• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଓଡ଼ିଶା ରାଜନୀତିର ନୂଆ ଲୁକ୍…

ଓଡ଼ିଶା ରାଜନୀତିର ନୂଆ ଲୁକ୍…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୬ ଜାନୁଆରୀ ୨୦୨୩

ନୂଆ ବର୍ଷର ପ୍ରଥମ ମାସରେ ଓଡ଼ିଶା ରାଜନୀତିର ନୂଆ ଉତ୍ସାହ ଓ ନୂଆ ଉଦ୍ଦୀପନା ତା ସାଙ୍ଗକୁ ନୂଆ ଲୁକ୍ ରେ ଏବେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପିର ନେତାମାନେ । ବିଶ୍ୱକପ୍ ହକିକୁ ଉପଭୋଗ କରୁଥିବା ଓଡ଼ିଶାବାସୀଙ୍କୁ ଏବେ ରାଜନୀତିର ମଇଦାନଆଡ଼କୁ ଆକର୍ଷିତ କରିବ ଏହି ନୂଆ ଲୁକ୍ । ବେଶ୍ କିଛି ଦିନର ବ୍ୟବଧାନ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଏକ ନୂଆ ଅବତାର ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆରେ । ନବୀନ ପଟ୍ଟନାୟକଙ୍କ ୩ଟି ନୂଆ ଫଟୋ ଏବେ ଭାଇରାଲ୍ ହେଉଛି । ସବୁବେଳେ ଧଳା କୁର୍ତ୍ତା ଓ ପାଇଜାମାକୁ ଆପଣେଇଥିବା ନବୀନ ପଟ୍ଟନାୟକ ଏହି ଫଟୋରେ ସବୁଜ ରଙ୍ଗର ଜର୍ସି ପିନ୍ଧିଥବା ନଜରକୁ ଆସିଛନ୍ତି । ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ ସବୁଜ ରଙ୍ଗର ଜର୍ସି ପିନ୍ଧିଛନ୍ତି ନବୀନ । ଜର୍ସିର ଆଗପଟରେ “ଓଡ଼ିଶା ଅନ ଦ ମୁଭ୍” ଟ୍ୟାଗ୍ ଲାଇନ୍ ଥିବାବେଳେ ପଛରେ ରହିଛି “ବନ୍ଦେ ଉତ୍କଳ ଜନନୀ” ଏବଂ ଆଉ ଗୋଟିଏ ଫଟୋରେ ମୁଖ୍ୟମନ୍ତ୍ରୀ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତୀ ଆଗରେ ଠିଆ ହୋଇ ମୁଣ୍ଡିଆ ମାରୁଥିବାର ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ସବୁଜ ରଙ୍ଗ ଜର୍ସି ପିନ୍ଧିବାର ସରକାରୀ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର କ୍ରୀଡ଼ାପାଇଁ ରାଜ୍ୟବାସୀ ଏହି ସବୁଜ ରଙ୍ଗର ଜର୍ସିକୁ ବାଛିଛନ୍ତି। ଏହାକୁ ରାଜ୍ୟସରକାର ଏବେ ସବୁଜ ରଙ୍ଗର ସୋଭେନିୟରଭାବେ ବ୍ୟବହାର କରିବେ ।

ତେବେ ସରକାରୀ ଉଦ୍ଦେଶ୍ୟ ଯାହା ହେଉନା କାହିଁକି, ମୁଖ୍ୟମନ୍ତ୍ରୀଙ୍କ ଏହି ଫଟୋର ଅନେକ ରାଜନୈତିକ ଦିଗ ମଧ୍ୟ ରହିଛି । ପ୍ରଥମ କଥା ହେଉଛି ସବୁଜ ରଙ୍ଗ ଶାସକ ବିଜୁଜନତା ଦଳର ପ୍ରତୀକ ଭାବେ ବୁଝାପଡ଼େ । ବିଜେଡି ଗଠନ ହେବା ପରଠାରୁ ଏହି ରଙ୍ଗର ପ୍ରାଧାନ୍ୟ ଦଳୀୟ କାର୍ଯ୍ୟକ୍ରମ ମାନଙ୍କରେ ଦେଖିବାକୁ ମିଳୁଛି । ଏପରିକି ଦଳର ପତାକା ସବୁଜ ରଙ୍ଗ, ଦଳର ଅନେକ ନେତାମଧ୍ୟ ସବୁଜରଙ୍ଗର କୁର୍ତ୍ତା ପିନ୍ଧିବା ସହ ସବୁଜରଙ୍ଗର ଉତ୍ତରୀୟ ବ୍ୟବହାର କରିବାର ଅନେକ ସମୟରେ ଦେଖିବାକୁ ମିଳିଥାଏ । ତେବେ ଦଳ ସୁପ୍ରିମୋଙ୍କ ପସନ୍ଦର ରଙ୍ଗ ହେଉଛି ଧଳା । ମାତ୍ର ସବୁଜ ଜର୍ସିରେ ଦେଖିବାକୁ ମିଳୁଥିବା ଫଟୋ ଏହା ବୟାନ କରୁଛି ଯେ ଧଳାସହ ସବୁଜକୁ ବୋଧେ ଦ୍ଵିତୀୟ ପସନ୍ଦର ରଙ୍ଗ ଭାବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପସନ୍ଦ କରିଛନ୍ତି । ଯାହାଦ୍ୱାରା ବିଜେଡିର ଅଫିସିଆଲ ରଙ୍ଗଭାବେ ସବୁଜକୁ ସ୍ୱୀକୃତି ମିଳିଗଲା । ବିଶ୍ୱକପ୍ ହକି ସମୟରେ ମଧ୍ୟ ରାଜଧାନୀ ଭୁବନେଶ୍ୱରର ବହୁସ୍ଥାନକୁ ସବୁଜ ରଙ୍ଗରେ ରଙ୍ଗୀନ କରାଯାଇଥିବାର ଦେଖିବାକୁ ମିଳିଛି। ତେଣୁ ଆଗାମୀ ସମୟରେ ବୋଧହୁଏ ଓଡ଼ିଶାର ଅଫିସିଆଲ୍ ରଙ୍ଗ ସବୁଜ ହୋଇପାରେ । ସେହିପରି ବିଜେଡି ସୁପ୍ରିମୋ ଏହି ନୂଆ ଲୁକ୍ ରେ ଥିବା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ମୁଣ୍ଡିଆ ମାରିବାର ଫଟୋ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।

ଅପରପକ୍ଷେ ଜାତୀୟ ପର୍ଯ୍ୟଟନ ଦିବସ ଅବସରରେ ଦିଲ୍ଲୀରୁ ଆରମ୍ଭ ହୋଇଛି ଶ୍ରୀ ଜଗନ୍ନାଥ ଯାତ୍ରା ଟ୍ରେନ୍ । ଏହି ଅବସରରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ ମଧ୍ୟ ଓଡ଼ିଶା ରାଜନୀତି ପାଇଁ ଆଉ ଏକ ନୂଆ ସଂକେତ ଦେଇଛି। ଦୁଇ ମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭରେ ଓଡ଼ିଆରେ ସମ୍ବୋଧନ କରିବା ସହ କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରି ଅଭିଭାଷଣ ଆରମ୍ଭ କରିଛନ୍ତି । ଏପରିକି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାପ୍ରଭୁଙ୍କ ପ୍ରସାଦ ବୋଲି ଓଡ଼ିଆ ଭାଷାକୁ ବର୍ଣ୍ଣନା କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ ବୋଲି କାମନା କରିଛନ୍ତି । ଦୁଇ ମନ୍ତ୍ରୀ ଜାତୀୟ ସ୍ତରର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଜୟ ଜଗନ୍ନାଥରୁ ଆରମ୍ଭ କରିବା, ଓଡ଼ିଆରେ ସମ୍ବୋଧନ କରିବା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବା ମଧ୍ୟ ବିଜେପିର ରାଜନୈତିକ ଭାଷା ବଦଳୁଥିବାର ଏକ ସଂକେତ ଦେଇଛି । ସାଧାରଣତଃ ଭାରତୀୟ ଜନତା ପାର୍ଟିର ନେତା ମାନେ “ଭାରତ ମାତା କି ଜୟ” କିମ୍ବା ମହାପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ନାଁ ନିଜର ଅଭିଭାଷଣର ଆରମ୍ଭରେ ରଖୁଥିବା ବେଳେ ଓଡ଼ିଶାର ଏହି ଦୁଇ ମନ୍ତ୍ରୀଙ୍କ ଭାବ ଓ ଭାଷାରେ ହୋଇଥିବା ପରିବର୍ତ୍ତନ ମଧ୍ୟ ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିବା ଭଳି ମନେହୁଏ ।

ତେବେ ଏହି ଦୁଇଟି ଘଟଣା ଗୋଟିଏ ଦିନରେ ଦେଖିବାକୁ ମିଳିଥିଲେ ମଧ୍ୟ ଏଥିରୁ ରାଜନୀତିର ବାସ୍ନା ବେଶ୍ ବାରି ହୋଇପଡୁଛି । ମୁଖ୍ୟମନ୍ତ୍ରୀଙ୍କ ସବୁଜ ଜର୍ସି ପିନ୍ଧା ଫଟୋ କ’ଣ ସଂକେତ ଦେଉଛି ? ଆଗାମୀ ସମୟରେ ବିଜେଡିର ଅଫିସିଆଲ ରଙ୍ଗ ରାଜ୍ୟ ସରକାରଙ୍କ ଅଫିସିଆଲ ରଙ୍ଗ ହେବାକୁ ଯାଉନି ତ? ସେହିପରି ବିଜେପି ମଧ୍ୟ ନିଜର ଗେରୁଆ ରଙ୍ଗ ଭିତରେ ସୀମିତ ନରହି ସର୍ବ ଧର୍ମ ସମନ୍ଵୟର ପ୍ରତୀକ କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଙ୍ଗରେ ଓଡ଼ିଶାରେ ରଙ୍ଗାୟିତ ହେବାକୁ ଚାହୁଁ ନାହିଁ ତ ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.