• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଶେଷ ହେଲା ଯାତ୍ରା…

ଶେଷ ହେଲା ଯାତ୍ରା…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩୦ ଜାନୁଆରୀ ୨୦୨୩

କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା କାଶ୍ମୀରରେ ଶେଷ ହୋଇଛି । ୪୦୮୦ କିଲୋମିଟରର ଏହି ଯାତ୍ରା ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଭିତର ଦେଇ ଯାଇଛି। ୧୧୬ ଦିନର ଏହି ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୨ଟି ଜନସଭାକୁ ସମ୍ବୋଧିତ କରିଥିବା ବେଳେ ୧୦୦ରୁ ଅଧିକ ଛୋଟ ଛୋଟ ବୈଠକରେ ଅଂଶଗ୍ରହଣ କରିଛନ୍ତି । ୧୩ଟି ସାମ୍ବାଦିକ ସମ୍ମିଳନୀ କରିଛନ୍ତି।ଏପରିକି ୨୭୫ଟି ସ୍ଥାନରେ ଲୋକମାନଙ୍କ ସହ ଚାଲିବା ବେଳେ ଆଲୋଚନା କରିବା ସହ ୧୦୦ରୁ ଅଧିକ ସ୍ଥାନରେ ଲୋକଙ୍କ ସହ ଏକାଠି ବସି ଆଲୋଚନା କରିଛନ୍ତି ।

ଭାରତବର୍ଷର ସର୍ବ ପୁରାତନ ରାଜନୈତିକ ଦଳ ଜାତୀୟ କଂଗ୍ରେସର ଏହି ଯାତ୍ରା ଥିଲା ଦେଖିବା ଭଳି । ଏହି ଯାତ୍ରାରେ କଂଗ୍ରେସର ନେତୃବୃନ୍ଦଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ । ତେବେ ଏହି ଯାତ୍ରାରୁ କଂଗ୍ରେସକୁ ମିଳିଲା କ’ଣ? ରାଜନୈତିକ କ୍ଷେତ୍ରରେ କଂଗ୍ରେସ ଏଥିରୁ ସଫଳତା ପାଇବ କି ? ରାହୁଲ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଭାବେ ଏହି ଯାତ୍ରାରୁ କିଛି ଫାଇଦା ମିଳିଲା କି ? ଯଦି ଏହି ପ୍ରଶ୍ନର ଉତ୍ତର ଖୋଜାଯାଏ ତେବେ ଆଗକୁ ଆସୁଥିବା ସମୟକୁ ହିଁ ଅପେକ୍ଷା କରାଯିବ । ସାମଗ୍ରିକ ଭାବେ ଯଦି ଏହି ଯାତ୍ରା ବାବଦରେ ତର୍ଜମା କରାଯାଏ, ତେବେ ଯେ କେହି ବି ସ୍ୱୀକାର କରିବେ ଯେ, କଂଗ୍ରେସର ଜାତୀୟ ରାଜନୀତିକୁ ପ୍ରଭାବିତ କରିବାଭଳି ଏ ଥିଲା ଏକ କାର୍ଯ୍ୟକ୍ରମ । ଯେଉଁ ୧୨ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଏହି ଯାତ୍ରା ଯାଇଛି, ସେହି ରାଜ୍ୟ ମାନଙ୍କରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଲୋକଙ୍କୁ କଂଗ୍ରେସ ସହିତ ଯୋଡୁ ବା ନଯୋଡୁ ମାତ୍ର କଂଗ୍ରେସ ଭିତରେ ଥିବା ଆଭ୍ୟନ୍ତରୀଣ ବିବାଦକୁ ଦୂରେଇ ଦେଇ ଦଳର ନେତାମାନେ ରାହୁଲ ଗାନ୍ଧୀଙ୍କ ସହ ଏକାଠି ହୋଇଛନ୍ତି ଓ କଂଗ୍ରେସ ପ୍ରତି ସାଧାରଣ ଲୋକଙ୍କ ସମର୍ଥନ ବଢୁଛି ନା କମୁଛି ତାର ମଧ୍ୟ ସିଧାସଳଖ ପ୍ରଭାବ ଦେଖିଛନ୍ତି ଏହି ଯାତ୍ରାରେ ସାମିଲ ହୋଇଥିବା ସମସ୍ତ କଂଗ୍ରେସ ନେତାମାନେ ।

ଏପରିକି ଏହି ଯାତ୍ରା ସମୟରେ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀଙ୍କୁ ସମୟ ମିଳିଲା ନାହିଁ ବୋଲି ଗଣମାଧ୍ୟମରେ ସେ ସମାଲୋଚିତ ହୋଇଥାଇପାରନ୍ତି ମାତ୍ର ଏହି ଯାତ୍ରାକୁ ଜାରିରଖି ରାଜ୍ୟ ଗୁଡ଼ିକରେ କଂଗ୍ରେସର ଦୁର୍ବଳ ସ୍ଥିତିକୁ ପରଖିବାରେ ସମର୍ଥ ହୋଇଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସରୁ ଆସ୍ଥା ହରାଇଥିବା ନେତାମାନେ ପୁଣି କଂଗ୍ରେସ ଆଡ଼କୁ ଫେରିବାକୁ ଚେଷ୍ଟା କରିଛନ୍ତି ଏହି ଯାତ୍ରାରେ ତ ଆଉ କେଉଁଠି କଂଗ୍ରେସ ପ୍ରତି ବିମୁଖ ହୋଇଥିବା ନେତା ଓ ଯୁବ ପୀଢ଼ି ପୁଣି କଂଗ୍ରେସର ଏହି ଯାତ୍ରା ଦ୍ୱାରା ପ୍ରଭାବିତ ବି ହୋଇଛନ୍ତି । ରାଜସ୍ଥାନର ସଚିନ ପାଇଲଟ ଓ ଅଶୋକ ଗେହେଲଟ, କର୍ଣ୍ଣାଟକରେ ସିଦ୍ଧରାମେୟା ଓ ଡି. ଶିବକୁମାର ଆଦି ପରସ୍ପର ବିରୋଧୀ ନେତାମାନେ ମଧ୍ୟ ଏକାଠି ହୋଇ ଚାଲିବାର ବାର୍ତ୍ତା ଦେଇଛନ୍ତି ଦଳର କର୍ମୀ ଓ ନିଜର ସମର୍ଥକ ମାନଙ୍କୁ । ଅନେକ ରାଜ୍ୟରେ କଂଗ୍ରେସ ସଂଗଠନ ଭିତରେ ଥିବା ଗୋଷ୍ଠୀକନ୍ଦଳକୁ ମଧ୍ୟ ସାମୟିକ ପ୍ରଶମିତ କରିବାରେ ସାହାଯ୍ୟ କରିଛି ଏହି ଯାତ୍ରା ।

ଏପରିକି ଆଗକୁ ଆସୁଥିବା ରାଜ୍ୟର ନିର୍ବାଚନ ପୂର୍ବରୁ ଏହି ଯାତ୍ରା କଂଗ୍ରେସ ପାଇଁ ଏକ ବଡ଼ ରାଜନୈତିକ କାର୍ଯ୍ୟକ୍ରମ ଭାବରେ ପରିଗଣିତ ହୋଇଛି । ଏହି ଯାତ୍ରାର ଆଉ ଏକ ବିଶେଷତ୍ୱ ହେଲା, ଜାତୀୟ ସ୍ତରର ପ୍ରମୁଖ ଗଣମାଧ୍ୟମରେ ଯେତିକି ଚର୍ଚ୍ଚିତ ହେବା କଥା ତାହା ହୋଇପାରିନାହିଁ ମାତ୍ର ସାମାଜିକ ଗଣମାଧ୍ୟମ ବା Social Media ରେ ଏହି ଯାତ୍ରା କୋଟି କୋଟି ଲୋକଙ୍କ ପାଖରେ ପହଂଚି ପାରିଛି । ଜାତୀୟ ସ୍ତରର ପ୍ରମୁଖ ଗଣମାଧ୍ୟମରେ ଏହି ଯାତ୍ରାର ଉଦ୍ଦେଶ୍ୟ ଓ ରାହୁଲ ଗାନ୍ଧୀଙ୍କ ବିଫଳତାକୁ ନେଇ ଅଧିକ ବିତର୍କ ଦେଖିବାକୁ ମିଳିଥିବାବେଳେ ସାମାଜିକ ଗଣମାଧ୍ୟମରେ ଏହି ଯାତ୍ରାର ପ୍ରଚାର ଢେର ଅଧିକ ହେବାସହ ଦେଶର ଯୁବପୀଢ଼ିଙ୍କୁ ଏକ ବାର୍ତ୍ତା ଦେବାରେ ରାହୁଲ ଗାନ୍ଧୀ ସଫଳ ହୋଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଯାତ୍ରାଦ୍ୱାରା ବିଜେପିର ବିକଳ୍ପ ପୁଣି କଂଗ୍ରେସ ହୋଇପାରିବ, ଏ ନେଇ ଏକ ବିଶ୍ୱାସ ସୃଷ୍ଟି ହେବାର ପ୍ରୟାସ ହୋଇଛି । ରାହୁଲ ଗାନ୍ଧୀ ବିଜେପି ଭାଷାରେ “ପପ୍ପୁ” ନୁହଁନ୍ତି ବରଂ କଂଗ୍ରେସର ସଂଗଠନକୁ ସଜାଡ଼ି ପୁନର୍ବାର କଂଗ୍ରେସକୁ ଶକ୍ତିଶାଳୀ କରିବାର କ୍ଷମତା ରଖିଛନ୍ତି ତାହା ଅନେକାଂଶରେ ପ୍ରମାଣିତ କରିବାକୁ ଚେଷ୍ଟା କରାଯାଇଛି । ଗାନ୍ଧୀ ପରିବାର ଉପରେ ଆସ୍ଥା ତୁଟାଇ ଥିବା କଂଗ୍ରେସର ବରିଷ୍ଠ ଓ ଯୁବ ନେତୃତ୍ୱ ପୁଣି ରାହୁଲ ଗାନ୍ଧୀ ଅବା ଗାନ୍ଧୀ ପରିବାର ଉପରେ ବିଶ୍ୱାସ ଜମାଇବାର ଏକ ପ୍ରୟାସ ମଧ୍ୟ କରାଯାଇଛି ଏହି ଯାତ୍ରା ସମୟରେ । ଏପରିକି ଦୁର୍ବଳ ହୋଇପଡ଼ିଥିବା ୟୁପିଏକୁ ମଧ୍ୟ ପୁନର୍ବିନ୍ୟାସ କରାଯାଇପାରେ ଏବଂ କଂଗ୍ରେସ ସହ ଅନ୍ୟ ସମମନୋଭାବାପନ୍ନ ଓ ବିଜେପି ବିରୋଧୀ ଶକ୍ତିଏକଜୁଟ ହୋଇ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଏହି ଯାତ୍ରାକୁ ଏକ ସଂକେତ ହିସାବରେ ଗ୍ରହଣ କରାଯାଇପାରେ । ପରିଶେଷରେ ବିରୋଧୀଙ୍କ ସମାଲୋଚନା, ଦଳୀୟ ଅନ୍ତର୍ଦ୍ୱନ୍ଦ, ଜାତୀୟ ସ୍ତରର ଗଣମାଧ୍ୟମ ଗୁଡ଼ିକର ବିନା ସହଯୋଗରେ ଏକାକୀ ରାହୁଲ ଗାନ୍ଧୀ ଯେଉଁଭଳି ଭାବେ ଏହି ଯାତ୍ରାକୁ ଶେଷ କଲେ ତାହା ଆସୁଥିବା ରାଜ୍ୟର ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନକୁ ଯେ ପ୍ରଭାବିତ ନକରିବ ତାହା କୁହାଯାଇ ପାରିବ ନାହିଁ ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.