• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଓଡ଼ିଶା ହେବ କି କଂଗ୍ରେସ ମୁକ୍ତ?

ଓଡ଼ିଶା ହେବ କି କଂଗ୍ରେସ ମୁକ୍ତ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୨ ଡିସେମ୍ବର ୨୦୨୨

ଓଡ଼ିଶା କଂଗ୍ରେସରେ ଏବେ ପୁଣି ଆରମ୍ଭ ହୋଇଯାଇଛି ଜୋରଦାର ଲଢ଼େଇ । ଆଭ୍ୟନ୍ତରୀଣ କନ୍ଦଳ କମିବା ପରିବର୍ତ୍ତେ ବଢ଼ିଚାଲିଛି । ପଦ୍ମପୁର ଉପନିର୍ବାଚନକୁ ନେଇ ଦଳର ଦୁଇ ବିଧାୟକ ମହମ୍ମଦ ମୋକିମ୍ ଓ ସୁରେଶ ରାଉତରାୟ ଦେଇଥିବା ବୟାନ ପାଇଁ ଉଭୟଙ୍କୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ୍ । ଦଳ ତରଫରୁ ଏହାକୁ ଏକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଥିବା ବେଳେ ଦୁଇ ବିଧାୟକ ମଧ୍ୟ ଏହାର ଜବାବ ଦେବେ ବୋଲି କହି ସାରିଲେଣି । କିଛିଦିନ ପୂର୍ବରୁ ଦଳୀୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପନିର୍ବାଚନ ସମୀକ୍ଷା ବୈଠକ ପରେ ନିଆଯାଇଛି ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଏହି ଦୁଇ ବିଧାୟକ ଯେ, ପ୍ରଥମ ଥର ପାଇଁ ଏଭଳି ଦଳ ବିରୋଧୀ ମନ୍ତବ୍ୟ ଦେଇଛନ୍ତି ତାହା ନୁହେଁ, ବାରମ୍ବାର ଏମାନେ ଦଳ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିବା ବେଳେ ପିସିସି ସଭାପତି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରିନଥିଲେ ।

୨୮ ପ୍ରତିଶତ ଭୋଟରୁ ଆସି ଓଡ଼ିଶା କଂଗ୍ରେସର ଭୋଟ ହାର ୨ ପ୍ରତିଶତରେ ପହଞ୍ଚିବା ପରେ ମଧ୍ୟ ଶୀର୍ଷ ନେତୃତ୍ୱର ଏନେଇ ଚିନ୍ତା ନାହିଁ। ୨୦୦୦ମସିହାରୁ ଓଡ଼ିଶାରେ କଂଗ୍ରେସ କ୍ଷମତାରୁ ଯାଇଛି ଯେ, ଏଯାଏଁ ଆଉ କ୍ଷମତାକୁ ଫେରିପାରୁନାହିଁ । ୨୦୧୯ ସାଧାରଣ ନିର୍ବାଚନରେ ଦଳ ଗୋଟିଏ ଲୋକସଭା ଆସନ ପାଇବା ସହ ୯ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା । ଏପରିକି ୧୯ବର୍ଷ ପରେ କଂଗ୍ରେସ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଆସନ ମଧ୍ୟ ହରାଇଛି ଗତ ନିର୍ବାଚନରେ । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ। ଏଭଳି ସ୍ଥିତିରେ ଦଳ ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ ଅମାନତ ହରାଇ ଓଡ଼ିଶା ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ମଧ୍ୟ ସମ୍ପୂର୍ଣ୍ଣ ଭାବେ ହରାଇ ବସିଛି। ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ବିଦାୟ ନେଲେ । ଶରତ ପଟ୍ଟନାୟକ ଦୀର୍ଘ ଦିନ ପରେ ପୁନର୍ବାର ସଭାପତି ଆସନରେ ବସିଲେ । ମାତ୍ର ବଦଳିଲା ନାହିଁ ରାଜ୍ୟ କଂଗ୍ରେସର ଭାଗ୍ୟ । ନିର୍ବାଚନ ଜିତିବା ତ ଦୂରର କଥା ପ୍ରାର୍ଥୀ ମାନେ ନିଜର ଅମାନତ ହରାଇବା ସହ ୨ରୁ ୩ହଜାର ଭୋଟ ପାଇବା ଏବେ ଦଳକୁ ବେଶ ଅଡ଼ୁଆରେ ପକାଇଛି । ଏହା ସାଙ୍ଗକୁ ଦଳର ପ୍ରମୁଖ ନେତାମାନେ ଜଣକ ପରେ ଜଣେ କଂଗ୍ରେସ ଛାଡ଼ି ବିଜେଡି ମୁହାଁ ହେଉଛନ୍ତି ତ ଆଉ କିଏ କିଏ ବିଜେପି ସହ ମିଶିଯାଇଛନ୍ତି ।

ପୂର୍ବତନ ବିରୋଧୀ ଦଳନେତା ଭୂପିନ୍ଦର ସିଂଙ୍କ ଠାରୁ ଆରମ୍ଭ କରି ପୂର୍ବତନ କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଶେଖର ସାହୁ, ନବକିଶୋର ଦାସ, ପ୍ରଦୀପ ମାଝୀ ଆଦି ବିଜେଡି ରେ ଆଶ୍ରୟ ନେଇଛନ୍ତି । ସେହିପରି ମଝିରେ ମଝିରେ ଶୁଣିବାକୁ ମିଳୁଛି ଯେ, ଅନ୍ୟତମ ବରିଷ୍ଠ ନେତା ଚିରଞ୍ଜୀବୀ ବିଶ୍ୱାଳଙ୍କ ସମେତ ଆଉ କିଛି ବରିଷ୍ଠ ନେତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇପାରନ୍ତି । ଗତ ନିର୍ବାଚନରେ ଜିତିଥିବା ୯ଜଣ ବିଧାୟକଙ୍କ ମଧ୍ୟରୁ ୪ଜଣ ମଧ୍ୟ ବିଜେଡି ସହ ଯୋଗାଯୋଗରେ ଥିବା ଶୁଣିବାକୁ ମିଳୁଛି । ପିସିସି ସଭାପତି ହୋଇନପାରିବାରୁ ବିଧାୟକ ମହମ୍ମଦ ମୋକିମ୍ ମଧ୍ୟ ଦଳ ଛାଡ଼ିବାପାଇଁ ମନସ୍ଥିର କରିସାରିଥିବା କଥା ତାଙ୍କ ନିକଟତମ ମହଲରୁ ପ୍ରକାଶ ।

ତେଣୁ ଏଭଳି ସ୍ଥିତିରେ ଦୁଇ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ କ’ଣ ଦଳକୁ ଏକାଠି ରଖି ପାରିବ ? ବିଦ୍ରୋହୀ ନେତାଙ୍କ ପାଟି ଚୁପ୍ କରାଇବାରେ କ’ଣ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସକ୍ଷମ ହେବ ? ବାରମ୍ବାର ମହମ୍ମଦ ମୋକିମ ଓ ସୁରେଶ ରାଉତରାୟ ଦଳକୁ ଚ୍ୟାଲେଞ୍ଜ କରୁଥିଲେ ମଧ୍ୟ ଦଳ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନ ନେଇପାରିବାର କାରଣ କ’ଣ ? ସେହିପରି ଅନ୍ୟତମ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେବାରୁ ଦୁରେଇ ରହିଲା କାହିଁକି ? ଏଭଳି ଅନେକ ପ୍ରଶ୍ନ ଏବେ କଂଗ୍ରେସର କର୍ମୀଙ୍କ ଠାରୁ ଆରମ୍ଭ କରି ନେତାଙ୍କ ମନରେ ସୃଷ୍ଟି ହୋଇଛି ।

ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିଧାୟକ ମହମ୍ମଦ ମୋକିମ୍ ଦଳର ନିଷ୍ପତ୍ତିରୁ ଓହରିଯାଇ ବିଜେପି ଓ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ତା ପରେ ମଧ୍ୟ ତାଙ୍କ ଉପରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ନେଇପାରିନାହିଁ । ଏଭଳି ପରିସ୍ଥିତି କ’ଣ ସୂଚାଉଛି ? ଓଡ଼ିଶାରେ କଂଗ୍ରେସର ଏହି ଦୁର୍ବଳ ନେତୃତ୍ୱ ପାଇଁ ରାଜ୍ୟର ନେତା ନା ଦଳୀୟ ହାଇକମାଣ୍ଡଙ୍କୁ ଦାୟୀ କରାଯିବ ? କଂଗ୍ରେସ ଆଗରେ ଏବେ ଦୁଇଟି ରାସ୍ତା, ଦଳ ବିରୋଧୀଙ୍କୁ ଦୃଢ଼ ଭାବେ ଦମନ କରିବା ଓ ଲୋକଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖ୍ୟାତ ହେଉଥିବା ନେତା ମାନଙ୍କୁ ହଟାଇ ନୂଆ ନେତୃତ୍ୱ ଉପରେ ଭରସା କରିବା । ଯଦି ଓଡ଼ିଶାରେ କଂଗ୍ରେସ ନିଜର ସଙ୍ଗଠନକୁ ଗୁରୁତ୍ୱ ନଦିଏ ଓ ନୂଆ ନେତୃତ୍ୱ ଉପରେ ଆସ୍ଥା ସ୍ଥାପନ ନକରେ ତେବେ ଆସୁଥିବା ସାଧାରଣ ନିର୍ବାଚନରେ ଓଡ଼ିଶା କଂଗ୍ରେସ ମୁକ୍ତ ରାଜ୍ୟ ନହେବ ତାହା କେହି ଜୋର ଦେଇ କହିପାରିବେ ନାହିଁ ।

 

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.