• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଠିକା ଠକାମୀ…

ଠିକା ଠକାମୀ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୯ ନଭେମ୍ବର ୨୦୨୨

ଠିକା ନିଯୁକ୍ତିର ଉଚ୍ଛେଦ ହେଲା ବୋଲି ଓଡ଼ିଶା ସରକାର ଘୋଷଣା କଲେ । ୫୭୦୦୦ ରୁ ଅଧିକ କର୍ମଚାରୀଙ୍କୁ ଠିକା ନିଯୁକ୍ତିରୁ ମୁକ୍ତି ଦେଲେ । ୧୩୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ସରକାର ମୁଣ୍ଡାଇଲେ । ମାତ୍ର ଦିନ କେଇଟାରେ କମ୍ପିଲା ରାଜଧାନୀ । ଲକ୍ଷ ଲକ୍ଷ ଶିକ୍ଷକ ଓ ଶିକ୍ଷୟତ୍ରୀ ଶୀତ କାକରକୁ ଭୃକ୍ଷେପ ନକରି ବସିରହିଛନ୍ତି ଖୋଲା ଆକାଶ ତଳେ। ଖାଁ ଖାଁ ସ୍କୁଲ ପରିସର ଓ ଅଣନିଶ୍ୱାସୀ ହୋଇପଡିଛି ରାଜଧାନୀ ଭୁବନେଶ୍ୱର। ଏବେ ଭାବନ୍ତୁ ତ ସରକାର ଏକ ଭଲ ପଦକ୍ଷେପ ନେଲାପରେ ଏପରି ପରିସ୍ଥିତି କାହିଁକି ଦେଖିବାକୁ ମିଳିଲା? ଯଦି ସମସ୍ତ ଠିକା କର୍ମଚାରୀ ନିୟମିତ ହେଲେ ତେବେ ଆନ୍ଦୋଳନ କରୁଥିବା ଏହି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କିଏ? ଠିକା ଉଚ୍ଛେଦ ନିଷ୍ପତ୍ତିର ଲାଭ କିଏ ପାଇଲେ? ଏହି ନିଷ୍ପତ୍ତି ପରେ ପ୍ରକୃତରେ ଠିକା ନିଯୁକ୍ତିର ଶେଷ ହୋଇଛି କି?

ଏସବୁ ପ୍ରଶ୍ନର ଉତ୍ତର ଖୋଜିଲେ କେବଳ ଆପଣମାନେ ବୁଝିପାରିବେ ଯେ, ଠିକା ନିଯୁକ୍ତି ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ ହୋଇନାହିଁ। ଏବେ ବି ଲକ୍ଷ ଲକ୍ଷ ଶିକ୍ଷକ ଓ ଶିକ୍ଷୟତ୍ରୀ ଏଥିରୁ ବଞ୍ଚିତ ହୋଇଛନ୍ତି। ଯଦି ସମସ୍ତ କର୍ମଚାରୀ ଏଥିରୁ ଉପକୃତ ହୋଇଥାନ୍ତେ ତେବେ ରାଜଧାନୀ ରାଜରାସ୍ତାରେ ଆଜି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିନଥାନ୍ତା । ୨୦୦୧ରେ ଯେଉଁ ଠିକା ନିଯୁକ୍ତି ଆରମ୍ଭ କରିଥିଲେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତାହା ଏପର୍ଯ୍ୟନ୍ତ ଉଚ୍ଛେଦ ହୋଇନାହିଁ। ଯେଉଁଥିପାଇଁ ଲକ୍ଷାଧିକ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି। ଶିକ୍ଷକ ମାନଙ୍କ କହିବା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସିନା ଠିକା ନିଯୁକ୍ତିର ଯୁଗ ଶେଷ ବୋଲି ଘୋଷଣା କଲେ, ମାତ୍ର ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଠକିଦେଲା । ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କର ଏବେ ପ୍ରଶ୍ନ ହେଉଛି ୨୦୧୩ ପୂର୍ବରୁ ଠିକା ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପାଇଲେ କ’ଣ? ଯେଉଁମାନେ ୧୫୦୦ ଟଙ୍କା ବେତନରେ କାର୍ଯ୍ୟ କରି ସରକାରଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହେଲେ ସେମାନଙ୍କୁ କ’ଣ ମିଳିଲା ? ଏବେ ସେମାନଙ୍କ ଦାବୀ ହେଉଛି ୨୦୦୧ରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମୂଳ ନିଯୁକ୍ତିକୁ ସରକାରୀ ଠିକା ରୂପେ ଗଣନା କରି ୬ଟି ପଦନ୍ନୋତି ଦିଆଯାଉ। ସମସ୍ତଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦିଆଯାଉ ଓ ୨୦୦୫ରୁ ନିଯୁକ୍ତ ସମସ୍ତ କର୍ମଚାରୀ ମାନଙ୍କ ପାଇଁ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରାଯାଉ। ମାଧ୍ୟମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ କରାଯାଇ ନାହିଁ।

୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ମାଧ୍ୟମିକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ କ୍ଷେତ୍ରରେ ଠିକା ଉଚ୍ଛେଦ ହୋଇଥିଲେ ମଧ୍ୟ ନୋସନାଲ୍ ପଦୋନ୍ନତି ସହ ଠିକା ପିରିୟଡ଼କୁ ମୂଳ ଚାକିରୀରେ ଯୋଗ କରାଯାଇନାହିଁ। ଫଳରେ ଗୋଟିଏ ଗୋଟିଏ ସ୍କୁଲରେ କାର୍ଯ୍ୟକରୁଥିବା ଜୁନିୟର ଶିକ୍ଷକ ପଦୋନ୍ନତି ପାଇ ସିନିୟର ହୋଇଥିବା ବେଳେ ସିନିୟର ଶିକ୍ଷକ ପଦୋନ୍ନତି ନପାଇ ବସି ରହିଛନ୍ତି। ଏବେ ପ୍ରଶ୍ନ ଉଠୁଛି ୨୦୦୪ ରୁ ୨୦୧୩-୧୪ ପର୍ଯ୍ୟନ୍ତ ଠିକା ନିଯୁକ୍ତି ପାଇ ସ୍ୱଳ୍ପ ଦରମାରେ କାମ କରିଥିବା ଏହି ଶିକ୍ଷକ ଓ ଶିକ୍ଷୟତ୍ରୀ କରିବେ କ’ଣ?

ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ପରେ ଏବେ ପାଳି ମାଧ୍ୟମିକ ଶିକ୍ଷକସଂଘ ଗୁଡ଼ିକର। ଏମାନେ ମଧ୍ୟ ଆନ୍ଦୋଳନ ଜୋରଦାର କରିବା ପାଇଁ ପ୍ରସ୍ତୁତ ହେଲେଣି। ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଏହି ଦାବୀ ପୁରଣ କରିବାରେ ରାଜ୍ୟସରକାର ସକ୍ଷମ ହେବେ ତ? ଦେଶର ୩/୪ଟି ରାଜ୍ୟ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିଥିବା ବେଳେ ଓଡ଼ିଶା ସରକାର ଏହି ଦାବୀକୁ ମାନିବେ ତ? ୨୦୦୪ ରୁ ୨୦୧୩ ପର୍ଯ୍ୟନ୍ତ ଥିବା ଅସଙ୍ଗତି ଦୂର କରିବା ସହ ପୁରୁଣା ପେନସନ୍ ପାଇଁ ରାଜ୍ୟ ରାଜକୋଷ ପ୍ରସ୍ତୁତ ଅଛି ତ? ସର୍ବୋପରି ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ଏହି ଆନ୍ଦୋଳନ ଠିକା ନିଯୁକ୍ତିରୁ ସମସ୍ତେ ମୁକୁଳି ପାରିନାହାନ୍ତି ଏହି ବାର୍ତ୍ତା ଦେଲା କି ନାହିଁ? ଠିକା ନିଯୁକ୍ତିରୁ ଆହୁରି ଅନେକ କର୍ମଚାରୀ ମୁକ୍ତି ପାଇନଥିବାର ଏହାର ପ୍ରମାଣ ନୁହେଁ କି?

ଏବେ ବୁଝିବାରେ ଆଉ ଅସୁବିଧା ଅଛିକି “ଠିକା ନିଯୁକ୍ତି ଶେଷ” ହୋଇଥିବା ଘୋଷଣାରେ କିଏ ଠକିଦେଲେ, କିଏ ଠକିଗଲେ ଏବଂ ଓଡ଼ିଶା ସରକାରଙ୍କ ଠିକା ନିଯୁକ୍ତି ପ୍ରକ୍ରିୟା କର୍ମଚାରୀ ମାନଙ୍କ ସହ ଠକାମୀ ନୁହେଁ ତ ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.