• About
  • Contact
Monday, August 31, 2026
Monday, August 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଭରସା ହରାଉଛି କ୍ରାଇମବ୍ରାଞ୍ଚ…

ଭରସା ହରାଉଛି କ୍ରାଇମବ୍ରାଞ୍ଚ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୩ ମାର୍ଚ୍ଚ ୨୦୨୩

ରାଜ୍ୟର ଅନେକ ଗୁଡ଼ିଏ ଅପରାଧିକ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥାଏ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚକୁ । ଅନେକ ସମୟରେ ଯେଉଁ ଅପରାଧିକ ଘଟଣା ଗୁଡ଼ିକର ପୃଷ୍ଠଭୂମି ସଂପର୍କରେ ପୋଲିସ ତଦନ୍ତରେ ବିଳମ୍ବ ହୁଏ ଓ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୁଏ, ସେତିକି ବେଳେ ରାଜ୍ୟ ସରକାର ଘୋଷଣା କରନ୍ତି ଯେ, ସେହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତରେ ନ୍ୟସ୍ତ କରାଗଲା । ଏହି ଘୋଷଣା ପରେ ରାଜନୈତିକ ହୋହଲ୍ଲା କମିଯାଏ ଓ ସରକାର ମଧ୍ୟ ଶାନ୍ତିରେ ବସି ଯାଆନ୍ତି। ଏପରିକି ରାଜ୍ୟର ଜନସାଧାରଣଙ୍କ ମଧ୍ୟରେ ଏଭଳି ଏକ ଧାରଣା ରହିଛି ଯେ, ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ହାତକୁ ଯେଉଁ ମାମଲା ଗୁଡ଼ିକ ଯାଏ, ତାର ଫଳାଫଳ ଶୀଘ୍ର ଜଣାପଡ଼ିବ ଓ ଦୋଷୀ ମଧ୍ୟ ସହଜରେ ଖସି ପାରିବ ନାହିଁ । ଏପରିକି ନିକଟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ତଦନ୍ତ ସିବିଆଇକୁ ଦେବାକୁ ବିରୋଧୀ ବିଜେପି ଦାବୀ କରୁଥିବା ବେଳେ କଂଗ୍ରେସର ଦାବୀ ଥିଲା ଏସ୍ଆଇଟି ମାଧ୍ୟମରେ ଏହାର ତଦନ୍ତ କରାଯାଉ । ମାତ୍ର ରାଜ୍ୟସରକାର ଏହି ମାମଲାକୁ ମଧ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି । ଏହି ମାମଲାର ତଦନ୍ତକୁ ୫୦ ଦିନରୁ ଅଧିକ ସମୟ ବିତିଗଲା ପରେ ମଧ୍ୟ ହତ୍ୟାର କାରଣ ଏବେବି ରହସ୍ୟ ଘେରରେ ରହିଛି । ତେବେ ଏହି ଘଟଣାର ତଦନ୍ତ ପ୍ରକ୍ରିୟାରେ କାହିଁକି ବିଳମ୍ବ ହେଉଛି ? କ୍ରାଇମବ୍ରାଞ୍ଚ ଭଳି ସରକାରଙ୍କର ବିଶ୍ୱସନୀୟ ସଂସ୍ଥା ଏଥିରେ ବିଳମ୍ବ କରିବାର କାରଣ କ’ଣ ? ତଦନ୍ତ ପ୍ରକ୍ରିୟାକୁ ଆଉ କେତେ ସମୟ ଲାଗିବ ? ଏଭଳି ପ୍ରଶ୍ନର ଉତ୍ତର ମିଳିଯିବ ଯଦି ଆମେ ଏହି ବିଶ୍ୱସନୀୟ ସଂସ୍ଥାର ବିଗତ ଦିନର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ଉପରେ ନରର ପକାଇବା ।

ଚଳିତ ବିଧାନସଭାର ଅଧିବେଶନରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ରାଇମବ୍ରାଞ୍ଚର ସଫଳତା ନେଇ ବିଗତ ୮ ବର୍ଷର ଏକ ତଥ୍ୟ ରଖିଛନ୍ତି । ଏହି ତଥ୍ୟ ଉପରେ ଯଦି ଆମେ ନଜର ପକାଇବା ତେବେ ତାହା ଏହିପରି ।

୨୦୧୪ ମସିହାରୁ ୨୦୨୩ ଫେବୃଆରୀ ଶେଷ ସୁଦ୍ଧା କ୍ରାଇମବ୍ରାଞ୍ଚ ପାଖକୁ ଯାଇଛି ୧୮୯ ଟି ମାମଲା । ଯେଉଁଥିରେ ୬୨ ଟି ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ କରିଥିବା ବେଳେ ୩୮ ଟି ମାମଲାରେ ଫାଇନାଲ ରିପୋର୍ଟ ଦେଇଛି । ଏହି ମାମଲା ମଧ୍ୟରୁ ଏବେବି ଆହୁରି ୮୬ଟି ମାମଲାର ତଦନ୍ତ ଚାଲିଛି । ୨୦୧୮ ମସିହା ପରଠାରୁ ମାମଲା ଗୁଡ଼ିକର ଚାର୍ଜସିଟ୍, ଫାଇନାଲ ରିପୋର୍ଟ ସଂଖ୍ୟା କମି ଯାଇଥିବା ବେଳେ ତଦନ୍ତ ଚାଲିଥିବା ମାମଲାର ସଂଖ୍ୟା ବଢ଼ିଚାଲିଛି । ଏପରିକି ଏହି ୬ ବର୍ଷରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ୯୪ଟି ମାମଲା ମଧ୍ୟରୁ ୧୩ଟି ରେ ଚାର୍ଜସିଟ୍ ଦେଇଥିବା ବେଳେ ୧୪ଟି ର ଫାଇନାଲ ରିପୋର୍ଟ ଦେଇଛି ଓ ୮୬ଟି ମାମଲାର ତଦନ୍ତ ଶେଷ ହୋଇପାରି ନାହିଁ ।

ଏହି ମାମଲା ମଧ୍ୟରେ ରହିଛି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଓ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ। ଏଣୁ କ୍ରାଇମବ୍ରାଞ୍ଚର ସଫଳତାର ହାର ଯାହା ସୂଚାଉଛି, ଏହି ମାମଲାର ଫଳାଫଳ ମଧ୍ୟ ତାହା ଉପରେ ଅନେକାଂଶରେ ନିର୍ଭର କରେ ।

ଏବେ ଏହି ସରକାରୀ ତଥ୍ୟ କ୍ରାଇମବ୍ରାଞ୍ଚର ସଫଳତାର ହାର ବାବଦରେ କି ବାର୍ତ୍ତା ଦେଉଛି ? କ୍ରାଇମବ୍ରାଞ୍ଚ ହାତରେ ସରକାର ନ୍ୟସ୍ତ କରୁଥିବା ମାମଲା ଗୁଡ଼ିକର ତଦନ୍ତରେ କାହିଁକି ବିଳମ୍ବ ହେଉଛି ? ତଦନ୍ତ ପ୍ରକ୍ରିୟା ସାରିବା ତ ଦୂରର କଥା ଏହାର ଚାର୍ଜସିଟ ମଧ୍ୟ କ୍ରାଇମବ୍ରାଞ୍ଚ ନଦେଇ ପାରିବାର କାରଣ କ’ଣ ? ତଦନ୍ତ ପ୍ରକ୍ରିୟାରେ ସରକାରୀ ହସ୍ତକ୍ଷେପ ନା ଦକ୍ଷ ତଦନ୍ତକାରୀ ଅଧିକାରୀଙ୍କ ଅଭାବ କ୍ରାଇମବ୍ରାଞ୍ଚର ଏହି ଅଲୋଡ଼ା ରେକର୍ଡ଼ ପାଇଁ ଦାୟୀ ? ଏହିଭଳି ଭାବେ କ୍ରାଇମବ୍ରାଞ୍ଚର ତଦନ୍ତ ଯଦି ବିଳମ୍ବ ହୁଏ ତେବେ ଜନସାଧାରଣଙ୍କର ବିଶ୍ୱାସ କ୍ରାଇମବ୍ରାଞ୍ଚ ଉପରେ ରହିବ ତ ?

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.