• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଦୁର୍ନୀତି ବଢୁଛି ନା କମୁଛି ?

ଦୁର୍ନୀତି ବଢୁଛି ନା କମୁଛି ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୨ ମାର୍ଚ୍ଚ ୨୦୨୩

ଓଡ଼ିଶା ବିଧାନସଭାରେ ସରକାରଙ୍କର ତଥ୍ୟ କହୁଛି ୨୦୧୫ ମସିହାରୁ ୨୦୨୩ ମସିହା ମଧ୍ୟରେ ଭିଜିଲାନ୍ସ ତଦନ୍ତ କରିଥିବା ୩୪୧ ମାମଲାରେ ତଦନ୍ତ ଶେଷ ହୋଇଥିବା ବେଳେ ୪୮୧ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହି ସମୟ ମଧ୍ୟରେ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଠାରୁ ୬,୧୪,୮୯୭ ଟଙ୍କା ମୂଲ୍ୟର ଆୟ ବହିର୍ଭୁତ ସମ୍ପତ୍ତି ବ୍ୟାଜାପ୍ତି କରାଯାଇଛି । ଏପରିକି ୮ ବର୍ଷ ମଧ୍ୟରେ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ୧୮ ଜଣ ଅଧିକାରୀଙ୍କ ମଧ୍ୟରୁ ୧୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ୩ ଜଣ ଅଧିକାରୀଙ୍କ ବିରୋଧରେ ତଦନ୍ତ ଜାରୀ ରହିଛି ।

ଏହି ତଥ୍ୟରୁ ମିଳିଥିବା ସଂଖ୍ୟା ଅନୁଯାୟୀ ୨୦୧୫ ରୁ ୨୦୨୩ ଫେବୃଆରୀ ଶେଷ ସୁଦ୍ଧା ୨୨୪ ଜଣ ଗ୍ରୁପ୍-ଏ, ୨୧୯ ଜଣ ଗ୍ରୁପ୍-ବି, ୧୧୭୧ ଜଣ ଗ୍ରୁପ୍-ସି, ୬୫ ଜଣ ଗ୍ରୁପ୍-ଡି ଓ ଅନ୍ୟ ମାନଙ୍କ ଭିତରେ ୮୯ ଜଣ ଗିରଫ ହୋଇଛନ୍ତି ଭିଜିଲାନ୍ସ ବିଭାଗ ଦ୍ୱାରା । ଏହି ୮ ବର୍ଷ ମଧ୍ୟରେ ମୋଟ ୧୭୬୮ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେହିପରି ଏହି ମାମଲା ଗୁଡ଼ିକର ବିଚାର ପ୍ରକ୍ରିୟା ମଧ୍ୟ ବେଶ୍ ରୋଚକ ତଥ୍ୟ ଆଣିଛି ସାମ୍ନାକୁ । ୨୦୧୮ ମସିହାରେ ବିଚାର ହୋଇଥିବା ୧୧୦ ମାମଲାରେ ୧୨୧ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୨୦୧୯ ମସିହାରେ ୬୭ଟି ମାମଲାରେ ୧୦୦ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୨୦୨୦ ମସିହାରେ ୧୬ଟି ମାମଲାରେ ୧୮ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୨୦୨୧ ମସିହାରେ ୩୮ଟି ମାମଲାରେ ୬୪ ଜଣ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ୨୦୨୨ ମସିହାରେ ୯୧ଟି ମାମଲାରେ ୧୩୦ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ସେହିପରି ୨୦୨୩ ଫେବୃୟାରୀ ଶେଷ ସୁଦ୍ଧା ୧୯ଟି ମାମଲାରେ ୪୮ ଜଣ ନିର୍ଦ୍ଦୋଷରେ ଖସି ଯାଇଛନ୍ତି ଏହି ମାମଲା ଗୁଡ଼ିକରେ । ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ବେଶ୍ କିଛି ବର୍ଷ ଧରି କାର୍ଯ୍ୟକାରୀ କରିଆସୁଛନ୍ତି।

ପ୍ରତିଦିନ ଓଡ଼ିଶାର ଗଣମାଧ୍ୟମରେ ସରକାରୀ ଅଧିକାରୀ ମାନଙ୍କ ଘରେ ଭିଜିଲାନ୍ସ ବିଭାଗର ଅଫିସର ମାନଙ୍କ ରେଡ୍ ଖବର ମଧ୍ୟ ବାହାରୁଛି । ରାତି ରାତି ଟଙ୍କା ମେସିନରେ ବାବୁ ଓ ଅଧିକାରୀ ମାନଙ୍କ ଘରେ ଟଙ୍କା ଗଣାଯାଉଥିବାର ଦୃଶ୍ୟ ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକରେ ଦେଖିବାକୁ ମିଳୁଛି । ଏପରିକି ବାବୁ କୋଟିପତି, ଯନ୍ତ୍ରୀ କୋଟିପତି, କୋଟିପତି ଠିକାଦାର, କୋଟିପତି କିରାଣୀ, କୋଟିପତି ପିଅନ ଆଦି ଖବରର ସଂଖ୍ୟା ବୃଦ୍ଧି ହୋଇଚାଲିଛି।

ମାତ୍ର ବିଧାନସଭାରେ ସରକାର ଦେଇଥିବା ତଥ୍ୟ କ’ଣ ସୂଚାଉଛି ? ଦୁର୍ନୀତି ଅଭିଯୋଗରେ ଗିରଫ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଯଦି ନିର୍ଦ୍ଦୋଷରେ ବହୁ ବ୍ୟକ୍ତି ଖସି ଯାଆନ୍ତି ତେବେ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ବାବଦରେ କ’ଣ ବାର୍ତ୍ତା ଯିବ? ଆୟ ବହିର୍ଭୁତ ସମ୍ପତ୍ତି ଜବତ ସତ୍ତ୍ୱେ ଯଦି ଭିଜିଲାନ୍ସ ବିଭାଗ ଦୋଷୀଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିପାରୁ ନାହିଁ ଓ ସେମାନେ ଖସି ଯାଉଛନ୍ତି ତେବେ ଦୁର୍ନୀତି ନିବାରଣ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି ହେବ ନା ନାହିଁ? ପରିଶେଷରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବା ଓ ସେମାନେ ପରେ ନିର୍ଦ୍ଦୋଷରେ ଖଲାସ ହୋଇଯିବା ଦ୍ୱାରା ଦୁର୍ନୀତି ବଢୁଛି ନା କମୁଛି ?

Nirvik Bureau

Nirvik Bureau

Related Posts

Politics

Citizens Are Not Subjects of the State: The Democratic Right to Demand Regime Change

by Nirvik Bureau
October 18, 2026

The Nirvik Bureau, Bhubaneswar, 18 October 2026 An elected government is entrusted with power by the people, not entitled to...

Read more
ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

September 25, 2026
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.