• About
  • Contact
Sunday, April 19, 2026
Sunday, April 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ସମାବେଶ, ସଂଶୟ ଓ ସଞ୍ଜୟ…

ସମାବେଶ, ସଂଶୟ ଓ ସଞ୍ଜୟ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୯ ଡିସେମ୍ବର ୨୦୨୨

ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ ପାଳିବ ନିଜର ୨୫ତମ ପ୍ରତିଷ୍ଠା ଦିବସ । ଦଳ ଏହି ରୌପ୍ୟ ଜୟନ୍ତୀକୁ ବେଶ୍ ଧୁମ୍ ଧାମ୍ ରେ ପାଳିବ ବୋଲି ନିଷ୍ପତ୍ତି ନେଇଛି । ରାଜ୍ୟସ୍ତରୀୟ ଏକ ବିଶାଳ ସମାରୋହ ଆୟୋଜନ ହେବ ଶ୍ରୀକ୍ଷେତ୍ରରେ । ଏନେଇ ଦଳ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ନବୀନ ନିବାସରେ ବସିଥିବା ବୈଠକରେ ବହୁ ନେତାଙ୍କୁ ନେଇ ଏହି ଉତ୍ସବ ପାଳନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ବିଧାୟକ, ସାଂସଦ, ରାଜ୍ୟର କର୍ମକର୍ତ୍ତା ଓ ଛାମୁଆଁ ସଂଗଠନର ଦାୟିତ୍ୱ ସମ୍ଭାଳୁଥିବା ନେତାମାନେ ଏହି ସମାବେଶରେ ଯୋଗ ଦେବେ । ଏପରିକି ନିଜେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ଯୋଗ ଦେଇ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ଆଗାମୀ ଦିନରେ ବିଜେଡିର ରାଜନୈତିକ କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ସୂଚନା ଦେବେ ।

ଏହାପରେ ରାଜ୍ୟରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡି ପାଳିବ ନିଜର ରୌପ୍ୟ ଜୟନ୍ତୀ ଉତ୍ସବ । ଏହି ଆୟୋଜନ ହିଁ ସ୍ପଷ୍ଟ କରିଛି ୨୦୨୪ ପାଇଁ ବିଜେଡିର ରୋଡ଼ ମ୍ୟାପ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀ ଜିଲ୍ଲା ରାଜନୀତି ପାଇଁ ମଧ୍ୟ କିଛି ନୂଆ ସଂକେତ ମିଳିପାରେ ଏହି ସମାବେଶରୁ । ବେଶ୍ କିଛି ଦିନ ଧରି ଶାସକ ବିଜେଡିର ପୁରୀ ଜିଲ୍ଲା ରାଜନୀତିରେ ହଟଚମଟ ଦେଖିବାକୁ ମିଳୁଛି । ପୁରୀର ଦୁଇ ଟାଣୁଆ ନେତା ସଞ୍ଜୟ ଦାସବର୍ମା ଓ ମହେଶ୍ୱର ମହାନ୍ତିଙ୍କ ହାବଭାବ ବହୁତ କିଛି ବୟାନ କରୁଛି । ବିଶେଷ କରି ପୁରୀରେ ଆୟୋଜିତ ହେବାକୁ ଯାଉଥିବା ଏହି ବିଶାଳ ସମାବେଶର ପ୍ରସ୍ତୁତି ବୈଠକରେ ସଞ୍ଜୟ ଦାସବର୍ମା ଅନୁପସ୍ଥିତ ଥିଲେ ବୋଲି ସୂଚନା ମିଳିଛି।  ଓଡ଼ିଶାର ରତ୍ନ ଭଣ୍ଡାର ଉପରେ ବିଦେଶୀଙ୍କ ନଜର କଥା କହିବା ପରେ ସଞ୍ଜୟ ଦାସ ବର୍ମା ଦଳୀୟ ରାଜନୀତିରୁ ଏକ ପ୍ରକାର କୋଣଠେସା ହୋଇଯାଇଛନ୍ତି । ଏଭଳି ବୟାନ ଦେବାପରେ ବ୍ରହ୍ମଗିରିର ଏହି ପୂର୍ବତନ ବିଧାୟକ ତଥା ବିଜେଡି ସଂଗଠନର ଟାଣୁଆ ନେତାଙ୍କୁ ଦଳୀୟ କାର୍ଯ୍ୟକ୍ରମ ଓ ଉପ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିଲା ନାହିଁ । ସେହିପରି ପୁରୀର ଅନ୍ୟତମ ପ୍ରଭାବଶାଳୀ ନେତା ମହେଶ୍ୱର ମହାନ୍ତି ମଧ୍ୟ ବେଶ୍ ଅସନ୍ତୁଷ୍ଟ ଥିବାଭଳି ମନେ ହେଉଛନ୍ତି। ଆସନ୍ତା ନିର୍ବାଚନରେ ତାଙ୍କୁ ଟିକେଟ ନ ମିଳିବାର ସମ୍ଭାବନା କଥା ଜାଣି ସେ ମଧ୍ୟ କିଛି କିଛି ସ୍ଥାନରେ ନିଜର ଅସନ୍ତୋଷ ଜାହିର କରୁଥିବା ଶୁଣିବାକୁ ମିଳୁଛି ।

ପୁରୀର ସଂସଦୀୟ କ୍ଷେତ୍ରର ଅନ୍ୟ ଦୁଇଟି ନିର୍ବାଚନ ମଣ୍ଡଳୀ ନୟାଗଡ଼ ଓ ସତ୍ୟବାଦୀରେ ମଧ୍ୟ ଦଳୀୟ ଅସନ୍ତୋଷ ଦାନା ବାନ୍ଧିଲାଣି । ମନ୍ତ୍ରୀ ମଣ୍ଡଳରୁ ବିଦା ହେବା ପରେ ଅରୁଣ ସାହୁ ଓ ସତ୍ୟବାଦୀର ବିଧାୟକ ଉମା ସାମନ୍ତରାୟ ମନ୍ତ୍ରିମଣ୍ଡଳରେ ସ୍ଥାନ ନପାଇବା ନେଇ କ୍ଷୁବ୍ଧ ଥିବା ତାଙ୍କର ନିକଟତମ ମହଲରୁ ଜଣାପଡ଼ିଛି । ନିମାପଡ଼ାରୁ କ୍ରମାଗତ ଜିତି ଆସୁଥିବା ସମୀର ଦାସ ମଧ୍ୟ ଏଥରର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ କ୍ୟାବିନେଟ ପଦ ନପାଇବା ଯୋଗୁଁ ନିଜର କ୍ଷୋଭ ପ୍ରକାଶ କରିଥିଲେ । ତା ସାଙ୍ଗକୁ ଜଣେ ଦଳୀୟ ନେତାଙ୍କ ଆତ୍ମହତ୍ୟା ପରେ ସେ ମଧ୍ୟ ବିବାଦୀୟ ହୋଇପଡ଼ିଛନ୍ତି । ସେହିପରି ଚିଲିକା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ମଡ଼ାଇ ଜେଲ ଯିବାପରେ ଶାସକ ବିଜେଡି ଅଡ଼ୁଆରେ ପଡ଼ିଛି । ପୁରୀ ଲୋକସଭା ଅନ୍ତର୍ଗତ ୭ ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପିପିଲିକୁ ବାଦ ଦେଲେ ଅନ୍ୟ ୬ଟିରେ ବିଜେଡି ଭିତରେ ଥିବା ଅସନ୍ତୋଷ ତୀବ୍ର ହୋଇଛି ।

ବିଶେଷ କରି ବ୍ରହ୍ମଗିରରେ ସଞ୍ଜୟଙ୍କ ଆସନ ଟଳମଳ ହେବାପରେ ସେ ଏକ ପ୍ରକାର ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହେବାର ସୂଚନା ଦେଇ ସାରିଲେଣି । ଆଗକୁ ବିଜେଡି ମଧ୍ୟ ସଞ୍ଜୟଙ୍କ ବଦଳରେ ପୂର୍ବତନ କଂଗ୍ରେସ ନେତା ସ୍ଵର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଦଳକୁ ଆଣିବାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ମିଳିଥିବା ଖବର ଅନୁଯାୟୀ ଉପାସନାଙ୍କୁ ସଞ୍ଜୟଙ୍କ ବିରୋଧରେ ଜନମତ ତିଆରି ପାଇଁ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀର ପରୋକ୍ଷ ସମର୍ଥନ ରହିଛି। ପୁରୀ ଜିଲ୍ଲାର ରାଜନୈତିକ ପରିସ୍ଥିତି ବିଜେଡିକୁ ଏହି ସମାବେଶ ପୁରୀ ରେ ଆୟୋଜନ କରିବାକୁ ବାଧ୍ୟ କରିଛି ବୋଲି ଶୁଣିବାକୁ ମିଳିଛି। ଏହି ଆୟୋଜନ ପୁରୀ ରାଜନୀତିରେ ପରିବର୍ତ୍ତନର ସଂକେତ ଦେବନାହିଁ ତ ? ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ ,ଉମା ସାମନ୍ତରାୟ , ମହେଶ୍ୱର ମହାନ୍ତି ଓ ପ୍ରଶାନ୍ତ ଜଗଦ୍ଦେବ ଆଦି ନେତା ମାନଙ୍କ ଭୂମିକା ଆଗାମୀ ଦିନରେ କ’ଣ ହେବ? ଶ୍ରୀକ୍ଷେତ୍ରର ଏହି ସମାବେଶ ପରେ ଶାସକ ବିଜେଡିରେ ବିଦ୍ରୋହର ପଦଧ୍ୱନୀ ଜୋର ହେବ ନାହିଁ ତ ? ଆଉ ଯଦି ସଞ୍ଜୟ ଦାସବର୍ମା ବିଜେଡି ଛାଡ଼ିବାର ନିଷ୍ପତ୍ତି ନିଅନ୍ତି ତେବେ ଅନ୍ୟ ଅସନ୍ତୁଷ୍ଟ ନେତାମାନେ ତାଙ୍କ ସହିତ ସାମିଲ ହେବେ ନାହିଁ ତ? ତେବେ ବିଜେଡିର ଏହି ସମାବେଶ ନୂଆବର୍ଷ ପୂର୍ବରୁ ପୁରୀ ଜିଲ୍ଲାର ରାଜନୈତିକ ପାଣିପାଗରେ ବ୍ୟାପକ ପରିବର୍ତ୍ତନର ଆଭାସ ଦେବାକୁ ଯାଉଛି।

Nirvik Bureau

Nirvik Bureau

Related Posts

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?
Politics

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

by Nirvik Bureau
April 9, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୯ ଏପ୍ରିଲ, ୨୦୨୬ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ଡ. ସସ୍ମିତ୍ ପାତ୍ର। ଦଳ ସଭାପତି ନବୀନ...

Read more
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

March 28, 2026
ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

March 17, 2026
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.