• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ଆବଶ୍ୟକ ମାର୍ଗଦର୍ଶନ ଦ୍ୱାରା ପିଲାମାନଙ୍କ ସ୍ୱପ୍ନକୁ ସାକାର କରିବା ନିମନ୍ତେ ଆମେ ଯଥେଷ୍ଟ ଚେଷ୍ଟା କରୁଛୁ କି?

Share on FacebookShare on Xshare on Whatsappshare on Linkedin
ଡଃ ମନୋଜ କୁମାର ଦାଶ, ଭୁବନେଶ୍ୱର, ୧୪ ଜାନୁଆରୀ ୨୦୨୩

ଗତ ନଭେମ୍ବର ମାସରେ ଦକ୍ଷିଣ ପଶ୍ଚିମ ଓଡ଼ିଶାର ତିନୋଟି ଜିଲ୍ଲାର କେତେକ ବିଦ୍ୟାଳୟରେ ଏକ ବୃତ୍ତିଗତ ଦାୟିତ୍ୱ ତୁଳାଉଥିବା ବେଳେ ଅପରାହ୍ନ ସମୟରେ ଏକ ବିଦ୍ୟାଳୟର ଶ୍ରେଣୀଗୃହ ଭିତରେ ବନ୍ଧା ଫ୍ଲେକ୍ସ ବ୍ୟାନରରେ ଲିଖିତ ନିମ୍ନରେ ପ୍ରଦର୍ଶିତ ବାର୍ତ୍ତାଟି ମୋ’ର ଦୃଷ୍ଟି ଆକର୍ଷିତ କରିଥିଲା । ମୋ’ର ଆତ୍ମବିଭୋରାତ୍ମକ ପ୍ରାରମ୍ଭିକ ପ୍ରତିକ୍ରିୟା ଏହା ଥିଲା ଯେ ଜଣେ ଉଚ୍ଚ ଶିକ୍ଷିତ, ଆତ୍ମବିଶ୍ଵାସୀ ତଥା ସ୍ନେହୀ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ କିଛି ଗଭୀର ଅର୍ଥପୂର୍ଣ୍ଣ କଥା ବ୍ୟାଖ୍ୟା କରିବାକୁ ଚେଷ୍ଟା କରୁଛନ୍ତି । ପୂର୍ବରୁ ଅନେକ ରାଜ୍ୟରେ ଶହ ଶହ ବିଦ୍ୟାଳୟ ପରିଭ୍ରମଣ କରିଥିଲେ ସୁଦ୍ଧା କେବେ ହେଲେ କୌଣସି ବିଦ୍ୟାଳୟରେ ମୁଁ ଏପରି କିଛି ଦେଖିନଥିଲି ।

ମାନନୀୟ ମୁଖ୍ୟମନ୍ତ୍ରୀଙ୍କର ଏହି ବାର୍ତ୍ତାଟିକୁ ପିଲାମାନେ ଠିକ ଭାବରେ ବୁଝିଛନ୍ତି ନା ନାହିଁ ଜାଣିବାପାଇଁ କିଛି କ୍ଷଣ ପଚରା-ଉଚରା କରିବା ପରେ ଖୁବ କମ ସକାରାତ୍ମକ ଉତ୍ତର ମିଳିଥିଲା । ମୁଁ ଏହା ମଧ୍ୟ ଶୁଣିବାକୁ ପାଇଥିଲି ଯେ କୌଣସି ଶିକ୍ଷକ କିମ୍ବା ଅନ୍ୟ ହିତାଧିକାରୀ କେବେ ହେଲେ ପିଲାମାନଙ୍କୁ ବାର୍ତ୍ତା ର ସାରମର୍ମ ବୁଝେଇବାକୁ ଚେଷ୍ଟା କରିନାହାନ୍ତି । ବାର୍ତ୍ତାଟିରେ ଥିବା ଗୋଟିଏ ଗୁରୁତର ତ୍ରୁଟିକୁ ସଂଶୋଧନ ନକରି ଉପସ୍ଥାପିତ କରାଯାଇଥିବା ଦେଖି ଖୁବ ଆଶ୍ଚର୍ଯ୍ୟ ଲାଗିଲା । ପିଲାମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବାର୍ତ୍ତାର ସଂକ୍ଷେପରେ ଅର୍ଥ ହେଲା :

ପିଲାମାନେ ଉଚ୍ଚାଭିଳାଷୀ ହେବା ତଥା ଆତ୍ମବିଶ୍ୱାସର ସହ ଜୀବନର ସମସ୍ତ ସମସ୍ୟାର ସମୁଖୀନ କରିବା ପାଇଁ ସବୁ ସମୟରେ ପ୍ରସ୍ତୁତ ରହିବା ଉଚିତ |ବାର୍ତ୍ତାଟି ପିଲାମାନଙ୍କୁ ତିନୋଟି ଦାୟିତ୍ୱ ନିର୍ଵାହ କରିବାକୁ ପ୍ରେରିତ କରୁଛି, ଯଥା: (କ) ସ୍ବପ୍ନ କୁ ବାସ୍ତବତାରେ ପରିଣତ କରିବା ନିମନ୍ତେ ଉଚ୍ଚଶିକ୍ଷିତ ହୁଅ; (ଖ) ମାତାପିତାଙ୍କର ଯତ୍ନ ନିଅ (ଗ) ଜାତି, ସମାଜ ତଥା ନିଜ ଗାଁ’ର ଉନ୍ନତି ନିମନ୍ତେ କାର୍ଯ୍ୟ କରିବାକୁ ସର୍ବଦା ପ୍ରୟାସ କର ।

ଏକ ପରିବର୍ତ୍ତନଶୀଳ ଜଗତରେ ଏହି ବାର୍ତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାର୍ବଜନୀନ ରୂପରେ ଏହି ବିଷୟ ଉପରେ ମୋର ଚିନ୍ତାଧାରା ରଖିବା ପୂର୍ବରୁ ମୁଁ ଏହି ସନ୍ଦେଶର ପ୍ରାସଙ୍ଗିକତା ବିଷୟରେ କିଛି ଦିନ ଚିନ୍ତା କରିଥିଲି ଯାହାକି ନିମ୍ନରେ ଉପସ୍ଥାପନ କରାଯାଇଛି ।

ବାର୍ତ୍ତାଟି ସାଧାରଣତଃ ପିଲାମାନେ ଉଚ୍ଚାଭିଳାଷୀ ହେବା, ଦାୟିତ୍ୱ ଗ୍ରହଣ କରିବା ଏବଂ ସ୍ବପ୍ନକୁ ବାସ୍ତବତାରେ ପରିଣତ କରିବା ଆଦି ବିଷୟ ସୂଚିତ କରୁଛି । ସ୍ବପ୍ନ ଦେଖିବା ଜରୁରୀ କିନ୍ତୁ ସ୍ବପ୍ନ କୁ ବାସ୍ତବତାରେ ପରିଣତ କରିବା ପାଇଁ ପଦକ୍ଷେପ ନେବା ଗୁରୁତ୍ୱପୂର୍ଣ । ଯଦି ଜଣେ ନିଜର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାରେ ସଫଳ ହୁଏ, ତେବେ ସେ ବ୍ୟକ୍ତି ଜଣକ ସାଧାରଣତଃ ପରିବାର, ପିତାମାତା, ସମାଜ, ଗ୍ରାମ ଏବଂ ଦେଶ ପ୍ରତି ତା’ର ମୌଳିକ ଦାୟିତ୍ୱ ତୁଲେଇବାକୁ ଯଥେଷ୍ଟ ସକ୍ଷମ ହୁଏ । ତେଣୁ, ଶିକ୍ଷା ପରିସରରେ ପିଲାମାନଙ୍କ ମଧ୍ୟରେ ସାମର୍ଥ୍ୟ ଉତ୍ପନ୍ନ କରାଇବା ପାଇଁ ଯଥେଷ୍ଟ ଉଦଯୋଗ ଆବଶ୍ୟକ । ଆମ ଦେଶର ସାମ୍ପ୍ରତିକ ବ୍ୟବସ୍ଥା ଅନୁଯାୟୀ, ଏହା ସରକାରୀ ଓ ବେସରକାରୀ ସଂସ୍ଥାମାନେ ସମ୍ପନ୍ନ କରିଥାନ୍ତି । ସରକାରୀ ସଂସ୍ଥାରେ ପ୍ରାୟତଃ ଏହା ଦେୟମୁକ୍ତ ହୋଇଥିବା ସ୍ଥଳେ ବେସରକାରୀ ସଂସ୍ଥାମାନେ ପିଲା ମାନଙ୍କୁ ସମର୍ଥ କରିବା ନିମନ୍ତେ ବେଶ ଅର୍ଥ ଆଦାୟ କରିଥାନ୍ତି ।

ଓଡ଼ିଶାର ଦକ୍ଷିଣ କିମ୍ବା ପଶ୍ଚିମ ଅଞ୍ଚଳର ଜିଲ୍ଲାମାନଙ୍କରେ ରହୁଥିବା ଅଧିକାଂଶ ଲୋକଙ୍କ ପାଇଁ, ପିଲାମାନଙ୍କ ମଧ୍ୟରେ ସାମର୍ଥ୍ୟର ବିକାଶ ପାଇଁ ସରକାରୀ ସମ୍ବଳର ନିବେଶ ହେଉଛି ଏକମାତ୍ର ଉତ୍ସ । ତଥାପି ମୁଁ ଯାହା ଦେଖିଲି, ସେଠାରେ ପର୍ଯ୍ୟାପ୍ତ ଶ୍ରେଣୀଗୃହର ଅଭାବ, ପର୍ଯ୍ୟାପ୍ତ ଶିକ୍ଷକଙ୍କ ଅଭାବ, ନିମ୍ନମାନର ଶ୍ରେଣୀଗୃହ, ଉପଯୁକ୍ତ ଶିକ୍ଷାଦାନ ସାମଗ୍ରୀର ଅଭାବ ଏବଂ ଆବଶ୍ୟକୀୟ ଯନ୍ତ୍ରପାତିର ଅନୁପସ୍ଥିତି ସହଜରେ ବାରି ହୋଇ ପଡୁଥିଲା । ମୌଳିକ ଭାଷାଗତ ଓ ସାଂଖିକ (FLN) ଶିକ୍ଷାଦାନର ନୂତନ ପଦ୍ଧତି ପରିଚାଳନା କରିବାରେ ଶିକ୍ଷକଙ୍କ ଅକ୍ଷମତା ବେଶ ଜଣାପଡୁଥିଲା ।

ପ୍ରଥମ ଏଡୁକେସନ ଫାଉଣ୍ଡେସନ୍ ଦ୍ୱାରା ପ୍ରକାଶିତ ୨୦୧୮ ମସିହାର ଆନୁଆଲ ସର୍ଭେ ଅଫ୍ ଏଜୁକେସନ୍ ରିପୋର୍ଟ (ASER) ଅନୁଯାୟୀ ଓଡିଶାର ଗ୍ରାମାଞ୍ଚଳରେ ତୃତୀୟ ଶ୍ରେଣୀର ପିଲାମାନଙ୍କ ମଧ୍ୟରୁ ୮.୬% ଅକ୍ଷର ପଢିବାକୁ ଅକ୍ଷମ, ୧୫.୭% ପିଲା ଅକ୍ଷର ପଢିବା ପାଇଁ ସକ୍ଷମ, କିନ୍ତୁ ତା’ଠାରୁ ଅଧିକ ପଢ଼ିପାରନ୍ତିନାହିଁ, ୨୨.୮% ଶବ୍ଦ ପଢିବାକୁ ସକ୍ଷମ ମାତ୍ର ପ୍ରଥମ ଶ୍ରେଣୀ ବା ତା’ଠାରୁ ଅଧିକ ସ୍ତରର ପାଠ୍ୟ ପଢିବା ପାଇଁ ଅକ୍ଷମ, ୧୪.୨% ପ୍ରଥମ ଶ୍ରେଣୀର ପାଠ୍ୟ ବା ବାକ୍ୟ ପଢିବାକୁ ସକ୍ଷମ କିନ୍ତୁ ଦ୍ଵିତୀୟ ଶ୍ରେଣୀର ପାଠ୍ୟ ପଢ଼ିପାରନ୍ତି ନାହିଁ, ଏବଂ ୩୮.୭ % ଦ୍ଵିତୀୟ ଶ୍ରେଣୀର ପାଠ୍ୟ ପଢିବାକୁ ସକ୍ଷମ ।

ତୃତୀୟ ଶ୍ରେଣୀ ପିଲାମାନଙ୍କ ମଧ୍ୟରେ ୭.୮% ପିଲା ୧ ରୁ ୯ ପର୍ଯ୍ୟନ୍ତ ସଂଖ୍ୟା ଚିହ୍ନନ୍ତି ନାହିଁ, ୨୪.୯ % ପିଲା ୯ ପର୍ଯ୍ୟନ୍ତ ସଂଖ୍ୟା ଚିହ୍ନିପାରନ୍ତି କିନ୍ତୁ ୯୯ କିମ୍ବା ତଦୁର୍ଦ୍ଧ ସଂଖ୍ୟା ଚିହ୍ନିପାରନ୍ତି ନାହିଁ, ୩୬.୫% ପିଲା ୯୯ ପର୍ଯ୍ୟନ୍ତ ସଂଖ୍ୟା ଚିହ୍ନିପାରିବେ ମାତ୍ର ବିୟୋଗ କରିପାରନ୍ତି ନାହିଁ, ୨୧.୫ ବିଯୋଗ କରିପାରିବେ କିନ୍ତୁ ବିଭାଜନ କରିପାରିବେ ନାହିଁ ଏବଂ ମାତ୍ର ୯. ୪% ବିଭାଜନ କରିପାରନ୍ତି ।

ସେହି ରିପୋର୍ଟ ଅନୁସାରେ, ୭୯% ବିଦ୍ୟାଳୟରେ ଦ୍ଵିତୀୟ ଶ୍ରେଣୀର ପିଲାମାନେ ଗୋଟିଏ କିମ୍ବା ତାଠାରୁ ଅଧିକ ଶ୍ରେଣୀର ପିଲାଙ୍କ ସହ ବସିବାର ଦେଖା ଯାଇଛି ଏବଂ ୬୬% ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀର ପିଲାମାନେ ଏପରି କରୁଥିବାର ଦେଖିବାକୁ ମିଳିଛି ।

ASER ୨୦୧୮ ରିପୋର୍ଟ ଅନୁସାରେ ୫୭% ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ଅଛି, ୧୯% ବିଦ୍ୟାଳୟରେ ପିଲାମାନଙ୍କ ବ୍ୟବହାର ନିମନ୍ତେ କମ୍ପ୍ୟୁଟର ଉପଲବ୍ଧ ରହିଛି, କେବଳ ୫୪% ପିଲା ଲାଇବ୍ରେରୀର ବହିଗୁଡିକୁ ବ୍ୟବହାର କରୁଥିବା ବେଳେ ୨0% ବିଦ୍ୟାଳୟରେ ଲାଇବ୍ରେରୀର ସୁବିଧା ଆଦୌ ଉପଲବ୍ଧ ନାହିଁ ।

ଏହି ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ବିଦ୍ୟାଳୟ ପରିଦର୍ଶନ ଦିନ ଅନୁସନ୍ଧାନକାରୀମାନେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୮୦% ପିଲାଙ୍କୁ ଉପସ୍ଥିତ ଥିବାର ଦେଖିଥିଲେ, ଯାହାର ଅର୍ଥ ହେଉଛି ବିଦ୍ୟାଳୟର ପ୍ରାରମ୍ଭିକ ପର୍ଯ୍ୟାୟର ଶ୍ରେଣୀଗୁଡିକରେ ଡ୍ରପ୍ ଆଉଟ୍ ହାର ୨୦% ହୋଇପାରେ ଯାହା ଅନ୍ୟ କେତେକ ରିପୋର୍ଟ ଅନୁଯାୟୀ ଉଚ୍ଚ ଶ୍ରେଣୀମାନଙ୍କରେ ଖୁବ ଅଧିକ ବଢିଥାଏ| ଏହା ପଛରେ ଏକାଧିକ କାରଣ ରହିଛି ଯାହା ସମ୍ବନ୍ଧରେ ଶୀଘ୍ର ଏବଂ ନିରବଛିନ୍ନ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ।

ବିଦ୍ୟାଳୟରେ ଉପଲବ୍ଧ ହୋଇପାରୁନଥିବା ଆବଶ୍ୟକୀୟ ସୁବିଧା ଯୋଗୁଁ ଏବଂ ପ୍ରାରମ୍ଭିକ ଶ୍ରେଣୀଗୁଡିକର ଛାତ୍ରଛାତ୍ରୀମାନେ ଭାଷାଗତ ଏବଂ ସାଂଖିକ କ୍ଷେତ୍ରରେ ଉପଯୁକ୍ତ ଶିକ୍ଷାଲାଭ କରିପାରୁନଥିବା ପରିପ୍ରେକ୍ଷୀରେ, ସେମାନେ ଯେତେବେଳେ ଉଚ୍ଚ ଶ୍ରେଣୀରେ ପହଞ୍ଚିବେ ସେ ସମୟରେ ସଫଳତା ମାର୍ଗରେ କିପରି ଅଗ୍ରସର ହେବେ? ସେମାନେ ଭବିଷ୍ୟତରେ ନିଜ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାପାଇଁ ତଥା ନିଜ ଭିତରେ ପର୍ଯ୍ୟାପ୍ତ କ୍ଷମତା ଉତ୍ପନ୍ନ କରିବାପାଇଁ ଆବଶ୍ୟକ ଥିବା ଉଚ୍ଚ ସ୍ତରର ତତ୍ତ୍ୱଗତ ଧାରଣା ଏବଂ ବିଶ୍ଳେଷଣାତ୍ମକ ବୁଝାମଣାର ଚାହିଦାକୁ ସାମ୍ନା କରିବାକୁ ସମର୍ଥ ହେବେ କି, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କୁ ନିଜର ମୌଳିକ ଦାୟିତ୍ୱ ଗୁଡିକ ଭଲ ଭାବରେ ପୂରଣ କରିବାରେ ସାହାଯ୍ୟ କରିବ?

ଯେତେବେଳେ ପିଲା ମାନଙ୍କର ଶିକ୍ଷାଲାଭ ପାଇଁ ସରକାର ଆବଶ୍ୟକୀୟ ସର୍ବନିମ୍ନ ସମ୍ବଳ ଗୁଡିକ ଯୋଗେଇବାକୁ ସକ୍ଷମ ନୁହନ୍ତି ଯାହାକି ଏକ ଗତିଶୀଳ ଓ ବିକାଶଶୀଳ ଦୁନିଆର ଆବଶ୍ୟକତାକୁ ପୂରଣ କରିବାପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ, ସେ କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଦିଚ୍ଛାମୂଳକ ପରାମର୍ଶ କେତେଦୂର ପୂରଣ ହୋଇପାରିବ? ଆବଶ୍ୟକୀୟ ଭିତ୍ତିଭୂମିହୀନ ପରାମର୍ଶ କଣ ପିଲାମାନଙ୍କର ସ୍ବପ୍ନକୁ ବାସ୍ତବତାରେ ପରିଣତ କରିବାକୁ ଓ ସେମାନଙ୍କର ଦାୟିତ୍ୱ ତୁଲାଇବା ପାଇଁ ଯଥେଷ୍ଟ ସକ୍ଷମ କି? ମୋ ମତରେ, ପିଲାମାନଙ୍କୁ ଯଥେଷ୍ଟ ସକ୍ଷମ କରିବା ପାଇଁ ବିଦ୍ୟାଳୟରେ ଉପଲବ୍ଧ ଭିତ୍ତିଭୂମିର ବ୍ୟାପକ ନବୀକରଣ ଏବଂ ନିରନ୍ତର ଆଧୁନିକ ସମ୍ବଳ ଯୋଗାଣ ଆବଶ୍ୟକ, ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି କି ଆମ ପିଲାମାନେ ହାସଲ କରନ୍ତୁ । କିନ୍ତୁ ଆଜିର ଦିନରେ ସେ ସ୍ବପ୍ନ ଠାରୁ ବାସ୍ତବତା ବହୁ ଦୂରରେ ରହିଛି ।

କୋଭିଡ ପରବର୍ତ୍ତୀ ପରିସ୍ଥିତିରେ ଏହା ଦେଖିବାକୁ ମିଳିଛି ଯେ ମାତ୍ରାଧିକ ସଂଖ୍ୟକ ପିଲା ସେମାନଙ୍କ ନିକଟସ୍ଥ ବିଦ୍ୟାଳୟକୁ ପଢିବାପାଇଁ ଫେରି ଆସୁନାହାନ୍ତି । ଅଭିଭାବକ, ଶିକ୍ଷାବିତ୍ ଏବଂ ନୀତି ବିଶେଷଜ୍ଞମାନଙ୍କର କହିବା ଅନୁଯାୟୀ, କୋଭିଡ ସମୟରେ ବିଦ୍ୟାଳୟ ସବୁ ଦୀର୍ଘଦିନ ବନ୍ଦ ରହିବା ଫଳରେ ପିଲାମାନଙ୍କ ମଧ୍ୟରେ ଶିକ୍ଷାର ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ଅତିରିକ୍ତ ସମସ୍ୟାଗୁଡିକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାରେ ନିହିତ ଲକ୍ଷ୍ୟକୁ ହାସଲ କରିବା ଦିଗରେ ଅନେକ ପ୍ରତିବନ୍ଧକ ସୃଷ୍ଟି କରିବ । ଦୀର୍ଘଦିନଧରି ଅବହେଳିତ ଓ ବିକାଶର ଅଧିକ ସ୍ୱାଦ ଚାଖି ନଥିବା ଓଡ଼ିଶାର ଦକ୍ଷିଣ ପଶ୍ଚିମ ଅଂଚଳର ଜିଲ୍ଲା ଗୁଡିକରେ ଖୁବଶୀଘ୍ର ଯଦି ଶିକ୍ଷା କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣର ସମ୍ବଳ ଯୋଗାଇ ଦିଆନଯାଏ, ତେବେ ପିଲାମାନଙ୍କୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଦେଖାଉଥିବା ସ୍ବପ୍ନ ହୁଏତ ସ୍ୱପ୍ନରେ ହିଁ ରହିଯିବ ।

ମନୋଜ କୁମାର ଦାଶ, ଅର୍ଥନୀତିରେ ଡକ୍ଟରେଟ ପ୍ରାପ୍ତ, ଗବେଷକ ଓ ଲେଖକ
Dr. Manoj Dash

Dr. Manoj Dash

He is a Bhubaneswar-based public policy researcher, social development practitioner and public narrative builder; views expressed are personal.

Related Posts

The Mahatma
Opinion

ମହାତ୍ମା

by Kiran Seth
October 2, 2026

କିରନ ସେଠ୍, ଦିଲ୍ଲୀ, ୨ ଅକ୍ଟୋବର ୨୦୨୬ (ମୂଳ ଇଂରାଜି ଲେଖା କୁ ଧନଦାକାନ୍ତ ମିଶ୍ର ଓଡ଼ିଆ କୁ ଅନୁବାଦ କରିଛନ୍ତି।) ଆମେ ତାଙ୍କୁ ଜାତିର ପିତା...

Read more
ରାଜନେତା ହେବ ତ ଲାଲ ବାହାଦୁରଙ୍କ ପରି, ଅଦ୍ଧାର୍ଙ୍ଗିନୀ ହେବ ତ ଲଲିତାଙ୍କ ପରି

ରାଜନେତା ହେବ ତ ଲାଲ ବାହାଦୁରଙ୍କ ପରି, ଅଦ୍ଧାର୍ଙ୍ଗିନୀ ହେବ ତ ଲଲିତାଙ୍କ ପରି

October 2, 2026
The Mahatma

The Mahatma

October 2, 2026
The Many Faces of Ageing: Why Empathy Must Lead Our Response

The Many Faces of Ageing: Why Empathy Must Lead Our Response

October 1, 2026
Pariksha Pe Charcha: One Leak, Millions Betrayed—How India Must Re-engineer Its Public Examinations

Pariksha Pe Charcha: One Leak, Millions Betrayed—How India Must Re-engineer Its Public Examinations

September 12, 2026
Third EyeWhen the Referee becomes part of the Game!

Third Eye
When the Referee becomes part of the Game!

September 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.