• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଅଧା ବାଟରେ ଇଡି…

ଅଧା ବାଟରେ ଇଡି…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୬ ଡିସେମ୍ବର ୨୦୨୨

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ତଦନ୍ତର ଦିଗ ନେଇ ଏବେ ବି ଚିତ୍ର ସ୍ପଷ୍ଟ ହୋଇପାରୁନି। ଫିଲ୍ମ ପ୍ରଯୋଜକ, ବ୍ୟବସାୟୀଙ୍କୁ ଜେରା କରିବାପରେ ଇଡିର ତଦନ୍ତ ଏବେ ଆଗକୁ ବଢ଼ି ପାରୁନାହିଁ । ଏହି ଘଟଣାରେ ଅଧିକ ତଦନ୍ତ କରିବା ପାଇଁ ଇଡି ଏବେ ଅର୍ଚ୍ଚନା ନାଗଙ୍କୁ ୭ ଦିନ ରିମାଣ୍ଡରେ ନେଇଛି। ଇଡି ରିମାଣ୍ଡରେ ଯିବା ପୂର୍ବରୁ ଅର୍ଚ୍ଚନା ନାଗ ପଚାରିଥିବା ପ୍ରଶ୍ନ ଏବେ ତଦନ୍ତର ଦିଗକୁ ନୂଆ ମୋଡ଼ ଦେଇପାରେ । ଅଭିଯୁକ୍ତ ଅର୍ଚ୍ଚନା ନାଗ ଏହି ଘଟଣାରେ ସିବିଆଇ ତଦନ୍ତ ହେଉ ବୋଲି ଦାବି କରିବା ସହ ତଥା କଥିତ ପୀଡ଼ିତ ମାନେ କୁଆଡ଼େ ଗଲେ ବୋଲି ମଧ୍ୟ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ପଚାରିଛନ୍ତି। ଅର୍ଚ୍ଚନାଙ୍କ ବୟାନ ଏବେ ଏହି ମାମଲାରେ ଆଗକୁ ବଢ଼ୁଥିବା ତଦନ୍ତକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଛିଡ଼ା କରିଛି ।

ବର୍ତ୍ତମାନର ତଦନ୍ତ ପ୍ରକ୍ରିୟା ଠିକ ବାଟରେ ଚାଲିନାହିଁ କି? ଇଡି ଏହି ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେବାରେ ଅସମର୍ଥ ହୋଇଛି କି? ଇଡି କମିଶନରେଟ ପୋଲିସ ଠାରୁ ଆବଶ୍ୟକୀୟ ତଥ୍ୟ ପାଇବାରେ ବିଫଳ ହୋଇଛି କି? ନା ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଧା ତଦନ୍ତରୁ ବାଟବଣା ହୋଇଯାଇଛି?

ପୁରା ତଦନ୍ତର ଦିଗକୁ ଯଦି ବିଶ୍ଳେଷଣ କରାଯାଏ, ତେବେ ଏହା ସ୍ପଷ୍ଟ ଯେ, ଅର୍ଚ୍ଚନା ନାଗ ମାମଲାରେ ଅନେକ ନେତା, ବ୍ୟବସାୟୀ ଓ ଅଫିସରଙ୍କ ସମ୍ପୃକ୍ତି ରହିଥାଇପାରେ । ପ୍ରଭାବଶାଳୀ ଲୋକଙ୍କ ବିନା ସହାୟତାରେ ଅର୍ଚ୍ଚନା ନାଗ ଯେ ଏକୁଟିଆ ସମସ୍ତ ଘଟଣାର ମାଷ୍ଟର ମାଇଣ୍ଡ ତାହା ମଧ୍ୟ କୁହାଯାଇ ପାରିବ ନାହିଁ। ଭୁବନେଶ୍ୱର କମିଶନରେଟ ପୋଲିସର ତଦନ୍ତର ଦିଗ କ’ଣ ଥିଲା ତାହା ମଧ୍ୟ କାହାକୁ ଜଣା ନାହିଁ । ଅର୍ଚ୍ଚନା ନାଗ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ପରେ କମିଶନରେଟ ପୋଲିସର ତଦନ୍ତ ମଧ୍ୟ ବନ୍ଦ ହୋଇଗଲା ପରି ମନେହୁଏ। ଏପରିକି କମିଶନରେଟ ପୋଲିସ ହାସଲ କରିଥିବା ତଥ୍ୟକୁ ଇଡିକୁ ଦେଇଛି କି ନାହିଁ ତାହା ମଧ୍ୟ ଜଣାନାହିଁ । ଯଦି ଇଡି କମିଶନରେଟ ପୋଲିସ ଠାରୁ ଯଥେଷ୍ଟ ତଥ୍ୟ ପ୍ରମାଣ ପାଇଛି, ତେବେ ତଦନ୍ତର ଅଗ୍ରଗତିରେ ମନ୍ଥରତା ଦେଖାଯିବାର କାରଣ କ’ଣ ହୋଇପାରେ? ୧୫ରୁ ଅଧିକ ବ୍ୟକ୍ତିଙ୍କୁ ଇଡି ସମନ କରିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିବା ବେଳେ ଏହି ବ୍ୟକ୍ତି ବିଶେଷ ମାନେ ଗଲେ କୁଆଡ଼େ? ଇଡି ଜେରାର ସମ୍ମୁଖୀନ ହୋଇଥିବା ଫିଲ୍ମପ୍ରଯୋଜକ ଓ ବ୍ୟବସାୟୀମାନଙ୍କ ଠାରୁ ଇଡି ସମସ୍ତ ତଥ୍ୟ ହାସଲ କରିଛି ତ ? ଯଦି ଏମାନଙ୍କ ଠାରୁ ଆବଶ୍ୟକ ତଥ୍ୟ ଇଡି ହାସଲ କରିଛି ତେବେ ଅନ୍ୟ ପ୍ରଭାବଶାଳୀଙ୍କ ପାଖରେ ଇଡି ପହଞ୍ଚିବାରେ ବିଳମ୍ବ କାହିଁକି ହେଉଛି ?

ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭଳି ରାଜ୍ୟରେ ଇଡି ପ୍ରଭାବଶାଳୀ ରାଜନେତା ମାନଙ୍କୁ ସମନ କରିବା ସହ ପରବର୍ତ୍ତୀ ସମୟରେ ଗିରଫ ମଧ୍ୟ କରିଛି । ଦିଲ୍ଲୀରେ ମଧ୍ୟ ଆପ୍ ସରକାରର ମନ୍ତ୍ରୀ ଏବେବି ଜେଲରେ ରହିଛନ୍ତି । ୨୦୧୮ ମସିହା ଠାରୁ ଇଡି ତଦନ୍ତର ହାର ପୂର୍ବ ବର୍ଷ ଗୁଡ଼ିକ ଅପେକ୍ଷା ଯଥେଷ୍ଟ ଅଧିକ ରହିଛି ସର୍ବ ଭାରତୀୟ ସ୍ତରରେ । ବିଶେଷ କରି ଆର୍ଥିକ ଅନିୟମିତତାରେ ଜଡ଼ିତ ରାଜନୈତିକ ବ୍ୟକ୍ତି ବିଶେଷ ମାନେ ଖସି ପାରିନାହାଁନ୍ତି ଇଡି ହାତରୁ । ମାତ୍ର ଓଡ଼ିଶାରେ ଅର୍ଚ୍ଚନା ନାଗ ମାମଲା ତଦନ୍ତରେ ଇଡିର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ପ୍ରଥମରୁ ଇଡି ଯେଉଁ ଗତିରେ ଏହି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଥିଲା, ସେହି ଗତିରେ ଏବେ ବ୍ରେକ୍ ଲାଗିଛି ବୋଲି ସାଧାରଣ ଲୋକଙ୍କ ଭିତରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳୁଛି । ହାତ ଗଣତି ଲୋକଙ୍କୁ କରିବା ପରେ ଆଶା କରାଯାଉଥିଲା ଅନେକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ପାଖରେ ଇଡି ପହଂଚିବାରେ ଅସୁବିଧା ହୋଇନପାରେ। ମାତ୍ର ଏପର୍ଯ୍ୟନ୍ତ କୌଣସି ପ୍ରଭାବଶାଳୀ ନେତା ଓ ଅଫିସର ଇଡିରେ ହାଜର ନହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ଅର୍ଚ୍ଚନା ନାଗକୁ ୭ଦିନିଆ ରିମାଣ୍ଡରେ ନେଇଥିବା ଇଡିର ତଦନ୍ତ ଆଗକୁ ଗତିଶୀଳ ହେବ ତ? ଅର୍ଚ୍ଚନା ନାଗ ଠାରୁ ଅଧିକ ତଥ୍ୟ ପାଇବାକୁ ଅପେକ୍ଷା କରିଛି କି ଇଡି? ଅର୍ଚ୍ଚନା ନାଗକୁ ବ୍ୟକ୍ତିଗତ ଭାବେ ରିମାଣ୍ଡରେ ନେବା ପରେ ଅନ୍ୟ ପ୍ରଭାବଶାଳୀଙ୍କ ପାଖକୁ ଇଡି ଯିବାକୁ ଚେଷ୍ଟା କରିବ ନାଁ ଚୁପ ହୋଇ ରହିଯିବ? ତେବେ ଓଡ଼ିଶାର ପ୍ରଭାବଶାଳୀ ଶାସକ ଦଳ ନେତା ମାନଙ୍କ ସମ୍ପୃକ୍ତି ଘଟଣା ଇଡିକୁ ହାତବାନ୍ଧି ବସିଯିବା ପାଇଁ ବାଧ୍ୟ କରିନି ତ ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.