• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଟ୍ୱିଟରରେ ଲଢ଼େଇ…

ଟ୍ୱିଟରରେ ଲଢ଼େଇ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୦ ଫେବୃଆରୀ ୨୦୨୩

୨୦୨୪ ମଇଦାନରେ ଲଢ଼େଇ ପୂର୍ବରୁ ଏବେ ଓଡ଼ିଶାରେ ଆରମ୍ଭ ହୋଇଯାଇଛି ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଟ୍ୱିଟରରେ ଲଢ଼େଇ । ପ୍ରଭାବଶାଳୀ ମନ୍ତ୍ରୀ ଥିବା ନବକିଶୋର ଦାସଙ୍କ ହତ୍ୟାଘଟଣା ପରଠାରୁ ଦୁଇ ଦଳ ମଧ୍ୟରେ ଏହି ଲଢ଼େଇ ଜୋର ହେବାରେ ଲାଗିଛି । ଏପରିକି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ, ପଦ୍ମପୁର ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ଝାରବନ୍ଧଗସ୍ତ କାର୍ଯ୍ୟକ୍ରମକୁ ନେଇ ଏହି ଦୁଇ ଦଳର ନେତାମାନେ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ପଟେ ନବକିଶୋର ଦାସଙ୍କ ହତ୍ୟା, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ପୋଲିସ ଅଫିସରଙ୍କ ମଧ୍ୟରେ ଠେଲାପେଲା ଘଟଣାକୁ ନେଇ ଦୁଇ ଦଳ ମଧ୍ୟରେ ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ ଠାରୁ ରାସ୍ତାରେ ବିକ୍ଷୋଭ ଓ ପ୍ରତିବାଦର ଲଢ଼େଇ ଚାଲିଥିଲା ବେଳେ ସୋସିଆଲ ମିଡ଼ିଆରେ ମଧ୍ୟ ବିଜେଡି ଓ ବିଜେପି ପରସ୍ପର ବିରୋଧରେ ଯୁଦ୍ଧ ଘୋଷଣା କରି ଦେଇଥିଲା ଭଳି ଲାଗୁଛି ।

ବିଜେଡି ପକ୍ଷରୁ ଟ୍ୱିଟରରେ ଲଢ଼େଇର ନେତୃତ୍ୱ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ସମ୍ଭାଳି ଥିବା ବେଳେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗକୁ ଆସିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି ବିଜେପିକୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରିଛି । ସେହି ପରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓଡ଼ିଶା ଆସିଥିବା ବେଳେ ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀକୁ ଖଣ୍ଡନ କରିବା ଘଟଣା ନେଇ ମଧ୍ୟ ବିଜେଡି ତରଫରୁ ବିଜେପି ବିରୋଧରେ କେନ୍ଦ୍ରୀୟ ଅବହେଳାର ଏକ କ୍ୟାମ୍ପେନ ଆରମ୍ଭ ହୋଇଛି । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏକାଧିକ ଟ୍ୱିଟ୍ କରି ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ପଦ୍ମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ଏକବର୍ଷ ସମୟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୋରଦାର ହମଲା କରିଛନ୍ତି ଶାସକ ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ । ଗୋଟିଏ କି ଦୁଇଟି ନୁହେଁ ଏକ ଥରକେ ୯ଟି ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଏକାଧିକପ୍ରଶ୍ନ ପଚାରିବା ସହ ପଶ୍ଚିମ ଓଡ଼ିଶାର ଏହି ଜିଲ୍ଲା ପ୍ରତି ସରକାରୀ ଉଦାସୀନତାକୁ ପଦାରେ ପକାଇବାକୁ ଚେଷ୍ଟା କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ପଦ୍ମପୁର ବାସୀଙ୍କୁ ଠକିଛନ୍ତି ବୋଲି କହିବା ସହ କାହାର ହାତ ଲେଖାକୁ ମୁଖ୍ୟମନ୍ତ୍ରୀ ପଢୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ବିଜେଡି ପକ୍ଷରୁ ଓଡ଼ିଶାକୁ ସ୍ୱତନ୍ତ୍ରପାହ୍ୟା ଦାବୀକୁ ରାଜ୍ୟ ବିଜେପିର ନେତାମାନେ ବିଗତ ନିର୍ବାଚନ ମାନଙ୍କରେ ସେମାନଙ୍କ ନିର୍ବାଚନ ଇସ୍ତାହାରରେ ସ୍ଥାନ ଦେଇ ମଧ୍ୟ ଏବେ କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନକୁ ନେଇ ସେ ଏକାଧିକ ପ୍ରଶ୍ନ ପଚାରିବା ସହ ରାଜ୍ୟ ବିଜେପିର ନେତା ମାନଙ୍କୁ ଅଡୁଆରେ ପକାଇବାକୁ ଚେଷ୍ଟା କରିଛନ୍ତି ସୋସିଆଲ ମିଡ଼ିଆରେ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ପୋଲିସ ଅଫିସରଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳକୁ ନେଇ ମଧ୍ୟ ବିଜେଡି ସଂଗଠନ ସଂପାଦକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋର୍ଟକୁ ବଲ ଫିଙ୍ଗିଛନ୍ତି ।

ତେବେ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପ୍ରସଙ୍ଗରେ ଶାସକ ଦଳ ବ୍ୟାକ୍ ଫୁଟ୍ କୁ ଠେଲି ହୋଇଯାଇଥିବା ବେଳେ ବିରୋଧୀ ଦଳ ନେତାଙ୍କ ପୋଲିସ ସହ ଗଣ୍ଡଗୋଳ ପ୍ରସଙ୍ଗ ନେଇ ଆତ୍ମରକ୍ଷା କରିବାପାଇଁ ଯଥେଷ୍ଟ ଉଦ୍ୟମ କରୁଥିବା ଭଳି ମନେହୁଏ । ବିଜେପି ପକ୍ଷରୁ ମଧ୍ୟ ଏହି ହତ୍ୟାକାଣ୍ଡ ଘଟଣାର ପ୍ରକୃତ କାରଣ ଜଣା ନପଡ଼ିବାକୁ ପ୍ରମୁଖ ପ୍ରସଙ୍ଗ କରାଯାଇଥିବା ବେଳେ ଏଥିରୁ ଦଳ ପଛକୁ ହଟିବା ଭଳି ମଧ୍ୟ ଜଣାପଡ଼ୁନାହିଁ । ବିଧାନସଭା ଅଧିବେଶନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଥିବା ଏହି ଲଢ଼େଇ ଆସନ୍ତା ଅଧିବେଶନ ସୁରୁଖୁରୁରେ ଚାଲିବ କି ନାହିଁ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି । ମାତ୍ର ଦୁଇ ଦଳ ଭିତରେ ଆରମ୍ଭ ହୋଇଥିବା ଏହି ଲଢ଼େଇ ଆଗକୁ ବଢ଼ିବ ତ ? ବିଧାନସଭାରେ ବିଜେପି ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପ୍ରସଙ୍ଗରେ ଶାସକ ଦଳକୁ ଅଡୁଆରେ ପକାଇବତ ? ୨୦୧୯ ପୂର୍ବରୁ ଯେଉଁଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଓଡ଼ିଶା ରାଜନୀତିରେ ବୋଧହୁଏ ୨୦୨୪ ନିର୍ବାଚନ ଆଗରୁ ସେହିପରି ଏକ ଲଢ଼େଇ ଦେଖିବାକୁ ମିଳିପାରେ ବିଜେଡି ଓ ବିଜେପି ମଧ୍ୟରେ । ମଇଦାନର ଲଢ଼େଇ ସହ ସୋସିଆଲ ମିଡ଼ିଆରେ ଏବେ ଏହି ଦୁଇଦଳ ପରସ୍ପର ମଧ୍ୟରେ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଗଲେଣି ବୋଲି ଏକ ରକମ ସଂକେତ ଦେଇ ସାରିଲେଣି ।

Nirvik Bureau

Nirvik Bureau

Related Posts

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ
Politics

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

by Nirvik Bureau
March 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ମାର୍ଚ୍ଚ ୨୦୨୬ ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏବେ ବେଶ ରୋଚକ ମୋଡ଼ରେ...

Read more
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.