• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଭୟ.. ଭୟ .. ଭୟ …

ଭୟ.. ଭୟ .. ଭୟ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୭ ଫେବୃଆରୀ ୨୦୨୩

ବାଲେଶ୍ୱର ବାଲି ମାଫିଆ ମାନଙ୍କ ଆକ୍ରମଣରେ ଲହୁଲୁହାଣ ହେଲେ ଉପଜିଲ୍ଲାପାଳ ଓ ତାଙ୍କ ଡ୍ରାଇଭର । ଏହି ଘଟଣା ଘଟିବାପରେ ସରକାରୀ ଅଫିସରଙ୍କ ମହଲରେ ମାଡ଼ର ଭୟ ଘାରିଛି । ସରକାରୀ ଅଧିକାରୀ ମାଡ଼ ଖାଇବାର ପ୍ରଥମ ଘଟଣା ଏହା ନୁହେଁ, ଆଗରୁ ମଧ୍ୟ ବାଲି ମାଫିଆ, ମୋରମ ମାଫିଆ, ପଥର ମାଫିଆ, ଖଣି ମାଫିଆ ଆଦିଙ୍କ ଠାରୁ ଅନେକ ସରକାରୀ ଅଧିକାରୀ ମାଡ଼ ଖାଇବା ସହ ଆକ୍ରମଣର ଶିକାର ହୋଇଥିବାର ନଜିର ରହିଛି । ତେଣୁ ବାଲେଶ୍ୱରରେ ଉପଜିଲ୍ଲାପାଳଙ୍କ ଉପରେ ଆକ୍ରମଣ ପରେ ସରକାରୀ ଅଫିସରମାନେ ଏବେ ଆତଙ୍କିତ ହୋଇପଡ଼ିଛନ୍ତି । ଏପରିକି ବେଆଇନ କାମ ରୋକିବା ଓ ମାଫିଆଙ୍କୁ ଧରିବା ପାଇଁ ଆଉ ବାବୁ ମାନେ ସାହସ ଜୁଟାଇ ପାରୁନାହାଁନ୍ତି । କାରଣ ସେମାନଙ୍କ ମନରେ ଏବେ ଧାରଣା ସୃଷ୍ଟି ହୋଇଛି ଯେ, ବେଆଇନ କାମ ରୋକିଲେ ଏହିଭଳି ମରଣାନ୍ତକ ଆକ୍ରମଣ ଯେକୌଣସି ସମୟରେ ବି ହୋଇପାରେ ।

ସେହିପରି ରାଜ୍ୟର ଟାଣୁଆ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଏ.ଏସ.ଆଇ ହତ୍ୟା କରିବା ପରେ ନେତାଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏପରିକି ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ମାନଙ୍କୁ ନେଇ ନେତାମାନେ ଆତଙ୍କିତ ହୋଇପଡ଼ିଛନ୍ତି । ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ନିଜର ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ଉପରେ ତାଙ୍କର ଆଉ ଭରସା ପାଉନାହିଁ ବୋଲି ସେ ରୋକ୍ ଠୋକ୍ ଭାବେ କହିବା ସହ ସୁରକ୍ଷା କର୍ମୀଙ୍କୁ ଫେରାଇ ଦେଇଛନ୍ତି । ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା । ତାଙ୍କର ଭୟ ରହିବା ସ୍ୱାଭାବିକ । ମାତ୍ର ଶାସକ ଦଳର ଏକାଧିକ ନେତା ଏବେ ବେଶ୍ ଭୟଭୀତ ହୋଇପଡ଼ିଛନ୍ତି । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ମଧ୍ୟ ନିଜ ସୁରକ୍ଷା କର୍ମୀଙ୍କ ଉପରେ ସନ୍ଦେହ ପ୍ରକାଶ କରିବା ସହ କହିଛନ୍ତି,ତାଙ୍କ ସୁରକ୍ଷା କର୍ମୀ ଯେ ଗୋପାଳ ଦାସ ନ ହେବ ତାହା କିଏ କହିବ। ଏପରିକି ନିଜର ସୁରକ୍ଷା କର୍ମୀଙ୍କୁ ଦେଖିବା ପରେ ତାଙ୍କୁ ଗୋପାଳ ଦାସଙ୍କ ଭଳି ଦେଖାଯାଉଛି ବୋଲି ସୌମ୍ୟ ରଂଜନ ନିଜେ ଗଣମାଧ୍ୟମ ଆଗରେ କହିଛନ୍ତି । ଶାସକଦଳର ସୌମ୍ୟ ବାବୁ ଭୟଭୀତ ହୋଇପଡ଼ିଛନ୍ତି ତାହା ନୁହେଁ ବରଂ ଶାସକ ଦଳର ଏକାଧିକ ନେତା ଓ କର୍ମୀ ଏବେ ନିଜର ପି.ଏସ.ଓ. ବା ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ନେଇ ବେଶ୍ ବ୍ୟସ୍ତତା ଜାହିର କରିଛନ୍ତି । ଏପରିକି ପୋଲିସ ଉପରୁ ସେମାନଙ୍କ ଭରସା ତୁଟାଇ ଦେଲେଣି ଏମାନେ । ଆଗାମୀ ବିଧାନସଭା ଅଧିବେଶନ ସମୟରେ ମଧ୍ୟ ଆଉ କିଛି ନେତା ସେମାନଙ୍କର ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ଫେରାଇବା ପାଇଁ ପ୍ରସ୍ତୁତ ହେଇଥିବା ଶୁଣିବାକୁ ମିଳିଲାଣି । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ମଧ୍ୟ ଏବେ ନିଜ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ କିପରି ସାଥିରେ ନେବେ ଓ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କିପରି କଡ଼ା କଡ଼ି ହେବ ସେ ନେଇ ବେଶ୍ ଚିନ୍ତାରେ ପଡ଼ିଗଲେଣି ।

ରାଜ୍ୟ ସରକାରଙ୍କୁ ଏବେ ବିଫଳତାର ଭୟ ଘାରିଛି । ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଘଟିଚାଲିଛି । ପରୀ ହତ୍ୟାକାଣ୍ଡ, ମାହାଙ୍ଗାରେ ଡବଲ ମର୍ଡର, ମମିତା ମେହେର ହତ୍ୟାକାଣ୍ଡ ଓ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ବିପ୍ରହରରେ ପୋଲିସ କର୍ମୀ ଗୁଳିମାରି ହତ୍ୟା କରିବା ଘଟଣା ସରକାରଙ୍କୁ କାଠଗଡ଼ାକୁ ଟାଣିଛି । ପୂର୍ବରୁ ଘଟିଥିବା ସମସ୍ତ ଘଟଣାରେ ରାଜ୍ୟ ବାସୀଙ୍କ ପାଖକୁ ଶାସକ ଦଳର ନେତାଙ୍କ ସମ୍ପୃକ୍ତି ଓ ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ସରକାର ବିରୋଧରେ ବାର୍ତ୍ତା ଯାଇଛି। ଏପରିକି ପୂର୍ବ ଦୁଇଟି ଘଟଣାରେ ରାଜ୍ୟବାସୀଙ୍କ ପାଖରେ ଶାସକ ଦଳର ଭାବମୂର୍ତ୍ତୀ ଖରାପ ହୋଇଛି ଓ ଲୋକମାନେ ବିଶ୍ୱାସ କରିନେବା ଭଳି ଏକ ବାର୍ତ୍ତା ଯାଇଛି କି ଶାସକ ଦଳ ଅପରାଧ ଓ ଅପରାଧୀଙ୍କୁ ସୁରକ୍ଷା ଦେଇଛି ଓ ନିର୍ଦ୍ଦିଷ୍ଟ କିଛି ପୋଲିସ ଅଧିକାରୀଙ୍କୁ ଧରି ସମସ୍ତ ଘଟଣା ଚାପି ଦେଇ ପାରୁଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଏକ ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କ୍ରାଇମ ବ୍ରାଞ୍ଚ ଟିମ୍ କାରଣ ଖୋଜି ପାଇନଥିବା ଏବେ ଶାସକ ବିଜେଡିକୁ ଅଡୁଆରେ ପକାଇଦେଇଛି । ଏପରିକି ପ୍ରତିଦିନ ଗୋଟିଏ ଗୋଟିଏ ନୂଆ କାହାଣୀ ଶାସକ ଦଳ ଓ ଶାସନ କଳକୁ ଅପଦସ୍ତ କରିଚାଲିଛି।

ସେହିପରି ନେତାଙ୍କୁ ଯେପରି ଗୋପାଳ ଭୟ ଘାରିଛି ଠିକ୍ ସେହିପରି ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ଏ.ଏସ. ଆଇ. ଗୋପାଳ ଦାସଙ୍କୁ ମଧ୍ୟ ତାର ଜୀବନ ପ୍ରତି ବିପଦ ଭୟ ଘାରିଛି ବୋଲି ଶୁଣିବାକୁ ମିଳୁଛି । କାରଣ ଭବାନୀ ପାଟଣାର ମମିତା ମେହେର ହତ୍ୟା ଘଟଣାରେ ପ୍ରମୁଖ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ଘଟିଛି ଓ ମାହାଙ୍ଗାର ଡବଲ ମର୍ଡର ଘଟଣାର ଅନ୍ୟତମ ଅଭିଯୁକ୍ତକୁ ମଧ୍ୟ ହତ୍ୟା କରାଯାଇଥିବା ଅଭିଯୋଗ ରହିଛି । ଏଣୁ ମନ୍ତ୍ରୀଙ୍କ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ପୋଲିସ କର୍ମଚାରୀ ଗୋପାଳ ଦାସ ମଧ୍ୟ ଭୟରେ ରହିଛି କାରଣ ତାର ପରିସ୍ଥିତି ସେପରି ନହେବ ବୋଲି କିଏ କହିବ। ଏଣୁ ଏକ ସୁରକ୍ଷିତ ଜେଲରେ ରହିବାକୁ ସେ ଚାହୁଁଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି।

ଅପରପକ୍ଷେ ଶାସକ ଦଳ ବିଜେଡିକୁ ମଧ୍ୟ ଉପନିର୍ବାଚନ ଭୟ ଘାରିଲାଣି । ଉପନିର୍ବାଚନ ପୂର୍ବରୁ ଯଦି କ୍ରାଇମବ୍ରାଞ୍ଚ ମନ୍ତ୍ରୀଙ୍କ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଖୋଜିବାରେ ବିଫଳ ହୁଏ, ତେବେ ଝାରସୁଗୁଡ଼ା ବାସୀଙ୍କ ଜନାଦେଶ ଶାସକ ଦଳ ବିରୋଧରେ ନଯିବ ତାହା କିଏ ଜାଣେ? କେଉଁଠି ଭାବମୂର୍ତ୍ତୀରେ ଦାଗ ଲାଗିବାନେଇ ଶାସକ ଦଳ ଭୟଭୀତ, ଅପରାଧ ଘଟାଇଥିବା ଅଭିଯୁକ୍ତ ନିଜ ଜୀବନ ନେଇ ଭୟଭୀତ, ଓ ନେତା ମନ୍ତ୍ରୀ ମାନେ ନିଜ ସୁରକ୍ଷା ନେଇ ଭୟରେ ରହିବା କ’ଣ ସୂଚାଉଛି? ସାରା ରାଜ୍ୟ ଏବେ ଏକ ଅଜଣା ଭୟ ଭିତରେ ଥିବା ଭଳି ମନେ ହେଉନି କି ?

Nirvik Bureau

Nirvik Bureau

Related Posts

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ
Politics

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

by Nirvik Bureau
March 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ମାର୍ଚ୍ଚ ୨୦୨୬ ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏବେ ବେଶ ରୋଚକ ମୋଡ଼ରେ...

Read more
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.