• About
  • Contact
Monday, February 16, 2026
Monday, February 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶୀତର ସାୟେରି

ଶୀତର ସାୟେରି
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨୩ ନଭେମ୍ବର ୨୦୨୨

ତୁମେ ଆସୁଛ କି ଶେଷ ହେମନ୍ତରୁ
ଭିଜା ଲଗନକୁ ଛୁଇଁ ।
ପାଦପ ଲତାର ଶିଶିର ଦେହରେ
ବିନ୍ଦୁବିନ୍ଦୁ ମୁକ୍ତା ନେଇ ।।

ତୁମେ ତ ଏମିତି ଋତୁ ବର୍ଣ୍ଣାଳିରେ
ଶ୍ବେତପଦ୍ମ ଅଙ୍କା ଝୋଟି ।
ଧାନ ମାଣିକାରେ ଜଡାଇ ଧରିଛ
ସଂସାରର ଷୋଳକୋଠି ।।

ବିମୁକ୍ତ ମହ୍ଲାରେ ମେଲାଣି ମାଗୁଛି
ଶେଫାଳୀର ପାଦଚିହ୍ନ ।
ନୀଳ ଆକାଶରୁ ହାତ ପାହାନ୍ତାରେ
ପଣ୍ଡୁ ପୁନେଇଁର ଜହ୍ନ ।

ମୁରୁକି ହସୁଛି ଡାଲିଆ ସେବତୀ
ଗେଣ୍ଡୁ ଫୁଲ ଖୋଲେ ଆଖି ।
ଚୁପିଚୁପି ହସେ ଗୋଲାପ ବଗିଚା
କେବଳ ତୁମକୁ ଦେଖି ।

ରାଜନନ୍ଦିନୀ ଗୋ ଋତୁ ଓଢ଼ଣୀରେ
ତୁମେ ମଧୁ ଅନ୍ତାକ୍ଷରୀ ।
ହଜାରେ ଶବ୍ଦରେ ଅନେକ ଭାବନା
ଓଠ ପାଖୁ ଯାଏ ଫେରି ।।

କେତେ ଆନମନା ତୁମ ପାଇଁ ଆଜି
ଚାଖଣ୍ଡେ ଚାଦର ତଳେ ।
ଚଉଠେ କମ୍ବଳ ମୋହ ପାଖରେ ମୁଁ
ହଜିଯାଏ ଯେତେବେଳେ ।

ତୁମ ନାମ ସାଥେ ରାଜରାସ୍ତା ପରେ
ଟୁପୁରୁ ଟାପୁରୁ ଗପ ।
କେତେ ଅନାଦର ଛବିରେ ଲେଖିଛ
ଉହ୍ମେଇ ନିଆଁର ତାପ ।।

ତୁମ ଉପସ୍ଥାପନ ଉପସ୍ଥିତି ବାର୍ତ୍ତା
ଗାଆଁରୁ ସହର ଯାଏ ।
ଏ ଜୀବନ ସତେ ସମ୍ପର୍କ ଡୋରୀରେ
ଅହେତୁକ ମାୟା ଟିଏ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଅନୁଭୂତି ପାଠ
Literature

ଅନୁଭୂତି ପାଠ

by ଜୟ କୁମାର ମିଶ୍ର
February 15, 2026

ଜୟ କୁମାର ମିଶ୍ର, ଗଜପତି, ୧୫ ଫେବୃଆରୀ ୨୦୨୬ ଅନୁଭୂତି ପାଠ, ପଢ଼ି ଚାଲେ ବାଟ ଦେଖାଉଛି, ବୁଦ୍ଧି ବାଟ, ମଣିଷର ମାୟା, ସଂସାରର କାୟା ସବୁକୁ...

Read more
ଦେଖିବାକୁ ଇଚ୍ଛା

ଦେଖିବାକୁ ଇଚ୍ଛା

February 10, 2026
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.