• About
  • Contact
Monday, December 1, 2025
Monday, December 1, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଓଡ଼ିଶାର ଗଣମାଧ୍ୟମରେ ୨୦୨୨…

ଓଡ଼ିଶାର ଗଣମାଧ୍ୟମରେ ୨୦୨୨…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩୦ ଡିସେମ୍ବର ୨୦୨୨

ବିଦାୟ ନେବାକୁ ଯାଉଛି ୨୦୨୨। ପୁରୁଣା ବର୍ଷ ରହିଥିଲା ଅନେକ ଘଟଣା ବହୁଳ । ଗଣମାଧ୍ୟମରେ ଅନେକ ଖବର ଚର୍ଚ୍ଚାର ପରିସରକୁ ଆସିଥିଲା ଓ କିଛିଦିନ ପରେ ପୁଣି ହଜିଯାଇଥିଲା । ମାତ୍ର ଓଡ଼ିଶାର ଗଣମାଧ୍ୟମର କେତେକ ଖବର ଓ ଏବଂ ଗଣମାଧ୍ୟମର ହାଲଚାଲକୁ ସମୀକ୍ଷା ନକଲେ ତାହା ଖବର କାଗଜ ପାଠକ ଓ ନ୍ୟୁଜ୍ ଚ୍ୟାନେଲ୍ ଦର୍ଶକଙ୍କ ପାଇଁ ୨୦୨୨କେମିତି ରହିଲା ତାହା ଜଣାପଡ଼ିବ ନାହିଁ ।

ଆଗରେ ରହିଥିଲା ପ୍ରେମ, ପ୍ରତାରଣା ଓ ପାରିବାରିକ ବିବାଦ: ୨୦୨୨ ଆରମ୍ଭରୁ ଯଦି ପ୍ରମୁଖ ଖବର ଭାବରେ ଓଡ଼ିଶାର ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜ ଗୁଡ଼ିକ ଯାହାକୁ ଗୁରୁତ୍ୱ ଦେଇଥିଲେ ତାହାଥିଲା କିଛି ବ୍ୟକ୍ତି ବିଶେଷଙ୍କର ପ୍ରେମ, ବିବାହ, ବିଚ୍ଛେଦ ଓ ପାରିବାରିକ ବିବାଦ ଜନିତ ଖବର । ବର୍ଷା-ଅନୁଭବ ବିବାଦ, ବ୍ରହ୍ମପୁରର ଡାକ୍ତର ସୁମିତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ, ଟୁଙ୍ଗୁରୁ ଭୋଳ ନାମକ ଅଟୋ ଡ୍ରାଇଭରର ପ୍ରେମ କାହାଣୀ ତା ସାଙ୍ଗକୁ ଅଭିନେତା ବାବୁସାନ, ବାବୁସାନଙ୍କ ପତ୍ନୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ବିବାଦ । ଏହି ଖବର ଗୁଡ଼ିକୁ ରାଜ୍ୟର ପ୍ରମୁଖ ଖବର ହିସାବରେ ପାଠକ ଓ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ ଓଡ଼ିଆ ଖବର କାଗଜ ଓ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ । ଏପରିକି ମେଗା ସିରିଏଲର ଏପିସୋଡ଼ ପରି ଏହି ଖବରର ବିଭିନ୍ନ ଦିଗକୁ ରୋଚକ କାହାଣୀର ରୂପ ଦେଇ ଦର୍ଶକଙ୍କୁ ଭେଟି ଦେଇଥିଲେ ଆମର ନ୍ୟୁଜ୍ ଚ୍ୟାନେଲ୍ ମାନେ । ସେହିପରି ବର୍ଷର ଶେଷ ଭାଗକୁ ଆସି ପହଞ୍ଚିଲା ଆଉ ଏକ ଚର୍ଚ୍ଚିତ ସେକ୍ସ ସ୍କାଣ୍ଡାଲ ଓ ବ୍ଲାକମେଲିଂର ଖବର । ଏହି ଘଟଣାରେ ସାମ୍ନାକୁ ଆସିଥିବା ଚରିତ୍ର ମାନେ ଥିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଅର୍ଚ୍ଚନା ନାଗ ଓ ତାଙ୍କର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ତାଙ୍କର କିଛି ସହଯୋଗୀ । ଏମାନଙ୍କୁ ନେଇ ଓଡ଼ିଶାର ଗଣମାଧ୍ୟମରେ ଖବର ପରିବେଷଣ ଥିଲା ଦେଖିଲାଭଳି । ଉଭୟ ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜ ଏହି ଖବରଟିକୁ ଓଡ଼ିଶାର ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ଖବର ଭାବରେ ପରିବେଷଣ କରିବା ସହିତ ଆଲୋଚନା ଓ ବିଶ୍ଳେଷଣ ପାଇଁ ପ୍ରମୁଖ ପ୍ରସଙ୍ଗ ହିସାବରେ ବାଛି ନେଇଥିଲେ ।

ଉପନିର୍ବାଚନରେ ଦୁଇ ନ୍ୟୁଜ୍ ଚ୍ୟାନେଲ୍ ମୁହାଁମୁହିଁ: ୨୦୨୨ରେ ଓଡ଼ିଶାରେ ଏକାଧିକ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ରାଜନୈତିକ ଦୃଷ୍ଟିରୁ ଯଦିଓ ଏହି ଉପନିର୍ବାଚନର ହାର ଜିତ୍ ଅନେକ ଗୁରୁତ୍ୱ ବହନ କରିଥିଲା, ତେବେ ଗଣମାଧ୍ୟମ ପାଇଁ ମଧ୍ୟ ମନେରଖିବା ଭଳି ଥିଲା ଏହି ଉପନିର୍ବାଚନ ସମୟ। ବିଶେଷକରି ଧାମନଗର ଓ ପଦମପୁର ଉପନିର୍ବାଚନ ସମୟରେ ରାଜ୍ୟର ୨ଟି ନ୍ୟୁଜ୍ ଚ୍ୟାନେଲ୍ ନିଜ ନିଜ ବିରୋଧରେ ଅଘୋଷିତ ଯୁଦ୍ଧ ଆରମ୍ଭ କରିଦେଇ ଥିଲେ । ନିର୍ବାଚନ ମଣ୍ଡଳୀଠାରୁ ଟିଭି ଷ୍ଟୁଡ଼ିଓ ପର୍ଯ୍ୟନ୍ତ ଚାଲିଥିଲା ଲଢ଼େଇ । ଗୋଟିଏ ଚ୍ୟାନେଲର ସାମ୍ବାଦିକମାନେ ମାଡ଼ ଖାଇବାର ଅଭିନୟ କରି ଚର୍ଚ୍ଚାକୁ ଆସିଲେ ଓ ଆଉ ଏକ ନ୍ୟୁଜ୍ ଚ୍ୟାନେଲ୍ ର ପ୍ରତିନିଧି ମାନେ ଟଙ୍କା ବାଣ୍ଟିବାର ଅଭିଯୋଗର ଖବର ମଧ୍ୟ ଦର୍ଶକମାନେ ଦେଖିଲେ ।

୫୦-୫୦ ଧାରାର ପ୍ରଚଳନ: ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକରେ ଗତବର୍ଷ ଖବର ପରିବେଷଣ ନେଇ ଆରମ୍ଭ ହୋଇଥିଲା ୫୦-୫୦ଧାରାର ସଫଳ ପ୍ରୟୋଗ । ଶାସକ ବିଜେଡି ଓ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ଖବରକୁ ସମାନ ଅନୁପାତରେ ପରିବେଷଣ କରିଥିଲେ ଅଧିକାଂଶ ନ୍ୟୁଜ୍ ଚ୍ୟାନେଲ୍ । ଏପରିକି ଖବର କାଗଜ ଗୁଡ଼ିକ ମଧ୍ୟ ଏହି ନୂଆ ପଦ୍ଧତିକୁ ଆପଣାଇଥିଲେ ନିଜର ମୁଖ୍ୟପୃଷ୍ଠାରେ । ଓଡ଼ିଶାର ଖବର କାଗଜ ପାଠକମାନେ ଖବର କାଗଜର ପ୍ରଥମ ପୃଷ୍ଠାରେ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ସମ୍ପର୍କିତ ଗୋଟିଏ ଖବର ତା ସାଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଆଉ ଏକ ଖବର ।

ହଜିଗଲେ ସମ୍ପାଦକ ଓ ହଜିଗଲା ସମ୍ପାଦକୀୟତା: ଓଡ଼ିଶାର ଅଧିକାଂଶ ନ୍ୟୁଜ୍ ଚ୍ୟାନେଲ୍ ରେ ଆଉ ସମ୍ପାଦକ ମାନଙ୍କୁ ଦେଖିବାକୁ ମିଳୁନାହିଁ । ଅନେକ ଚ୍ୟାନେଲ୍ ଆଉ ସମ୍ପାଦକ ନିଯୁକ୍ତି କରୁନାହାନ୍ତି । ଆଉ କେତେକ ଚ୍ୟାନେଲ୍ ରେ କାମଚଳା ସମ୍ପାଦକ ମାନେ ମାଲିକ ଓ ଶାସକ ବିଜେଡିର “ଆପଣଙ୍କର ବିଶ୍ୱସ୍ତ” ହୋଇ କାମ କରିବାର ଦେଖିବାକୁ ମିଳିଲା । ଖବର କାଗଜ ଗୁଡ଼ିକର ଶାଣିତ ସ୍ୱର ଭାବେ ପରିଚିତ ସମ୍ପାଦକୀୟ ବା ଅଗ୍ରଲେଖା ମଧ୍ୟ ପ୍ରଭାବଶୂନ୍ୟ ହୋଇପଡ଼ିଲା। ଖବରକାଗଜ ଗୁଡ଼ିକ ଅନୁସନ୍ଧାନମୂଳକ ଖବର ପରିବେଷଣ ବଦଳରେ ଅଧିକ ସମୟ ଶାସକ ଦଳ ଓ ସରକାର ପାଇଁ ସ୍ୱତନ୍ତ୍ର ପୃଷ୍ଠାର ବ୍ୟବସ୍ଥା କଲେ। ଏପରିକି ପ୍ରମୁଖ ନ୍ୟୁଜ ଚ୍ୟାନେଲର ପ୍ରାଇମ ଟାଇମରେ ହେଡ଼ଲାଇନ କ’ଣ ହେବ ଓ କେଉଁ ଟିଭିରେ ବିତର୍କର ବିଷୟଵସ୍ତୁ କ’ଣ ହେବ ଓ ଆଲୋଚନା ପାଇଁ କେଉଁ ବ୍ୟକ୍ତି ବିଶେଷଙ୍କୁ ଡକାଯିବ ତାହା ବି ସ୍ଥିରୀକୃତ ହେଲା ଶାସକ ଦଳ ଦ୍ୱାରା। ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜରେ ସାମ୍ବାଦିକଙ୍କ ଠାରୁ ସମ୍ପାଦକଙ୍କ ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ଶାସକ ଦଳର ହସ୍ତକ୍ଷେପ ବେଶ ବାରି ହୋଇ ପଡ଼ିଲା। ଯାହାର ପ୍ରଭାବରେ ପ୍ରଭାବିତ ହୋଇ କିଛି ସମ୍ପାଦକ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ରାଜନୈତିକ, ଅର୍ଥନୈତିକ ଖବରର ବିଶ୍ଳେଷଣ ନକରି “ଆରବ ମହିଳା କାହିଁକି ମୋଟା ହେଉଛନ୍ତି” ଶୀର୍ଷକ ଆଲୋଚନାକୁ ଅଧିକ ଗୁରୁତ୍ୱ ଦେଲେ। ଆଉ କେତେକ ବରିଷ୍ଠ ନ୍ୟୁଜ୍ ଆଙ୍କର ମାନସିକ ଚାପର ଶୀକାର ହୋଇ ଖବର ପଢ଼ିବା ବେଳେ ନିଜର ମାଲିକଙ୍କୁ ପ୍ରଶଂସା କରିବା ବଦଳରେ “କୃତଘ୍ନ” ବୋଲି ଭୁଲ ବଶତଃ ଖବର ପଢ଼ିବାର ନଜିର ଛାଡ଼ି ଦେଇଗଲେ। ସେହିପରି ପୁରୁଣା ବର୍ଷର ଶେଷ ଆଡ଼କୁ ଓଡ଼ିଆ ଖବର କାଗଜରେ ସ୍ତମ୍ଭକାରଙ୍କ ବଦଳରେ ଅନେକ ନେତା ଓ ମନ୍ତ୍ରୀଙ୍କୁ ସ୍ତମ୍ଭ ଲେଖିବାର ଦେଖିବାକୁ ମିଳିଲା।

ପରିଶେଷରେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ପାଇଁ ୨୦୨୨ ରହିଲା ବେଶ୍ ଘଟଣା ବହୁଳ ହୋଇ । ସାମ୍ବାଦିକତାକୁ ପେଶା କରିଥିବା ବ୍ୟକ୍ତି ବିଶେଷ ମାନେ ସତେ ଯେମିତି ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଭଳି ସମୟ ଦେଇ ଗତିକରୁଛନ୍ତି ବୋଲି ମନେହେଲା। ଖବର କାଗଜର ପାଠକ ଓ ନ୍ୟୁଜ୍ ଚ୍ୟାନେଲ୍ ର ଦର୍ଶକ ମାନଙ୍କ ପାଖରେ ୫୦-୫୦ ଖବର ପରିବେଷଣ ଶୈଳୀ, ଚାପଯୁକ୍ତ ସାମ୍ବାଦିକତା, ନିରୁଦ୍ଦିଷ୍ଟ ସମ୍ପାଦକ ଓ ଦୁର୍ବଳ ସମ୍ପାଦକୀୟତା ଭଳି ଅନେକ ପ୍ରଶ୍ନ ଛାଡ଼ିଦେଇଗଲା ପୁରୁଣା ବର୍ଷ। ବିଦାୟୀ ବର୍ଷରେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମର ପରିଚୟ ସରକାରଙ୍କର ” ଅତ୍ୟନ୍ତବିଶ୍ୱସ୍ତ” ଠାରୁ ଆଉ କିଛି ଭିନ୍ନ ନଥିଲା ।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.