• About
  • Contact
Sunday, September 13, 2026
Sunday, September 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶାନ୍ତି

ଶାନ୍ତି
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୧୯ ନଭେମ୍ବର ୨୦୨୨

ତୁମେ ତ ରହିଛ ମଙ୍ଗଳାଚରଣେ
ମନ୍ତ୍ରକାବ୍ୟ ପାରାୟଣେ ।
ମଗ୍ନମାନସରେ ହୋଇଛ ନିବିଷ୍ଟ
ଅନ୍ତସ୍ଥଳ ଉଚ୍ଚାରଣେ ।।

ବ୍ରାହ୍ମ ମୂହୁର୍ତ୍ତରୁ ମହାର୍ଘ ଭୂ-ଚିତ୍ରେ
ବ୍ରହ୍ମ ବିଭୂତିର ରୂପେ
ଆତ୍ମା ଆଳତୀରୁ ଓଁକାର ସ୍ଥିତିରେ
ଅନୁମତି ସୂକ୍ଷ୍ମ କଳ୍ପେ ।।

ତୁମେ ତ ରହିଛ ଅନୁଭବ ହୋଇ
ଦେବକୀର ଦାବିପତ୍ରେ ।
ପୁଣି ଯଶୋଦାର ଜମାନ ବନ୍ଦୀରେ
ଗୋକୁଳର ପୂର୍ଣ୍ଣ ନେତ୍ରେ ।।

ତୁମେ ତ ରହିଛ ବୃଷଭାନୁ ଜେମା
ସମର୍ପିତ ସମର୍ଥନେ ।
ଗୋପରୁ ମଥୁରା ମହା ସଂଯୋଗରେ
ସଂଯୋଜିତ ବେଣୁ ସ୍ବନେ ।।

ତୁମେତ ରହିଛ ସେହି ନାମାଙ୍କିତ
ହୃଦୟର ହିମାଦ୍ରିରେ ।
ନିବିଡ଼ ଶବ୍ଦର ମନ୍ତ୍ର ମାଟି ଠାରୁ
ମୋ ଗାଆଁ ତଟିନୀ ସୁରେ ।।

ତୁମେ ତ ରହିଛ ଗାଁ କଳ୍ପବୃକ୍ଷେ
ଶିଳାରେ ସିନ୍ଦୂର ନାଇ ।।
ସାରା ଜଗତର କଲ୍ୟାଣ ନିମନ୍ତେ
ପ୍ରାଚୀରୁ ପଶ୍ଚିମ ହୋଇ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ବର୍ଷା ଭିଜା ରାତି(୨)
Literature

ବର୍ଷା ଭିଜା ରାତି(୨)

by ପ୍ରଭୁକଲ୍ୟାଣ ମହାପାତ୍ର
September 12, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୨ ସେପ୍ଟେମ୍ବର ୨୦୨୬ ବର୍ଷା ଭିଜା ରାତି ଅନ୍ଧାରରେ କୁଣ୍ଡା ଝଡ଼ା ବରଷା ବିନ୍ଦୁରେ ତନୁ ମୋର ଶିହରୀ ଉଠେରେ ତୁମ ସ୍ମୃତି...

Read more
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
Renaissance

Renaissance

September 1, 2026
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.