• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଅବିଶ୍ୱାସର ବାତାବରଣ..

ଅବିଶ୍ୱାସର ବାତାବରଣ..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୩ ଫେବୃଆରୀ ୨୦୨୩

ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ଓ ପରବର୍ତ୍ତୀ ରାଜନୈତିକ ବୟାନ ବାଜି ସାରା ରାଜ୍ୟରେ ଏକ ଭୟ, ସନ୍ଦେହ ଓ ଅବିଶ୍ୱାସର ବାତାବରଣ ତିଆରି କରିବା ଭଳି ମନେ ହେଉଛି । ଏଭଳି ଏକ ଘଟଣା ଓଡ଼ିଶା ଭଳି ରାଜ୍ୟରେ ପ୍ରଥମ। ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳିମାରି ହତ୍ୟା କରିବା ଭଳି ଘଟଣା ଆଗରୁ କେବେ ଘଟିନଥିଲା । ତେଣୁ ଏହି ଘଟଣା ଘଟିବା ପରଠାରୁ ରାଜ୍ୟବ୍ୟାପି ଲୋକଙ୍କ ମନରେ ଅନେକ ଦ୍ୱନ୍ଦ୍ୱ, ଆଶଙ୍କା ଓ ଉଦବେଗ ଦେଖିବାକୁ ମିଳିଛି । ଏପରିକି ରାଜ୍ୟର ୩ଟି ରାଜନୈତିକ ଦଳ ଓ ଏହାର ନେତା ମାନଙ୍କ ଆଚରଣ ଉଚ୍ଚାରଣ ମଧ୍ୟ ସାଧାରଣ ଲୋକଙ୍କ ମନରେ କୌତୁହଳ ସୃଷ୍ଟି କରିବା ସହ ସମସ୍ତଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ବାଧ୍ୟ କରିଛି ।

ହତ୍ୟାକାଣ୍ଡ ଓ ପରବର୍ତ୍ତୀ ସ୍ଥିତିକୁ ନେଇ ପ୍ରଶ୍ନ : ହତ୍ୟାକାଣ୍ଡ ଘଟିବା ପରେ ଲୋକଙ୍କ ମନରେ ଉଠିଲା ଏକାଧିକ ପ୍ରଶ୍ନ । ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା? ବ୍ୟକ୍ତିଗତ, ରାଜନୈତିକ ନା ବ୍ୟବସାୟିକ କାରଣରୁ ହତ୍ୟା କରାଗଲା? ଘଟଣା ସ୍ଥଳରେ ଯଦି ନବ ଦାସଙ୍କ ମୃତ୍ୟୁ ଘଟିଥିଲା ତେବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ କାହିଁକି ଅଣାଗଲା? ଝାରସୁଗୁଡ଼ାରେ ମନ୍ତ୍ରୀ ନବ ଦାସଙ୍କ ଇସିଜି ରିପୋର୍ଟକୁ ନେଇ କିଛି ଦ୍ୱନ୍ଦ୍ୱ ଥିଲା କି? ହତ୍ୟାକାଣ୍ଡ ବେଳେ ମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଓ ସ୍ଥାନୀୟ ପୋଲିସ ଅଧିକାରୀ କେଉଁଠି ଥିଲେ? ମନ୍ତ୍ରୀଙ୍କ ପାଇଁ ସୁରକ୍ଷାରେ ନିୟୋଜିତ କର୍ମଚାରୀ ସୁରକ୍ଷା ଦେଇପାରିଲେ ନାହିଁ କିପରି? ହତ୍ୟାକାଣ୍ଡ ପରେ ମନ୍ତ୍ରୀ ନବ ଦାସଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା କି? ହତ୍ୟାର କିଛି ସମୟ ପରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ କିପରି ଅଭିଯୁକ୍ତଙ୍କ ପରିବାରକୁ ଭେଟିବା ସହ ଅଭିଯୁକ୍ତ ମାନସିକ ରୋଗରେ ପୀଡ଼ିତ ବୋଲି ଖବର ଦେବା ପଛର ଉଦ୍ଦେଶ୍ୟ କ’ଣ ହୋଇଥାଇ ପାରେ? କେବଳ ସେତିକି ନୁହେଁ ଅଭିଯୁକ୍ତ ୧୦ ବର୍ଷ ପୂର୍ବରୁ ଔଷଧ ଖାଉଥିବା ଡାକ୍ତରଙ୍କୁ କିଛି ଗଣମାଧ୍ୟମ ପାଇଲେ କିପରି? ୧୦ ବର୍ଷ ପୂର୍ବରୁ ଔଷଧ ଦେଇଥିବା ଡାକ୍ତର ହଠାତ କିପରି ଅଭିଯୁକ୍ତକୁ ଚିହ୍ନିପାରି ତାର ରୋଗ ବିଷୟରେ ଗଣମାଧ୍ୟମରେ ବିସ୍ତୃତ ତଥ୍ୟ ରଖିଲେ? ନବ ଦାସଙ୍କ ମୃତ୍ୟୁ ଖବର ଆସିବା ପୂର୍ବରୁ ଅଭିଯୁକ୍ତକୁ ପାଗଳ ବୋଲି ଦର୍ଶାଇବା ପଛର ଉଦ୍ଦେଶ୍ୟ କ’ଣ? ହଠାତ୍ କିଛି ଗଣମାଧ୍ୟମ ଗୁଳିକାଣ୍ଡର କାରଣ ନଖୋଜି ଅଭିଯୁକ୍ତର ପାଗଳ ଥିଓରୀ ପଛରେ ପଡ଼ିଗଲେ କାହିଁକି ?

କ୍ରାଇମ ବ୍ରାଞ୍ଚ ତଦନ୍ତ ଓ ଏହାର ଅଗ୍ରଗତି : ତରବରିଆ ଭାବେ ରାଜ୍ୟ ସରକାର କ୍ରାଇମ ବ୍ରାଞ୍ଚ ତଦନ୍ତ ଦେବାର ଉଦ୍ଦେଶ୍ୟ କ’ଣ? ଘଟଣା ଘଟିବା ପରେ ରାଜ୍ୟ ପୋଲିସ ମୁଖ୍ୟ ନିରବ ରହିବା ଓ ଘଟଣା ସ୍ଥଳକୁ ନଯିବାର କାରଣ କ’ଣ? ଆଗରୁ ଅନେକ ଘଟଣାର ତଦନ୍ତ କରି ସନ୍ଦେହରେ ଥିବା ଜଣେ ବରିଷ୍ଠ ଅଧିକାରୀ ଓ କିଛି ବିବାଦୀୟ ଅଫିସରଙ୍କୁ ନେଇ ତଦନ୍ତକାରୀ ଟିମ୍ ଗଠନ ପଛର ଉଦ୍ଦେଶ୍ୟ କ’ଣ ଥିଲା? ରାତି ଅଧିଆ ଏସପି ଓ ଅନ୍ୟ ପୋଲିସ ଅଧିକାରୀଙ୍କୁ ବଦଳି କରିବା ଆବଶ୍ୟକ ଥିଲା କି? ତଦନ୍ତ ପ୍ରକ୍ରିୟାରେ ଅଭିଯୁକ୍ତ ଗୋପାଳ ଦାସ ଏକମାତ୍ର ଅଭିଯୁକ୍ତ କି? ଘଟଣା ସ୍ଥଳରେ ଥିବା ପ୍ରତ୍ୟେକ୍ଷଦର୍ଶୀ, ଦଳୀୟ କର୍ମୀ, ସୁରକ୍ଷାରେ ଥିବା ଅଫିସର , ଜିଲ୍ଲାପାଳ, ଏସପିଙ୍କ ସମେତ ଅନ୍ୟମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ କାହିଁକି? ଯଦି ଅଭିଯୁକ୍ତର ମାନସିକ ସ୍ଥିତି ଠିକ୍ ନଥିଲା ତେବେ ତାଙ୍କୁ ଚାକିରୀରେ ରଖାଯାଇଥିଲା କିପରି? ଏପରିକି ଅଭିଯୁକ୍ତକୁ ପଦୋନ୍ନତି ଦେବା ସହ ସର୍ଭିସ ରିଭଲଭର ଦେବାର ଅନୁମତି କିଏ ଦେଇଥିଲେ? ଅଭିଯୁକ୍ତ ଜଣେ ମାନସିକ ରୋଗୀ ବୋଲି ତାର ବିଭାଗୀୟ ଅଧିକାରୀ ଜାଣିପାରିଲେ ନାହିଁ କିପରି? ଅଭିଯୁକ୍ତର ମାନସିକ ସ୍ଥିତି ଠିକ ନଥିବା ଜାଣିବା ପରେ ତାର ସ୍ବୀକାରୋକ୍ତି ଉପରେ ବିଶ୍ୱାସ କରାଯାଇ ପାରିବ କି? ଏପରିକି ମାନସିକ ଅବସାଦଗ୍ରସ୍ତ ରୋଗୀର ନାର୍କୋ ଓ ପଲିଗ୍ରାଫ ଟେଷ୍ଟର ଫଳ କ’ଣ ହେଇପାରେ? ଓଡ଼ିଶାରେ ଏହି ଟେଷ୍ଟ ସୁବିଧା ଥିବାବେଳେ ଗୁଜରାଟ ନେବାର ଉଦ୍ଦେଶ୍ୟ କ’ଣ ଥିଲା? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତଦନ୍ତ ଅଧିକାରୀ ଜଣକ ପୂର୍ବରୁ ନୟାଗଡ଼ର ପରୀ ହତ୍ୟା ମାମଲା ଓ ପାଟଣାଗଡ଼ ପାର୍ସଲ ବୋମା ଘଟଣା ଉପରେ ଦୈନିକ ଗଣମାଧ୍ୟମରେ ସୂଚନା ଦେଉଥିବା ବେଳେ ଏହି ଘଟଣା ଉପରେ ନିରବ କାହିଁକି?

ରାଜନୈତିକ ବୟାନବାଜି ଓ ଦୋଷାରୋପ : ଏହି ଘଟଣାକୁ ପ୍ରମୁଖ ବିରୋଧୀଦଳ ଏକ ଷଡ଼ଯନ୍ତ୍ର କହିବା ପଛର କାରଣ କ’ଣ ହୋଇଥାଇପାରେ? ବିଜେପିର ନେତା ମାନେ ଏହାକୁ ଏକ ଷଡ଼ଯନ୍ତ୍ର କହିବା ସହ ଶାସକ ଦଳର ସମ୍ପୃକ୍ତି କଥା ଉଠାଇଲେ କାହିଁକି? କଂଗ୍ରେସ ଓ ବିଜେପିର ନେତାମାନେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିବାର ଉଦ୍ଦେଶ୍ୟ କ’ଣ ହୋଇଥାଇପାରେ? ବିନା କିଛି ଆଧାରରେ କ’ଣ ଏମାନେ ଅଭିଯୋଗ କରିଥିବେ? ଏପରିକି ବିରୋଧୀ ଦଳ ନେତା ଏହି ଘଟଣାରେ 5T ସଚିବ ଓ ଯାଜପୁର ବିଧାୟକଙ୍କ ଫୋନକଲର ଯାଞ୍ଚ କରିବା ପାଇଁ କାହିଁକି ଦାବୀ କଲେ? ବିରୋଧୀ ଦଳ ନେତାଙ୍କ ନିକଟରେ ନିର୍ଦ୍ଦିଷ୍ଟ କିଛି ପ୍ରମାଣ ରହିଛି କି? ହଠାତ୍ ନବ ଦାସଙ୍କ ପରିବାର ପକ୍ଷରୁ ରାଜନୀତିରେ ଏହାକୁ ପ୍ରସଙ୍ଗ ନକରିବାକୁ ଅନୁରୋଧ କରାଗଲା କାହିଁକି? ସରକାରର ଜଣେ ମନ୍ତ୍ରୀ ଏହି ଘଟଣାରେ ବିଜେପି ବିଧାୟକ ଦଳ ନେତା ଓ କେନ୍ଦ୍ରମନ୍ତ୍ରୀଙ୍କୁ ଟାଣିବାର କାରଣ କ’ଣ? ଏକାଧିକ ନେତାଙ୍କ ଷଡ଼ଯନ୍ତ୍ର ଅଭିଯୋଗ ପରେ ଶାସକ ଦଳ ବିଚଳିତ ହୋଇ ପଡ଼ିଛି କି? ଶାସକ ଦଳ ମଧ୍ୟ ବିରୋଧୀ ନେତାଙ୍କ ନାଁରେ ଅଭିଯୋଗ ଆଣି ଘଟଣା ପଛରେ ରାଜନୈତିକ ଷଡ଼ଯନ୍ତ୍ର ଥିବା କଥାକୁ ପରୋକ୍ଷରେ ସ୍ୱୀକାର କରିନାହିଁ ତ ? ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ କଂଗ୍ରେସ ନେତା ମାନେ ଏହି ଘଟଣାରେ ହଠାତ୍ ପଶ୍ଚିମ ଓଡ଼ିଶାର ଜଣେ ଶାସକ ଦଳ ନେତାଙ୍କ ସମ୍ପୃକ୍ତି ନେଇ ପ୍ରଶ୍ନ ଉଠାଇଲେ କାହିଁକି? ପୂର୍ବରୁ ବିଜେପି ନେତାମାନେ ଉପକୂଳିଆ ବିଜେଡି ନେତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ ଆଣିଥିବା ବେଳେ କଂଗ୍ରେସର ବରିଷ୍ଠ ନେତାମାନେ ପଶ୍ଚିମ ଓଡ଼ିଶାର ବିଜେଡି ନେତାଙ୍କ ଆଡ଼କୁ ଆକ୍ଷେପ କରିବା ପଛରେ ଉଦ୍ଦେଶ୍ୟ କ’ଣ? ଷଡ଼ଯନ୍ତ୍ର ଥିଓରୀକୁ ବାଟବଣା କରିବାକୁ ଏଭଳି ଉଦ୍ୟମ କରାଯାଉନି ତ?

ମୁଖ୍ୟମନ୍ତ୍ରୀଙ୍କ ବୟାନ ଓ ବିରୋଧୀଙ୍କ ଦାବୀ : ଘଟଣାର ୩ ସପ୍ତାହ ପର୍ଯ୍ୟନ୍ତ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ସମେତ ପୋଲିସ ଡିଜି ଏହି ଘଟଣା ବାବଦରେ ଗଣମାଧ୍ୟମଠାରୁ ଦୂରେଇ ରହିଛନ୍ତି କାହିଁକି? ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିରବ ରହିଲେ କାହିଁକି? ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରୁ ମଧ୍ୟ ଏହି ହତ୍ୟାକାଣ୍ଡ ସମ୍ପର୍କୀତ କୋଣସି କାରଣ ସ୍ପଷ୍ଟ ନହେବା ସନ୍ଦେହ ବଢ଼ାଇବ ନା ନାହିଁ? ଏହି ଘଟଣାରେ ବିଜେପି ସିବିଆଇ ତଦନ୍ତ ଓ କଂଗ୍ରେସ ଏସଆଇଟି ତଦନ୍ତ ଦାବୀ କରୁଥିବା ବେଳେ ରାଜ୍ୟ ସରକାର ଏଫବିଆଇ ସହଯୋଗ ନେବା କହିବା ପଛରେ ଉଦ୍ଦେଶ୍ୟ କ’ଣ? ରାଜ୍ୟ କ୍ରାଇମ ବ୍ରାଞ୍ଚର ବିଫଳତା, ସିବିଆଇ ଉପରେ ଅବିଶ୍ୱାସ ରାଜ୍ୟ ସରକାରଙ୍କୁ ଏଫବିଆଇ ଉପରେ ଭରସା କରିବା ପାଇଁ ବାଧ୍ୟ କରିନି ତ? ଏଫବିଆଇ ଭଳି ସଂସ୍ଥାର ସହଯୋଗ ଖୁବଶୀଘ୍ର ମିଳିବା ଆଶା କରାଯାଇପାରେ କି? ଏଫବିଆଇ ନାଁରେ ସମୟ ଗଡ଼ାଇ ଲୋକଙ୍କ ଦୃଷ୍ଟିରୁ ଏହି ଘଟଣାକୁ ଆଢୁଆଳକୁ ନେବା ପାଇଁ ସରକାର ଚାହୁଁନାହାନ୍ତି ତ?

ଏଭଳି ଆହୁରି ଅନେକ ପ୍ରଶ୍ନର ଉତ୍ତର ଏବେବି ରାଜ୍ୟ ବାସୀଙ୍କ ପାଇଁ ଅସମାହିତ ହୋଇ ରହିଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଅସଲ ଉଦ୍ଦେଶ୍ୟ ଓ କାରଣ ଯାହା ହୋଇଥାଉନା କାହିଁକି ଏହି ଘଟଣାରେ ତାଙ୍କ ପରିବାର ସଦସ୍ୟଙ୍କ ମନୋଭାବ,ରାଜ୍ୟ ସରକାରଙ୍କ ତଦନ୍ତ ପ୍ରକ୍ରିୟା ଓ ରାଜ୍ୟର ବିରୋଧୀ ଦଳ ଗୁଡ଼ିକର ଅଭିଯୋଗ ଏବେ ରାଜ୍ୟବ୍ୟାପି ଏକ ଆଶଙ୍କା, ଅଜଣା ଭୟ, ଅଦୃଶ୍ୟ ଚାପ ଓ ଅବିଶ୍ୱାସର ବାତାବରଣ ତିଆରି କରିଛି ଏହାକୁ ଅସ୍ବୀକାର କରିହେବ ନାହିଁ ।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.