• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମଧୁପାର୍ବଣ ଅଷ୍ଟମ ଚରଣେ (ମା ମହାଗୌରୀ)

ମଧୁପାର୍ବଣ ଅଷ୍ଟମ ଚରଣେ (ମା ମହାଗୌରୀ)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨୯ ମାର୍ଚ୍ଚ ୨୦୨୩

ତୁ ଆଜି ପୂର୍ବାଶା ଲଲାଟରେ
ଓହ୍ଲାଇଛୁ
କୋଟିସୂର୍ଯ୍ୟର ମାଧୁର୍ଯ୍ୟରେ
ଶ୍ବେତବର୍ଣ୍ଣା ଚିନ୍ମୟୀ
ମଧୁ ପାର୍ବଣେ ମହାଗୌରୀ ।

ବୃଷଭ ବାହିନୀ ଅଖିଳ ପ୍ରାଣରେ
ଭରିଦେଲୁ ଅଖଣ୍ଡତା
ତୋ ପାଦତଳେ
ଖେଳୁଛି ପୀୟୁଷର ଧାରା ।

ନିଖିଳ ପ୍ରକୃତି ଢାଳୁଛି ପ୍ରଣତି
ମଉନ ଭାଷାରେ
ଦିବ୍ୟ ଉଷାକୁ ଆଲିଙ୍ଗନ କରି ।

ତୋ ନୟନରେ ମିଳାଇ ଯାଇଛି
ଯେତେ ଥିଲା ଦୁଃଖ ଅବସାଦ
ତୋ ଚରଣ ସ୍ପର୍ଶରେ
ମାଟି ପାଲଟିଲା ସ୍ବର୍ଗ ।।

ତୋ ବରମୁଦ୍ରାରେ ଲୋଟିଛି
ଅଶ୍ରୁର ଅଳି
ତୋ ଅଭୟ ମୁଦ୍ରା
ଛୁଇଁଛି ମୋ ମଥା
ମୋ ବୁଦ୍ଧି ତୋର
ଆୟୂଧ ହୋଇ ରହିଥାଉ
ସାଇତିଲି ତୋ କୃପା
ମୋ ଭାବ ଜଗତରେ ।।

ହେ ମଧୁମୟୀ
ତୋ ମାଧୁର୍ଯ୍ୟର ମାଧୁରିମା
ଅଜାଡ଼ି ହେଉ
ଦିବସର ଦିପ୍ତରେଖା ହୋଇ
ସଞ୍ଜ ଆଳତୀରେ ବନ୍ଦାପନା
ହେଉଥା ତୁ
ଉଜ୍ଜ୍ୱଳ ପ୍ରଦୀପ ଟେ ହୋଇ
ଅନ୍ତରୁ ଅନ୍ତର ଯାଏଁ
ଆଲୋକମୟ କରି ।।

ମୋ ସୁପ୍ତ ଚେତନାକୁ
ଜାଗ୍ରତ କରିବୁ ବୋଲି
ହୃଦୟ ସିଂହାସନରେ
ଥାପିଦେଲି ତୋତେ
ଏଥର ମୋ ସଂକୀର୍ଣ୍ଣତାକୁ
ବାନ୍ଧିଦେଇ ତୋ ପଣତ କାନିରେ
ତୋ ସ୍ମିତହାସ୍ୟକୁ ଆବୋରି ନେଇ
ଏମିତି ତୋ ଭାବ ମୋ ଭାବ
ଏକାକାର ହେଉଥାଉ….
ଲେଉଟାଣି ବେଳଯାଏଁ….।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.