• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ମୁଖ୍ୟ ଶାସନ ସଚିବ ଦୌଡ଼ ଆରମ୍ଭ..

ମୁଖ୍ୟ ଶାସନ ସଚିବ ଦୌଡ଼ ଆରମ୍ଭ..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩୧ ଜାନୁଆରୀ ୨୦୨୩

ଫେବୃଆରୀ ମାସରେ ଶେଷ ହେଉଛି ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ। ଦୁଇ ଦୁଇ ଥର କାର୍ଯ୍ୟକାଳ ବୃଦ୍ଧି ହୋଇସାରିଛି ସୁରେଶ ଚନ୍ଦ୍ର ମହାପାତ୍ରଙ୍କ। ଏବେ ପୁଣି ତାଙ୍କର କାର୍ଯ୍ୟ କାଳ ବଢ଼ାଯିବ ନା ଆଉ କିଏ ଏହି ପଦରେ ବସିବେ ଏନେଇ ଲୋକସେବା ଭବନରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ ସରକାର ଚାହିଁବେ ନାହିଁ ତେବେ ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କ ମଧ୍ୟରୁ କାହାକୁ ବାଛିବେ ମୁଖ୍ୟମନ୍ତ୍ରୀ? କିଏ ହେବ ୩ୟ ମହଲାର ପ୍ରଥମ ପସନ୍ଦ? କେନ୍ଦ୍ରୀୟ ଡେପୁଟସନରେ ଥିବା କେଉଁ ଅଫିସରଙ୍କୁ ବସାଯିବ ଏହି ପଦବୀରେ ନା ଓଡ଼ିଶାରେ ଥିବା କୌଣସି ଅଫିସରଙ୍କୁ ଏହି ପଦବୀ ପାଇଁ ମନୋନୀତ କରାଯିବ ? ଓଡ଼ିଆ ଅଫିସର ନା ଅଣଓଡ଼ିଆଙ୍କୁ ମିଳିବ ଏହି ଦାୟିତ୍ୱ ?

ଏଭଳି ପ୍ରଶ୍ନ ଭିତରେ ଏବେ ଛନ୍ଦି ହୋଇପଡ଼ିଛନ୍ତି ରାଜ୍ୟ ସରକାର। ପୂର୍ବରୁ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ୬ ମାସିଆ କାର୍ଯ୍ୟକାଳ ୨ଥର ବଢ଼ାଇ ସାରିଛନ୍ତି ରାଜ୍ୟ ସରକାର । ସେ ଦୃଷ୍ଟିରୁ  ଯଦି କାର୍ଯ୍ୟକାଳ ପୁଣି ବଢ଼ାଯାଏ, ତେବେ କେହିବି ଆଶ୍ଚର୍ଯ୍ୟ ଚକିତ ହେବେନାହିଁ। ଦୌଡ଼ରେ ଥିବା ଅଫିସରମାନଙ୍କ ଭିତରେ ରହିଛନ୍ତି ତୁହିନକାନ୍ତ ପାଣ୍ଡେ, ରାଜେଶ ବର୍ମା, ପ୍ରଦୀପ୍ତ ମହାପାତ୍ର ଓ ପ୍ରଦୀପ ଜେନା ପ୍ରମୁଖ ବରିଷ୍ଠ ଅଧିକାରୀମାନେ। ଏମାନଙ୍କ ମଧ୍ୟରୁ ୧୯୮୭ ବ୍ୟାଚର ଅଫିସର ତୁହିନ କାନ୍ତ, ପାଣ୍ଡେ ରାଜେଶ ବର୍ମା ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ୧୯୮୮ ବ୍ୟାଚର ପ୍ରଦୀପ୍ତ କୁମାର ମହାପାତ୍ର, ସି. ଜେ. ଭେନୁଗୋପାଳ ମଧ୍ୟ ପ୍ରମୁଖ ଦାବିଦାର। ସେହିପରି ୧୯୮୯ ବ୍ୟାଚର ଅଫିସର ଭାବେ ମୋନା ଶର୍ମା ଓ ପ୍ରଦୀପ ଜେନା ମଧ୍ୟ ଏହି ଦୌଡ଼ରେ ସାମିଲ ଅଛନ୍ତି ।

ତେବେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଅବସର ପରେ ମଧ୍ୟ ୨ ଥର କାର୍ଯ୍ୟକାଳ ବୃଦ୍ଧି ପରର କାରଣ ଖୋଜି ପାଉନାହାଁନ୍ତି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନେ। କେଉଁ ଯୋଗ୍ୟତା ଓ ଦକ୍ଷତାର ଅଭାବ ସେମାନଙ୍କ ନିକଟରେ ଅଛି ତାହା ସେମାନେ ଜାଣିପାରୁ ନାହାଁନ୍ତି। ତେବେ ଲୋକସେବା ଭବନରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ସୁରେଶ ମହାପାତ୍ର ହେଉଛନ୍ତି ୩ୟ ମହଲାର ପସନ୍ଦର ଅଫିସର। କାରଣ ୩ୟ ମହଲା ଇଶାରାରେ ସେ ବେଶ୍ ସହଜ ଭାବରେ ପରିଚାଳିତ ହୋଇପାରୁଛନ୍ତି ବୋଲି ତାଙ୍କର ସହକର୍ମୀଙ୍କ ମହଲରେ ଚର୍ଚ୍ଚା ହେଉଛି। ତେବେ ତାଙ୍କର ଉତ୍ତରାଧିକାରୀ କିଏ ହେବ ତାହା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଉପରେ ହିଁ ନିର୍ଭର କରୁଛି ।

ବିଗତ ଦିନ ମାନଙ୍କରେ ୩ୟ ମହଲାକୁ କୌଣସି ବିଶ୍ୱସ୍ତ ଅଫିସର ମିଳିନଥିବାରୁ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ବଢ଼ାଯାଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଏପରିକି ଏହି ଦୌଡ଼ରେ ଥିବା ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବିଶ୍ୱାସକୁ ନେଇପାରୁନଥିବା ନେଇ ଆଲୋଚନା ହେଉଛି । ଯେହେତୁ ରାଜ୍ୟ ସରକାର ପ୍ରଦୀପ ଜେନାଙ୍କୁ ନେଇ ଅତୀତରେ ଅନେକ ଅଡ଼ୁଆ ପରିସ୍ଥିତିର ସାମ୍ନା କରିଥିବାରୁ ତାଙ୍କ ଉପରେ ୩ୟ ମହଲା ପୁନର୍ବାର ଭରସା କରିପାରୁନାହିଁ ବୋଲି ପାୱାର କରିଡ଼ରରେ ଚର୍ଚ୍ଚା ହେଉଛି । ଯଦି ପ୍ରଦୀପ ଜେନାଙ୍କୁ ଏହି ପଦରେ ନବସାଇବା ନେଇ ସରକାର ନିଷ୍ପତ୍ତି ନିଅନ୍ତି, ତେବେ ଅନ୍ୟମାନଙ୍କ ମଧ୍ୟରୁ କାହାକୁ ବି ବାଛିବାକୁ ପଡ଼ିପାରେ ଏଥର । ତେବେ ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏବେ ଏ ବାବଦରେ ଜୋରଦାର ବିଚାର ବିମର୍ଷ କରୁଛି । ଏପରିକି ଦିଲ୍ଲୀରେ ଥିବା କିଛି ବରିଷ୍ଠ ଅଫିସର ମଧ୍ୟ ଓଡ଼ିଶା ଫେରିବାକୁ ଚାହୁଁନାହାନ୍ତି ବୋଲି ଚର୍ଚ୍ଚା ହେଉଛି । ଏଣୁ ରାଜ୍ୟ ସରକାର ବାଧ୍ୟହୋଇ ଓଡ଼ିଶାରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀମାନଙ୍କ ଭିତରୁ ଜଣକୁ ଏହି ପଦବୀରେ ବସାଇବା ଏକ ପ୍ରକାର ନିଶ୍ଚିତ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଜଣ ପରାମର୍ଶଦାତା ପଦବୀରେ ପୂର୍ବତନ ଅତିରିକ୍ତ ଶାସନ ସଚିବ ଆର. ବାଲକ୍ରିଷ୍ଣନ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କାର୍ଯ୍ୟ କରୁଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ତଥା ୫ଟି ସଚିବ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିଜେ ତୁଲାଉଛନ୍ତି ତେଣୁ କୌଣସି ବରିଷ୍ଠ ଓ ଅଭିଜ୍ଞ ଅଧିକାରୀଙ୍କର ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ଆବଶ୍ୟକତା ଅନୁଭବ ହେଉନାହିଁ। ଏଣୁ କେବଳ ଜଣେ ବିଶ୍ୱସ୍ତ ଓ ୩ୟ ମହଲା ପ୍ରତି ଆନୁଗତ୍ୟ ରଖୁଥିବା ଅଫିସରଙ୍କର ହିଁ ଆବଶ୍ୟକତା ରହିଛି ଏହି ପଦବୀ ପାଇଁ। ତେବେ ଦୌଡ଼ରେ ଥିବା ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରୁ କାହାକୁ ଚୟନ କରିବେ ସରକାର? ୩ୟ ମହଲାର ବିଶ୍ୱସ୍ତ ଓ ଅନୁଗତ ଅଫିସର ଭାବେ କିଏ ହେବ ମନୋନୀତ? ନା ପୁଣି ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳକୁ ବଢ଼ାଇବେ ରାଜ୍ୟ ସରକାର?

Nirvik Bureau

Nirvik Bureau

Related Posts

ଘୋଡ଼ା ବେପାରକୁ ସ୍ୱୀକୃତି !
Politics

ଘୋଡ଼ା ବେପାରକୁ ସ୍ୱୀକୃତି !

by Nirvik Bureau
March 14, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୪ ମାର୍ଚ୍ଚ ୨୦୨୬ ନିର୍ବାଚନ ରାଜନୀତିରେ "ଘୋଡ଼ା ବେପାର" ଶବ୍ଦଟି ନୂଆ ନୁହେଁ। ମାତ୍ର ଚଳିତ ଥର ଓଡ଼ିଶାର ୪ଟି ରାଜ୍ୟସଭା ଆସନ...

Read more
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.