• About
  • Contact
Tuesday, March 17, 2026
Tuesday, March 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମଧୁପାର୍ବଣ ସପ୍ତମ ଚରଣେ (ମା’ କାଳରାତ୍ରି)

ମଧୁପାର୍ବଣ ସପ୍ତମ ଚରଣେ (ମା’ କାଳରାତ୍ରି)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨୮ ମାର୍ଚ୍ଚ ୨୦୨୩

ତୁ ଆଜି ଜାଗ୍ରତ ମୁଦ୍ରାରେ
ଆଶୁଫଳ ଦାୟନୀ
ଗଦ୍ଦର୍ଭ ବାହିନୀ କୃଷ୍ଣବର୍ଣ୍ଣା
ତେଜୋଦୀପ୍ତା ।।

ଆଜି ତୋ ଅଭୟମୁଦ୍ରା
ତୋ ବରମୁଦ୍ରାରୁ
କଣିକାଏ ପାଇବାକୁ
କେଉଁ ପୂଣ୍ୟର ଫୁଲମାଳା ସଜାଡ଼ିବି ?
ତୋ ତନୁର ରଙ୍ଗ
ଉତୁରି ଆସୁ
ମିଶିଯାଉ ସେଥିରେ
ମୋ ଅହମିକାର କଳାମେଘ
ସୁବର୍ଣ୍ଣ ସମ୍ଭାବନା ଢ଼ଳି ଆସନ୍ତା
ଅଯାଚିତ ହେଉଥାନ୍ତା ତୋ
ଆଶ୍ବାସନା ।

ମୁଁ ତ ଆତ୍ମାଭିମାନର
ସଉଚ୍ଚ ପ୍ରାଚୀର
ତୋ ସୂକ୍ଷ୍ମ ଭାନୁଚକ୍ର
ଭେଦୀବାର ଗୋଟେ
ବୃଥା ଆସ୍ଫାଳନ କରିବି
କାହିଁକି ଯେ……..

ତୁ ଭୂମିଠାରୁ ଭୂମା ବ୍ୟାପି
ଏ ମହାଲଗ୍ନରେ
ସାର୍ଥକତାର ଅମୋଘ ଶକ୍ତି ।
ମୁଁ କେବଳ ବିଶ୍ୱାସ ତଟରେ
ସମର୍ପଣ ସଂଚାର କରୁଛି
ତୋ ପାଖରେ ନିଗାଡ଼ି
ଜନ୍ମ ଜନ୍ମର ଭାବାବେଗକୁ ।

ମୋ ମାଗୁଣି ତୋ ପଣତରେ
ଉତୁରି ଉଠିଛି ନା
ରଖି ଥା ଯତନରେ
ଗଣ୍ଠି ପକେଇ
ମୁଁ ଦେଇଦେଲି
ଯାହା ଥିଲା, ଯାହା ଅଛି
ଆଉ ଯାହା ହେବାକୁ ଅଛି
ତୁ ସମଗ୍ର ସୃଷ୍ଟିକୁ
ବକ୍ଷରେ ଆଉଜାଇ ପାରୁ
ଆଉଁସି ଦେଉ ବରମୁଦ୍ରାରେ
ସେଥିପାଇଁ ତ ଏ ମନ ଆଉ ହୃଦୟ
ଉନ୍ମୀଳନ ପାଇଁ
ଖୋଲା ରଖିଛି ଦୁଆର
ନିଶ୍ଚେ ଆସିବୁ ବୋଲି……ଏବେ ମୁଁ ନିଶ୍ଚିତ ।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଏପାଖ ସେପାଖ
Literature

ଏପାଖ ସେପାଖ

by ଆଲୋକ କୁମାର ପ୍ରଧାନ
March 16, 2026

ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ମାର୍ଚ୍ଚ ୨୦୨୬ ଥିଲା ଥିଲା ବୋଲି କହିଲେ କି ହେବ ନଥିବା ଭିଡ଼ରେ ଥାଇ ଥିଲାର ସନ୍ତିଲା ନଥିଲା ଭୋକକୁ...

Read more
“ଟଙ୍କା ଖିଆ, ନରାସୁର”

“ଟଙ୍କା ଖିଆ, ନରାସୁର”

March 14, 2026
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.