• About
  • Contact
Tuesday, March 3, 2026
Tuesday, March 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଦୁଇ ନେତା ଓ ଦୁଇଟି କଥା…

ଦୁଇ ନେତା ଓ ଦୁଇଟି କଥା…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୫ ଜାନୁଆରୀ ୨୦୨୩

ବିଭିନ୍ନ ଅପରାଧରେ ପୀଡ଼ିତ, ପୀଡ଼ିତାଙ୍କ ସରକାରୀ ସହାୟତା ଟଙ୍କା ବାଟମାରଣା ହେଉଛି । ଏହା ପଛରେ ରହିଛି ପୋଲିସର ହାତ । ସରକାରଙ୍କର ‘ସାକାର’ ଯୋଜନାରେ ଅର୍ଥ ସଦ୍ ବ୍ୟବହାର ହୋଇପାରୁନାହିଁ। ଏଭଳି କିଛି କଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଥିବା ନେଇ ଆଲୋଚନା ହେଉଛି । କେବଳ ସେତିକି ନୁହେଁ, ଅଧିକାଂଶ ଆଟ୍ରେlସିଟି ମାମଲା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ସ୍ୱୀକାର କରିଛନ୍ତି ରାଜ୍ୟର ଗୃହରାଷ୍ଟ୍ରମନ୍ତ୍ରୀ । ଲୋକଙ୍କୁ ମିଛ ମାମଲାରେ ଛନ୍ଦିବା ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ଚାପରେ ପୋଲିସ ଆଟ୍ରେlସିଟି ମାମଲା ରୁଜୁ କରୁଛି ବୋଲି ସେ କହିବା ସହ ନିଜ ନିର୍ବାଚନ ମଣ୍ଡଳୀର ୩ଟି ବିବାଦୀୟ ଅଭିଯୋଗ ଉପରେ ମଧ୍ୟ ସେ ମତ ରଖିଛନ୍ତି ।

ଏବେ ଭାବନ୍ତୁତ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏହି ବୟାନ କେଉଁ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଇଙ୍ଗିତ କରୁଛି । ଗୃହ ବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ପାଇବାର ଅଳ୍ପ କିଛିଦିନ ଭିତରେ ରାଷ୍ଟ୍ରମନ୍ତ୍ରୀଙ୍କର ଏହି ତିକ୍ତ ଅଭିଜ୍ଞତା ନିଜର ବିଭାଗକୁ ନେଇ ରହିଛି, ତାହା ବେଶ୍ ସ୍ପଷ୍ଟ ଭାବେ ବୁଝାପଡୁଛି । ନିର୍ଦ୍ଦୋଷ ମାନେ ଫସୁଛନ୍ତି, ପୀଡ଼ିତ ଓ ପୀଡ଼ିତାଙ୍କ କ୍ଷତିପୂରଣ ବାଟମାରଣା ହେଉଛି, ପୋଲିସ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସନ୍ଦେହଜନକ ଭୂମିକା କଥା ପଦାକୁ ଆଣି ନିଜ ବିଭାଗର ଅପାରଗତା ବାବଦରେ ସତ କହିବାର ସାହସ ଦେଖାଇଛନ୍ତି ଏହି ଯୁବ ତଥା ଉଚ୍ଚ ଶିକ୍ଷିତ ନେତାଜଣକ । ଯେ କି ପ୍ରଥମ ଥର ନିର୍ବାଚନରେ ଜିତି ବିଧାୟକ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସ୍ଥାଭାଜନ ହେବା ସହ ମନ୍ତ୍ରିମଣ୍ଡଳରେ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ । ଏପରିକି ଗତ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ମଧ୍ୟ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ତାଙ୍କୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଆଉ ଗୋଟିଏ ଦାୟିତ୍ୱ ଦେଇଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ।

ଏନସିଆରବି ରିପୋର୍ଟରେ ମଧ୍ୟ ଓଡ଼ିଶାରେ ମହିଳା ନିର୍ଯାତନା ହାର ବଢ଼ିବା ନେଇ ବିଭିନ୍ନ ସ୍ତରରେ ବେଶ୍ ଉଦବେଗ ପ୍ରକାଶ ପାଇଛି । ଏପରିକି ଯୌତୁକ ନିର୍ଯାତନା ମାମଲା ସଂଖ୍ୟା ମଧ୍ୟ ଆମ ରାଜ୍ୟରେ କିଛି କମ୍ ନୁହେଁ । ଏ ନେଇ ରାଜ୍ୟ ସରକାର ସମାଲୋଚିତ ହେଉଥିବା ବେଳେ ଏହାକୁ ଭୃକ୍ଷେପନକରି ଗୃହ ରାଷ୍ଟ୍ରମନ୍ତ୍ରୀ ନିଜ ବିଭାଗର ବିଫଳତାର କଥାକୁ ରଖିଛନ୍ତି ସମସ୍ତଙ୍କ ସାମ୍ନାରେ।

ଏବେ ଟିକିଏ ମନେ ପକାନ୍ତୁ କିଛି ଦିନ ପୂର୍ବର ଘଟଣାକୁ। ଆଉ ଜଣେ ଗୃହ ରାଷ୍ଟ୍ରମନ୍ତ୍ରୀ କିଭଳି କିଛି ଦିନ ଆଗରୁ ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସମ୍ପୃକ୍ତ ଥିବା ଅଭିଯୋଗରେ ବାଦ୍ ପଡ଼ିଥିଲେ ରାଜ୍ୟ ମନ୍ତ୍ରୀମଣ୍ଡଳରୁ । ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଆସିଥିଲା ସାଙ୍ଘାତିକ ଅଭିଯୋଗ । ଭବାନୀ ପାଟଣାର ଏକ କଲେଜର ଶିକ୍ଷୟତ୍ରୀ ମମିତା ମେହେରଙ୍କ ନିଖୋଜ ଓ ହତ୍ୟା ଘଟଣା ଏଯାଏଁ ରାଜ୍ୟ ବାସୀଙ୍କ ମନରୁ ଲିଭିନାହିଁ । ଏହି ଘଟଣାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ମାଳମାଳ ଅଭିଯୋଗ ଆସିଥିଲା । ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବିରୋଧୀ ଦଳ ପର୍ଯ୍ୟନ୍ତ ସମସ୍ତଙ୍କର ଅଭିଯୋଗ ଥିଲା ସେତେବେଳର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ। ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା ଏହି ଘଟଣାକୁ ନେଇ। ରାଜ୍ୟ ସରକାରଙ୍କ ସମେତ ଶାସକ ବିଜେଡି ମଧ୍ୟ ବେଶ ଅଡୁଆରେ ପଡ଼ିଥିଲେ ଏହି ଘଟଣାକୁ ନେଇ। ଶେଷ ପର୍ଯ୍ୟନ୍ତ ମଧ୍ୟ ଏହି ଘଟଣାରେ ନିଜର କୌଣସି ସମ୍ପୃକ୍ତି ଥିବା କଥାକୁ ତତ୍କାଳୀନ ମନ୍ତ୍ରୀ ସ୍ୱୀକାର କରିନଥିଲେ ଅବା ନିଜ ପଦରୁ ଇସ୍ତଫା ନଦେଇ ବିରୋଧୀଙ୍କ ଚାପ ସତ୍ତ୍ବେ ମଧ୍ୟ ରାଜ୍ୟ ସରକାର ଓ ଗୃହ ବିଭାଗକୁ କାଠଗଡ଼ାକୁ ଟାଣିଥିଲେ। ମାତ୍ର ପରବର୍ତ୍ତୀ ସ୍ଥିତିରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବା ବେଳେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବାଦ ପଡ଼ିଥିଲେ ମନ୍ତ୍ରୀମଣ୍ଡଳରୁ ।

ସେ ବି ଥିଲେ ଗୃହ ବିଭାଗର ଜଣେ ରାଷ୍ଟ୍ରମନ୍ତ୍ରୀ ଓ ତୁଷାର କାନ୍ତି ବେହେରା ମଧ୍ୟ ଆଜିର ଏହି ବିଭାଗର ଦାୟିତ୍ୱ ସମ୍ଭାଳୁଥିବା ରାଷ୍ଟ୍ରମନ୍ତ୍ରୀ । ଗୋଟିଏ ବିଭାଗର ଜଣେ ପୂର୍ବତନ ମନ୍ତ୍ରୀ ଓ ଜଣେ ବର୍ତ୍ତମାନର ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣରେ କେତେ ଫରକ? କିଏ ନିଜ ବିଭାଗ ତଥା ରାଜ୍ୟ ସରକାରଙ୍କ ଛବିକୁ ମଳିନ କଲେ? ଏ ଦୁଇଜଣ ନେତାଙ୍କ ମଧ୍ୟରୁ କିଏ ଅଧିକ ଯୋଗ୍ୟ ଓ ଦକ୍ଷ ବୋଲି ପ୍ରମାଣିତ ହେବେ ଲୋକଙ୍କ ଆଗରେ? ଜଣେ ବିବାଦୀୟ ହୋଇ ବାଦ୍ ପଡ଼ିବା ଓ ଆଉ ଜଣେ ସତ କହିବାର ସାହସ ରଖିବା, କେଉଁ ଘଟଣାଟି ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କ ଗୃହ ବିଭାଗର ମର୍ଯ୍ୟାଦା ବଢ଼ାଇଲା ?

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.