• About
  • Contact
Friday, March 13, 2026
Friday, March 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମଧୁପାର୍ବଣ ଷଷ୍ଠ ଚରଣେ (ମା କାତ୍ୟାୟନୀ)

ମଧୁପାର୍ବଣ ଷଷ୍ଠ ଚରଣେ (ମା କାତ୍ୟାୟନୀ)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨୭ ମାର୍ଚ୍ଚ ୨୦୨୩

ତୁ ଆଜି ସିଂହାଋଢା
ମୁଁ ଅଣୁରୁ ଅଣିମା ଯାଏ
ଖୋଜି ବୁଲୁଥିବା
ଅଭିପ୍ସାର ଶିଳାଲେଖ ।
ତୁ ବରମୁଦ୍ରାରେ
ଦିବ୍ୟଫଳ ଦାୟିନୀ
ମା’ କାତ୍ୟାୟନୀ ।
ବସନ୍ତ ସମ୍ବତ୍ସର
ପାର୍ବଣରେ ।

ତୁ ଏମିତି ରହିଥା ମୋ
ପାପ ପୁଣ୍ୟର ସନ୍ଧିସ୍ଥଳରେ
ତେଜିଛି ମୁଁ ତୋ ପାଦରେ
ଆୟୂଷ ସଳିତା ।
ସେ ଜଳୁଥାଉ ଏ କାଳରୁ
ସେ କାଳ ଯାଏଁ….
ଦିକିଦିକି ହୋଇ ।

ମୋ ଭିତର ଅନ୍ଧାରକୁ ଆଡ଼କରି
ତୋ ଭାବନଦୀରେ
ମୋତେ ବୁଡ଼ି ବାକୁ ଦେ
ଉତାରି ଦେ ମୋ ଭିତର
ବାହାରର ସବୁ କାଳିମାକୁ
ଧାରେ ଉଜ୍ବଳ ଆଶିଷରେ ।

ମୁଁ ସରିଯାଉଥିବା ସମୟର ରୁଦ୍ଧପାଦ
ତୋ ଆଶ୍ରାର ଆଶାବାଡ଼ିରେ
ଚାଲୁଛି ଅଗମ୍ୟ ପଥ….
ଝୁଣ୍ଟିଛି ଥରକୁ ଥର
କ୍ଷତାକ୍ତ ହୋଇଛି
ବହୁବାର
ସଜାଡି ବସିନି ଅନୁଭୂତି
ସବୁ ତୋତେ ଦେଇଦେଲା ପରେ ।।

କାହିଁକି ରଖିବି କହ ତ….
ମୋ ଆଖି ଯେଉଁଠି ସବୁଠି ତୁ
ମୁଁ ଯାହା କରୁଛି ମନେପଡୁ ତୁ
ମୁଁ ରଖିବି ମୋ ପାଖରେ କ’ଣ
ଅବା କାହିଁକି ଯେ ….

ତରଳିଥିବା ସବୁ ମୋହକୁ
ମୁଣ୍ଡେଇଛି
କାହିଁକି ଜାଣୁ
ତୋ ଆଜ୍ଞାଚକ୍ରରୁ
ମୋ ଇନ୍ଦ୍ରିୟ ଚେତନା
ବରାବର ଫେରୁଛି ବୋଲି ।

ମୁଁ ଜାଣେ….
ସେହି ବିନ୍ଦୁର ଆକର୍ଷଣରେ
କାହିଁକି ପୂଜିବି ଯେ
ପ୍ରାପ୍ତି ଅପ୍ରାପ୍ତି ତୋ ଉପରେ
ଛାଡ଼ି ଦେଲା ପରେ….
ମୁଁ ଆଉ ମୁଁହୋଇ ରହିଲିବା କୋଉଠି !!!

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.