• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଗୋପାଳ… ପାଗଳ… ପାଗଳ… ଗୋପାଳ…?

ଗୋପାଳ… ପାଗଳ… ପାଗଳ… ଗୋପାଳ…?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୮ ମାର୍ଚ୍ଚ ୨୦୨୩

ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାକୁ ମାସେରୁ ଅଧିକ ସମୟ ହୋଇଗଲାଣି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋପାଳ ଦାସ ଏବେ ଜେଲରେ । ବିଧାନସଭାରେ ରାଜ୍ୟ ସରକାର କହିଲେ ଏହି ଘଟଣାରେ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍.ବି.ଆଇ ର ସହଯୋଗ ନିଆଯିବ । ମାତ୍ର ଆଜି ପର୍ଯ୍ୟନ୍ତ ମଧ୍ୟ ଗୋପାଳ ଦାସ କାହିଁକି ହତ୍ୟା କରିଛି ଅବା ଏହି ହତ୍ୟାକାଣ୍ଡର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ କୌଣସି ସୂଚନା ଦିଆଯାଉନାହିଁ । ତଦନ୍ତ କେତେ ବାଟ ଗଲା ? କେଉଁଠି ତଦନ୍ତ ପ୍ରକ୍ରିୟା ଅଟକି ଯାଇଛି ? ଆଉ କେତେଦିନ ତଦନ୍ତ ପ୍ରକ୍ରିୟା ସରିବାକୁ ଲାଗିବ? ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ନିକଟରେ ମିଳିବାର ନାହିଁ । ମାତ୍ର ଗୋଟିଏ ପ୍ରଶ୍ନ ପାଖରେ ତଦନ୍ତ ପ୍ରକ୍ରିୟା ବୋଧହୁଏ ବାଟବଣା ହୋଇଯାଇଥିବା ଭଳି ମନେହୁଏ । ସେହି ପ୍ରଶ୍ନଟି ହେଲା “ଗୋପାଳ ପାଗଳ କି ନୁହେଁ” ଏବେ ଦୁଇ ଥର କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମେଣ୍ଟାଲ ହେଲଥ ଆଣ୍ଡ ନ୍ୟୁରୋସାଇନ୍ସ (ନିମହାନ୍ସ) କୁ ନେବାକୁ ଉଦ୍ୟମ କରାଯାଇଛି। ଏନେଇ କ୍ରାଇମବ୍ରାଞ୍ଚର ଆବେଦନକୁ ପ୍ରଥମେ ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଓ ପରେ ଜିଲ୍ଲା ଜଜକୋର୍ଟ ଉଭୟ ଖାରଜ କରିଦେଇଛନ୍ତି । ଏହାପରେ ପୁଣି କ୍ରାଇମବ୍ରାଞ୍ଚ ଏହି ଆବେଦନ ନେଇ ହାଇକୋର୍ଟ ପାଖରେ ଦ୍ୱାରସ୍ଥ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

ଗତ ଜାନୁୟାରୀ ୨୯ ତାରିଖରେ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ପରେ ଗୋପାଳଙ୍କ ‘ପାଗଳ ଥିଓରୀ’ ଆରମ୍ଭ ହୋଇଥିଲା। ପ୍ରଥମେ ନିର୍ଦ୍ଦିଷ୍ଟ କିଛି ଗଣମାଧ୍ୟମ ପ୍ରତିନିଧି ଗୋପାଳର ପତ୍ନୀଙ୍କୁ ଭେଟି ସେ ମାନସିକ ରୋଗଗ୍ରସ୍ତ ଥିବା ନେଇ ଖବର ପ୍ରସାରଣ କରିଥିଲେ । କିଛି ସମୟ ପରେ ସେହି ଗଣମାଧ୍ୟମ ପ୍ରତିନିଧି ମାନେ ଗୋପାଳକୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଖରେ ପହଞ୍ଚି ତାର ମାନସିକ ଚିକିତ୍ସା ଚାଲିଥିବା କଥା ପ୍ରଚାର ଓ ପ୍ରସାର କରିଥିଲେ । ଏହା ପରଠାରୁ ତଦନ୍ତ ପ୍ରକ୍ରିୟା “ଗୋପାଳ ପାଗଳ !” ଭିତରେ ଘୁରି ବୁଲୁଛି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଡିଏମଇଟି ଦ୍ୱାରା ୪ଜଣିଆ ଡାକ୍ତରୀଟିମ୍ ର ରିପୋର୍ଟ କହୁଛି ଗୋପାଳର ଆଚରଣ ଓ ଉଚ୍ଚାରଣରେ କୌଣସି ଅସାମଞ୍ଜସ୍ୟ ନଥିଲା, ସେ ପୁରାପୁରି ସ୍ୱାଭାବିକ ଥିଲା । ତାର ସ୍ମୃତି ଶକ୍ତିର ଆଦୌ ବିଲକ୍ଷଣ ପରିଲିକ୍ଷିତ ହେଉନଥିଲା । ବିଚାର କ୍ଷମତା ଓ ଚିନ୍ତା କରିବାର ଶକ୍ତି ସାଧାରଣ ଥିଲା । ଅର୍ଥାତ ଗୋପାଳ ପାଗଳ ନୁହେଁ, ବୋଲି ଏହି ୪ଜଣିଆ କମିଟିର ରିପୋର୍ଟରେ ଦର୍ଶାଯାଇଥିବା ଶୁଣିବାକୁ ମିଳୁଛି ।

ଏବେ କେଉଁ କଥାକୁ ବିଶ୍ୱାସ କରାଯିବ ? କାହାକୁ ବିଶ୍ୱାସ କରି କ୍ରାଇମବ୍ରାଞ୍ଚ ତଦନ୍ତ ଆଗକୁ ନେବ ? ଗଣମାଧ୍ୟମରେ ପ୍ରଚାରିତ ପାଗଳ ଥିଓରୀ ନା ୪ଜଣିଆ ଡାକ୍ତର କମିଟି ଦ୍ୱାରା ଦିଆଯାଇଥିବା ରିପୋର୍ଟକୁ ? ଠିକ ଏତିକି ବେଳେ କଂଗ୍ରେସ ବିଧାୟକଦଳନେତା ନରସିଂହ ମିଶ୍ରଙ୍କ ପୁଣି ଏକ ବୟାନ ଏହି ତଦନ୍ତର ଦିଗକୁ ଅନ୍ୟଆଡ଼େ ନେବାକୁ ବାଧ୍ୟ କରିପାରେ । ଅଭିଯୁକ୍ତର ଝିଆରୀର ଚାକିରୀ ପାଇଁ ସେ ମନ୍ତ୍ରୀଙ୍କ ପାଖକୁ ଯାଇଥିବା କଥା ବାବଦରେ ବିଭିନ୍ନ ଗଣମାଧ୍ୟମରେ ତାଙ୍କର ବୟାନ ଆସିବା ଏବେ ତଦନ୍ତର ଦିଗକୁ ବଦଳାଇବାର ସମ୍ଭାବନା ସୃଷ୍ଟି କରିଛି। ପୂର୍ବରୁ ଏହି ବରିଷ୍ଠ ନେତା ପଶ୍ଚିମ ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଗଣମାଧ୍ୟମ ଆଗରେ ବୟାନ ଦେଇଥିବା ବେଳେ ପୁଣି ଆଉ ଏକ ନୂଆ ଥିଓରୀକୁ କାହିଁକି ଗଣମାଧ୍ୟମ ଆଗରେ ରଖିଲେ? ବିଜେପିର ରାଜନୈତିକ ଷଡ଼ଯନ୍ତ୍ର ଥିଓରୀକୁ କାଉଣ୍ଟର କରିବା ପାଇଁ ଏହି ଉଦ୍ୟମ ନୁହେଁ ତ ? ନରସିଂହ ମିଶ୍ରଙ୍କ ଏହି ବୟାନ ତଦନ୍ତର ଦିଗକୁ ପ୍ରଭାବିତ କରିବ ନାହିଁ ତ? ପ୍ରମୁଖ ବିରୋଧୀଦଳ ଭାରତୀୟ ଜନତା ପାର୍ଟି ଓ ଏହାର ନେତାମାନେ,ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଏପର୍ଯ୍ୟନ୍ତ ଦାବୀ କରିଆସୁଥିବା ବେଳେ କଂଗ୍ରେସର ନେତାମାନଙ୍କର ଭିନ୍ନ ଭିନ୍ନ ଟିପ୍ପଣୀ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତକୁ ବାଟବଣା କରିବାର ସୁଯୋଗ ସୃଷ୍ଟି କରିବନାହିଁ ତ?

ଏହି ଘଟଣାର ତଦନ୍ତକାରୀ ସଂସ୍ଥା ଏବେ କରିବ କ’ଣ ? ଅଭିଯୁକ୍ତ ଗୋପାଳକୁ ପାଗଳ ବୋଲି ଜାଣିବା ପାଇଁ ପୁନର୍ବାର ନିମହାନ୍ସ ନେବାପାଇଁ ଆବେଦନ କରିବ କି? ୪ଜଣିଆ ଡାକ୍ତରୀ ଟିମ୍ ର ରିପୋର୍ଟ ଆଧାରରେ ଅଭିଯୁକ୍ତର ମାନସିକ ସ୍ଥିତି ଭଲ ଅଛି ବୋଲି କ୍ରାଇମବ୍ରାଞ୍ଚ ଗ୍ରହଣ କରିବ ତ? ଗୋପାଳ ଦାସକୁ ପାଗଳ ପ୍ରମାଣ କରିବା ପାଇଁ ଚେଷ୍ଟା କରାଯିବ ନା କଂଗ୍ରସର ବରିଷ୍ଠ ନେତାଙ୍କ ତଥ୍ୟ ଆଧାରରେ ତଦନ୍ତର ଦିଗ ପରିବର୍ତ୍ତନ କରିବ? ଗୋପାଳ ପାଗଳ ବୋଲି ପ୍ରମାଣ ଯୋଗାଡ଼ କରିବାରେ ବ୍ୟସ୍ତଥିବା କ୍ରାଇମବ୍ରାଞ୍ଚକୁ ବଜାରକୁ ଛଡ଼ା ଯାଉଥିବା ନୂଆ ନୂଆ କାହାଣୀ ପାଗଳ ଥିଓରୀରୁ ଓହରାଇ ଆଣିବ ନାହିଁ ତ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.