• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବେଞ୍ଚ , ବିବାଦ ଓ ବିଜେଡି

ବେଞ୍ଚ , ବିବାଦ ଓ ବିଜେଡି
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୪ ଡିସେମ୍ବର ୨୦୨୨

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଏବେ ସମସ୍ତ ରାଜନୈତିକ ଦଳ ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଆଇନଜୀବୀମାନେ ଆନ୍ଦୋଳନକୁ ସ୍ଥଗିତ ଘୋଷଣା କରିଛନ୍ତି। ମାତ୍ର ନେତା ମାନେ ଏବେ ନା ଆଗକୁ ଯାଇପାରୁଛନ୍ତି ନା ପଛକୁ ଫେରି ପାରୁଛନ୍ତି । ସବୁଠାରୁ ଅଡ଼ୁଆରେ ଏବେ ଶାସକ ବିଜେଡି ଦଳର ନେତା ମାନେ । ଏପରିକି କହୁ କହୁ ବିଧାୟକ ସୁଶାନ୍ତ ସିଂ କହିଦେଲେ, ଏହି ନିଷ୍ପତ୍ତି ନିଆଯାଇପାରୁନାହିଁ କାରଣ ପଶ୍ଚିମ ଓଡ଼ିଶାର ନେତା ଓ ବାସିନ୍ଦା ମାନଙ୍କ ମଧ୍ୟରେ ଏହି ବେଞ୍ଚ ସ୍ଥାପନ ନେଇ ଅସହମତି ରହିଛି। ଯାହାକି ଧରାପକାଇଦେଲା ଶାସକ ଦଳର ମାନସିକତାକୁ ପଶ୍ଚିମ ଓଡ଼ିଶାରେ ବେଞ୍ଚ ପାଇଁ ଦାବିକରୁଥିବା ଆଇନଜୀବୀ ଓ ବୁଦ୍ଧିଜୀବୀଙ୍କ ସାମ୍ନାରେ । କେବଳ ସେତିକି ନୁହେଁ କେନ୍ଦ୍ର ଆଇନ ମନ୍ତ୍ରୀ ମଧ୍ୟ ଓଡ଼ିଶା ସରକାର ନିର୍ଦ୍ଦିଷ୍ଟ ଭାବେ ପ୍ରସ୍ତାବ ଦେଇ ନଥିବା କଥାର ଖୁଲାସା କରିବା ପରେ ହରଡ଼ଘଣାରେ ପଡ଼ିଯାଇଛି ବିଜେଡି।

ଏପରିକି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି କହିବା ପରେ ଏହି ଦାବି ପ୍ରତି ଶାସକ ଦଳର ଉଦାସୀନତାକୁ ନେଇ ଏବେ ରାଜନୀତି ଜୋର ଧରିଛି। ବିଜେଡି ସରକାର ଜାଣିଶୁଣି ଏହି ଦାବୀ ଉପରେ ଚୁପ୍ ବସିଛନ୍ତି ବୋଲି କହି ଆସୁଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର। ଆଇନଜୀଵୀ ମାନେ ଏଥିରୁ ଓହରିଗଲେ ମଧ୍ୟ ଏହି ଆନ୍ଦୋଳନ ଦୁର୍ବଳ ହେବନାହିଁ ବୋଲି ବିଜେପିର ଏହି ନେତା ଗଣମାଧ୍ୟମ ଆଗରେ ନିଜର ମତାମତ ରଖିସାରିଛନ୍ତି। ଉଭୟ କଂଗ୍ରେସ ଓ ବିଜେପି ଏହି ଆନ୍ଦୋଳନକୁ ଜୋରଦାର ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇସାରିଥିବା ପରିମନେ ହୁଏ । ଦୁଇ ଦଳର ନେତା ମାନଙ୍କ ଆଭିମୁଖ୍ୟ ଏକଥା ସ୍ପଷ୍ଟ କରୁଛି ଯେ, ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଥମିବାର ସମ୍ଭାବନା ନାହିଁ ।

ପଶ୍ଚିମ ଓଡ଼ିଶାରୁ ଅଧିକ ସାଂସଦ ବିଜେପିର ଥିବା ବେଳେ ଏହି ଆନ୍ଦୋଳନକୁ ବଞ୍ଚାଇ ରଖିଲେ ସେମାନଙ୍କର ବ୍ୟକ୍ତିଗତ ଭାବେ ଲାଭ ହେବା ସହ ଦଳ ଫାଇଦାରେ ରହିବ ବୋଲି ଏମାନଙ୍କର ବିଶ୍ୱାସ । କଂଗ୍ରେସ ଦଳର ନେତାମାନେ ମଧ୍ୟ ଲୋକଙ୍କ ସହ ରହିବାକୁ ହେଲେ ଏହି ଆନ୍ଦୋଳନରୁ ନିଜକୁ ଦୂରେଇବାକୁ ଚାହିଁବେ ନାହିଁ । ଦୁଇ ବିରୋଧୀ ଦଳ ଯଦି ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ପ୍ରସଙ୍ଗ ସହିତ ଏହି ପ୍ରସଙ୍ଗକୁ ନେଇ ଶାସକ ବିଜେଡିକୁ ରୋକିବାକୁ ଉଦ୍ୟମ କରନ୍ତି ତେବେ ଶାସକ ଦଳ ବାଧ୍ୟ ହେବ ମୁହଁ ଖୋଲିବା ପାଇଁ । ଏପର୍ଯ୍ୟନ୍ତ ଏହି ଦାଵୀ ଉପରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନବକିଶୋର ଦାସ, ନିରଞ୍ଜନ ପୂଜାରୀ, ରୋହିତ ପୂଜାରୀ ଆଦିଙ୍କ ଆଭିମୁଖ୍ୟ ସେମାନେ ସ୍ପଷ୍ଟ କରିନାହାନ୍ତି ।

ଆଇନଜୀଵୀ ମାନଙ୍କୁ ପୋଲିସ ଗିରଫ କରିବା ପରେ ମୁହଁ ଖୋଲିଛନ୍ତି ପଶ୍ଚିମ ଓଡ଼ିଶାର ବିଜେଡିର ଟାଣୁଆ ନେତା କୁହାଯାଉଥିବା ବିଧାୟକ ସୁଶାନ୍ତ ସିଂ। ଆନ୍ଦୋଳନକାରୀଙ୍କ ଚାପରେ ପଡ଼ି ସେ ସତ କଥା କହିବା ସହ ବିଜେଡିକୁ ପରୋକ୍ଷରେ ଲୋକଙ୍କ ଆଗରେ ଧରାପକାଇ ଦେଇଛନ୍ତି । ସୁଶାନ୍ତ ସିଂଙ୍କ ବୟାନ ପରେ ପଶ୍ଚିମ ଓଡ଼ିଶାର ଅନ୍ୟ ନେତା ମାନେ କରିବେ କ’ଣ ? ଲୋକଙ୍କ ଦାବୀକୁ ସମର୍ଥନ କରିବେ ନା ନାହିଁ ? ଯଦି ନିରବ ରହିବେ ତେବେ ଆନ୍ଦୋଳନକାରୀ ମାନେ ସେମାନଙ୍କ ଉପରେ ଚାପ ପ୍ରୟୋଗ କରିବା ଏକ ପ୍ରକାର ନିଶ୍ଚିତ । ପ୍ରଥମରୁ ଏହି ଦାବି ନେଇ ପୋଲିସ ପ୍ରଶାସନ ଚୁପ୍ ରହିବା ପରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଇନଜୀବୀ ମାନଙ୍କ ଉପରେ କଠୋର ଆଭିମୁଖ୍ୟ ପୋଷଣ କରି ସେମାନଙ୍କୁ ଗିରଫ ମଧ୍ୟ କରିଛି । ରାଜ୍ୟ ପୋଲିସର ଏହି ଆଚରଣ ଓ ଶାସକ ଦଳ ନେତାଙ୍କ ଲୁଚକାଳି ଖେଳକୁ ପଶ୍ଚିମ ଓଡ଼ିଶାବାସୀ ନାପସନ୍ଦ କରିଛନ୍ତି ।

ଅନ୍ୟ ପକ୍ଷରେ ପଦ୍ମପୁର ନିର୍ବାଚନରେ ହାରିଯାଇଥିବା ବିଜେପି ଓ ଅମାନତ ହରାଇଥିବା କଂଗ୍ରେସ ପାଇଁ ଏହା ଏକ ସୁଯୋଗ ଆଣିଦେଇଛି। ବିଜେଡି ସରକାର ବିରୋଧରେ ଏକାକୀ ଲଢ଼ୁଥିବା ଜୟନାରାୟଣ ମିଶ୍ର ଏବେ ଏହି ଦାବୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଠାରୁ କଡ଼ା ଗଣ୍ଡା ହିସାବ ନେବା ମୁଡ୍ ରେ ରହିଛନ୍ତି । ଦୁଇ ଦୁଇଟି ଉପନିର୍ବାଚନରେ ପରାଜୟ ବରଣ କରିଥିବା ବିଜେପି ଶାସକ ବିଜେଡିକୁ ଏହି ପ୍ରସଙ୍ଗରେ ନଛାଡ଼ିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଶୁଣିବାକୁ ମିଳୁଛି । ଯଦି ଏହି ନିଷ୍ପତ୍ତିରେ ବିଜେପି କୌଣସି ପରିବର୍ତ୍ତନ ନକରେ ଓ କଂଗ୍ରେସ ନେତାଙ୍କ ସହଯୋଗ ମିଳିଯାଏ ତେବେ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ଉପରେ ଭୀଷଣ ଚାପ ସୃଷ୍ଟି ହେବ ଓ ସରକାର ମଧ୍ୟ ଏଥିରୁ ସହଜରେ ଖସିପାରିବା ଭଳି ସ୍ଥିତି ନଥିବା ଭଳି ମନେହୁଏ । ଏପରିକି ଭୋଟରେ ଜିତିବା ପାଇଁ ମଧ୍ୟ ବିଜେଡିର ପଶ୍ଚିମ ଓଡ଼ିଶାର ନେତାମାନେ ବିରୋଧୀ ନେତାଙ୍କ ସହ ଯେ ଏକାଠି ନହେବେ ତାହା କିଏ କହିବ ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.