• About
  • Contact
Monday, December 1, 2025
Monday, December 1, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ନୂଆବର୍ଷର ଖବର..

ନୂଆବର୍ଷର ଖବର..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୬ ଜାନୁଆରୀ ୨୦୨୩

ନୁଆବର୍ଷର ପ୍ରଥମ ସପ୍ତାହରେ ଓଡ଼ିଶାର ଗଣମାଧ୍ୟମର ପ୍ରମୁଖ ଖବର ଭିତରେ ଥିଲା ୨୦୨୩ରେ ଓଡ଼ିଶାର ରାଜନୀତିକୁ ନେଇ ଚର୍ଚ୍ଚା,ଠିକା ସଚିବ ନିଯୁକ୍ତି, ବିଶ୍ୱକପ୍ ହକି ସମ୍ପର୍କିତ ଖବର, ମାଗଣା ଚାଉଳ କିଏ ଦେଉଛି ଏବଂ ଭୁବନେଶ୍ୱର ଓ କଟକରେ 5G ସେବା ସମ୍ପର୍କିତ ଖବର । ପ୍ରଥମେ ଓଡ଼ିଶାର ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ଉପରେ ନଜର ପକାଇବା କିଏ କିପରି ଏହି ଖବର ଗୁଡ଼ିକୁ ପରିବେଷଣ କରିଥିଲେ । ବର୍ଷ ଆରମ୍ଭରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଥିଲା ଜଣେ ଆଇଆରଟିଏସ୍ ଅଫିସର ମନୋଜ କୁମାର ମିଶ୍ରଙ୍କୁ ରାଜ୍ୟସରକାରଙ୍କର ଠିକା ନିଯୁକ୍ତି ଦେବା ଘଟଣା । ଏହି ଖବରଟିକୁ ଓଡ଼ିଶାର ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍ ମାନେ ଏକ ସାଧାରଣ ଖବର ଭାବେ ନେଇଥିବାବେଳେ, ଓଡ଼ିଶା ସରକାରଙ୍କର ଇଏ କି ପ୍ରକାର ନିଯୁକ୍ତି ବ୍ୟବସ୍ଥା ତାହାକୁ ନେଇ ପ୍ରଶ୍ନ କଲେ ନାହିଁ ଅବା ଅଫିସର ଜଣଙ୍କୁ ରାତିଅଧିଆ କିଭଳି ଠିକା ନିଯୁକ୍ତି ଦିଆଗଲା ସେ ବାବଦରେ ବିସ୍ତୃତ ରିପୋର୍ଟ ଟିଏ ମଧ୍ୟ ଦେଖାଇବାକୁ ସାହସ କଲେ ନାହିଁ । ଯଦିଓ ଏହି ଖବରଟିର ଗୁରୁତ୍ୱକୁ ନେଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଲୋକସେବା ଭବନରେ ବେଶ୍ ଚର୍ଚ୍ଚା ହୋଇଥିଲା।

ସେହିପରି ୨୦୨୩ରେ ଓଡ଼ିଶାର ରାଜନୈତିକ ପରିବେଶ କିପରି ରହିବ ସେ ସମ୍ପର୍କରେ ବିଶ୍ଳେଷଣ କରିବାର ଦେଖିବାକୁ ମିଳିଲା ନାହିଁ । କେବଳ ନେତାଙ୍କ ନୂଆବର୍ଷ ପାଳନ ଭିଡ଼ର ଦୃଶ୍ୟ ଓ ଫୁଲତୋଡ଼ା ଦିଆନିଆ ଭିତରେ ଶେଷ ହୋଇଗଲା ରାଜ୍ୟ ରାଜନୀତିର ଖବର । ରାଜ୍ୟସରକାରଙ୍କର ମୁଖପାତ୍ର ପାଲଟିଥିବା ନ୍ୟୁଜ୍ ଚ୍ୟାନେଲ୍ ଓ ଅନ୍ୟତମ ସହଯୋଗୀ ଚ୍ୟାନେଲ୍ ରେ ବିଶ୍ୱକପ୍ ହକିର ଆୟୋଜନ ପାଲଟିଥିଲା ପ୍ରମୁଖ ଖବର । ହକି ଆୟୋଜନ ଖବରକୁ ଛାଡ଼ି ଏ ଦୁଇ ଚ୍ୟାନେଲ୍ ଅନ୍ୟସମସ୍ତ ଖବରକୁ ଭୁଲିଗଲେ । ଏପରିକି ରାଉରକେଲାର ହକି ଷ୍ଟାଡିଅମ ଉଦଘାଟନ ଉତ୍ସବକୁ ପୁରୀର ରଥଯାତ୍ରାଠାରୁ ବଡ଼ ଉତ୍ସବ ଭାବେ ପାଳନ କରିଥିଲେ ଏହି ଦୁଇ ନ୍ୟୁଜ ଚ୍ୟାନେଲ୍ । ସେହିପରି ବର୍ଷ ଆରମ୍ଭରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଘୋଷଣା କଲେ “ମାଗଣା ଚାଉଳ” ଆହୁରି ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଗଲା । ଏହାକୁ ନୂଆ ବର୍ଷର ବଡ଼ ଭେଟି ବୋଲି ଓଡ଼ିଶାର ନ୍ୟୁଜ୍ ଚ୍ୟାନେଲ୍ ମାନେ ଦେଖାଇବାରେ ଲାଗିପଡ଼ିଲେ । ଚାଉଳ କେତେ ଲୋକ ପାଇବେ, ମୋଟ ହିତାଧିକାରୀଙ୍କ ସଂଖ୍ୟା କେତେ ହେବ, ରାଜ୍ୟସରକାର ଏହାକୁ ନିଜ ଖର୍ଚ୍ଚରେ ଭରଣା କରିବେ କି ନାହିଁ ଆଦି ଅନେକ ପ୍ରଶ୍ନ ମଧ୍ୟ ଖବର ପରିବେଷଣ ବେଳେ ଦର୍ଶକଙ୍କ ଆଖି ଆଗରୁ ଲୁଚାଇ ଦିଆଗଲା। ଏହା ପରେ ମାଗଣା ଚାଉଳ ନେଇ ଆରମ୍ଭ ହୋଇଗଲା ବିଜେପି ଓ ବିଜେଡି ନେତାଙ୍କ ସାମ୍ବାଦିକ ସମ୍ମିଳନୀ । ଏହାକୁ ନେଇ ଟିଭି ଷ୍ଟୁଡ଼ିଓରେ ଚାଲିଲା ଘମାଘୋଟ ଲଢ଼େଇ। ବିଜେପିର ମୁଖପାତ୍ର ଓ ନୂଆ ନୂଆ ବିଜେଡିର ଚିଠା କାଗଜ ଧରା ପ୍ୟାନେଲିଷ୍ଟ ମାନଙ୍କ ଚିତ୍କାର ଭିତରେ ବିଚରା ନ୍ୟୁଜ ଆଙ୍କର ମାନେ ଅସହାୟ ହୋଇପଡ଼ିଲେ।

ଓଡ଼ିଶାର ଗରିବଙ୍କ ସଂଖ୍ୟା କେତେ? ବିଗତ ବର୍ଷ ମାନଙ୍କରେ ମାଗଣା ଚାଉଳ ପାଉଥିବା ଲୋକଙ୍କ ସଂଖ୍ୟା କେତେ ? ଏହି ସଂଖ୍ୟା ବଢ଼ିଛି ନା କମିଛି? ମାଗଣା ଚାଉଳ କାହାକୁ ଦିଆଯାଉଛି? କେବଳ ଗରିବ ମାନଙ୍କୁ ନା ଅନ୍ୟ ଲୋକମାନେ ମଧ୍ୟ ଏହାର ଫାଇଦା ନେଉଛନ୍ତି ଏ ସମ୍ପର୍କିତ ଗୋଟିଏ ବି ରିପୋର୍ଟ କୌଣସି ନ୍ୟୁଜ୍ ଚ୍ୟାନେଲ୍ ଦେଖାଇଲେ ନାହିଁ । ବରଂ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପକୁ ବାଦୀପାଲା ଭଳି ପରିବେଷଣ କରିଚାଲିଲେ । ସେହିପରି ସପ୍ତାହର ଶେଷ ଭାଗରେ ଭୁବନେଶ୍ୱର ଓ କଟକରେ ଆରମ୍ଭ ହେଲା 5G ସେବା । 5G ସେବା ନେଇ କେନ୍ଦ୍ରମନ୍ତ୍ରୀ ମାନଙ୍କ ସୂଚନାକୁ ମଧ୍ୟ ଠିକ ଭାବେ ଦର୍ଶକ ମାନଙ୍କ ପାଖରେ ନପହଞ୍ଚାଇ ଏହାକୁ ନେଇ ଶାସକ ବିଜେଡି ଓ ବିଜେପି ଭିତରେ ଆରମ୍ଭ ହୋଇଥିବା ବିବାଦକୁ ଏକ ପ୍ରମୁଖ ଖବର ଭାବେ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ପରିବେଷଣ କଲେ।

ସେହିପରି ଓଡ଼ିଶାର ପ୍ରମୁଖ ଖବର କାଗଜର ଅବସ୍ଥାରେ ନୂଆ ବର୍ଷରେ ମଧ୍ୟ କୌଣସି ଆଖି ଦୃଶିଆ ପରିବର୍ତ୍ତନ ଆସିଲା ପରି ମନେ ହୁଏ ନାହିଁ । ରାଜ୍ୟସରକାରଙ୍କ ବିଜ୍ଞାପନକୁ ପ୍ରାଥମିକତା ଦେଇ ବର୍ଷ ଆରମ୍ଭରୁ ରାଜ୍ୟର ପ୍ରମୁଖ ଖବର କାଗଜ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଖବରକୁ ଅଣଦେଖା କରିବା ଆରମ୍ଭ କରିଛନ୍ତି ଓ ସରକାରଙ୍କର ପ୍ରଚାର ପାଇଁ ସ୍ୱତନ୍ତ୍ର ପୃଷ୍ଠା ବ୍ୟବସ୍ଥାରୁ ମଧ୍ୟ ହଟିନାହାନ୍ତି । ରାଜ୍ୟର ଶାସକ ଦଳର ପ୍ରେସ ବିଜ୍ଞପ୍ତି ମଧ୍ୟ ଖବରକାଗଜ ଗୁଡ଼ିକପାଇଁ ଖବରର ମୁଖ୍ୟ ଉତ୍ସ ହୋଇଛି । ଠିକା ଅଫିସର ନିଯୁକ୍ତି ନେଇ ତର୍ଜମା, ଚାଉଳ ପାଉଥିବା ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟା, ରାଜ୍ୟର ଗରିବସଂଖ୍ୟା ଓ ମାଗଣା ଚାଉଳ ନେଇ ଚାଲିଥିବା ରାଜନୀତି ବାବଦରେ ସମ୍ପାଦକୀୟଟିଏ ମଧ୍ୟ ଦେଖିବାକୁ ମିଳିଲା ନାହିଁ ପ୍ରଥମ ସପ୍ତାହରେ । ପ୍ରାୟ ଖବର କାଗଜ ଗୁଡ଼ିକ ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପିର ନେତାମାନଙ୍କ ପରସ୍ପର ବିରୋଧୀ ବୟାନ ବାଜିକୁ ଓଡ଼ିଆ ନ୍ୟୁଜ ଚ୍ୟାନେଲ ପରି ଗୁରୁତ୍ୱ ଦେବାରେ ହେଳା କଲେନାହିଁ। ବିଶେଷ କରି ହକି ବିଶ୍ୱକପ୍ ବେଳେ ଖବର କାଗଜ ଗୁଡ଼ିକ ବେଶ୍ କିଛି ବିଜ୍ଞାପନରୁ ଆୟ କରିବା ଲକ୍ଷ୍ୟରେ ଥିବାଭଳି ମନେହୁଏ ।

ଏଣୁ ବର୍ଷର ପ୍ରଥମ ସପ୍ତାହରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବରକୁ ଘୋଡ଼ାଇ ଦେଇଛି ବିଶ୍ୱକପ୍ ହକି ଆୟୋଜନ ସମ୍ପର୍କିତ ଖବର । ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ମଧ୍ୟ ହକିକୁ ନେଇ ପାଠକ ଓ ଦର୍ଶକଙ୍କ ହୃତସ୍ପନ୍ଦନ ବଢ଼ାଇ ଦେଇଛନ୍ତି।

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.