• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଉତ୍ତର ଦେବକି ଗଣମାଧ୍ୟମ?

ଉତ୍ତର ଦେବକି ଗଣମାଧ୍ୟମ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୨

ନଭେମ୍ବର ୧୫ ତାରିଖରେ ଓଡ଼ିଶାର ୪ଟି ନ୍ୟୁଜ ଚ୍ୟାନେଲର ପ୍ରମୁଖ ରାଜନୈତିକ ଖବରଟି ଥିଲା ବିଜେଡିର ଟାଣୁଆ ନେତା ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ ଦାସ ଵର୍ମାଙ୍କ ବିସ୍ଫୋରକ ବୟାନ । ଦଳର ଏକ ପଦଯାତ୍ରାରେ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ସଂଜୟ ଯେଉଁ କଥା କହିଲେ ତାହା ୨/୩ ଦିନ ପରେ ନ୍ୟୁଜ ଚ୍ୟାନେଲ ଗୁଡ଼ିକର ପ୍ରମୁଖ ଖବର ହେଲା । ବିଳମ୍ବରେ ହେଲା ପଛେ ୪ଟିି ନ୍ୟୁଜ ଚ୍ୟାନେଲ ଏହି ଖବରର ବିଶେଷତ୍ୱ ବୁଝିବା ପରେ ଏହାକୁ ପ୍ରମୁଖ ଖବର ଭାବରେ ଗ୍ରହଣ କଲେ । ମାତ୍ର ବାକି ୩ଟି ନ୍ୟୁଜ ଚ୍ୟାନେଲ ଏହି ଖବରକୁ ଚାପିଦେଲେ। ଖବର ଭାବରେ ଏହା ସ୍ଥାନ ପାଇବାକୁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଏହି ଚ୍ୟାନେଲ ଗୁଡ଼ିକରେ। ପ୍ରମୁଖ ଓଡ଼ିଆ ଖବର କାଗଜରେ ମଧ୍ୟ ଏହି ଖବରଟି ସତେ ଯେପରି ଲୁଚକାଳି ଖେଳିଲା, କେହି ବି ପ୍ରଥମ ପୃଷ୍ଠାରେ ଏହି ଖବରକୁ ସ୍ଥାନିତ କରିବା ଭଳି ମନେ ହେଲା ନାହିଁ । ପ୍ରଥମ ପୃଷ୍ଠାରେ ନନେଇ କେହି କେହି ଭିତର ପୃଷ୍ଠାରେ ଏହି ଖବରକୁ ସ୍ଥାନିତ କରିଥିଲେ ମଧ୍ୟ ପାଠକଙ୍କ ନଜର ଆଢୁଆଳରେ ରହିବା ଭଳି ଲାଗିଲା । ଆଗରୁ ଯେଭଳି ବଡ଼ ବଡ଼ ରାଜନେତା ମାନେ କିଛି କହିଦେଲେ, ତାହା ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରଥମ ଖବର ହେଉଥିଲା, ଏବେ ତାହା ଦେଖିବାକୁ ମିଳୁନାହିଁ। ଏପରିକି କିଛି ଖବର କାଗଜ ସଂଜୟ ଦାସବର୍ମାଙ୍କ ଏହି ରାଜନୈତିକ ବୟାନକୁ ମଧ୍ୟ ବେଶ ହାଲକା ଭାବରେ ନେବା ସହ ଏକ ଖବର ଭାବେ ନେବାକୁ ଭୁଲିଗଲେ।

ତେବେ ନ୍ୟୁଜ ଚ୍ୟାନେଲର ଦର୍ଶକ ହୁଅନ୍ତୁ ବା ଖବର କାଗଜର ପାଠକ ଏମାନେ ବୁଝିପାରିଲେ ନାହିଁ କାହିଁକି ଏହି ଖବରଟିକୁ ଅଣଦେଖା କରାଗଲା? ଓଡ଼ିଶା ରାଜନୀତିରେ ଏଭଳି ଖବର କିଛି ଗୁରୁତ୍ୱ ରଖେ ନାହିଁ କି? ସଂଜୟ ଦାସବର୍ମାଙ୍କ ଭଳି ନେତା ବା ତାଙ୍କ ମନ୍ତବ୍ୟର କ’ଣ ଯୋଗ୍ୟତା ନାହିଁ ଓଡ଼ିଆ ନ୍ୟୁଜ ଚ୍ୟାନେଲରେ ଓ ଓଡ଼ିଆ ଖବର କାଗଜରେ ଖବରଟିଏ ହେବା ପାଇଁ? ୩ଟି ନ୍ୟୁଜ ଚ୍ୟାନେଲ, ରାଜ୍ୟର ଅଗ୍ରଣୀ ଏବଂ ଅଗ୍ରଣୀଙ୍କ ଠାରୁ ଆଗରେ ଥିବା ଖବର କାଗଜ ଏହି ଖବରଟିକୁ ଚାପିବାର ଉଦ୍ଦେଶ୍ୟ କ’ଣ ହୋଇଥାଇ ପାରେ? ପାଠକଙ୍କ ମନରେ ଏନେଇ ଉଠିଛି ପ୍ରଶ୍ନ। ଏଭଳି ଏକ ରାଜନୈତିକ ଖବରଟିକୁ ଓଡ଼ିଆ ଖବରକାଗଜ ଗୁଡ଼ିକ ଚାପିଦେଲେ ନା ଚପାଇଦିଆଗଲା?

ସେହିପରି ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ମିଳିବ । ଏହା କ’ଣ କମ୍ ଗୁରୁତ୍ୱ ରଖିଥିବା ଖବରଟିଏ କି? ଏହି ଖବରଟିକୁ ଯେଉଁ ଭଳି ଭାବେ ନ୍ୟୁଜ ଚ୍ୟାନେଲ ଗୁଡ଼ିକ କେବଳ ହେଡ଼ଲାଇନ ଖବର ଭିତରେ ସୀମିତ ରଖିଲେ ଓ ଖବରକାଗଜ ଗୁଡ଼ିକ ଏକ ଛୋଟ ଖବରର ମାନ୍ୟତା ଦେଲେ, ତାହା ଖବରଟିର ଗୁରୁତ୍ୱକୁ ହ୍ରାସ କଲା କି ନାହିଁ ?  ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧିନ ସରକାର ଯେତେେବେଳେ ୧୩ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ଏହି ଖବରକୁ କିପରି ଭାବରେ ଗଣମାଧ୍ୟମ ପରିବେଷଣ କରିଥିଲେ । ତାହା ରାଜ୍ୟର ସମସ୍ତ ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଗଣମାଧ୍ୟମ ଦ୍ୱାରା ଦର୍ଶାଯାଇଥିଲା । ମାତ୍ର ପଦ୍ମପୁର କ୍ଷେତ୍ରରେ କେହିବି ଜଣେ ଚାହିଁଲେ ନାହିଁ ଖବରଟିକୁ ବିସ୍ତୃତ ଭାବେ ପରିବେଷଣ କରିବାକୁ। । ଏ ପରିକି ଜିଲ୍ଲା ଗଠନର ଆବଶ୍ୟକତା, କେଉଁ ସମୟରେ ଏହି ନିଷ୍ପତ୍ତି ନିଆଯାଇଛି, ପଦ୍ମପୁର ଜିଲ୍ଲା ହେଲେ ଏହାର ପ୍ରଭାବ ଅନ୍ୟ ଅଞ୍ଚଳ ଉପରେ କ’ଣ ପଡ଼ିବ, ଏବାବଦରେ ଆଲୋଚନା ବା ବିଶ୍ଳେଷଣ କରିବା କ’ଣ ଓଡ଼ିଶାର ଗଣମାଧ୍ୟମର ଦାୟିତ୍ୱ ନୁହେଁ କି? ୨୪ଘଣ୍ଟିଆ ଖବର ପରିବେଷଣର ଦ୍ୱାହି ଦେଇ ଓଡ଼ିଆ ନ୍ୟୁଜ ଚ୍ୟାନଲ ଗୁଡ଼ିକ କାହା ପାଇଁ ଓ କାହା ଇଚ୍ଛାରେ ଖବର ପରିବେଷଣ କରୁଛନ୍ତି? ଟିଆରପି ପାଇଁ ନ୍ୟୁଜ ଚ୍ୟାନେଲ ନା ଦର୍ଶକଙ୍କ ପାଇଁ? ସେହିପରି ଓଡ଼ିଆ ଖବର କାଗଜ ଗୁଡ଼ିକ ମଧ୍ୟ ବିଜ୍ଞାପନ ଦାତା ଓ ପାଠକଙ୍କ ଠାରୁ ଅର୍ଥ ଆଦାୟ କରି ବ୍ୟବସାୟିକ ସାମ୍ରାଜ୍ୟ ବଢ଼ାଇଉଛନ୍ତି ନା ପାଠକ ମାନଙ୍କ ପାଇଁ ଖବର ପରିବେଷଣ କରୁଛନ୍ତି ? ଦର୍ଶକ ମାନେ ଚିନ୍ତା କରନ୍ତୁ ଘଣ୍ଟା ଘଣ୍ଟା ସମୟ ଦେଇ ଓ ମାସକୁ ମାସ ବିତରକ ମାନଙ୍କୁ ଅର୍ଥ ପୈଠ କରି ନ୍ୟୁଜ ଚ୍ୟାନେଲ ଗୁଡ଼ିକରୁ ପାଉଛନ୍ତି କ’ଣ? ପାଠକ ମାନେ ମଧ୍ୟ ଭାବନ୍ତୁ ୫ଟଙ୍କା ରୁ ୭ଟଙ୍କା ଦେଇ କିଣୁଥିବା ଖବର କାଗଜ ଗୁଡ଼ିକରେ ସେମାନେ ଚାହୁଁଥିବା ଖବର ପଢ଼ିବାକୁ ପାଉଛନ୍ତି କି? ଯଦି ଦର୍ଶକ ଓ ପାଠକ ମାନେ ନିଜର ଚାହିଦା ମୁତାବକ ଖବର ଦେଖିବାରୁ ଓ ପଢ଼ିବାରୁ ବଂଚିତ ହେଉଛନ୍ତି ତେବେ ନ୍ୟୁଜ ଚ୍ୟାନେଲ ଦେଖିବେ କାହିଁକି ଓ ଖବର କାଗଜ ପଢ଼ିବେ କାହିଁକି?

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.