• About
  • Contact
Wednesday, April 15, 2026
Wednesday, April 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମଧୁପାର୍ବଣ ଦ୍ଵିତୀୟ ଚରଣରେ (ମା ବ୍ରହ୍ମଚାରିଣୀ)

ମଧୁପାର୍ବଣ ଦ୍ଵିତୀୟ ଚରଣରେ (ମା ବ୍ରହ୍ମଚାରିଣୀ)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨୩ ମାର୍ଚ୍ଚ ୨୦୨୩

ତୁ ଲେଖି ହୋଇଛୁ
ଚନ୍ଦ୍ରମଣ୍ଡଳ ସଂସ୍ଥିତା ରୂପେ
ବ୍ରହ୍ମ ଚେତନା ସିଦ୍ଧ
କୋଟି ବ୍ରହ୍ମାଣ୍ଡ ମହାକାଳ
ପୂର୍ବପର ରହସ୍ୟମୟ ସମ୍ପର୍କରେ ।

କିନ୍ତୁ ତୁ ଅଛୁ ମୋ ଭିତରେ
ମଧୁକ୍ଷରା ବାସନ୍ତିକ ନକ୍ଷତ୍ର ଖୋଲି
ବିନ୍ଦୁଏ ସଂକଳ୍ପର ଯାଚଜ୍ଞା
ଅଜ୍ଞେୟ ଦ୍ୱାରଦେଶେ ପ୍ରତୀକ୍ଷମାଣ ।।
ଆଜି ତୁ ଭବ୍ୟରୂପା ବ୍ରହ୍ମଚାରିଣୀ
ତୋ ଆଦିସ୍ୱର ଓଁକାର
ମୁଖରିତ କୋଟି ବ୍ରହ୍ମାଣ୍ଡ ବ୍ୟାପି
ଦିବ୍ୟ ଅକ୍ଷତ ମାଳାରେ ଅପର୍ଣ୍ଣା ତୁ ।।

ମୁଁ ଅପୂର୍ଣ୍ଣ ସଂଜ୍ଞାରେ ଅହରହ
ତୋ ପୂର୍ଣ୍ଣତମା କମଣ୍ଡଳୁ
ଯୁଗାନ୍ତମୟ ମଧୁକ୍ଷରା
ମନ୍ତ୍ରମୁଗ୍ଧ କରେ
ତ୍ରିଲୋକ ରୁ ତ୍ରିଲୋଚନଙ୍କୁ ।

ମୁଁ ମହଣ ମହଣ ମୋହ ମନ୍ତ୍ରରେ
କୋଳରେ ଜୀବନର ସ୍ମୃତି
କେତେ ଖୋଜୁଛି ନିଜକୁ
ପଛ ପାଦରେ ।।

ମଧୁବର୍ଷିଣୀ ତୁ
ଭିଜାଇଛୁ ତପସ୍ୟାରେ
ଅଜପା ଜପକରି
ଅକ୍ଷତମାଳାର ଅନନ୍ୟ ମହିମା
ଅସାଧ୍ୟ ସାଧନାରେ
ମହାକାଳ ବଶ ।।

ମୁଁ ସାଧନା ଜାଣିନି
ସାଧୁଛି ଜୀବନ
ଓହ୍ଲାଇ ଦେଇଛି ମନ, ପ୍ରାଣ ଶରୀର
ସ୍ଵାତୀସ୍ଥାନ ଚକ୍ର କେନ୍ଦ୍ରବିନ୍ଦୁରେ
ତୋ ନିରାଜନାର ବସ୍ତ୍ର ପିନ୍ଧି
ଶବ୍ଦବ୍ରହ୍ମଙ୍କ ଉପାସନା ନାମାକ୍ଷର ମାତ୍ର ।।

ପକ୍ଵ ବିଲ୍ୱପର୍ଣ୍ଣରେ ତୁ ଆବିର୍ଭୁତା ହେବୁ ବୋଲି
ଅଭିପ୍ସାର ଶିଖାକୁ ତେଜିଛି
ଆଜିର ଦ୍ଵିତୀୟ ଚରଣେ
କେବଳ ତୋ କୃପାବିନ୍ଦୁକୁ ଭୋଗିବି
କେଉଁ ଭୋଗ ଲଗେଇବି ଆଉ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ମହା ବିଷୁବ ସଂକ୍ରାନ୍ତି
Literature

ମହା ବିଷୁବ ସଂକ୍ରାନ୍ତି

by ଦେବେନ୍ଦ୍ର କୁମାର ସାହୁ
April 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...

Read more
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.