• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଆଦାନୀ ଝଡ଼ ଓ ନୀରବ ବିଜେଡି…

ଆଦାନୀ ଝଡ଼ ଓ ନୀରବ ବିଜେଡି…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୮ ଫେବୃଆରୀ ୨୦୨୩

ସଂସଦରେ ଆଦାନୀ କମ୍ପାନୀକୁ ନେଇ ଜୋରଦାର ଝଡ଼ । ବିରୋଧୀ ଦଳର ସଦସ୍ୟ ମାନେ ଏନେଇ ଶାସକ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଛନ୍ତି। ଅଧିବେଶନ ଚାଲିବା ସମ୍ଭବପର ହେଉନାହିଁ । ସଂସଦ ଭିତରେ ଓ ବାହାରେ ବିରୋଧୀ ଦଳର ସଦସ୍ୟ ମାନେ ଆଦାନୀ କମ୍ପାନୀକୁ ନେଇ ହୋ ହଲ୍ଲା କରୁଛନ୍ତି।ଏ ବାବଦରେ ପ୍ରଧାନମନ୍ତ୍ରୀ ସଂସଦରେ ବିବୃତ୍ତି ରଖନ୍ତୁ ଓ ଏହି ଘଟଣାରେ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ତଦନ୍ତ କରାଯାଉ ବୋଲି ଦାବୀ କରିଛନ୍ତି । ଏଲ୍ଆଇସି ଓ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆକୁ କେନ୍ଦ୍ର ସରକାର ବଞ୍ଚାନ୍ତୁ ବୋଲି ବିରୋଧୀ ଦଳର ସଦସ୍ୟ ମାନେ ଦାବୀ କରିଛନ୍ତି ।

ସଂସଦ ଆରମ୍ଭ ଦିନରୁ ଏହି ପ୍ରସଙ୍ଗ ନେଇ ବିରୋଧୀ ଦଳ ଗୁଡ଼ିକ କେନ୍ଦ୍ରସରକାରଙ୍କ ବିରୋଧରେ ଏକାଠି ହୋଇଛନ୍ତି । କଂଗ୍ରେସ ସମେତ ୧୬ଟି ରାଜନୈତିକ ଦଳ ଏନେଇ ଏକ ବୈଠକ ମଧ୍ୟ କରିଥିଲେ । ଏହି ବୈଠକରେ ଡିଏମ୍ କେ, ଏସ୍ ପି, ଆପ୍, ବିଆରଏସ୍, ଶିବସେନା, ଆରଜେଡ଼ି, ଜେଡିୟୁ, ସିପିଆଇଏମ୍, ସିପିଆଇ ଆଦି ଦଳର ପ୍ରତିନିଧିମାନେ ସାମିଲ ହୋଇଥିଲେ । ଏହି ବୈଠକରେ ତୃଣମୂଳ କଂଗ୍ରେସ ପ୍ରତିନିଧି ସାମିଲ ହୋଇନଥିଲେ ମଧ୍ୟ ପ୍ରତିବାଦ ବେଳେ କଂଗ୍ରେସ ସହ ଟିଏମ୍ ସି ର ନେତାମାନେ ଏକାଠି ହୋଇଥିବାର ଦେଖିବାକୁ ମିଳିଥିଲା । ଏଭଳି ଏକ ବଡ଼ ପ୍ରସଙ୍ଗରେ ଓଡ଼ିଶାରେ ଶାସନ କ୍ଷମତାରେ ଥିବା ରାଜନୈତିକ ଦଳ ବିଜେଡିର ଆଭିମୁଖ୍ୟ ଏବେବି ଅସ୍ପଷ୍ଟ ରହିଛି । ବିରୋଧୀ ଦଳ ତରଫରୁ ବିଜେଡିକୁ ଡକାଯାଇନାହିଁ ଅବା ସଂସଦରେ ମଧ୍ୟ ବିଜେଡିର ସାଂସଦ ମାନେ ଏହି ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି। ସମସ୍ତ ବିଜେପି ବିରୋଧୀ ଶକ୍ତି ଆଦାନୀ ପ୍ରସଙ୍ଗରେ ଏକାଠି ହୋଇଥିବା ବେଳେ ବିଜେଡି ଏଥିରେ ନୀରବ ରହିବା ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପୂର୍ବରୁ ଭାରତଯୋଡ଼ ଯାତ୍ରାରେ ସାମିଲ ହୋଇନଥିବା ରାଜନୈତିକ ଦଳ ଆପ୍ ଓ ଭାରତ ରାଷ୍ଟ୍ର ସମିତି ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସ ସହିତ ଏକାଠି ହୋଇଥିବାର ଦେଖିବାକୁ ମିଳିଛି । ଏପରିକି ଏହି ଦୁଇ ଦଳର ସଦସ୍ୟମାନେ କଂଗ୍ରେସ ତରଫରୁ ଡକା ଯାଇଥିବା ବୈଠକରେ ଅଂଶଗ୍ରହଣ କରିଥିଲେ । ମାତ୍ର ଓଡ଼ିଶାରେ ବିଜେଡି ବିଜେପି ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଲଢ଼େଇ କରୁଥିବା ବେଳେ ଏଭଳି ଏକ ଜାତୀୟ ପ୍ରସଙ୍ଗଠାରୁ ନିଜକୁ ଦୂରେଇ ରଖିଛି । ସଂସଦରେ ବିରୋଧୀ ପକ୍ଷସହ ଏକାଠି ହୋଇନାହିଁ ଅବା ଏହି ପ୍ରସଙ୍ଗରେ ବିଜେଡି ଦଳର ଆଭିମୁଖ୍ୟ କ’ଣ ତାହା ମଧ୍ୟ ଦଳର ନେତା ମାନେ କୌଣସି ଗଣମାଧ୍ୟମରେ ସୂଚିତ କରୁନାହାନ୍ତି । ଏପରିକି ବିଜେଡିର ଜାତୀୟ ମୁଖପାତ୍ର ମାନେ ମଧ୍ୟ ସୋସିଆଲ ମିଡ଼ିଆରେ ବି କୌଣସି ମତାମତ ଦେଉନାହାନ୍ତି । କିଛି ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଭାରତଯୋଡ଼ ଯାତ୍ରା ପାଇଁ ସମସ୍ତ ବିଜେପି ବିରୋଧୀ ରାଜନୈତିକ ଦଳମାନଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ ବିଜେଡିକୁ ଡାକି ନଥିଲେ । ଏଥିରୁ ସ୍ପଷ୍ଟ ହୋଇଥିଲାଯେ, କଂଗ୍ରେସ ବୋଧ ହୁଏ ବିଜେଡିକୁ ଏପର୍ଯ୍ୟନ୍ତ ବିଜେପି ମେଣ୍ଟର ଏକ ଅଂଶୀଦାର ଦଳ ଭାବେ ବିଚାର କରୁଛି ।

କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ବଜାୟ ରଖିବା ଯଦିଓ ବିଜେଡିର ପୁରୁଣା ଫର୍ମୁଲା ଥିଲା, ତାହା ଏବେ ଆଉ ନାହିଁ । ବହୁ ପ୍ରସଙ୍ଗରେ ବିଜେଡିର ସାଂସଦ ମାନେ ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାରଙ୍କୁ ଅକୁଣ୍ଠ ସମର୍ଥନ ଦେଇଆସୁଛନ୍ତି । ଏପରିକି ପ୍ରଧାନମନ୍ତ୍ରୀଙ୍କ ଦପ୍ତର ସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ନିବିଡ଼ ସମ୍ପର୍କ ଅଛି ବୋଲି ଅନେକ ସମୟରେ ଓଡ଼ିଶାରେ ମଧ୍ୟ ଚର୍ଚ୍ଚା ହୁଏ । ବିଭିନ୍ନ ସମୟରେ ଦେଶରେ ତୃତୀୟ ବିକଳ୍ପ କଥା ଉଠିଥିଲେ ମଧ୍ୟ ବିଜେଡି ସୁପ୍ରିମୋ ଏଥିରେ ଆଗ୍ରହ ପ୍ରକାଶ କରିନାହାନ୍ତି ଅବା ବିଜେପି ଠାରୁ ଦୂରେଇବାକୁ ଚାହିଁନାହାନ୍ତି । ଗତ ବିଶ୍ୱକପ୍ ହକି ବେଳେ ଓଡ଼ିଶା ତରଫରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ କଂଗ୍ରେସ ଶାସିତ ରାଜ୍ୟ ଅବା ଅଣ ବିଜେପି ଶାସିତ ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସି ନଥିଲେ । କଂଗ୍ରେସର ସହଯୋଗୀ ଓ ତୃତୀୟ ବିକଳ୍ପ ସନ୍ଧାନରେ ଥିବା ରାଜନୈତିକ ଦଳ ଗୁଡ଼ିକ ପାଇଁ ବିଜେଡି ଏବେ ଅଛୁଆଁ ହୋଇଥିବା ପରି ମନେହୁଏ ।

ଆଦାନୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସାରା ଦେଶରେ ରାଜନୈତିକ ଦଳଗୁଡ଼ିକର ଭୂମିକା ସ୍ପଷ୍ଟ ହୋଇଥିବା ବେଳେ ବିଜେଡିର ନୀରବତାର କାରଣ କ’ଣ ?ବିଜେଡିର ନିର୍ବାଚିତ ସାଂସଦ ଓ ଜାତୀୟ ମୁଖପାତ୍ର ମାନେ କାହିଁକି ଚୁପ୍ ରହିଛନ୍ତି ? ଜାତୀୟ ରାଜନୈତିକ ପ୍ରସଙ୍ଗରେ ସାମିଲ ହେବାର ଆଗ୍ରହ ନାହିଁ ନା ବିଜେପିର ଶୀର୍ଷ ନେତୃତ୍ୱକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନି ବିଜେଡି ?

ପ୍ରଥମେ ବିଜେପି ସହ ସହଭାଗୀତା ପରେ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ଥିଓରୀରେ ବିଶ୍ୱାସ କରୁଥିବା ବିଜେଡିର ଏହା ଏକ ନୂଆ ରାଜନୈତିକ ଫର୍ମୁଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.