• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପୁଣି ଫେରୁଛନ୍ତି ପ୍ରସଙ୍ଗ ମାନେ…

ପୁଣି ଫେରୁଛନ୍ତି ପ୍ରସଙ୍ଗ ମାନେ…
Share on FacebookShare on Xshare on Whatsappshare on Linkedin

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨ ଫେବୃଆରୀ ୨୦୨୩

ଓଡ଼ିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗତ କିଛି ବର୍ଷ ଧରି ହଜି ଯାଇଛି। ରାଜନୈତିକ ଦୃଷ୍ଟି କୋଣରେ ମଧ୍ୟ ଏଗୁଡ଼ିକ ଅପ୍ରସଂଗ ହୋଇଯାଇଥିଲା । ଯାହାକୁ କ୍ଷମତାସୀନ ସରକାର, ବିରୋଧୀଦଳ, ଗଣମାଧ୍ୟମ ଏପରିକି ସାଧାରଣ ଲୋକମାନେ ମଧ୍ୟ ଭୁଲି ଯାଇଥିଲେ । ହଠାତ୍ ଏହି ପ୍ରସଙ୍ଗ ଗୁଡ଼ିକ ପୁନର୍ଜୀବିତ ହୋଇଯାଇଛନ୍ତି । ଏହି ପ୍ରସଙ୍ଗ ଗୁଡ଼ିକୁ ନେଇ ନେତାଙ୍କ ଠାରୁ ଜନତା ସମସ୍ତେ ଏବେ ପୁଣି ଚଳଚଞ୍ଚଳ ହେବାର ଆଶଙ୍କା କରାଯାଇପାରେ । ତେବେ କ’ଣ ଏହି ପ୍ରସଙ୍ଗ? କାହିଁକି ହଜି ଯାଇଥିଲେ ଏଗୁଡ଼ିକ? ଏବେ ପୁନର୍ଜୀବିତ ହେବାର କାରଣ କ’ଣ? ପ୍ରସଙ୍ଗ ଗୁଡ଼ିକ ଫେରିଲେ କାହାକୁ ଏମାନେ ପ୍ରଭାବିତ କରିବେ?

୧୦ ବର୍ଷ ତଳକୁ ଯଦି ଆମେ ଫେରିଯିବା ତେବେ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଜାତୀୟ ସ୍ତରର ଚର୍ଚ୍ଚାରେ ରହିଥିଲା । ସେମାନଙ୍କ ମଧ୍ୟରୁ ଚିଟ୍ ଫଣ୍ଡ ଠକେଇ ମାମଲା, ଖଣି ଦୁର୍ନୀତି, କୃଷକ ମାନଙ୍କର ରାଜ୍ୟ ବ୍ୟାପୀ ବ୍ୟାପକ ଆନ୍ଦୋଳନ ଥିଲା ପ୍ରମୁଖ । ଏହି ପ୍ରସଙ୍ଗ ଗୁଡ଼ିକୁ ନେଇ ରାଜ୍ୟର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ସମୀକରଣ ବଦଳି ଯାଇଥିଲା । ରାଜ୍ୟର ଅର୍ଥନୀତି ପ୍ରଭାବିତ ହୋଇଥିଲା । ଚାଷୀଙ୍କ ଠାରୁ ଜମାକାରୀଙ୍କ ସଂଘ ଓ ସାଧାରଣ ଲୋକ ମଧ୍ୟ ରାସ୍ତାକୁ ଓହ୍ଲାଇଥିଲେ । ସରକାର ବିରୋଧରେ ବିରୋଧୀଙ୍କ ଗର୍ଜନ ଶୁଭିଥିଲା । ମାତ୍ର ହଠାତ୍ ଏହି ପ୍ରସଙ୍ଗ ଗୁଡ଼ିକ କେଉଁଆଡେ ଅଦୃଶ୍ୟ ହୋଇଯାଇଥିଲା । ଏପରିକି ଦୁଇ ଦୁଇଟି ନିର୍ବାଚନରେ ଏହାର ପ୍ରଭାବ ରାଜ୍ୟର ଶାସକ ଦଳ ଉପରେ ପଡ଼ିଲା ନାହିଁ । ଗଣମାଧ୍ୟମ ଗୁଡ଼ିକ ଏହି ପ୍ରସଙ୍ଗ ଗୁଡ଼ିକୁ ମଧ୍ୟ ଶୀତଳ ଭଣ୍ଡାରରେ ରଖିଦେଲେ ।

ତେବେ ପୁଣି ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଏବେ ଦାନା ବାନ୍ଧିବାରେ ଲାଗିଛି । ଖଣି ଦୁର୍ନୀତି କଥା ସମସ୍ତେ ଭୁଲିଯାଇଥିବାବେଳେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ମଧ୍ୟ ଏହାକୁ ଅଣଦେଖା କରିଥିଲା । ଏବେ ସେହି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲଗାତାର ଭାବେ ସଂସଦରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏହା ସହ ଖୋଦ ରାଜଧାନୀରେ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ଓ ଶାସନ କଳକୁ ଅଡ଼ୁଆରେ ପକାଇବାର ଉଦ୍ୟମ ଆରମ୍ଭ କରିଛନ୍ତି। ଯଦିଓ ତାଙ୍କ ଦଳ ତରଫରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ମିଳିନାହିଁ ମାତ୍ର ଆସନ୍ତା ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗରୁ ସେ ହଟିବେ ନାହିଁ ବୋଲି ଏକ ପ୍ରକାର ସଂକେତ ଦେଇଛନ୍ତି ।

ସେହିପରି ଶାସକ ବିଜେଡିକୁ ନାକେଦମ କରିଥିବା ଚିଟ୍ ଫଣ୍ଡ ପ୍ରସଙ୍ଗ ଏବେ ପୁଣି କଡ଼ଲେଉଟାଇ ଛି। ବର୍ଷ ବର୍ଷ ଧରି ଠକାମୀର ଶିକାର ହୋଇଥିବା କ୍ଷୁଦ୍ର ଜମାକାରୀମାନେ ଏବେ ଆନ୍ଦୋଳନକୁ ଜୋରଦାର କରିବାକୁ ଅଣ୍ଟାଭିଡ଼ିଛନ୍ତି । ଏନେଇ ଜମାକାରୀ ସଙ୍ଘ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେବାସହ ଏହି ଆନ୍ଦୋଳନର ମାର୍ଗଦର୍ଶକ ଭାବେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପୁଣି ଆଗକୁ ଆଣିଛନ୍ତି ଜମାକାରୀ ମହାସଂଘ । ଏପରିକି ଆସନ୍ତା ୨ ମାସ ମଧ୍ୟରେ ବ୍ଲକ୍ ସ୍ତରରୁ ଆରମ୍ଭ କରି ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇ ସାରିଲାଣି ବ୍ଲୁପ୍ରିଣ୍ଟ । କ୍ଷୁଦ୍ର ଜମାକାରୀ ମାନେ ରାଜ୍ୟସରକାରଙ୍କ ଠାରୁ ସେମାନଙ୍କର ଜମାଟଙ୍କା ଫେରିନପାଇବା ଦ୍ୱାରା ପୁଣି ଆଉ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ଏଥର ପ୍ରସ୍ତୁତ ହୋଇଛନ୍ତି । ଏପରିକି ଏମାନଙ୍କୁ ମଧ୍ୟ ବିରୋଧୀ ଦଳର ସମର୍ଥନ ମିଳିବା ଏକ ପ୍ରକାର ନିଶ୍ଚିତ ଜଣାପଡୁଛି ।

ସେହିପରି ବିଭିନ୍ନ ଜିଲ୍ଲାର କୃଷକମାନେ ମଧ୍ୟ ସେମାନଙ୍କ ଦାବୀନେଇ ଶାସକ ଦଳ ଓ ସରକାରଙ୍କୁ ବେଶ୍ ଅଡ଼ୁଆରେ ପକାଇଥିଲେ ଅତୀତରେ । ବାରମ୍ବାର ସେମାନେ ନିଜର ଆନ୍ଦୋଳନରେ ବିଫଳ ହେବାପରେ ଏବେ ସେମାନଙ୍କର ରାଜନୈତିକ ଅଭିଯାନ ଆରମ୍ଭ କରିଛନ୍ତି। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ସମର୍ଥନ ପାଇ ସେମାନେ ଏବେ ପୁଣି ଓଡ଼ିଶାରେ ଆରମ୍ଭ କରିବାକୁ ଯାଉଛନ୍ତି କୃଷି ଓ କୃଷକଙ୍କ ସ୍ୱାର୍ଥକୁ ନେଇ ରାଜନୈତିକ କାର୍ଯ୍ୟକ୍ରମ।ଓଡ଼ିଶାର ରାଜନୈତିକ ଦଳର ନେତାଙ୍କ ସହ କୃଷକ ସଙ୍ଗଠନକୁ ନେଇ ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତି ଏବେ ୨୦୨୪ ନିର୍ବାଚନ ଓଡ଼ିଶାରେ ଲଢ଼ିବାକୁ ଯାଉଛି ବୋଲି ଏକ ବାର୍ତ୍ତା ମଧ୍ୟ ଦେଇଛି । ତେବେ ନିର୍ବାଚନକୁ ଏହି ଦଳ କେତେଦୂର ପ୍ରଭାବିତ କରିବ ତାହା ନକୁହାଯାଇପାରିଲେ ବି ପୁଣିଥରେ ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ରାଜ୍ୟ କୃଷକ ସଙ୍ଗଠନ ଗୁଡ଼ିକୁ ଆନ୍ଦୋଳନରେ ଯୋଡ଼ିବାର କ୍ଷେତ୍ର ପ୍ରସ୍ତୁତ କରିବ ଏଥିରେ ସନ୍ଦେହ ନାହିଁ।

ଯଦି ଖଣି ଦୁର୍ନୀତି, ଚିଟ୍ ଫଣ୍ଡ ଦୁର୍ନୀତି ଓ କୃଷକ ମାନଙ୍କର ଆନ୍ଦୋଳନ ପ୍ରସଙ୍ଗ ପୁଣି ରାଜ୍ୟ ରାଜନୀତିକୁ ଫେରେ ତେବେ ଏହାର ପ୍ରଭାବ କ’ଣ ହେବ? କାହାକୁ ଏହି ପ୍ରସଙ୍ଗ ଗୁଡ଼ିକ ବ୍ୟତିବ୍ୟସ୍ତ କରିବେ? ଲୋକଙ୍କ ମନରୁ ହଜି ଯାଇଥିବା ଏହି ପ୍ରସଙ୍ଗ ମାନେ ପୁଣି ଲୋକମତକୁ ପ୍ରଭାବିତ କରିପାରିବେ ନା ନାହିଁ? ଏପରିକି ଶାସକ ଦଳପାଇଁ ୨୦୨୪ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ମାନେ ଫେରିବା ଅସୁବିଧା ପରିସ୍ଥିତି ସୃଷ୍ଟି କରିବ ନାହିଁ ତ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.