• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ସରୁନାହିଁ ଦାଦନ ଦୁଃଖ..

ସରୁନାହିଁ ଦାଦନ ଦୁଃଖ..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୩ ମାର୍ଚ୍ଚ ୨୦୨୩

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଛି ବଲାଙ୍ଗୀରର ଶୁକଦେଵ ପରାଭୁଏ। ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକର ଶୁକଦେବ ପରାଭୁଏ ନିଜର ସ୍ତ୍ରୀ ଓ ଦୁଇ ପିଲାଙ୍କୁ ସାଙ୍ଗରେ ଧରି ଦାଦନ ଖଟିବାକୁ ଯାଇଥିଲା ପଡ଼ୋଶୀ ତେଲେଙ୍ଗାନାକୁ। ସେଠାରେ ଗତ ୮ ତାରିଖରେ ଶୁକ ଦେବର ମୃତ୍ୟୁ ଘଟିଲା । ଶେଷରେ ବହୁ କାକୁତି ମିନତି ପରେ ତାର ପତ୍ନୀ ନିଜ ସ୍ୱାମୀର ଶବକୁ ଧରି ଗାଁ କୁ ଫେରିଛି। କିନ୍ତୁ ତାର ୧୨ ବର୍ଷର ଝିଅକୁ କାମ କରୁଥିବା ମାଲିକ ପାଖରେ ବନ୍ଧା ପକାଇ ଆସିଛି । ଶୁକ ଦେବ ସେଠାରେ ଅସ୍ୱାସ୍ଥ୍ୟକର ପରିବେଶରେ କାମ କରୁଥିବା ବେଳେ ରୋଗାଗ୍ରସ୍ତ ହୋଇପଡ଼ିଥିଲା ଓ ଉପଯୁକ୍ତ ଚିକିତ୍ସା ନପାଇ ତାର ମୃତ୍ୟୁ ଘଟିଥିବା କଥା ତାର ପତ୍ନୀ ଗଣମାଧ୍ୟମ ଆଗରେ କହିଛି । ଏହି ଖବରଟିକୁ ମଧ୍ୟ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ମାନେ ସେତେଟା ଗୁରୁତ୍ୱ ନଦେଇ ଏକ ନିୟମିତ ଖବର ଭାବରେ ଦେଖିଛନ୍ତି । କାରଣ ଦାଦନ ଖଟିବାକୁ ଯିବା ଓ ଅସୁସ୍ଥ ହୋଇ ଫେରିବା ଅବା ମୃତ୍ୟୁ ବରଣ କରିବା ଖବର ଓଡ଼ିଶାର ଗଣମାଧ୍ୟମ ପାଇଁ କିଛି ନୂଆ କଥା ନୁହେଁ । ଏମିତି ଅନେକ ଘଟଣା ଘଟୁଛି ଯାହା ବାବଦରେ ଚର୍ଚ୍ଚା ଆଲୋଚନା ସେତେଟା ହେବାର ଦେଖାଯାଏ ନାହିଁ। ଗଣମାଧ୍ୟମରେ ଏନେଇ ଖବରଟିଏ ସ୍ଥାନ ପାଏ ଓ ରାଜନୈତିକ ସ୍ତରରେ ମଧ୍ୟ ଏହା ଶାସକ ବା ବିରୋଧୀଦଳ ମାନଙ୍କୁ ବିଶେଷ ପ୍ରଭାବିତ କରିପାରେନାହିଁ ।

ଦାଦନ ସମସ୍ୟାର ବିକଳ ଚିତ୍ର ଦେଖିବାକୁ ମିଳିଥିଲା କୋଭିଡ୍ ମହାମାରୀ ବେଳେ । ଯେତେବେଳେ ସାରା ଦେଶରେ ଲକଡାଉନ ପରିସ୍ଥିତି ହୋଇଥିଲା, ସେତେବେଳେ ଦେଶର ପ୍ରମୁଖ ଖବର ଥିଲା ହଜାର ହଜାର ସଂଖ୍ୟାର ଦାଦନ ଶ୍ରମିକ ମାନେ ରାସ୍ତାରେ ଚାଲି ଚାଲି ନିଜ ରାଜ୍ୟ ଓ ଘରକୁ ଫେରୁଥିଲେ । ଏହି ଦୃଶ୍ୟ ଟିଭି ଚ୍ୟାନେଲରେ ଦେଖିବା ଓ ଖବର କାଗଜରେ ପଢ଼ିବା ପରେ ସମସ୍ତେ ଦାଦନ ସମସ୍ୟା ବାବଦରେ ବେଶ୍ ଅବଗତ ହୋଇପାରିଥିବେ । ଏଣୁ ଦାଦନ ଯେ, କେବଳ ଗୋଟିଏ ଦିନ ବା ବର୍ଷର ସମସ୍ୟା ତାହା ନୁହେଁ ବରଂ ବର୍ଷ ବର୍ଷ ଧରି ଏହି ସମସ୍ୟା ଶେଷ ହୋଇ ପାରୁନାହିଁ । କାମର ଅଭାବ, ଅର୍ଥର ଅଭାବ ଓ ଦରିଦ୍ରତା ହିଁ ଲୋକଙ୍କୁ ବାଧ୍ୟ କରିଛି ଦାଦନ ଶ୍ରମିକ ହେବାପାଇଁ ।

ତଥ୍ୟ ଅନୁଯାୟୀ ଓଡ଼ିଶାର ଗ୍ରାମାଞ୍ଚଳରେ ୩୩.୪୫ ପ୍ରତିଶତ ଲୋକ ରାଜ୍ୟ ବାହାରକୁ ଯାଇ କାମ କରୁଥିବା ବେଳେ ସହରାଞ୍ଚଳରେ ଏହା ରହିଛି ୧୯.୨୫ ପ୍ରତିଶତ । ଏହି ଦାଦନ ଶ୍ରମିକଙ୍କ ମଧ୍ୟରୁ ଦକ୍ଷିଣ ଓଡ଼ିଶାରୁ ସର୍ବାଧିକ ଲୋକ ଦାଦନ ଖଟିବାକୁ ବାହାରକୁ ଯାଆନ୍ତି । ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଓ କନ୍ଧମାଳ ଭଳି ଜିଲ୍ଲାରୁ ମଧ୍ୟ ଅନେକ ସଂଖ୍ୟାରେ ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାର ସୂଚନା ରହିଛି । ତେବେ ଓଡ଼ିଶାର ଦାଦନ ଶ୍ରମିକଙ୍କ ସଂଖ୍ୟା ବାବଦରେ ନିର୍ଦ୍ଦିଷ୍ଟ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଥିବ କି ନଥିବ ତାହା ମଧ୍ୟ ସନ୍ଦେହ ଭିତରେ ରହିଛି । ଏପରିକି କୋଭିଡ୍ ମହାମାରୀରେ ଘରକୁ ଫେରିଥିବା ସମସ୍ତ ଦାଦନ ଶ୍ରମିକ ଓ ସେମାନଙ୍କ ପରିବାର ବାବଦରେ ସମସ୍ତ ତଥ୍ୟ ମଧ୍ୟ ସରକାରଙ୍କ ପାଖରେ ଥିବା କଥା ।

ଓଡ଼ିଶାର ଶ୍ରମିକ ମାନଙ୍କ ପାଇଁ ବହୁ ଯୋଜନା କରାଯାଇଛି, ଶ୍ରମଜୀବୀ ମାନଙ୍କ ମଜୁରୀ ବଢ଼ାଯାଇଛି, ସେମାନଙ୍କ ପରିବାରର ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସମସ୍ୟାକୁ ଦୂର କରିବା ପାଇଁ ଏକାଧିକ ଯୋଜନାର ହିସାବ ଦେଉଥିବା ସରକାରଙ୍କ ପାଇଁ ଏହି ଦାଦନଙ୍କ କାହାଣୀ ଆଜି ବି ଅସମାହିତ ପ୍ରଶ୍ନ ହୋଇ ରହିଛି। କଳାହାଣ୍ଡିର ଦାନ ମାଝି ନିଜର ସ୍ତ୍ରୀର ଶବକୁ କାନ୍ଧରେ ଧରି ଘରକୁ ଫେରିବା ଦୃଶ୍ୟ ଲୋକଙ୍କ ମନରୁ ଏଯାଏଁ ଲିଭିନାହିଁ । ଗତମାସରେ କୋରାପୁଟର ସମାଲୁ ପାଙ୍ଗି ମଧ୍ୟ ଦାଦନ ଖଟିବାକୁ ଯାଇ ନିଜ ସ୍ତ୍ରୀର ଶବ ଧରି ଗାଁକୁ ଫେରିଛି। ଆଉ ଏବେ ପୁଣି ବଲାଙ୍ଗୀରର ଶୁକଦେଵ ନିଜେ ଶବ ହୋଇ ଫେରିଛି ନିଜ ସ୍ତ୍ରୀ ସାଥିରେ..। ତଥାପି ଦାଦନ ଦୁଃଖ ରେ ପୂର୍ଣ୍ଣଛେଦ ପଡ଼ି ପାରୁନାହିଁ । କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟର ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସିବା କ’ଣ ସୂଚାଉଛି ? ଦାଦନ ଖଟିବାକୁ ଯାଇ ବଲାଙ୍ଗିରର ଶୁକଦେଵର ମୃତ୍ୟୁ ହେବା ଓ ତାର ପତ୍ନୀ ନିଜ ଝିଅକୁ ବନ୍ଧାରଖି ସ୍ୱାମୀର ଶବକୁ ନେଇ ଘରକୁ ଫେରିବା କ’ଣ ବାର୍ତ୍ତା ଦେଉଛି ? ଖବରର ଶିରୋନାମା ପାଲଟୁଥିବା ଦାଦନର ଏହି କରୁଣ ଚିତ୍ର ଗୁଡ଼ିକ କ’ଣପ୍ରତିପାଦିତ କରୁଛି? ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ମୌଳିକ ସମସ୍ୟା ସହ ଦାଦନ ସମସ୍ୟା ଆଦି ସରକାରଙ୍କ ବିକାଶ ପ୍ରକ୍ରିୟା ପ୍ରତି ଉପହାସ ନୁହେଁ କି ? ପରିଶେଷରେ ଦାନ ମଝି, ସମାଲୁ ପାଙ୍ଗି ଓ ଶୁକଦେବ ପରାଭୁଏ ଆଦି କ’ଣ ଓଡ଼ିଶା ମଡେଲର ଚିତ୍ର ଓ ଚରିତ୍ର?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.