• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଆଞ୍ଚଳିକ ଦଳ ଓ ଜାତୀୟ ମୁଖପାତ୍ର…

ଆଞ୍ଚଳିକ ଦଳ ଓ ଜାତୀୟ ମୁଖପାତ୍ର…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩ ଜାନୁଆରୀ ୨୦୨୩

ସମୟ ବଦଳିବା ସହ ରାଜନୈତିକ ଦଳ ଗୁଡ଼ିକର ମୁଖପାତ୍ର ମାନଙ୍କ କାର୍ଯ୍ୟଧାରାରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି । ଏବେ ବିଭିନ୍ନ ଦଳର ମୁଖପାତ୍ର ମାନେ ଅଧିକ ସମୟ ଟିଭି ଡିବେଟରେ ସାମିଲ ହେଉଥିବା ବେଳେ ବାକି ସମୟ ଦଳର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତି ରହିବାର ଦେଖିବାକୁ ମିଳୁଛି। ପ୍ରାୟ ସମସ୍ତ ଦଳର ମୁଖପାତ୍ର ମାନେ ଦଳ ଓ ସରକାରଙ୍କ ଭାବମୂର୍ତ୍ତୀ ବଞ୍ଚାଇବା ପାଇଁ ନିଜର ସମସ୍ତ ଶକ୍ତି ଓ ସମୟ ବ୍ୟୟ କରୁଥିବାର ନଜରକୁ ଆସୁଛି । ଯଦି ଆମେ ଜାତୀୟ ରାଜନୈତିକ ଦଳ ଓ ଆଞ୍ଚଳିକ ରାଜନୈତିକ ଦଳର ମୁଖପାତ୍ରଙ୍କ ଭୂମିକାକୁ ତୁଳନା କରିବା ତେବେ ଏମାନଙ୍କ କାର୍ଯ୍ୟଦକ୍ଷତା ଓ ଦଳରେ ଏମାନଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠିବାର ସମ୍ଭାବନା ରହିଛି ।

ନିକଟରେ ଓଡ଼ିଶା ରାଜନୀତିରେ ସବୁଠାରୁ ସଫଳ ଆଞ୍ଚଳିକ ରାଜନୈତିକ ଦଳ ପାଲଟିଥିବା ବିଜେଡିର ଏକ ନୂଆ ମୁଖପାତ୍ର ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ୬ ଜଣ ଜାତୀୟ ମୁଖପାତ୍ର ଓ ୧୬ ଜଣ ରାଜ୍ୟସ୍ତରୀୟ ମୁଖପାତ୍ରଙ୍କୁ ଦଳ ନିଯୁକ୍ତି ଦେଇଛି । ମୁଖପାତ୍ର ନିଯୁକ୍ତି କିଛି ନୂଆକଥା ନୁହେଁ ବରଂ ୬ ଜଣ ଜାତୀୟ ମୁଖପାତ୍ରଙ୍କ କାର୍ଯ୍ୟ କ’ଣ ରହିବ ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡି ତ ଏକ ଆଞ୍ଚଳିକ ରାଜନୈତିକ ଦଳ, ଏହି ଦଳର ଅବା ଦଳ ସଭାପତିଙ୍କର ଜାତୀୟ ରାଜନୀତି ପ୍ରତି ଆଗ୍ରହ ନାହିଁ, ତେବେ ୬ ଜଣ ଜାତୀୟ ମୁଖପାତ୍ର କରିବେ କ’ଣ? ଜାତୀୟ ସ୍ତରରେ କେଉଁ ପ୍ରସଙ୍ଗ ଉଠାଇବେ ଏହି ଜାତୀୟ ମୁଖପାତ୍ରମାନେ? ଜାତୀୟ ସ୍ତରର ଗଣମାଧ୍ୟମରେ ନିଜ ଦଳର ମତ ରଖିବେ ନା ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବେ ଏମାନେ?

ବିଜେଡି ଗଠନ ଦିନଠାରୁ କହି ଆସୁଛି ରାଜ୍ୟର ସ୍ୱାର୍ଥ ପାଇଁ ଏହି ଦଳ ଗଠିତ ଓ ଏହାର ନେତାମାନେ ବିଭିନ୍ନ ସମୟରେ ସଡ଼କରୁ ସଂସଦ ପର୍ଯ୍ୟନ୍ତ ଲଢ଼େଇ କରୁଥିବାର ରାଜ୍ୟବାସୀ ଦେଖୁଛନ୍ତି। ଆଜି ମଧ୍ୟ ଶାସକ ବିଜେଡିର ଶୀର୍ଷ ନେତାଙ୍କ ଠାରୁ ଆରମ୍ଭ କରି ସାଂସଦ, ବିଧାୟକ ଓ ଛାମୁଆଁ ସଂଗଠନର ନେତାମାନେ ରାଜ୍ୟର ହକ୍ ପାଇବା ପାଇଁ ଲଢ଼େଇ ଜାରି ରଖିଛନ୍ତି । ମାତ୍ର ସଂସଦକୁ ନିର୍ବାଚିତ ହୋଇ ଯାଇଥିବା ନେତାଙ୍କ ଶାଣିତ ସ୍ୱର ସଂସଦ ବ୍ୟତୀତ ଦିଲ୍ଲୀ ଦରବାରରେ ଖୁବ୍ କ୍ଵଚିତ୍ ଶୁଣିବାକୁ ଓ ଦେଖିବାକୁ ମିଳିଥାଏ । ଯଦି ସଂସଦର ତଥ୍ୟ ଦେଖାଯାଏ, ତେବେ ଚଳିତ ଥର ଜାତୀୟ ମୁଖପାତ୍ର ତାଲିକାରେ ସ୍ଥାନ ପାଇଥିବା ବିଜେଡି ନେତାଙ୍କ ମଧ୍ୟରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରୁଥିବା ଅମର ପଟ୍ଟନାୟକ ୩୬୩ଟି ପ୍ରଶ୍ନ ପଚାରିଥିବା ବେଳେ ସସ୍ମିତ ପାତ୍ର ପଚାରିଛନ୍ତି ୧୪୨ଟି ପ୍ରଶ୍ନ । ସେହିପରି ଲୋକସଭାର ସାଂସଦ ଭାବେ ଜାତୀୟ ମୁଖପାତ୍ର ତାଲିକାରେ ଥିବା ଶର୍ମିଷ୍ଠା ସେଠୀ ପଚାରିଛନ୍ତି ୧୪୨ଟି ପ୍ରଶ୍ନ । ଜାତୀୟ ମୁଖପାତ୍ର ମାନଙ୍କ ମଧ୍ୟରେ ଅଧିକ ପ୍ରଶ୍ନ ପଚାରିଥିବା ସାଂସଦ ହେଉଛନ୍ତି ପିନାକୀ ମିଶ୍ର । ଯେ କି ୧୭ତମ ଲୋକସଭାରେ ୧୭୩ଟି ପ୍ରଶ୍ନ ପଚାରିଥିବା ବେଳେ ୧୬ତମ ଲୋକସଭାରେ ୩୩୫ଟି ପ୍ରଶ୍ନ ପଚାରିଥିଲେ । ସେହିପରି ଜାତୀୟ ମୁଖପାତ୍ର ତାଲିକାରେ ସ୍ଥାନ ପାଇଥିବା ଅନ୍ୟତମ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଗୋଟିଏ ବି ପ୍ରଶ୍ନ ପଚାରି ନାହାଁନ୍ତି ବୋଲି ଜଣା ପଡ଼ିଛି। ବିଜେଡିର ଏହି ସାଂସଦ ମାନଙ୍କ ସଂସଦରେ ପ୍ରଦର୍ଶନକୁ ଭିତ୍ତି କରି ଯଦି ଜାତୀୟ ମୁଖପାତ୍ର ମନୋନୟନ ହୋଇଥାଏ, ତେବେ ତାଲିକାରେ ଭର୍ତ୍ତୃହରି ମହତାବଙ୍କ ଭଳି ଅଭିଜ୍ଞ ସାଂସଦ ଓ ସୁଜିତ କୁମାରଙ୍କ ଭଳି ଯୁବ ଓ ଉଚ୍ଚଶିକ୍ଷିତ ସାଂସଦ ସ୍ଥାନ ପାଇଲେନାହିଁ କାହିଁକି ? ଶିକ୍ଷାଗତ ଯୋଗ୍ୟତା, ସଂସଦରେ ପ୍ରଦର୍ଶନ ନା ନେତାଙ୍କ ପ୍ରତି ଆନୁଗତ୍ୟ ମଧ୍ୟରୁ କାହାକୁ ଗୁରୁତ୍ୱ ଦିଆଯାଇଛି ଏହି ଜାତୀୟ ମୁଖପାତ୍ର ମନୋନୟନରେ ବୋଲି ଦଳ ଭିତରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ପୂର୍ବରୁ ବିଜେଡିର ସାଂସଦ ଥିବା ବୈଜୟନ୍ତ ପଣ୍ଡା ଓ ଏବେ ବିଜେପିର ସାଂସଦ ଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ଜାତୀୟ ସ୍ତରର ନ୍ୟୁଜ୍ ଚ୍ୟାନେଲ୍ ରେ ଅଧିକ ସମୟ ଦେଖିବାକୁ ମିଳୁଥିବା ବେଳେ ବିଜେଡିର ଏହି ଜାତୀୟ ମୁଖପାତ୍ର ମାନଙ୍କୁ ଦେଖିବାକୁ ପ୍ରାୟତଃ ମିଳୁନାହଁ । ଏପରିକି ସାଂସଦ ନହୋଇ ମଧ୍ୟ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ବହୁ ସମୟରେ ଜାତୀୟ ଗଣମାଧ୍ୟମରେ ନିଜର ବିତର୍କ ଦ୍ୱାରା ବେଶ୍ ପରିଚୟ ତିଆରି କରିପାରିଛନ୍ତି ନିଜ ପାଇଁ ତଥା ଓଡ଼ିଶା ପାଇଁ । ଦେଖିବାର କଥାଯେ ବିଜେଡିର ଏହି ଜାତୀୟ ମୁଖପାତ୍ର ମାନେ କିଭଳି ଭାବେ ରାଜ୍ୟର ସ୍ୱାର୍ଥ ଓ ସର୍ବୋପରି ବିଜେଡିର ଦଳୀୟ ସ୍ୱାର୍ଥକୁ ଜାତୀୟ ସ୍ତରରେ ରଖିପାରୁଛନ୍ତି ନା ପୂର୍ବଭଳି କେବଳ ଦଳର ମୁଖପାତ୍ର ତାଲିକା ଭିତରେ ନିଜକୁ ସୀମିତ ରଖିବାରେ ସମର୍ଥ ହେଉଛନ୍ତି ।

ତେବେ ସାଧାରଣ ଲୋକଙ୍କ ଭିତରେ ଆଲୋଚନା ହେଉଛି ଯେ, ଏହି ଜାତୀୟ ମୁଖପାତ୍ର ମାନେ ଦିଲ୍ଲୀରେ ଓଡ଼ିଶାର କେଉଁ କଥାକୁ ରଖିବେ? ପୋଲାଭରମ ବିବାଦ, ମହାନଦୀ ଜଳ ଆବଣ୍ଟନ ବିବାଦ ଓ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦି ଓଡ଼ିଶାର ସୀମାନ୍ତ ଅଞ୍ଚଳକୁ ଦଖଲ କରି ଚାଲିଥିବା ପ୍ରସଙ୍ଗରେ ସଂସଦ ବାହାରେ ଓ ଜାତୀୟସ୍ତରର ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେତ ? ସଂସଦରେ ଯେଉଁମାନେ ପ୍ରଶ୍ନଟିଏ ପଚାରିବାକୁ ସାହସ ଜୁଟାଇ ପାରୁନାହାନ୍ତି, ଜାତୀୟ ସ୍ତରର ଗଣମାଧ୍ୟମ ଆଗରେ କଥା କହିବାକୁ ଯେଉଁମାନେ ଭୟ କରନ୍ତି ସେମାନେ ରାଜ୍ୟର ସ୍ୱାର୍ଥ ହେଉ ଅବା ଦଳର ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗକୁ କିପରି ଜାତୀୟ ସ୍ତରର ଗଣମାଧ୍ୟମରେ ଉପସ୍ଥାପିତ କରିବେ? ୨୦୧୬ ମସିହାରେ ପ୍ରତିଷ୍ଠିତ ସାମ୍ବାଦିକ ଅର୍ଣ୍ଣବ ଗୋସ୍ଵାମୀଙ୍କ ସହ ସାକ୍ଷାତକାରରେ ଯେଉଁଭଳି ଓଡ଼ିଶାର ବିଜେଡି ସାଂସଦ ମାନେ ଅପଦସ୍ତ ହୋଇଥିଲେ ପୁଣି ସେଭଳି ଏପିସୋଡ଼ ଦେଖିବାକୁ ମିଳିବ ନାହିଁ ତ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.