• About
  • Contact
Monday, August 31, 2026
Monday, August 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ମଝି ଆକାଶର ଗପ

ମଝି ଆକାଶର ଗପ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୩ ଫେବୃଆରୀ ୨୦୨୩

ଓଡ଼ିଶା ସରକାରଙ୍କର ଏକଦା ପ୍ରଭାବଶାଳୀ ମନ୍ତ୍ରୀ ଥିବା ନବକିଶୋର ଦାସ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନାର୍କୋ ଆନାଲିସିସ୍ ଓ ପଲିଗ୍ରାଫ୍ ଟେଷ୍ଟ ପାଇଁ ନିଆଗଲା ଗୁଜୁରାଟ । ଝାରସୁଗୁଡ଼ାରୁ ବିମାନ ଯୋଗେ ଅହମଦାବାଦ ନିଆଯିବା ପରେ ଓଡ଼ିଶାର କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଏକ ଖବର ଦେଖିବାକୁ ମିଳିଲା ଯେ, ଗୋପାଳ ଦାସ ଚାହୁଁଛି ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ, ଯେଉଁଥିରେ ସେ ଓଡ଼ିଶା ବାସୀଙ୍କୁ ଜଣାଇବ, କାହିଁକି ମନ୍ତ୍ରୀ ନବ ଦାସଙ୍କୁ ସେ ହତ୍ୟାକଲା ବୋଲି ।

ଏହି ଖବରଟିରେ କ’ଣ ସତ୍ୟତା ରହିଛି ? ଏହା ଏକ ବିଶ୍ବାସ ଯୋଗ୍ୟ ଖବର କି ? ଗୋପାଳ କାହାକୁ ଏ କଥା କହିଲା ? ଗୋପାଳର ଏହି କଥା ସମ୍ପୃକ୍ତ ଗଣମାଧ୍ୟମର ସମ୍ପାଦକ ବା ସାମ୍ବାଦିକ ଜାଣିଲେ କିପରି? ଗୋପାଳ ନିଜର ମନକଥା କହିଥିବା ବ୍ୟକ୍ତି ବିଶେଷ ଜଣକ କିଏ ? ଗୋପାଳର ଏହି ମନକଥାକୁ ଗଣମାଧ୍ୟମ ପାଖରେ ପହଁଚାଇଲା କିଏ ?

ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି । ମଝି ଆକାଶରେ ବିମାନ ଉଡ଼ିଲା ବେଳେ ଗୋପାଳକୁ କ’ଣ କ୍ରାଇମ ବ୍ରାଞ୍ଚ ଅଧିକାରୀ ମାନେ ଜେରା କରୁଥିଲେ କି ? ଜେରା କରୁଥିବାବେଳେ ଗୋପାଳ ନିଜର ମନକଥା କ୍ରାଇମ ବ୍ରାଞ୍ଚ ଅଧିକାରୀଙ୍କ ପାଖରେ କହିଲା କି ? ଯଦି ଏହା ହୋଇଥାଏ, ତେବେ ମଝିଆକାଶରେ ଗୋପାଳ ଓ କ୍ରାଇମ ବ୍ରାଞ୍ଚ ଅଧିକାରୀଙ୍କ କଥୋପକଥନ ଗଣମାଧ୍ୟମକୁ ଜଣାଇଲା କିଏ? ତଦନ୍ତକାରୀ ଅଧିକାରୀଙ୍କ ଅଗୋଚରରେ ଏହି କଥା ଗଣମାଧ୍ୟମ ପାଖକୁ ଆସିଥିବ କି?

ଥରେ ଭାବନ୍ତୁ ତ.. ଗୋପାଳକୁ ନେଇ ଇଏ ଆଉ ଏକ ଗପ ନୁହେଁ ତ ? ପ୍ରଥମେ ହତ୍ୟାକାଣ୍ଡ ଘଟୁ ଘଟୁ ଗୋପାଳ ଦାସ ଜଣେ ମାନସିକ ରୋଗୀ ବୋଲି କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହେଲା । ସେ କେଉଁଠାରୁ ମେଡ଼ିସିନ୍ ଖାଉଥିଲା, କେଉଁ ଡାକ୍ତରଙ୍କ ପାଖକୁ ସେ ଯାଉଥିଲା ଏ ସବୁ ଖବର ରାଜ୍ୟବାସୀ ନ୍ୟୁଜ ଚ୍ୟାନେଲରୁ ଦେଖିଲେ ଓ ଖବର କାଗଜରୁ ପଢ଼ିଲେ । ଏହା ପରେ ଗୋପାଳ ମନ୍ତ୍ରୀ ନବ ଦାସଙ୍କ ଉପରେ ରାଗିଥିଲା ବୋଲି ଏକ ଖବର ଶୁଣିବାକୁ ମିଳିଲା। ଗୋପାଳ ତାର ସମ୍ପର୍କୀୟଙ୍କ ଚାକିରୀ ପାଇଁ ଅନୁରୋଧ କରିବାରୁ ମନ୍ତ୍ରୀ ନବ ଦାସ ଶୁଣିନଥିଲେ । ପୁଣି ଗୋପାଳ ହେଲମେଟ ଚେକିଂ କରୁଥିବା ବେଳେ ମନ୍ତ୍ରୀ ନବ ଦାସ ତାଙ୍କୁ ଗାଳି ଗୁଲଜ କରିଥିଲେ, ଏପରିକି ମାଡ଼ ମାରିଥିବା କଥା ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ଓ ପଢ଼ିବାକୁ ମିଳିଲା ।

ଗୋପାଳ ଦାସ ମନ୍ତ୍ରୀ ନବକିଶୋର ଦାସଙ୍କୁ ମାରିବା ପାଇଁ ଏକାଧିକ ଥର ଉଦ୍ୟମ କରିଥିଲା । ତାଙ୍କ ଘରକୁ ମଧ୍ୟ ଯାଇ ଗୋପାଳ ବିଫଳ ହୋଇଥିଲା, ତେଣୁ ଏଭଳି ଏକ ସୁଯୋଗର ଅପେକ୍ଷାରେ ଥିଲା ଗୋପାଳ ଦାସ । ଏଭଳି ଖବର ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ ହୋଇ ସାରିଛି । ସେହି ପରି ଗୁଜରାଟରେ ନାର୍କୋ ଆନାଲିସିସ୍ ପରେ ଆଉ ଏକ ଖବର ମଧ୍ୟ ଦେଖିବାକୁ ମିଳିଛି ନ୍ୟୁଜ୍ ଚ୍ୟାନେଲ୍ ରେ ।

କିଛି ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜରେ ଖବର ପ୍ରସାରଣ କରାଯାଉଛି ଯେ, ଗୋପାଳ ସବୁ କଥା ସ୍ୱୀକାର କରିସାରିଛି ବୋଲି । ଆହୁରି ମଧ୍ୟ ଏକ ଖବର ଆସିଛି ଯେ, ମନ୍ତ୍ରୀ ନବ ଦାସଙ୍କୁ ମାରିବା ପାଇଁ ଗୋପାଳ ତାର ମାନସିକ ରୋଗ ପାଇଁ ବ୍ୟବହାର କରୁଥିବା ଔଷଧ ମଧ୍ୟ ୪ମାସ ଧରି ଖାଇନଥିଲା ବୋଲି। କାରଣ ଔଷଧ ଖାଇଲେ ତାର କ୍ରୋଧ କାଳେ ପ୍ରଶମିତ ହୋଇଯିବ ମନ୍ତ୍ରୀଙ୍କ ଉପରେ, ତେଣୁ ନିଜର କ୍ରୋଧକୁ ବଢ଼ାଇ ରଖିବା ପାଇଁ ସେ ଔଷଧ ସେବନ କରୁନଥିଲା ଆଦି ଖବର ଏବେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଅର୍ଥାତ୍ ଗୋପାଳ ଦାସର ମାନସିକ ଅସୁସ୍ଥତା କଥାକୁ ପୁଣି ଦର୍ଶାଇବାକୁ ଚେଷ୍ଟା କରିଛି ଓଡ଼ିଶାର ଗଣମାଧ୍ୟମ।

ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଘଟଣା ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି । ରାଜ୍ୟ ପୋଲିସ କିମ୍ବା ଗୃହ ବିଭାଗ ପକ୍ଷରୁ ଏଯାଏଁ କୌଣସି ତଥ୍ୟ ସାର୍ବଜନୀନ କରାଯାଇନାହିଁ । ତେବେ ଏ ସମସ୍ତ କାହାଣୀର ଉତ୍ପତ୍ତି ହେଉଛି କେଉଁଠାରୁ ? ଗଣମାଧ୍ୟମର ପ୍ରତିନିଧିମାନେ ଗୋପାଳ ସମ୍ପର୍କିତ ଖବର ଗୁଡ଼ିକ କେଉଁ ଆଧାରରେ ଅବା କେଉଁ ସୂତ୍ରରୁ ଆଣି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ? ଯଦି ଏହି ସମସ୍ତ ଖବରର କୌଣସି ଆଧାର ନାହିଁ ଅବା ଗଣମାଧ୍ୟମକୁ ଏହି ଖବରର ସୂତ୍ର ବିଷୟରେ କିଛି ଜଣାପଡ଼ୁନାହିଁ ତେବେ ଏଭଳି ଖବର ଉପରେ ବିଶ୍ୱାସ କରାଯାଇ ପାରିବ କି ?

ତେବେ ପୂର୍ବରୁ ନୟାଗଡ଼ର ପରୀ ନିଖୋଜ ଓ ହତ୍ୟା ମାମଲାରେ ଏପରି ଅନେକ କାହାଣୀ ଗଣମାଧ୍ୟମରେ ପ୍ରଚାର ହୋଇଥିଲା । ମାହାଙ୍ଗା ଡବଲ ମର୍ଡର ଘଟଣାର ପ୍ରମୁଖ ଅଭିଯୁକ୍ତ ଫେରାର ହେବା ଓ ଦୁର୍ଘଟଣାରେ ତା’ର ମୃତ୍ୟୁ ବାବଦରେ ମଧ୍ୟ ଏକାଧିକ କାହାଣୀ ଶୁଣିବାକୁ ମିଳିଥିଲା, ମମିତା ମେହେର ହତ୍ୟା ମାମଲାରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଫେରାର ହେବା ନେଇ ଖବର, ଆଖୁ ବାଡ଼ିରୁ ଧରାପଡ଼ିବାର ଖବର ଓ ଶେଷରେ ଜେଲରେ ତାର ଆତ୍ମହତ୍ୟାକୁ ନେଇ ଏକାଧିକ କାହାଣୀ ଗତିଶୀଳ ହୋଇଛି ଓଡ଼ିଶାର ଗଣମାଧ୍ୟମରେ ମାତ୍ର ଏହି କାହାଣୀ ଗୁଡ଼ିକର ସତ୍ୟାସତ୍ୟ ଏଯାଏଁ ଜଣାପଡ଼ିନାହିଁ । ଏଣୁ ନବକିଶୋର ଦାସଙ୍କ ହତ୍ୟା ଘଟଣା ପରେ ଶୁଣିବାକୁ ମିଳୁଥିବା ଏହି ଖବର ଗୁଡ଼ିକ ପୂର୍ବ ଘଟଣାବଳୀରେ ଅବତାରଣା କରାଯାଇଥିବା ଗପର ପରବର୍ତ୍ତୀ ସଂସ୍କରଣ ନୁହେଁ ତ ?ସାଧାରଣ ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି ଯେ, ଏହି ଗପ ଗୁଡ଼ିକ ଶୁନ୍ୟବାଣୀ ଜରିଆରେ ଛଡ଼ା ଯାଉଛି।ଏହି ଶୂନ୍ୟବାଣୀକୁ ଓଡ଼ିଶାର ଗଣମାଧ୍ୟମର ସମ୍ପାଦକ ଓ ସାମ୍ବାଦିକ ମାନେ ସେମାନଙ୍କ ତୃତୀୟ ନୟନ ଦ୍ୱାରା ଜାଣି ପାରୁଛନ୍ତି ଓ ଦିବ୍ୟ ଶ୍ରୁତି ଶକ୍ତି ଦ୍ୱାରା ଶୂନ୍ୟରୁ ଶୁଣି ପାରୁଛନ୍ତି ଏବଂ ଏହି କାହାଣୀକୁ ସିଧା ସଳଖ ଲୋକଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.