• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଧାୟକ ଓ ଦରମା ବୃଦ୍ଧି…

ବିଧାୟକ ଓ ଦରମା ବୃଦ୍ଧି…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୫ ଡିସେମ୍ବର ୨୦୨୨

ସରକାରୀ କର୍ମଚାରୀ ମାନେ “ସମାନ କାମକୁ ସମାନ ଦରମା” ପାଇଁ ବାରମ୍ବାର ଆନ୍ଦୋଳନ କରି ବିଫଳ ହେଉଥିବା ବେଳେ ଏବେ ବିଧାୟକ ମାନଙ୍କର “କାମ କମ ଅଧିକ ଦରମା” ଦାବୀ ବିନା ଆନ୍ଦୋଳନରେ ବି ପୁରଣ ହୋଇପାରୁଛି । ଏଭଳି ଏକ ଆଲୋଚନା ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଚାଲିଛି । ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧି କରିବାକୁ ଗଠିତ ପରାମର୍ଶ ଦାତା କମିଟି ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିବାପରେ ଏନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ମିଳିଥିବା ସୂଚନା ଅନୁଯାୟୀ ବିଧାୟକ ମାନଙ୍କୁ ମିଳୁଥିବା ଦରମା, ଭତ୍ତା ଓ ପେନସନ୍ କୁ ପାଖାପାଖି ଦୁଇ ଗୁଣ କରିବାକୁ କମିଟି ପ୍ରସ୍ତାବ ଦେଇଛି ।

ତେବେ ବିଧାୟକ ମାନଙ୍କ ଦରମା ଓ ପେନସନ୍ ର ପରିମାଣ ବଢ଼ିଲେ କ୍ଷତି କ’ଣ? ଅର୍ଥନୈତିକ କ୍ଷେତ୍ରରେ ଆଗୁଆ ବୋଲି ଦାବୀ କରୁଥିବା ରାଜ୍ୟ ସରକାରଙ୍କ ପାଖରେ ଏନେଇ ଆବଶ୍ୟକୀୟ ଅର୍ଥର ଅଭାବ ରହିଛି କି? ଯଦି ପଡ଼ୋଶୀ ରାଜ୍ୟ ତେଲେଙ୍ଗାନା, ଝାଡ଼ଖଣ୍ଡର ବିଧାୟକ ମାନେ ଅଧିକ ଦରମା ପାଇବେ ତେବେ ଓଡ଼ିଶାର ବିଧାୟକ ମାନେ ପଛରେ ରହିବା ଉଚିତ କି? ସରକାରୀ କର୍ମଚାରୀଙ୍କୁ ସବୁବେଳେ ବର୍ଦ୍ଧିତ ବେତନ ଓ ପେନସନ୍ ଦେଇପାରୁଥିବା ଏକ ଲୋକପ୍ରିୟ ସରକାର କ’ଣ ବିଧାୟକ ମାନଙ୍କ କ୍ଷେତ୍ରରେ ଦରମା ବଢ଼ାଇବା ଉଚିତ୍ ନୁହେଁ କି ?

ତେବେ ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ପୂର୍ବରୁ ପ୍ରଥମେ ଆମ ବିଧାନସଭାର କାର୍ଯ୍ୟ ଦିବସ ଓ ବିଧାୟକଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିବା ଉଚିତ ହେବ । ଗତ ୨୦ବର୍ଷ ଭିତରେ ଦେଖାଯାଇଛି ଓଡ଼ିଶା ବିଧାନସଭାର କାର୍ଯ୍ୟ ଦିବସ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ଏପରିକି ବର୍ଷକୁ ୬୦ଦିନ ମଧ୍ୟ ବିଧାନସଭା ଚାଲିପାରୁନାହିଁ । ଗତ ଶୀତ ଅଧିବେଶନକୁ ଯଦି ଅନୁଶୀଳନ କରାଯାଏ, ତେବେ ବିଧାନସଭା ସରିବାର ୨୫ ଦିନ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଦିଆଗଲା । ଏପରିକି ଚାଲିଥିବା ଦିନ ଗୁଡ଼ିକରେ ମଧ୍ୟ ୫୦ ପ୍ରତିଶତରୁ ଅଧିକ ବିଧାୟକ ଗୃହରେ ଅନୁପସ୍ଥିତ ଥିଲେ । କାରଣ ବିଧାନସଭା ଅପେକ୍ଷା ଉପନିର୍ବାଚନ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । କେବଳ ସେତିକି ନୁହେଁ, ବିଧାନସଭାରେ ଥିବା ପ୍ରଶ୍ନକାଳ ମଧ୍ୟ ଅନେକ ଅଧିବେଶନରେ ଠିକଣାରୂପେ ସମ୍ପାଦିତ ହୋଇପାରି ନାହିଁ । ଶାସକ ଓ ବିରୋଧୀଙ୍କ ହୋ ହଲ୍ଲା ଭିତରେ ପ୍ରଶ୍ନ କାଳ ବାତିଲ ହୋଇଯିବା ସହ ଘଣ୍ଟା ଘଣ୍ଟା ଧରି ଗୃହ ମୁଲତବୀ ରହିବାର ଅନେକ ନଜିର ରହିଛି। ସେହିପରି ଗୃହର ନିର୍ଦ୍ଧାରିତ କାର୍ଯ୍ୟଦିବସ ପୂର୍ବରୁ ଆବଶ୍ୟକତା ନଥିବା ବୋଲି ଦର୍ଶାଇ ସର୍ବସମ୍ମତଭାବେ ଶାସକ ଓ ବିରୋଧୀ ଦଳ ଗୃହ କାର୍ଯ୍ୟକୁ ବନ୍ଦ କରିବାରେ ପରସ୍ପରକୁ ସହଯୋଗ ମଧ୍ୟ କରିଛନ୍ତି ।

ଦିଲ୍ଲୀ, ପଶ୍ଚିମବଙ୍ଗ, ପଞ୍ଜାବ ଆଦି ରାଜ୍ୟର ବିଧାୟକ ମାନେ ଓଡ଼ିଶାର ବିଧାୟକ ମାନଙ୍କ ଠାରୁ ଏବେ ବି କମ୍ ଦରମା ନେଉଛନ୍ତି । ମାତ୍ର ଆମ ରାଜ୍ୟର ବିଧାୟକ ମାନେ କେଉଁଥିପାଇଁ ଅଧିକ ଦରମା ଓ ଭତ୍ତାର ଆବଶ୍ୟକ କରନ୍ତି, ତାହା ହୁଏତ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥାଇପାରେ । ତେବେ କିଛି ବ୍ୟକ୍ତି ବିଶେଷଙ୍କ ମତରେ ଜନପ୍ରତିନିଧି ମାନଙ୍କ ଦରମା ବଢିବା ଦରକାର । ଦରମା ବଢ଼ିଲେ ସେମାନେ ନିଜ ନିର୍ବାଚନ ମଣ୍ଡଳୀକୁ ଅଧିକ ଯାଆସ କରିବେ, ଲୋକଙ୍କ ଅସୁବିଧା ବୁଝିବେ ଓ ବିଧାନ ସଭାରେ ଏ ପ୍ରସଙ୍ଗ ଉଠାଇ ପାରିବେ । ଯଦି ଏହି ଯୁକ୍ତିକୁ ଗ୍ରହଣ କରାଯାଏ, ତେବେ ଓଡ଼ିଶାର ବିଧାୟକ ମାନଙ୍କ ଦରମା କମ୍ ଯୋଗୁ କ’ଣ ସେମାନେ ନିର୍ବାଚନ ମଣ୍ଡଳୀକୁ କମ୍ ଯାଉଛନ୍ତି, ଲୋକଙ୍କ ଅସୁବିଧା ବୁଝିବାରେ ଅସମର୍ଥ ହେଉଛନ୍ତି, ବିଧାନ ସଭା କାର୍ଯ୍ୟରେ ଯୋଗ ଦେଇ ପାରୁନାହାନ୍ତି ଓ ଯେଉଁଥିପାଇଁ ବିଧାନ ସଭାର ପ୍ରଶ୍ନୋତ୍ତରକାଳ ଠିକ୍ ଭାବେ ଚାଲିପାରୁନାହିଁ ଓ ପରିଶେଷରେ ବିଧାୟକ ମାନଙ୍କ ଅନୁପସ୍ଥିତି ଯୋଗୁଁ ବିଧାନ ସଭାର କାର୍ଯ୍ୟକାଳକୁ କମାଇ ଦିଆଯାଉଛି କି ? ଯଦି ଏହି ସବୁ ଅସୁବିଧା ଯୋଗୁଁ ବିଧାନସଭା ଚାଲିପାରୁନାହିଁ ଓ ବିଧାୟକମାନେ ଲୋକଙ୍କ ପ୍ରସଙ୍ଗ ଉଠାଇ ପାରୁନାହାନ୍ତି ତେବେ ସେମାନଙ୍କ ଦରମା, ଭତ୍ତା ଓ ପେନସନ୍ ବଢ଼ିବାରେ ଅସୁବିଧା ନାହିଁ । ମାତ୍ର ଦରମା, ଭତ୍ତା ନବଢ଼ିବା ଯୋଗୁଁ ଯଦି ବିଧାନସଭା ଚାଲିନପାରେ ଓ ଗୃହକାର୍ଯ୍ୟ ଅବଧିକୁ ହ୍ରାସ କରାଯାଏ, ବିଧାୟକ ମାନେ ଗୃହକୁ ଆସିବାକୁ ଉଚିତ୍ ମନେ କରନ୍ତି ନାହିଁ ତେବେ ସେମାନଙ୍କ ଦରମା ଓ ଭତ୍ତା ବୃଦ୍ଧିକୁ ଯୁକ୍ତି ସଙ୍ଗତ ବୋଲି କୁହାଯାଇ ପାରିବ କି ? ଯେଉଁଥିପାଇଁ ସେମାନେ ନିର୍ବାଚିତ ହୋଇଛନ୍ତି ଯଦି ସେହି କାର୍ଯ୍ୟ ସେମାନେ ସୂଚାରୁରୂପେ ସମ୍ପାଦନ କରିବେ ନାହିଁ ତେବେ ଅଧିକ ବେତନ ଓ ଭତ୍ତା ଦାବୀ କରିବା ଯୁକ୍ତିକୁ ଗ୍ରହଣ କରିବା ଉଚିତ୍ ହେବ କି ? ଯଦି ସରକାରୀ କର୍ମଚାରୀଙ୍କ ପରି ଏମାନେ ଅଧିକ ବେତନ ଓ ପେନସନ୍ ଦାବୀ କରିବେ ତେବେ ସେମାନଙ୍କ ପାଇଁ “କାମ ନାହିଁ ତ ଦରମା ନାହିଁ” ନୀତି ଲାଗୁ ହେବା ଉଚିତ୍ ନୁହେଁ କି ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.