• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପାଗଳକୁ ପୁରସ୍କାର !

ପାଗଳକୁ ପୁରସ୍କାର !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୩

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତିକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗିରହିଛି । କିଏ ତାକୁ ମାନସିକ ରୋଗୀ ବୋଲି କହୁଛି, କିଏ ପାଗଳ ବୋଲି କହୁଛି ଆଉ କିଏ ସେ ଜଣେ ଦକ୍ଷ ପୋଲିସ କର୍ମଚାରୀ ବୋଲି କହୁଛନ୍ତି । ତେବେ ଯିଏ ଯାହା କହୁନା କାହିଁକି, ପ୍ରକୃତରେ ଗୋପାଳ ଦାସ କ’ଣ ଥିଲା? ତା’ର ମାନସିକ ସ୍ଥିତି ଖରାପ ଥିଲା କି? ଯଦି ମାନସିକ ସ୍ଥିତି ଖରାପ ଥିଲା ତେବେ କିଭଳି ସିଏ ଦକ୍ଷତାର ସହ କାର୍ଯ୍ୟ କରୁଥିଲା? ଏଭଳି ଅନେକ ପ୍ରଶ୍ନର ଉତ୍ତର ମିଳିଛି ରାଜ୍ୟ ସରକାରଙ୍କର ଗୃହ ବିଭାଗ ତରଫରୁ ମିଳିଥିବା ତଥ୍ୟରୁ ।

ବିଧାନସଭାରେ ରାଜ୍ୟ ସରକାରଙ୍କର ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦେଇଥିବା ତଥ୍ୟ କହୁଛି ଯେ, ୧୯୯୨ ମସିହାରେ ଚାକିରୀ ଜୀବନ ଆରମ୍ଭ କରିଥିବା ଗୋପାଳ ଦାସ ୨୦୨୦ ମସିହା ପର୍ଯ୍ୟନ୍ତ ୨୮ ବର୍ଷ ଭିତରେ ବହୁ ପୁରସ୍କାର ହାତେଇ ଥିଲେ । ପୋଲିସ ବିଭାଗ ପାଇଁ ଗର୍ବ ଓ ଗୌରବ ଆଣିଥିଲେ । ଏହି ସମୟ ଭିତରେ ସେ ୧୮ ଥର ପ୍ରଶଂସା ପତ୍ର ପାଇଥିବା ବେଳେ ୯ ଥର ଅର୍ଥ ରାଶି ପୁରସ୍କାର, ୧୮ ଥର ଜିଏସ ମାର୍କ ପୁରସ୍କାର ସମେତ ୪୫ ଥର ପୁରସ୍କୃତ ହୋଇଥିଲେ ଗୋପାଳ ଦାସ । ଚାକିରୀର ପ୍ରଥମ ବର୍ଷରେ ସେ ପାଇଥିଲେ ପୁରସ୍କାର । ୨୦୦୪ ମସିହାରେ ସର୍ବାଧିକ ୯ ଥର ପୁରସ୍କାର ପାଇଥିବା ବେଳେ ୨୦୧୭ ରେ ୬ ଥର ପୁରସ୍କାର ହାସଲ କରିଥିଲେ ଗୋପାଳ ଦାସ । ୨୦୧୧ ରୁ ୨୦୨୦ ମସିହା ପର୍ଯ୍ୟନ୍ତ ଲଗାତାର ୧୦ ବର୍ଷ ପୁରସ୍କୃତ ହୋଇ ଚାଲିଥିଲେ ଗୋପାଳ ଦାସ ।

କେବଳ ପୁରସ୍କାର ହାତେଇଥିଲେ ଗୋପାଳ ତାହା ନୁହେଁ, ଏହା ସହିତ ବିଭାଗୀୟ ପଦୋନ୍ନତି କ୍ଷେତ୍ରରେ ମଧ୍ୟ ପଛରେ ପଡ଼ିନଥିଲେ । ୨୦୦୯ ମସିହାରେ ଗୋପାଳ ଏଏସ୍ଆଇ ପଦକୁ ପଦୋନ୍ନତି ପାଇବା ସହ ଝାରସୁଗୁଡ଼ାର ବିଭିନ୍ନ ଥାନାରେ ଲଗାତାର ଭାବେ କାର୍ଯ୍ୟ କରିଆସୁଥିଲେ । ଏପରିକି କାର୍ଯ୍ୟ କରିଥିବା ସମସ୍ତ ଥାନା ଓ ଫାଣ୍ଡିରେ ମଧ୍ୟ ୩/୪ ବର୍ଷ ଲେଖାଏଁ କାମ କରିବାର ସୁଯୋଗ ମଧ୍ୟ ମିଳିଥିଲା ତାଙ୍କୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଯେଉଁ ସମୟରେ ସେ ମାନସିକ ରୋଗର ଶିକାର ହୋଇଥିବା କଥା ଗଣମାଧ୍ୟମ ଆଗରେ ତାଙ୍କ ପରିବାର ଓ ଡାକ୍ତର ସୂଚନା ଦେଇଥିଲେ, ସେହି ସମୟରେ ସେ ଭଲ କାମ ପାଇଁ ପୋଲିସ୍ ବିଭାଗରୁ ପୁରସ୍କୃତ ହୋଇଥିଲେ ।

ପୂର୍ବରୁ ଗୋପାଳର ମାନସିକ ଅସୁସ୍ଥତାର ଖବର ପରିବେଷଣ କରିଥିବା ଗଣମାଧ୍ୟମ ଓ ବର୍ତ୍ତମାନ ବିଧାନସଭାରେ ତା ବାବଦରେ ଦିଆଯାଇଥିବା ତଥ୍ୟକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଗଣମାଧ୍ୟମରେ ପାଗଳ ଥିଓରୀ ପ୍ରଥମେ ଉପସ୍ଥାପିତ କରିଥିବାବେଳେ ଗୋପାଳ ଚାକିରୀ କରୁଥିବା ପୋଲିସ ବିଭାଗର ପ୍ରମାଣପତ୍ର ତାକୁ ଜଣେ ଭଲ ପୋଲିସ କର୍ମଚାରୀ ଭାବେ ସାର୍ଟିଫିକେଟ ଦେଇଛି ।

ପୂର୍ବତନ ମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ କୁହାଯାଉଥିବା ଗୋପାଳ ଦାସ ପାଗଳ ଥିଲା ନା ହତ୍ୟାକାଣ୍ଡ ପରେ ପାଗଳ ହେଲା ତାହା ନେଇ ଏବେ ଦ୍ୱନ୍ଦ ସୃଷ୍ଟି ହୋଇଛି । ହତ୍ୟାକାଣ୍ଡ ପରେ ଗଣମାଧ୍ୟମର ଖବରରେ ଗୋପାଳ ଦାସକୁ ପାଗଳ ବୋଲି କୁହାଗଲା, କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାରେ ମଧ୍ୟ ଗୋପାଳ ଦାସକୁ ମାନସିକ ରୋଗୀ ଆଧାରରେ ତଦନ୍ତ କରାଯିବା କଥା ଶୁଣିବାକୁ ମିଳିଲା, ଆଉ ଏବେ ଗୃହ ବିଭାଗର ତଥ୍ୟ କହୁଛି ସେ ଜଣେ ଭଲ କର୍ମଚାରୀ ଥିବା ସହ ବିଭାଗ ପାଇଁ ଗର୍ବ ଓ ଗୌରବ ଥିଲା ।

କାହାକୁ ବିଶ୍ୱାସ କରାଯିବ ଏହି ଘଟଣାରେ? ଗଣମାଧ୍ୟମରେ ପାଗଳ ଘୋଷଣା ଖବର, କ୍ରାଇମ ବ୍ରାଞ୍ଚର ମାନସିକ ରୋଗୀ ଭାବେ କରାଯାଉଥିବା ତଦନ୍ତ ନା ଗୃହ ବିଭାଗର ଦକ୍ଷ କର୍ମଚାରୀ ତଥ୍ୟକୁ? ଯଦି ଗଣମାଧ୍ୟମ ଓ କ୍ରାଇମ ବ୍ରାଞ୍ଚକୁ ବିଶ୍ୱାସ କରାଯାଏ ତେବେ ଜଣେ ପାଗଳ କିଭଳି ନିଜ କାର୍ଯ୍ୟ ଦକ୍ଷତା ଦ୍ୱାରା ଏତେ ଗୁଡ଼ିଏ ପ୍ରଶଂସାପତ୍ର ଓ ପୁରସ୍କାର ହାସଲ କଲା? ପୋଲିସ ବିଭାଗ ପାଖରେ ଯଦି ଗୋପାଳର ମାନସିକ ରୋଗର ତଥ୍ୟ ଥିଲା ତାକୁ ପୁରସ୍କାର ଓ ପଦୋନ୍ନତି କିପରି ଦିଆଯାଉଥିଲା? ଜଣେ ମାନସିକ ରୋଗଗ୍ରସ୍ତ କର୍ମଚାରୀର ପ୍ରଦର୍ଶନ କ’ଣ ତାକୁ ଏତେ ପ୍ରଶଂସା, ପଦୋନ୍ନତି ଓ ପୁରସ୍କାର ଆଣିଦେଇ ପାରେ କି? ଯଦି ଜଣେ ମାନସିକ ରୋଗୀ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଅଧିକ ପୁରସ୍କାର ଓ ପ୍ରଶଂସା ପାଏ, ତେବେ ମାନସିକ ଭାବେ ସୁସ୍ଥ ଥିବା କର୍ମଚାରୀ ମାନେ ଧୀରେ ଧୀରେ ଏଭଳି ବ୍ୟବସ୍ଥା ଦ୍ୱାରା ମାନସିକ ରୋଗୀ ହୋଇଯିବେନି ତ? ଏପରିକି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏହି ତଥ୍ୟ ଗୋପାଳ ଦାସକୁ ପାଗଳ ପ୍ରମାଣିତ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ଲୋକମାନଙ୍କ ଭିତରେ ଥିବା ସନ୍ଦେହକୁ ସତ ବୋଲି ପ୍ରମାଣିତ କଲାନାହିଁ ତ ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.