• About
  • Contact
Wednesday, April 15, 2026
Wednesday, April 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମଧୁପାର୍ବଣ ଚତୁର୍ଥ ଚରଣେ (ମା କୁଷ୍ମାଣ୍ଡା)

ମଧୁପାର୍ବଣ ଚତୁର୍ଥ ଚରଣେ (ମା କୁଷ୍ମାଣ୍ଡା)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨୫ ମାର୍ଚ୍ଚ ୨୦୨୩

ତୁ ମନ୍ଦହାସିନୀ
ସୂର୍ଯ୍ୟଲୋକ ସଂସ୍ଥିତା
ତୋ ହସରୁ ଉତ୍ପନ୍ନ ବ୍ରହ୍ମାଣ୍ଡ
ତୁ ଆଜି ଚତୁର୍ଥ ଚରଣେ
ଦଶଦିଗ ଉଦ୍ଭାସିତା କୁଷ୍ମାଣ୍ଡା ।

ମୋତେ ଥରେ ହଜିବାକୁ ଦେ’ତ
ତୋ ବଳୟ ଭିତରେ
ଛୁଇଁବାକୁ ଦେ’ତ
ତୋ ଶାର୍ଦ୍ଦୁଳବାହିନୀ ସ୍ବରୂପ କୁ ।

ମୂର୍ମୁଷ ପ୍ରାଣ ବଞ୍ଚିଯାଉ
ତୋ ଅମୃତ ଚେତନାରେ
ସଜାଡ଼ି ଦେବି ତୋ ପୂଜା ଥାଳୀ
ଜାଳି ଆସ୍ପୃହାର ଧୂପବତୀ
ମାନସିକ କରିନେବି
ଜନ୍ମଜନ୍ମ ପାଇଁ
ତୋ ଅମୃତ ପରଶ ।

ତୋ ଅନାହତ ଚକ୍ର
ମୋତେ ଜଣାନାହିଁ
କେଉଁ ବିନ୍ଦୁରେ ଲୟ ରଖିବି ଯେ
ମୁଁ ମାୟାର କୋହ ଆଉ ଲୁହର
ଭାବନା ଭିତରେ ଅଛି ।

ତୁ ଖୋଲିବୁ ସେ ଋଦ୍ଧଦ୍ବାର
ଉନ୍ମୋଚିତ କରିନେବୁ
ମୋ ଭିତରେ ଥିବା
ତୋ ପ୍ରେମକୁ
ସେଇ ମହାର୍ଘ ମୂହୁର୍ତ୍ତରେ………
ଆଜି ମଧୁ ପାର୍ବଣରୁ
ସଜାଇଲି ମନ ଉପବନେ
ତୋ ପାଇଁ ସଜ ମଧୁମାଳତୀ
ତୋତେ ଅନୁଭବୀବାକୁ
ପ୍ରତିକ୍ଷଣ ବିକି ଦେଲି
“ମୁଁ”କୁ ତୋ ହାତରେ ।
ମନେରଖିଥିବୁ ଖାଲି
ଏତିକି……….।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ମହା ବିଷୁବ ସଂକ୍ରାନ୍ତି
Literature

ମହା ବିଷୁବ ସଂକ୍ରାନ୍ତି

by ଦେବେନ୍ଦ୍ର କୁମାର ସାହୁ
April 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...

Read more
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.