• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପଛକୁ ହଟୁନି ବିଜେପି

ପଛକୁ ହଟୁନି ବିଜେପି
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୭ ମାର୍ଚ୍ଚ ୨୦୨୩

ଓଡ଼ିଶା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଓଡ଼ିଶା ବିଜେପି ଶାସକ ଦଳ ଉପରେ ପୁଣି ହମଲା ଆରମ୍ଭ କରିଛି। ଏଥର ଏହି ଆକ୍ରମଣର ନେତୃତ୍ୱ ନେଇଛନ୍ତି ନିଜେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୋଟିଏ ଦିନରେ ଦୁଇଟି ଘଟଣା ସ୍ପଷ୍ଟ କରୁଛି ଯେ, ବିଜେପି ବୋଧହୁଏ ସ୍ଥିର କରିସାରିଛି ଏହି ପ୍ରସଙ୍ଗରୁ ପଛକୁ ହଟିବ ନାହିଁ ବୋଲି । ବେଶ୍ କିଛିଦିନ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ରାଜନୈତିକ ସ୍ତରରେ ବିବାଦ ଚାଲିଛି। ଏପରିକି ଏହି ଘଟଣାରେ ବିଜେଡିର ନେତାମାନେ କାହିଁକି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିରବ ବୋଲି ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମରେ ପ୍ରଶ୍ନ ପଚାରିବା ପରେ ନିଜେ ଧର୍ମେନ୍ଦ୍ର ପ୍ରଧାନ ଏହାର ଜବାବ ରଖିଛନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ । ରାଜ୍ୟ ସରକାରଙ୍କର ଗୃହ ବିଭାଗ ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ବିବାଦ ଭିତରକୁ ଟାଣିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପରିକି ଚେତାବନୀ ଦେଇଛନ୍ତି ବିଜେପିର କର୍ମୀମାନେ ଏହି ଆନ୍ଦୋଳନକୁ ଘରେ ଘରେ ପହଞ୍ଚାଇବେ ଓ ରାଜ୍ୟସରକାରଙ୍କ ପାଇଁ ଜେଲ ଅଭାବ ପଡ଼ିବ ବିଜେପି ନେତା ଓ କର୍ମୀଙ୍କୁ ଗିରଫ କରି ରଖିବା ପାଇଁ । ଏଣୁ ଗିରଫଦାରୀ ପ୍ରକ୍ରିୟାରୁ ଦୂରେଇ ବିଜେପିର ଯୁବ କାର୍ଯ୍ୟକର୍ତ୍ତାଙ୍କୁ ତୁରନ୍ତ ରାଜ୍ୟ ସରକାର ଖଲାସ କରୁ ବୋଲି ସେ ଦାବୀ କରିଛନ୍ତି। ଏପରିକି ରାଜ୍ୟସରକାରଙ୍କ ମହିଳା ସଶକ୍ତିକରଣକୁ ସମାଲୋଚନା କରିବାକୁ ଯାଇ ଓଡ଼ିଶାର ୧୯ ପ୍ରତିଶତ ନବଜାତ ଶିଶୁଙ୍କ ଓଜନ କମ ରହୁଥବା ବେଳେ ୩୧ ପ୍ରତିଶତ ଶିଶୁଙ୍କ ବୟସ ଅନୁସାରେ ଉଚ୍ଚତା ଓ ୧୮ ପ୍ରତିଶତ ଶିଶୁଙ୍କ ଉଚ୍ଚତା ଅନୁସାରେ ଓଜନ କମ ରହିବା କ’ଣ ୨୩ ବର୍ଷ ଶାସନର ଉପଲବ୍ଧି ବୋଲି ପଚାରିଛନ୍ତି ପ୍ରଶ୍ନ ।

ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ବିଜେଡି ବିରୋଧରେ ଆରମ୍ଭ କରିଥିବା ଲଢ଼େଇକୁ ଛାଡ଼ିବା ମୁଡ଼ରେ ନାହାଁନ୍ତି। ବିଧାୟକ ଓ ଅନ୍ୟ ନେତାଙ୍କ ସହ ରାଜଭବନ ଯାଇ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ବିରୋଧୀଦଳ ନେତା । ଏପରିକି ପୋଲିସ ଗିରଫ କରିଥିବା ବିଜେପି ନେତାଙ୍କୁ ଛାଡ଼ିବା ଓ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର କାରଣ ସରକାର ନକହିବାଯାଏ ବିଜେପି ତାର ଏହି ଆଭିମୁଖ୍ୟରୁ ଓହରିବ ନାହିଁ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ଜୋରଦାର ଆକ୍ରମଣର ଜବାବ ଦେବାକୁ ସାମ୍ନାକୁ ଆସିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କର ଆଭିମୁଖ୍ୟ ପାଇଁ ସମାଲୋଚନା କରିବା ସହ ବିରୋଧୀଦଳ ନେତା ଓ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କୁ ସମର୍ଥନ ନକରିବାକୁ କହିଛନ୍ତି । ଉଭୟ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ବିଜେପି ଓ ବିଜେଡି ମଧ୍ୟରେ ଚାଲିଥିବା ଏହି ଲଢ଼େଇରେ ରୋଚକ ସ୍ଥିତି ଦେଖିବାକୁ ମିଳୁଛି । ରାଜ୍ୟ ବିଜେପିର ଏଭଳି କଠୋର ଆଭିମୁଖ୍ୟ ବିଜେଡିକୁ ବେଶ୍ ଅଡୁଆରେ ପକାଇବା ଭଳି ମନେ ହେଉଛି।

ଆଗକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତାଙ୍କ ଆସିବା ପର୍ଯ୍ୟନ୍ତ ଏଭଳି ଗରମା ଗରମ ସ୍ଥିତି ଜାରି ରହିବ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି । ତେବେ ମିଳିଥିବା ଖବର ଅନୁଯାୟୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବେ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଏଭଳି ରାଜନୈତିକ ଲଢ଼େଇକୁ ବଳ ଦେବେ। ଏପରିକି ଓଡ଼ିଶା ସରକାରଙ୍କ ବିରୋଧରେ ଜନମତକୁ ଏକାଠି କରିବା ପାଇଁ ରାଜ୍ୟ ବିଜେପିର ପ୍ରଭାରୀ ସୁନୀଲ ବଂଶଲଙ୍କ ରଣନୀତି ଅନୁଯାୟୀ ଏବେ ଠାରୁ କାର୍ଯ୍ୟ ଆରମ୍ଭ ହୋଇଛି। ଏକ ସୂତ୍ରରୁ ମିଳିଥିବା ଖବର ଯଦି ସତ ହୋଇଥାଏ, ତେବେ ଶାସକ ବିଜେଡିକୁ ଆହୁରି ଅଡୁଆ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ । ଯାହାକି ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ବିରୋଧରେ ବଡ଼ ଧରଣର ଜନମତ ସୃଷ୍ଟି କରିବାରେ ସହାୟକ ହେବ । ତେବେ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଥବା ଲଢ଼େଇ କେବଳ ଦୁଇ ଦଳ ଭିତରେ ସୀମିତ ରହିବ ନା କଂଗ୍ରେସ ସମେତ ନୂଆ ବିରୋଧୀମାନେ ମଧ୍ୟ ନିଜର ସକ୍ରିୟତା ଜାହିର କରିବେ ସେ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଅଙ୍କକଷା ଆରମ୍ଭ ହୋଇ ଗଲାଣି।

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.