• About
  • Contact
Wednesday, September 2, 2026
Wednesday, September 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପଦ୍ମପୁର ପାଇଁ ବିଜେପୁର ଫର୍ମୁଲା !

ପଦ୍ମପୁର ପାଇଁ ବିଜେପୁର ଫର୍ମୁଲା !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୦ ନଭେମ୍ବର ୨୦୨୨

ଧାମନଗର ଉପନିର୍ବାଚନ ଝଟକା ପରେ ଶାସକ ଦଳ ବିଜେଡି ନିଜ ଆଭିମୁଖ୍ୟରେପରିବର୍ତ୍ତନ କରିବାଭଳି ମନେହେଉଛି । ଏହି ଉପନିର୍ବାଚନ ବିଫଳତାକୁ ବେଶ୍ ଗୁରୁତ୍ୱ ଦେଇ ଦଳ ନିଜ ପଦ୍ମପୁର ରଣନୀତି ତିଆରି କରିଛି । ଧାମନଗରରେ ଦଳର ପରାଜୟର ପୋଷ୍ଟମର୍ଟମ ଚାଲିଛି । ଟିମ୍ ଯାଜପୁରକୁ ଏହି ପରାଜୟ ଯୋଗୁଁ ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ କଲାଭଳି ଲାଗୁଛି । ବିଶେଷ କରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ନବୀନ ନିବାସରେ ହୋଇଥିବା ବୈଠକକୁ ଡକାଯାଇ ନାହିଁ ବୋଲି ଶୁଣିବାକୁ ମିଳୁଛି । ଉପକୂଳର ହାତଗଣତି ନେତାଙ୍କୁ ଡାକି ପଶ୍ଚିମ ଓଡ଼ିଶାର ସମସ୍ତ ନେତାଙ୍କୁ ଏକାଠି କରିଛି ଦଳ । ୨୦୧୮ ମସିହାରେ ବିଜେପୁର ଉପନିର୍ବାଚନରେ ଦଳ ଯେଉଁଭଳି ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରେ ଡେରା ପକାଇଥିଲା, ସେହିପରି ଭାବେ ପଦ୍ମପୁର ପାଇଁ ବ୍ୟବସ୍ଥା କରିଛି ବିଜେଡି ।

ପ୍ରାରମ୍ଭିକ ପର୍ଯାୟରେ ପଶ୍ଚିମ ଓଡ଼ିଶା ନେତାଙ୍କୁ ଦିଆଯାଇଥିବା ଗୁରୁତ୍ୱ ଶେଷ ପର୍ଯ୍ୟନ୍ତ ବଜାୟ ରହିବ ତ? ଉପକୂଳ ଓଡ଼ିଶାର ନେତାଙ୍କୁ ଏହି ନିର୍ବାଚନ ପ୍ରକ୍ରିୟାରୁ ଦଳ କ’ଣ ଦୁରେଇ ରଖିବ? ସଂଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭୂମିକା କ’ଣ ହେବ? ଯାଜପୁରର ଅନ୍ୟ ନେତା ପ୍ରଣବ ବଳବନ୍ତରାୟ, ପ୍ରୀତିରଞ୍ଜନ ଘଡ଼େଇ ଓ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ କ’ଣ ଦଳ ସମ୍ପୂର୍ଣ୍ଣ ଭାବେ ଦୂରେଇ ରଖିବ?

ବର୍ତ୍ତମାନର ସ୍ଥିତି ଯାହା ବୟାନ କରୁଛି ଧାମନଗର ଉପନିର୍ବାଚନ ପରାଜୟ ପାଇଁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଦାୟୀ କରାଯାଉଛି। ଯଦି ଏମାନଙ୍କୁ ନିର୍ବାଚନ ପ୍ରଚାରରୁ ବିଜେଡି ଦୂରେଇ ରଖେ ତେବେ ବିଜେଡିର ଯୁବ ଓ ଛାତ୍ର ସଂଗଠନ ଭୂମିକା ଏହି ଉପନିର୍ବାଚନରେ କ’ଣ ହେବ? ଛାତ୍ର ଓ ଯୁବ ସଙ୍ଗଠନକୁ କିଏ ଏହି ଉପନିର୍ବାଚନ ପ୍ରଚାରରେ ନିୟୋଜିତ କରିବ? ମିଳିଥିବା ଖବର ଅନୁଯାୟୀ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ନବକିଶୋର ଦାସ, ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ,ରାଜେନ୍ଦ୍ର ଢୋଲକିଆ ଆଦିଙ୍କୁ ଦଳ ସମ୍ପୂର୍ଣ୍ଣ ଦାୟିତ୍ୱ ଦେଇପାରେ ।

ସେହିପରି ବଲାଙ୍ଗୀର ରାଜପରିବାର ସଦସ୍ୟ କଳିକେଶ ନାରାୟଣ ସିଂହଦେଓ, କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମେତ ମନ୍ତ୍ରୀ ରୀତା ସାହୁ ଓ ଟୁକୁନି ସାହୁଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ଦିଆଯାଇଛି ।ଏପରିକି ଦଳର ମହିଳା, ଯୁବ ଓ ଛାତ୍ର ସଂଗଠନଙ୍କୁ ମଧ୍ୟ ପଶ୍ଚିମ ଓଡ଼ିଶାର ନେତାମାନେ ପରିଚାଳିତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଥା ସମ୍ଭବ ଚେଷ୍ଟା କରାଯିବ ଉପକୂଳ ଓଡ଼ିଶାର ବିବାଦିୟ ନେତାମାନଙ୍କୁ ଏହି ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବା ପାଇଁ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡ଼ିଛି ।

ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡି ଏହି ନିର୍ବାଚନର ରଣନୀତି ନେଇ ଆଗକୁ ଗଲେ, ମନ୍ତ୍ରୀ ମଣ୍ଡଳରୁ ବାଦ ପଡ଼ିଥିବା ସୁଶାନ୍ତ ସିଂଙ୍କ ସହଯୋଗ ମିଳିବା ସମ୍ଭାବନା କମ୍ । ସୁଶାନ୍ତ ସିଂଙ୍କୁ ଦଳ ଅଧିକ ଦାୟିତ୍ୱ ଦେଲେ ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ଯ୍ୟ ଓ ମନ୍ତ୍ରୀ ରୀତା ସାହୁଙ୍କ ସମର୍ଥକ ମାନେ ମଧ୍ୟ କ୍ଷୁବ୍ଧ ହେବେ । ଏଣୁ ପଶ୍ଚିମ ଓଡ଼ିଶାର ନେତାମାନଙ୍କ ମଧ୍ୟରେ କିଏ ସମନ୍ୱୟ ରକ୍ଷା କରିବ? ପୁଣି ଉପକୂଳ ଓଡ଼ିଶାର ପ୍ରଭାବଶାଳୀ ନେତାଙ୍କୁ ଶେଷ ମୁହୂର୍ତ୍ତରେ ଏହି ପ୍ରକ୍ରିୟାରେ ସାମିଲ କରାଯିବାର ସମ୍ଭାବନାକୁ ନେଇ ମଧ୍ୟ ଦଳ ବିଚାର କରିପାରେ ।

ତେବେ ଶାସକ ଦଳ ବିଜେପୁର ଢାଞ୍ଚାରେ ନିଜର ପ୍ରଚାର କାର୍ଯ୍ୟକ୍ରମ ଆଗକୁ ନେବ । ପଶ୍ଚିମ ଓଡ଼ିଶାର ସମସ୍ତ ନେତାଙ୍କୁ ଏକାଠି କରି ମଇଦାନକୁ ଓହ୍ଲାଇବ। ମାତ୍ର ବିଜେପୁର ଠାରୁ ପଦ୍ମପୁରର ପରିସ୍ଥିତି ଭିନ୍ନ। ତା ସାଙ୍ଗକୁ ପ୍ରାର୍ଥୀ ଚୟନ ମଧ୍ୟ ଶାସକ ବିଜେଡି ପାଇଁ ଅନେକ ଗୁରୁତ୍ୱ ରଖେ।ପ୍ରଭାବଶାଳୀ ଯୁବ ନେତୃତ୍ୱ ଅପେକ୍ଷା ବରିଷ୍ଠଙ୍କୁ ଅଧିକ ଭରସା କରିବାର ଏକ ସଂକେତ ଦେଇଛି ବିଜେଡି । ମାତ୍ର ବଲାଙ୍ଗୀର, ସମ୍ବଲପୁର ଓ ବରଗଡ଼ ବିଜେଡିର ସ୍ଥାନୀୟ ନେତାଙ୍କ ଭିତରେ ଥିବା ଅସନ୍ତୋଷ ପଦ୍ମପୁର ଫଳାଫଳକୁ ପ୍ରଭାବିତ କରିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.