• About
  • Contact
Monday, August 24, 2026
Monday, August 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜେପି ପାଇଁ ହକି ଅଡ଼ୁଆ..

ବିଜେପି ପାଇଁ ହକି ଅଡ଼ୁଆ..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୪ ଜାନୁଆରୀ ୨୦୨୩

ଓଡ଼ିଶା ସରକାର ହକି ବିଶ୍ୱକପ୍ ଆୟୋଜନ ନେଇ ବ୍ୟସ୍ତ ଅଛନ୍ତି । ଶାସକ ଦଳ ନେତା ଓ ମନ୍ତ୍ରୀ ମାନେ ଏନେଇ ବେଶ୍ ଉତ୍ସାହିତ ହୋଇପଡିଛନ୍ତି କାରଣ ୨୦୨୪ ନିର୍ବାଚନ ପୂର୍ବରୁ ଦଳର ପ୍ରଚାର ହକି ମାଧ୍ୟମରେ ହୋଇଯାଉଛି । ମାତ୍ର ବିରୋଧୀ ବିଜେପି ଏବେ ବିଶ୍ୱକପ ହକିକୁ ନେଇ ଅଡ଼ୁଆରେ ପଡ଼ି ଯାଇଛି। ବିଜେପି ର ରାଜ୍ୟ ନେତୃତ୍ୱ ହକି ଆୟୋଜନକୁ ନେଇ ଏବେ ଦୁଇଭାଗ ହୋଇଯାଇଛି । ଏହି ବିଶ୍ୱକପ୍ ଆୟୋଜନ ପୂର୍ବରୁ ଯେଉଁ ସର୍ବଦଳୀୟ ବୈଠକ ଡକା ଯାଇଥିଲା, ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟସଭାପତି ସମୀର ମହାନ୍ତି ଯୋଗ ଦେଇଥିଲେ । ଅପରପକ୍ଷେ ଏହି ବୈଠକରୁ ଦୂରେଇ ରହିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦେଖିବାକୁ ଗଲେ ଏହି ବିଶ୍ୱକପ୍ ଆୟୋଜିତ ହେଉଛି ଦୁଇଟି ସ୍ଥାନରେ ଭୁବନେଶ୍ୱର ଓ ରାଉରକେଲାରେ । ତେଣୁ ଏହି ଦୁଇ ସ୍ଥାନର ସାଂସଦ ଭାବେ ଅପରାଜିତା ଷଡ଼ଙ୍ଗୀ ଓ ଜୁଏଲ୍ ଓରାମ୍ ଙ୍କ ଉପସ୍ଥିତି ଆବଶ୍ୟକ କରୁଥିବା ବେଳେ ଏମାନେ ଅନୁପସ୍ଥିତ ରହିବା ରାଜନୈତିକ ପର୍ଯ୍ୟବେକ୍ଷକ ମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଓଡ଼ିଶାରେ ଦୁଇଥର ହକି ବିଶ୍ୱକପ୍ ଆୟୋଜନ ହେବା ନିହାତି ଭାବେ ଗୌରବର ବିଷୟ । ମାତ୍ର ହକିକୁ ନେଇ ଆରମ୍ଭ ହୋଇଥିବା ପଲିଟିକାଲ ହାଇଡ୍ରାମାରେ ବିରୋଧୀ ବିଜେପି ଏବେ ଛନ୍ଦି ହୋଇପଡ଼ିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ବଦଳୀୟ ବୈଠକରେ ଯୋଗଦେଇ ଏହି ଅୟୋଜନକୁ ପ୍ରଶଂସା କଲେ ଓ ଏହା ବାବଦରେ ପାଠ୍ୟ ପୁସ୍ତକରେ ଏକ ବିଷୟ ରହିବ ବୋଲି କହିଲେ । ମାତ୍ର ଏବେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ଅୟୋଜନ ନେଇ ଏକାଧିକ ପ୍ରଶ୍ନ ଉଠାଇଛନ୍ତି । ବିରୋଧୀ ଦଳ ନେତା ଏଭଳି ଅୟୋଜନକୁ ନାପସନ୍ଦ କରିବା ସହ ଶାସକ ବିଜେଡିର ମାଗଣା ପ୍ରଚାର ହେଉଛି ବୋଲି କହିଛନ୍ତି । ହକିର ପ୍ରଚାର ନାଁ ରେ ଶାସକ ଦଳ ନେତା ଓ ମୁଖ୍ୟମନ୍ତ୍ରୀ ନିଜେ ଶ୍ରେୟ ନେବା ଉଚିତ୍ ନୁହେଁ ବୋଲି ବିରୋଧୀ ଦଳ ନେତା ସମାଲୋଚନା କରିଛନ୍ତି । କେବଳ ସେତିକି ନୁହେଁ ଓଡ଼ିଶାରେ କେବଳ ବିଶ୍ୱକପ୍ ଆୟୋଜନ ହେଉଛି ନା ହକିର ଭିତ୍ତିଭୂମିକୁ ସରକାର ସୁଦୃଢ଼ କରୁଛନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ।

ବିରୋଧୀ ଦଳ ନେତାଙ୍କ ବିଶ୍ୱକପ୍ ହକି ଅୟୋଜନକୁ ନେଇ ପ୍ରଶ୍ନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା ଏବେ ରାଜ୍ୟ ବିଜେପି ସଂଗଠନ ଭିତରେ ଦ୍ଵନ୍ଦ ସୃଷ୍ଟି କରିଛି। ରାଜ୍ୟର ଗୌରବ ଦୃଷ୍ଟିରୁ ବିଜେପି ହକି ଅୟୋଜନକୁ ସମ୍ପୂର୍ଣ୍ଣଭାବେ ବିରୋଧ କରିପାରିବ ନାହିଁ । ଅପରପକ୍ଷେ ଖୋଲାଖୋଲି ରାଜ୍ୟସରକାରଙ୍କ ପ୍ରଶଂସା କରିବା ମଧ୍ୟ ଦଳପାଇଁ କ୍ଷତି ପହଞ୍ଚାଇଛି ବୋଲି ରାଜ୍ୟ ବିଜେପି ଭିତରେ ଏବେ ଆଲୋଚନା ହେଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଝାଇବ କିଏ? ତେଣୁ ଦଳ ପକ୍ଷରୁ ଏବେ ବିରୋଧୀ ଦଳ ନେତା ଏହି ଆୟୋଜନ ନେଇ କିଛି ମୌଳିକ ପ୍ରଶ୍ନ ଉଠାଇବାପାଇଁ ବାଧ୍ୟ ହୋଇଛନ୍ତି। ଓଡ଼ିଶା ବିଜେପିର ରାଜନୈତିକ ବାଧ୍ୟବାଧକତା ଏବେ ଦଳରେ ଦୁଇଟି ଭିନ୍ନ ମତ ସୃଷ୍ଟି କରିଛି । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହକିକୁ ସମର୍ଥନ କରି ବୈଠକରେ ଯୋଗଦେବା ଘଟଣାକୁ ରାଜ୍ୟ ବିଜେପିର ବହୁ ନେତା ଜୋରଦାର ବିରୋଧ ମଧ୍ୟ କରିଥିବା କଥା ଶୁଣିବାକୁ ମିଳୁଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ୍, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଦି ନେତାମାନେ କେନ୍ଦ୍ରମନ୍ତ୍ରୀଙ୍କ ହକି ବିଶ୍ୱକପ ନେଇ ବିଜେଡି ସହ ଏକାଠି ହେବା ଘଟଣାକୁ ଆଦୌ ଗ୍ରହଣ କରିପାରୁନାହାନ୍ତି । ଆଗକୁ ଏହାକୁ ନେଇ ରାଜ୍ୟ ବିଜେପି ଭିତରେ ବିରୋଧ ବଢ଼ିବାର ସଂକେତ ମିଳିଛି ବିରୋଧୀ ଦଳ ନେତାଙ୍କ ବୟାନରୁ ।

ଏବେ ଦେଖିବାର କଥା ଯେ, ବିଶ୍ୱକପ୍ ଆୟୋଜନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ନା ନାହିଁ? ଗୋଟିଏ ମଞ୍ଚରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଧର୍ମେଦ୍ର ପ୍ରଧାନଙ୍କୁ ଦେଖିବାକୁ ମିଳିବ ନା ନାହିଁ? ଦଳୀୟ ଚାପରେ ଧର୍ମେଦ୍ର ପ୍ରଧାନ ନିଜକୁ ଦୂରେଇ ରଖିବେ ନା ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଦଳକୁ ପଛକୁ ଠେଲିଦେବେ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.