି? ଯାଜପୁର ଯୁବ ବ୍ରିଗେଡ କ’ଣ ଏହି ନିର୍ବାଚନ ପରିଚାଳନାରୁ ଦୂରେଇ ରହିବେ? ଯଦି ଉପକୂଳର ପ୍ରଭାବଶାଳୀ ବିଜେଡି ନେତା ଏହାକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି ତେବେ ବିଜେଡି ଭିତରେ ପଶ୍ଚିମ ବନାମ ଉପକୂଳ ଲଢ଼େଇ ହେବ ନାହିଁ ତ?

ବିଜେପିରେ ମଧ୍ୟ ବିରୋଧୀ ଦଳ ନେତା ହେବା ପରେ ଜୟନାରାୟଣ ମିଶ୍ରଙ୍କ ପାଇଁ ଏହି ନିର୍ବାଚନର ଫଳାଫଳ ବେଶ୍ ଗୁରୁତ୍ୱ ରଖେ । ପଶ୍ଚିମ ଓଡ଼ିଶା ରାଜନୀତିରେ ଜୟନାରାୟଣ ମିଶ୍ର ଓ ସୁରେଶ ପୂଜାରୀଙ୍କ ସମ୍ପର୍କ ସମସ୍ତଙ୍କୁ ବେଶ୍ ଜଣା । ଉଭୟ ନେତାଙ୍କୁ ନେଇ ବିଜେପି ନେତୃତ୍ୱ ସମନ୍ଵୟ ରଖିପାରିବେତ? ପୂର୍ବତନ ସଭାପତି କେ. ଭି. ସିଂହଦେଓଙ୍କ ଭୂମିକା ଏହି ନିର୍ବାଚନରେ କ’ଣ ହେବ ? ନାଗ ବିବାଦରେ ଛନ୍ଦି ହୋଇଥିବା ଅଭିଯୋଗ ଥିବାରୁ କେଭିଙ୍କୁ ଦଳ ପ୍ରଚାରରେ ସାମ୍ନାରେ ରଖିବ ତ? ବ୍ରଜରାଜନଗରରେ ପରାଜିତ ହୋଇଥିବା ପୂର୍ବତନ ବିଧାୟିକା ତଥା ବିଜେପିର ଟାଣୁଆ ନେତ୍ରୀ ରାଧାରାଣୀ ପଣ୍ଡା ଏହି ନିର୍ବାଚନରେ ସକ୍ରିୟ ଭୂମିକା ନେବେ କି? କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ମଧ୍ୟ ସମସ୍ତଙ୍କୁ ଏକାଠି କରି ଆଗକୁ ବଢ଼ିବା କଷ୍ଟକର ହେବନି ତ?

ବ୍ରଜରାଜନଗରରେ ଭଲ ପ୍ରଦର୍ଶନ କରି ୨ୟ ସ୍ଥାନ ଦଖଲ କରିଥିବା କଂଗ୍ରେସ ଏଠାରେ ନିଜ ସ୍ଥିତି ଜାହିର କରିପାରିବ କି? ଧାମନଗର ଭଳି ପ୍ରାର୍ଥୀଙ୍କ ଅମାନତ ଉଡ଼ିଯିବନି ତ? ପିସିସି ସଭାପତି ନିଜେ ସମସ୍ତ ଦାୟିତ୍ୱ ନେବେ ନା ପୁରୁଣା ନେତାଙ୍କୁ ଏକାଠି କରି ଆଗକୁ ବଢ଼ିବେ?

ଯାହାବି ହେଉ ପଦ୍ମପୁରର ଲଢ଼େଇ ଜୋରଦାର ହେବାର ସମ୍ଭାବନା ରହିଛି । ବିଜେଡି ତଥା ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ବଞ୍ଚାଇବା ବିଜେଡି ପାଇଁ ଚ୍ୟାଲେଞ୍ଜ ହେଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ମଧ୍ୟ ବିଜେପିର ଗଡ଼ ପଶ୍ଚିମ ଓଡ଼ିଶାରେ ଏହି ଆସନଟିକୁ ହାତେଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.