• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜ୍ଞାପନ ରାଜନୀତି..

ବିଜ୍ଞାପନ ରାଜନୀତି..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୯ ଜାନୁଆରୀ ୨୦୨୩

ହକି ବିଶ୍ୱକପ୍ ପୂର୍ବରୁ ଭୁବନେଶ୍ୱରରୁ ରାଉରକେଲାକୁ ବିମାନସେବା ବ୍ୟବସ୍ଥା ଆରମ୍ଭ ହେଲା । ଏହି ବିମାନସେବା ଆରମ୍ଭ କଲେ କେନ୍ଦ୍ର ସରକାରଙ୍କର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ସରକାରଙ୍କର ଦୁଇ ମନ୍ତ୍ରୀ ଅଶୋକ ପଣ୍ଡା ଓ ଟୁକୁନି ସାହୁ ଏହି ବିମାନ ସେବା ଚଳାଚଳ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ତେବେ ଏହି ବିମାନ ସେବା ଚଳାଚଳ ନେଇ ଖବର କାଗଜରେ ବାହାରିଥିବା ଏକ ବିଜ୍ଞାପନକୁ ନେଇ ଏବେ ବିଜେଡି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଜୋର ଧରିଛି । ଖବର କାଗଜରେ ବାହାରିଥିବା ବିଜ୍ଞାପନରେ କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଛବି କାହିଁକି ରହିଲା ଏବଂ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଛବି ରହିଲାନାହିଁ କାହିଁକି ବୋଲି ବିଜେପି ପକ୍ଷରୁ ଦୁଇ କେନ୍ଦ୍ର ମନ୍ତ୍ରୀ କ୍ଷୋଭ ପ୍ରକାଶ କଲେ । ଏପରିକି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସମ୍ମାନହାନି ହେଲାଭଳି ଏକ କାର୍ଯ୍ୟ ବୋଲି ମଧ୍ୟ କହିଲେ । ସେହିପରି ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଏଭଳି ଏକତରଫା ବିଜ୍ଞାପନକୁ ନାପସନ୍ଦ କଲେ । କଥା ସେତିକିରେ ଅଟକିଲା ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କର ଫଟୋଚିତ୍ର ସହ ଏହି ବିମାନଚଳାଚଳ ନେଇ କୃତଜ୍ଞତା ସୂଚିତ ଆଉ ଏକ ବିଜ୍ଞାପନ ମଧ୍ୟ ଖବର କାଗଜରେ ଦେଖିବାକୁ ମିଳିଲା । ଯାହାକୁ ନେଇ ବିଜେଡି ନେତା ଓ ମନ୍ତ୍ରୀ ମାନେ ମଧ୍ୟ ପ୍ରଶ୍ନ ଉଠାଇଲେ ।

ଏହି ବିଜ୍ଞାପନ ନେଇ ଉଠାଯାଇଥିବା ପ୍ରଶ୍ନର ଉତ୍ତର କିଏ ଦେବା ଉଚିତ ? କେନ୍ଦ୍ରସରକାର ଯୋଜନା କାର୍ଯ୍ୟକାରୀ କରିବା ପରେ ଏଥିପାଇଁ ଶ୍ରେୟ ନେବାର ଆବଶ୍ୟକତା ଅଛି କି ? ଯଦି ଶ୍ରେୟର ହକ୍ ଦାର ବୋଲି ବିଜେଡି ଓ ବିଜେପି ଦାବି କରନ୍ତି ତେବେ କିଏ ଏହାର ପ୍ରକୃତ ହକ୍ ଦାର? ଏଭଳି ପ୍ରଶ୍ନ ଏବେ ବୁଦ୍ଧିଜୀଵୀ ମହଲରେ ଆଲୋଚନା ହେଉଛି । ଯଦି ପ୍ରକୃତରେ ଏହି ବିମାନ ଚଳାଚଳ ସେବା ବାବଦରେ ଅନୁଶୀଳନ କରାଯାଏ, ତାହା କେନ୍ଦ୍ର ସରକାରଙ୍କର ଏକ ଯୋଜନାର ଅଂଶବିଶେଷ । ପ୍ରତ୍ୟେକ ରାଜ୍ୟର ଆବଶ୍ୟକତା ଓ ଅନୁରୋଧକୁ ରକ୍ଷା କରିବା ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ରାଉରକେଲା ଭଳି ଶିଳ୍ପ ସମୃଦ୍ଧ ସହରକୁ ବିମାନ ସେବାର ବେଶ୍ ଗୁରୁତ୍ୱ ରହିଥିଲା । ବିଳମ୍ବରେ ହେଉ ପଛେ କେନ୍ଦ୍ର ସରକାର ଏହାକୁ ବୁଝିପାରି ଏହି ସେବା ଯୋଗାଇ ଦେବା ପାଇଁ ଆବଶ୍ୟକୀୟ ଅନୁମତି ଓ ଭିତ୍ତିଭୂମି ଯୋଗାଇଦେଲେ । ଯାହାର ଉପକାର ସମସ୍ତ ଓଡ଼ିଶାବାସୀ ପାଇଲେ ।

ତେବେ ଏହି ସେବା ଯୋଗାଇଦେବାପାଇଁ ଦାବୀ କରିଥିବା ଓଡ଼ିଶା ସରକାର ନିଜେ ପ୍ରଶଂସା ସାଉଁଟିବା ସହ କେନ୍ଦ୍ରସରକାରଙ୍କୁ ମଧ୍ୟ ଏଥିପାଇଁ ଟିକିଏ ଶ୍ରେୟ ଦେବାରେ ଅସୁବିଧା ରହିଲା କେଉଁଠି ? ଏକ ପାଖିଆ ଶ୍ରେୟ ନେବାର ଲଢ଼େଇ ଏହି ଦୁଇଟି ବିଜ୍ଞାପନରେ ପ୍ରତିଫଳିତ ହୋଇଛି । ଏ କଥାକୁ ଯେ କେହିବି ସ୍ୱୀକାର କରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁଇ କେନ୍ଦ୍ରମନ୍ତ୍ରୀ ନିଜ ବକ୍ତବ୍ୟରେ ଯାହା କହିଲେ ତାହାକୁ ବିଶ୍ଳେଷଣ କଲେ ବୁଝାପଡ଼ିବ ଯେ, ଶ୍ରେୟ ନେବା ଆଜିର ରାଜନୀତିରେ ପ୍ରମୁଖ ଆବଶ୍ୟକତା ପାଲଟିଛି । ଜଣେ ଯଦି ଅନ୍ୟଜଣଙ୍କୁ ଶ୍ରେୟ ନଦିଏ ତେବେ ଅନ୍ୟଜଣଙ୍କ ମଧ୍ୟ ଶ୍ରେୟ ଦାବୀ କରିବା ଦେଖା ଯାଉଛି।

କେବଳ ଏହି ବିମାନସେବା ଘଟଣା ନୁହେଁ, ଏବେ ମାଗଣା ଚାଉଳ ନେଇ ମଧ୍ୟ ଦୁଇ ଦଳ ବିଜେପି ଓ ବିଜେଡି ମଧ୍ୟରେ ଟଣାଓଟରା ଲାଗିଛି । କିଏ ଚାଉଳ ଦେଉଛି ଓ କିଏ ଶ୍ରେୟ ନେଉଛି ଏହାକୁ ନେଇ ବିବାଦ ତୀବ୍ର ହୋଇଛି । କାହିଁକି ଚାଉଳ ୫କେଜି କେନ୍ଦ୍ରସରକାର କମାଇଦେଲେ ବୋଲି ବିଜେଡି ନେତାମାନେ ଘନଘନ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରସରକାରଙ୍କୁ ସମାଲୋଚନା କରୁଛନ୍ତି । ଅପରପକ୍ଷେ ବିଜେପି ନେତାଙ୍କ ଯୁକ୍ତି ହେଉଛି ବିଜେଡି ଏବେ ସତକହୁଛି ଯେ, କେନ୍ଦ୍ରସରକାର ଚାଉଳ ଯୋଗାଉଥିଲେ ବୋଲି । ଯଦି କେନ୍ଦ୍ରସରକାର ଚାଉଳ ଯୋଗାଉଥିଲେ ତେବେ ବିଜେଡି କାହିଁକି ଶ୍ରେୟ ନେଉଥିଲା ବୋଲି ପାଲଟା ପ୍ରଶ୍ନ କରୁଛି ବିଜେପି।ସେହିପରି ଆଗରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବ ନା ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବ ବୋଲି ଆରମ୍ଭ ହୋଇଥିବା ବିବାଦ ଏଯାଏଁ ଥମି ନାହିଁ ।

ଏବେ ରାଜ୍ୟବାସୀ ଚିନ୍ତା କରନ୍ତୁ ଓ ବୁଝିବାକୁ ଚେଷ୍ଟା କରନ୍ତୁ ଯେ, ଚାଉଳ କିଏ ଦେଉଛି, ଶ୍ରେୟ କିଏ ନେବା କଥା, ଆବାସ ବା ଘର କିଏ ଯୋଗାଉଛି ଓ ଶ୍ରେୟ କିଏ ନେବାକଥା ଓ ବିମାନ ଚଳାଚଳ କ୍ଷେତ୍ରରେ କାହାକୁ ଶ୍ରେୟ ଯିବା ଉଚିତ୍ ହେବ । ତେବେ ଲୋକଙ୍କୁ ସେବା ଯୋଗାଇ ଦେବାପାଇଁ ଲୋକଙ୍କ ଦ୍ୱାରା ନିର୍ବାଚିତ ଲୋକପ୍ରତିନିଧି ମାନେ ଯଦି ନିଜ ନିଜ ଭିତରେ ଶ୍ରେୟ ନେବା ପାଇଁ ପ୍ରତିଯୋଗିତା କରନ୍ତି ତେବେ ଏହାକୁ କ’ଣ କୁହାଯିବ? ଏପରିକି ଶ୍ରେୟ ପାଇଁ ବିଜ୍ଞାପନର ଲଢ଼େଇ କି ବାର୍ତ୍ତା ଦେଲା ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.